ଅଞ୍ଜନାଙ୍କୁ ନ୍ୟାୟ:ହାଇକୋର୍ଟରେ ମାମଲା ବନ୍ଦ

କଟକ ଅଫିସ/ଭୁବନେଶ୍ୱର, ୨ା୩:ସିବିଆଇ ତଦନ୍ତରେ ଶିଥିଳତା ଏବଂ ଷଡ଼ଯନ୍ତ୍ର ଅଭିଯୋଗ କରି ହାଇକୋର୍ଟରେ ୨୦୦୨ରେ ଗଣବଳାତ୍କାର ପୀଡ଼ିତା ଅଞ୍ଜନା ମିଶ୍ର କରିଥିବା ମାମଲାର ସୋମବାର ପରିସମାପ୍ତି ଘଟିଛି। ଦୀର୍ଘ ୧୯ବର୍ଷ ପରେ ଏହି ମାମଲାର ଶୁଣାଣି କରାଯାଇଥିଲା। ଏଥିରେ ରାଜ୍ୟ ସରକାର ଓ ସିବିଆଇ ୨ଟି ପୃଥକ ସତ୍ୟପାଠ ଦାଖଲ କରିଥିଲେ। ବଳାତ୍କାର ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗତ ଫେବୃୟାରୀ ୨୨ରେ ଗିରଫ ହୋଇ ବିଚାରବିଭାଗୀୟ ହାଜତରେ ଅଛନ୍ତି। ଏପରି କି ମାମଲାର
ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ତତ୍କାଳନୀ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତତ୍କାଳୀନ ଆଡ୍‌ଭୋକେଟ ଜେନେରାଲ ଇନ୍ଦ୍ରଜିତ୍‌ ରାୟଙ୍କ ମୃତ୍ୟୁ ଘଟିସାରିଛି। ତେଣୁ ଏହି ମାମଲା ଚାଲିବାର କୌଣସି ଆବଶ୍ୟକ ନାହିଁ ବୋଲି ରାଜ୍ୟ ସରକାରଙ୍କ
ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ଅଜୟ ନନ୍ଦ କୋର୍ଟରେ ସତ୍ୟପାଠ ମାଧ୍ୟମରେ ଦର୍ଶାଇଥିଲେ। ଉକ୍ତ ସତ୍ୟପାଠକୁ ଆଧାର କରି ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଏବଂ ବିଚାରପତି ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାକୁ ବନ୍ଦ କରିଦେଇଛନ୍ତି। ଏନେଇ ପୀଡ଼ିତା ଅଞ୍ଜନା କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ବିବନ ଗିରଫ ହେବାପରେ ହାଇକୋର୍ଟ ମାମଲାକୁ ବନ୍ଦ କରିଦେଇଛନ୍ତି। ତେବେ ଆଗାମୀ ଦିନରେ ବଳାକତ୍ାର ମାମଲାରେ ସିବିଆଇ ପକ୍ଷରୁ ଦୃଢ଼ ତଥ୍ୟ ପ୍ରମାଣ ଉପସ୍ଥାପନ କରିବାର ଆବଶ୍ୟକତା ରହିଛି, ଯାହାକି ହାଇକୋର୍ଟ ଉକ୍ତ ମାମଲାର ତୁରନ୍ତ ଶୁଣାଣି କରିବା ସହ ଅଭିଯୁକ୍ତ ବିବନଙ୍କ ଉପରେ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏଥିସହ ଘଟଣା ପରେ ଅଭିଯୁକ୍ତ ବିବନଙ୍କୁ ଫେରାର ହେବାରେ ସହଯୋଗ କରିଥିବା ଲୋକଙ୍କ ସମେତ ରାଜ୍ୟ ବାହାରେ ୨ ଦଶନ୍ଧି ଧରି ଫେରାର ରହିବାରେ ସହଯୋଗ କରୁଥିବା ଲୋକଙ୍କ ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଅଞ୍ଜନା କହିଛନ୍ତି।
ପ୍ରକାଶ ଯେ, ୧୯୯୯ରେ ଗଣବଳାତ୍କାର ପରଠାରୁ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ଥିଲେ। ଉକ୍ତ ମାମଲାରେ ସିବିଆଇ ତଦନ୍ତରେ ଶିଥିଳତା ଦେଖାଇବା ସହ ଅଭିଯୁକ୍ତଙ୍କୁ ଗିରଫ ନ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ କରି ୨୦୦୨ ଜୁନରେ ଅଞ୍ଜନା ହାଇକୋର୍ଟରେ ଏକ ଆବେଦନ କରିଥିଲେ। ଏଥିରେ ସେ ରାଜ୍ୟ ସରକାର, ସିବିଆଇ ଅଧିକାରୀ ଏବଂ ଷଡ଼ଯନ୍ତ୍ରକାରୀ ଭାବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଆଡ୍‌ଭୋକେଟ ଜେନେରାଲ୍‌ ଇନ୍ଦ୍ରଜିତ ରାୟଙ୍କୁ ପକ୍ଷଭୂକ୍ତ କରିଥିଲେ। ଉକ୍ତ ଆବେଦନକୁ ସେତେବେଳେ ଗ୍ରହଣ କରି ଉଚ୍ଚ ଅଦାଲତ ସିବିଆଇ ଏବଂ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଥିଲେ। ନୋଟିସର ଉତ୍ତର ରଖି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଲୁକ୍‌ ଆଉଟ ନୋଟି ଜାରି କରାଯିବା ସହ ପୁରସ୍କାର ରାଶି ଘୋଷଣା କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ପରେ ଉକ୍ତ ମାମଲାର ଶୁଣାଣି ଆଉ ହୋଇ ନ ଥିଲା। ଘଟଣାର ଦୀର୍ଘ ୨୨ବର୍ଷ ପରେ କମିଶନରେଟ ପୋଲିସ ନିକଟରେ ମହାରାଷ୍ଟ୍ର ପୁଣେ ନିକଟସ୍ଥ ଆମ୍ବିଭ୍ୟାଲିରୁ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହାପରେ ବିବନଙ୍କୁ ମାମଲାର ତଦନ୍ତ କରୁଥିବା ସିବିଆଇକୁ ହସ୍ତାନ୍ତର କରିଥିଲା। ମାମଲାର ସ୍ଥିତି ସମ୍ପର୍କରେ ସୋମବାର ରାଜ୍ୟ ସରକାର ଉଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri