କେବଳ ସହିବା, କହିବା ନାହିଁ

ବିଚିତ୍ର ବିଶ୍ୱାଳ

ବର୍ତ୍ତମାନ ଦରଦାମ୍‌ ବୃଦ୍ଧି ତଥା ମହଙ୍ଗା ଯେତିକି ବାଧୁଛି ତା’ଠାରୁ ଅଧିକ ବାଧୁଛି ମହଙ୍ଗା ସପକ୍ଷରେ ଚାଲୁଥିବା ମୋଦି ଭକ୍ତମାନଙ୍କ ବିତଣ୍ଡା ଯୁକ୍ତି। ଦରଦାମ୍‌ ବୃଦ୍ଧିକୁ ସମ୍ଭାଳିବା ପାଇଁ ଯେତିକି ସାହସ ଓ ଶକ୍ତି ଦରକାର ଦରଦାମ୍‌ ବୃଦ୍ଧି ବିଷୟରେ ଆଲୋଚନା କରିବା ଲାଗି ତା’ଠାରୁ ଅଧିକ ଶକ୍ତି ଆବଶ୍ୟକ ପଡ଼ୁଛି। ଦରଦାମ୍‌ ବୃଦ୍ଧି ଯେତେ ବି ବାଧୁଛି ବାଧୁ କିନ୍ତୁ ଏହା ଦେଶର ବିକାଶ ପାଇଁ ଜରୁରୀ ବୋଲି କହିବାକୁ ହେବ। ନ ହେଲେ ତୁମେ ଦେଶଦ୍ରୋହୀ ଓ ବିଧର୍ମୀ ବୋଲି ପ୍ରମାଣିତ ହେବାକୁ ବେଶି ସମୟ ଲାଗିବ ନାହଁି। ଗୋଟେ ବିରାଟ ଆଇ.ଟି. ସେଲ୍‌ ନିରୋଳା ଏହି କାମରେ ଲାଗିଛି।
ପ୍ରଥମେ ଯଦି ଖାଦ୍ୟ ଦ୍ରବ୍ୟ ଦରଦାମ୍‌ର ପରିସ୍ଥିତିକୁ ଦେଖିବା ତେବେ ଜଣାପଡ଼ିବ, ବଜାରରେ ନିଆଁ ଲାଗିଛି। ସାଧାରଣ ଲୋକମାନେ ବଜାରକୁ ପ୍ରବେଶ କରିପାରିବା ମୁସ୍କିଲ୍‌। ଯେତିକି ଟଙ୍କାରେ ଲିଟରେ ସୋରିଷ ତେଲ ମିଳୁଥିଲା, ସେତିକି ଟଙ୍କାରେ ଏବେ ଅଧ ଲିଟର ମିଳୁଛି। ଡାଲି , ରିଫାଇନ୍‌ ତେଲ ପ୍ରତିଦ୍ୱନ୍ଦ୍ୱିତା କରି ବଢ଼ିଚାଲିଛନ୍ତି। ପନିପରିବା ଦାମ୍‌ ତ ନ କହିବା ଭଲ। ପଚାଶ ଟଙ୍କା ତଳେ କୌଣସି ପନିପରିବା ମିଳୁନାହଁି। ଏତଦ୍‌ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ଯଥା ସିମେଣ୍ଟ, ଲୁହା ରଡ୍‌, ବିଦ୍ୟୁତ୍‌ ଉପକରଣ, ପାଣି ପାଇପ୍‌ ସଂଯୋଗ ଉପକରଣ ଆଦିର ଦାମ୍‌ ଆକାଶ ଛୁଆଁ ହୋଇଛି। ଗତ ବର୍ଷେ ମଧ୍ୟରେ ସବୁ ଜିନିଷର ଦାମ୍‌ ପ୍ରାୟ ଦୁଇ ଗୁଣ ହୋଇଯାଇଛି। ଅନ୍ୟପଟେ ଲୋକମାନଙ୍କର ରୋଜଗାରରେ ପାଞ୍ଚ ପ୍ରତିଶତ ବଢ଼ିନାହଁି, ବରଂ ସିଂହଭାଗ ଲୋକମାନଙ୍କର ରୋଜଗାର କମିଛି। କରୋନା ସଂକ୍ରମଣ ଓ ତଜ୍ଜନିତ ଲକ୍‌ଡାଉନ୍‌ ଯୋଗୁ ଅଧିକାଂଶ ଲୋକଙ୍କ ହାତରେ ରୋଜଗାର ନାହଁି। ଲକ୍‌ଡାଉନ୍‌ର ପ୍ରଭାବରୁ ଏଇ ଏବେ ତ ମୁକ୍ତି ମିଳିଛି। ଠିକ୍‌ ଭାବେ ରୋଜଗାରର ବ୍ୟବସ୍ଥା ହୋଇନାହଁି। କିନ୍ତୁ ଇତି ମଧ୍ୟରେ ବଜାରର ଦରଦାମ୍‌ ଏପରି କି ଖାଦ୍ୟ ଦ୍ରବ୍ୟ ଓ ପେଟ୍ରୋଲିୟମ୍‌ ଜାତ ଦ୍ରବ୍ୟର ଦାମ୍‌ ଆକାଶ ଛୁଇଁଛି। ପରିସ୍ଥିତି ଏପରି ହୋଇଛି ଯେ, ଗରିବ ଲୋକଙ୍କ ପାଇଁ ଭାତ ପିଆଜ କି ରୁଟି ଲୁଣ ଆଜି କଷ୍ଟସାଧ୍ୟ ହୋଇଯାଇଛି। କାରଣ ଆଜିର ମହରଗ ବଜାରରେ ରନ୍ଧନ ଗ୍ୟାସ୍‌ ଅପୂର୍ବ ପାଲଟି ଯାଇଛି। ଗତ ଚାରି ମାସ ମଧ୍ୟରେ ଗ୍ୟାସ୍‌ ଆସି ହଜାରେ ପାଖାପାଖି ହେଲାଣି। ପେଟ୍ରୋଲ୍‌ ଡିଜେଲ୍‌ କଥା ନ କହିବା ଭଲ। କେଜାଣି କେମିତି ମୋଦି ସରକାରଙ୍କ ମନରେ ଦୟା ହେଲା ଯେ, ପେଟ୍ରୋଲ ଉପରୁ ପାଞ୍ଚ ଟଙ୍କା ଓ ଡିଜେଲ୍‌ ଉପରୁ ଦଶ ଟଙ୍କା କମ୍‌ କରିଛନ୍ତି। ତଥାପି ପେଟ୍ରୋଲ ଡିଜେଲ୍‌ ଲିଟର ପିଛା ଶହେ ଟଙ୍କା ଉପରେ ରହିଛି। ଏଭଳି ପରିସ୍ଥିତିରେ ବିଚରା ସାଧାରଣ ଲୋକଟିଏ ବଞ୍ଚିବ କେମିତି! ଯେତେବେଳେ ନିଜ ପିଲାଙ୍କ ପେଟକୁ ଦାନା ଯୋଗାଇ ପାରୁନି କି ଗାଡ଼ି ପାଇଁ ଟୋପାଏ ପେଟ୍ରୋଲ୍‌ କିଣିପାରୁନି, ସେତେବେଳେ ତା’ ମନରେ କ୍ଷୋଭ ଆସିବା ସ୍ବାଭାବିକ। ଯଦି କଷ୍ଟ ସହି ନ ପାରି ପାଟି କରିବେ ବା ଦରଦାମ୍‌ ବାଧୁଛି ବୋଲି କହିବେ, ତେବେ ଭକ୍ତମାନେ ଦୌଡ଼ି ଆସିବେ। ମହଙ୍ଗା ବିଷୟରେ କହିବା ଅର୍ଥ ଆପଣ ଦେଶଦ୍ରୋହୀ।
ପ୍ରଥମ ଥର ପାଇଁ ଆମ ଦେଶରେ ଏପରି ପରିସ୍ଥିତି ଉପୁଜିଛି ଯେ ଆପଣ ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଥିବେ କିନ୍ତୁ କିଛି କହିପାରିବେ ନାହଁି। କଷ୍ଟ ହେଉଥିବ ଅଥଚ କାନ୍ଦିପାରିବେ ନାହଁି। ଆପଣଙ୍କୁ ହସିବାକୁ ପଡ଼ିବ। ଗଣମାଧ୍ୟମ, ଆଇ.ଟି. ସେଲ୍‌ ଆଦି ମାଧ୍ୟମରେ କେନ୍ଦ୍ରରେ ସରକାରରେ ଥିବା ଦଳ ଏମିତି ମସ୍ତିଷ୍କ ଧୁଲେଇ କରିଛନ୍ତି ଯେ, ସରକାର ଯଦି ଧଳାକୁ କଳା କହିବେ ଏମାନେ କଳା କହିବାକୁ ବାଧ୍ୟ। ଏପରି କି ଦରଦାମ୍‌ ବୃଦ୍ଧି ମାଡ଼ ସେମାନଙ୍କୁ ବାଧୁଥିଲେ ମଧ୍ୟ ସେମାନେ କହୁଛନ୍ତି, ଏହା ବିକାଶ ପାଇଁ ଜରୁରୀ। ଏବେ ରାଜନୀତିର ରଙ୍ଗ ବଦଳି ଯାଇଛି। ଆଜି ଆପଣମାନଙ୍କୁ କ’ଣ ଅନୁଭବ ହେଉଛି ତାହା ଭିନ୍ନ କଥା। ଅସଲ କଥା ହେଉଛି ସରକାରଙ୍କୁ ଯାହା ସୁହାଇବ ତାହା କହିବାକୁ ବାଧ୍ୟ। କାରଣ ସାରା ଦେଶରେ ଆଇ.ଟି. ସେଲ୍‌ ଓ ହ୍ବାଟ୍‌ସଆପ୍‌ ୟୁନିଭର୍ସିଟି ଆଦି ମାଧ୍ୟମରେ ଗୋଟିଏ ଅଭିଯାନ ଚାଲୁଛି, ଯାହାର ଉଦ୍ଦେଶ୍ୟ ହେଲା ସମସ୍ତ ପ୍ରକାର ସରକାର ବିରୋଧୀ ତଥା ଜନବାଦୀ ସ୍ବରକୁ ତିନି ତୁଣ୍ଡରେ ଛେଳି କୁକୁର ପରି ଦବେଇ ଦେବା। ଏବେ ଜଣେ ଉତ୍ସାହୀ ଭକ୍ତ ଫେସ୍‌ବୁକ୍‌ରେ ଲେଖିଥିଲେ ଯେ, ଲୋକମାନେ ଧନତେରସ୍‌ରେ ହଜାର ହଜାର କୋଟି ଟଙ୍କାର ସୁନା କିଣିଲେ, ପୁଣି ପେଟ୍ରୋଲ୍‌ ଡିଜେଲ୍‌ ଦର ଶହେ କୋଡ଼ିଏ ହେଲେ ବାଧୁଛି କାହଁିକି? କି ଅଜବ ଯୁକ୍ତି! ତାଙ୍କୁ କେମିତି ବୁଝାଯିବ ଯେ, ହଜାର ହଜାର କୋଟି ଟଙ୍କାର ସୁନା କିଣିଥିବା ଲୋକମାନଙ୍କର ସଂଖ୍ୟା ଆମ ଦେଶରେ ଅତି ବେଶିରେ ପାଞ୍ଚ ପ୍ରତିଶତ। ସେମାନଙ୍କୁ ତୈଳ ଦର ବାଧୁ ନ ଥାଇପାରେ କିନ୍ତୁ ୯୫ ପ୍ରତିଶତ ଲୋକଙ୍କୁ ଏହା ବାଧୁଛି।
ଗୋଟିଏ ଗଣତାନ୍ତ୍ରିକ ଦେଶରେ ଏ ବିଷୟରେ ଆଲୋଚନା କରିବାର ଅଧିକାର ସମସ୍ତଙ୍କର ଅଛି। ଲୋକମାନେ ତାଙ୍କ ପୋଷ୍ଟର ଏପରି ଉତ୍ତର ଦେବାରୁ ଉକ୍ତ ମହାଶୟା ଲେଖିଲେ ଯେ, ଶହେ କୋଟି ଲୋକ ଟିକା ନେଲେ, ସରକାର କ’ଣ ତାଙ୍କ ଘରୁ ଟଙ୍କା ଆଣି ଦେଇଥାନ୍ତେ। ମୁଣ୍ଡ ତ ପୂର୍ବରୁ ଧୁଆ ହୋଇଯାଇଛି, ତେଣୁ ସେ ଠିକ୍‌ କଥା କହିପାରନ୍ତେ ବା କେମିତି! କେବଳ ଟିକା ନୁହେଁ, ସରକାର ତ ସମସ୍ତ ପ୍ରକାର ଜନକଲ୍ୟାଣକାରୀ କାମ ପାଇଁ ଆମଠାରୁ ସକାଳୁ ସଞ୍ଜ ଯାଏ ପ୍ରତ୍ୟେକ କାମରେ କର ନେଉଛନ୍ତି। କୋଭିଡ୍‌୍‌ କାଳର ଏହି ଦୁଇ ବର୍ଷ ମଧ୍ୟରେ ନୂଆ ଡାକ୍ତରଖାନା ସ୍ଥାପନା ହୋଇନାହଁି। ସରକାର ସାଂସଦମାନଙ୍କ ହାତ ପାଣ୍ଠି ବନ୍ଦ କରିଦେଇଛନ୍ତି। ତଥାପି ଅଣ୍ଟିଲାନି ଯେ, ସରକାର ରାଷ୍ଟ୍ରାୟତ୍ତ ସେବା ଓ ସ୍ବାସ୍ଥ୍ୟ ଯଥା ରେଳ, ବିମାନ ଚଳାଚଳ, ଖଣି, ବିଜୁଳି, ବନ୍ଦର ଆଦି କ୍ଷେତ୍ରରେ ଥିବା ସରକାରୀ ଉଦ୍ୟୋଗ ଓ ସେବାକୁ ଘରୋଇ କମ୍ପାନୀକୁ ବିକ୍ରି କରିଛନ୍ତି। ପୁଣି ଟଙ୍କା ପାଇଁ ସରକାର ପେଟ୍ରୋଲ୍‌ ଡିଜେଲ୍‌ ନାଁରେ କର ଆଦାୟ କରୁଛନ୍ତି। ଏଠି ଆଉ ଗୋଟିଏ କଥା ମଧ୍ୟ ବିଚାର କରାଯାଇପାରେ ଯେ, ଯଦି ଦରଦାମ୍‌ ବୃଦ୍ଧି କରି ଲୋକମାନଙ୍କୁ ଶୋଷଣ କରି ସେଇ ଟଙ୍କାରେ ଲୋକମାନଙ୍କୁ ଟିକା ଦିଆଯାଇଛି, ତା’ହେଲେ ଟିକାକରଣ କେବଳ ମୋଦି କରେଇଛନ୍ତି ବୋଲି ପ୍ରଚାର କରାଯାଉଛି କାହଁିକି? ଯଦି ସରକାରଙ୍କର ଟଙ୍କା ଦରକାର, ତେବେ ବଡ଼ ବଡ଼ କର୍ପୋରେଟଙ୍କ ଉପରୁ କର ଛାଡ଼ ନ କରି ତାଙ୍କଠାରୁ କର ଆଦାୟ କରୁନାହାନ୍ତି କାହଁିକି?
ଉପା ସରକାର ସମୟରେ ସାମାନ୍ୟ ଦରଦାମ୍‌ ବୃଦ୍ଧି ହେଲେ ସ୍ମୃତି ଇରାନୀଙ୍କଠୁ ଆରମ୍ଭ କରି ଅରୁଣ ଜେଟଲୀଙ୍କ ପର୍ଯ୍ୟନ୍ତ ଭାଜପା ନେତାମାନେ ରାଜରାସ୍ତାକୁ ଓହ୍ଲେଇ ଆସୁଥିବା ବେଳେ ଏବେ ଦରଦାମ୍‌ ବୃଦ୍ଧିଟା ଅବଶ୍ୟମ୍ଭାବୀ ହୋଇଗଲା କିପରି। ଠିକ୍‌ ଅଛି, ମନେକରାଯାଉ ଯେ, ବିକାଶ ପାଇଁ ଦରଦାମ୍‌ ବୃଦ୍ଧି ଆବଶ୍ୟକ। ହେଲେ ଏହି ଦରଦାମ୍‌ ବୃଦ୍ଧିରେ ସାଧାରଣ ଗରିବ ଲୋକଟିଏ, କୋଭିଡ୍‌୍‌ଜନିତ ଲକ୍‌ଡାଉନ୍‌ ମାଡ଼ରେ ଯାହାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି, ସେ ବଞ୍ଚିବ କିପରି? ସେହି ସାଧାରଣ ଲୋକମାନେ କ’ଣ ସରକାରଙ୍କ ତାଲିକାରେ ନାଗରିକ ନୁହନ୍ତି। ଭାରତ ଇତିହାସରେ ସଂପ୍ରତି ମହଙ୍ଗା ଶୀର୍ଷରେ ପହଞ୍ଚିଛି। ଠିକ୍‌ ସେହି ହିସାବରେ ମହଙ୍ଗା ସପକ୍ଷରେ ଗୋଟିଏ ସେନାକୁ ଠିଆ କରାଯାଉଛି। ଯେଉଁମାନେ ଅତି ନିର୍ଦ୍ଦୟ ଭାବେ ସାଧାରଣ ଲୋକମାନଙ୍କ ପରିସ୍ଥିତିକୁ ତାଚ୍ଛଲ୍ୟ କରୁଛନ୍ତି। ତାଙ୍କ ପାଟି ଫିଟିବାକୁ ଦେଉନାହାନ୍ତି। ସେମାନଙ୍କୁ କିଏ ବୁଝେଇବ ଯେ, ମହଙ୍ଗା ବିଷୟରେ ଆଲୋଚନା ଅର୍ଥ ମାଦିଙ୍କ ବିରୋଧ ନୁହେଁ। ଏହା ଏକ ଭୟଙ୍କର ପରିସ୍ଥିତିର ସ୍ବାଭାବିକ ପ୍ରତିଫଳନ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର,
ମୋ-୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri