‘ବିଚାରପତିଙ୍କ ପାଇଁ ନ୍ୟାୟ ପ୍ରଦାନ ଏକମାତ୍ର ଲକ୍ଷ୍ୟ’

କଟକ ଅଫିସ, ୧୦ା୮: କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀରେ ନବନିଯୁକ୍ତ ୪୭ ଜଣ ସିଭିଲ ଜଜ୍‌ଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଅଧ୍ୟକ୍ଷତା କରି ସିଭିଲ ଜଜ୍‌ମାନଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ମୁରଲୀଧର କହିଥିଲେ, ୪୭ ଜଣ ସିଭିଲ ଜଜ୍‌ଙ୍କ ମଧ୍ୟରେ ୩୦ ଜଣ ମହିଳା ଅଛନ୍ତି। ଏହା ଓଡ଼ିଶା ନ୍ୟାୟପାଳିକା ପାଇଁ ଏକ ଶୁଭ ସଙ୍କେତ। ଏଥିସହ ସେ ସାଧାରଣ ଲୋକଙ୍କ ସେବା ଓ ସରକାରୀ ସେବା ମଧ୍ୟରେ ଥିବା ଭିନ୍ନତା ବିଷୟରେ ଆଲୋକପାତ କରିଥିଲେ। ସିଭିଲ ଜଜ୍‌ମାନେ ନିଜକୁ ସରକାରୀ ସେବକ ନୁହେଁ ଲୋକଙ୍କ ସେବକ ଭାବେ ମାନିବାକୁ ସେ କହିଥିଲେ। ଜଣେ ବିଚାରପତିଙ୍କ ପାଇଁ ନ୍ୟାୟ ପ୍ରଦାନ ହିଁ ଏକମାତ୍ର ଲକ୍ଷ୍ୟ। ଏଥିସହ ଅଦାଲତକୁ ଆସୁଥିବା ଜନସାଧାରଣ କିମ୍ବା ସାକ୍ଷୀଙ୍କ ପ୍ରତି ଉତ୍ତମ ଶିଷ୍ଟାଚାର ପ୍ରଦର୍ଶନ କରିବାକୁ ସେ ପରାମର୍ଶ ଦେଇଥିଲେ। ଜଷ୍ଟିସ ବିଶ୍ୱଜିତ୍‌ ମହାନ୍ତି ସ୍ବାଗତ ଭାଷଣ ଓ ଜଷ୍ଟିସ ଶଶିକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ଉତ୍ସବରେ ଜଷ୍ଟିସ ଏସ୍‌. କେ. ପାଣିଗ୍ରାହୀ, ନ୍ୟାୟିକ ଅଧିକାରୀ ଓ ସିଭିଲ ଜଜ୍‌ମାନଙ୍କ ମାତାପିତା ଓ ପରିବାରବର୍ଗ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ତାଲିମ ଶେଷ ହେବା ପରେ ନବନିଯୁକ୍ତ ୪୭ ଜଣ ସିଭିଲ ଜଜ୍‌ଙ୍କୁ ଓଡ଼ିଶା ନ୍ୟାୟିକ ସେବାରେ ସୋମବାର ସାମିଲ କରାଯାଇଛି। ହାଇକୋର୍ଟଙ୍କ ଦ୍ୱାରା ଅନୁମୋଦିତ ପ୍ରଶିକ୍ଷଣ ମଡ୍ୟୁଲ ଅନୁସାରେ ଉକ୍ତ ସିଭିଲ ଜଜ୍‌ମାନେ ନିଯୁକ୍ତି ପାଇବା ପରେ ଜୁଡିସିଆଲ ଏକାଡେମୀରେ ତାଲିମ ନେଇଥିଲେ। ତାଲିମ ନେବା ସମୟରେ ବିଭିନ୍ନ କୋର୍ଟ, ବିତ୍ତୀୟ ପ୍ରବନ୍ଧନ, ଫୋରେନ୍‌ସିକ ସାଇନ୍ସ, ମଧୁସୂଦନ ଦାସ ଏକାଡେମୀ ବିତ୍ତୀୟ ପ୍ରବନ୍ଧନ, ଏସ୍‌ସିବି ମେଡିକାଲ କଲେଜ, ରେଭିନ୍ୟୁ ଅଫିସର୍ସ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌, ଷ୍ଟେଟ୍‌ ଫୋରେନ୍‌ସିକ ସାଇନ୍ସ ଲାବୋରେଟୋରି ପରିଦର୍ଶନ କରିଥିଲେ। ସେହିପରି ତାଲିମ ନେବା ସମୟରେ କଏଦୀଙ୍କ ଜୀବନ ବିଷୟରେ ଜାଣିବା ପାଇଁ ଚୌଦ୍ୱାର ସର୍କଲ ଜେଲ୍‌ ଓ ଜାମୁଝରି ଓପନ ଏୟାର ଜେଲ୍‌ ବୁଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri