ଆରମ୍ଭ ମାତ୍ର

ଭାରତ-ଚାଇନା ମଧ୍ୟରେ ଲଦାଖର ଗଲଓ୍ବାନ ଉପତ୍ୟକାକୁ ନେଇ ସୀମା ବିବାଦ ଚାଲିଥିବା ବେଳେ ଭାରତ ସରକାର ଟିକ୍‌ଟକ୍‌ ସମେତ ଚାଇନାର ୫୯ଟି ଆପ୍‌କୁ ନିଷିଦ୍ଧ କରିଛନ୍ତିି। ମନ୍ଦ ଉଦ୍ଦେଶ୍ୟ ରଖି ଚାଇନା ବହୁ ଆପ୍‌କୁ ଏଠାରେ ପ୍ରବେଶ କରାଇ ଭାରତର ସାର୍ବଭୌମତ୍ୱ ଓ ଜାତୀୟ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଅଭିଯୋଗ କରି କେନ୍ଦ୍ର ସରକାର ଏହି ନିଷେଧାଦେଶ ଜାରି କରିଛନ୍ତି। ବିଗ୍‌ ବାସ୍କେଟ, ବାଇଜୁ, ଓଲା, ଓୟୋ, ପଲିସି ବଜାର, କ୍ୱିକର, ସ୍ନାପ୍‌ଡିଲ୍‌, ସ୍ବିଗି, ଜମାଟୋ, ଉଡାନ ଏବଂ ଏହିଭଳି ଅନେକ ଆପ୍‌ ମାଧ୍ୟମରେ ବିରାଟ ବ୍ୟବସାୟ ଭାରତରେ କରୁଛନ୍ତି। ଏହିସବୁ କେବଳ ଯେ ଚାଇନାରେ ଡିଜାଇନ୍‌ ତାହା ନୁହେଁ, ଏହି କମ୍ପାନୀଗୁଡ଼ିକରେ ଚାଇନା ବ୍ୟବସାୟିକ ସଂସ୍ଥାର ବିପୁଳ ଅର୍ଥ ବିନିଯୋଗ ହୋଇଛି। ଏହାର ଅର୍ଥ ହେଲା ସେହି କମ୍ପାନୀର ପରିଚାଳନାରେ ବିନିଯୋଗକାରୀଙ୍କର ବିଭିନ୍ନ ସ୍ତରରେ ପ୍ରଭାବ ରହିଛି। ଚାଇନାରେ ବିକଶିତ ହୋଇଥିବା ପ୍ରତ୍ୟେକ ଆପ୍‌ର ଏକ ସର୍ବନିମ୍ନ ସର୍ତ୍ତ ହେଉଛି ତାହାର ପ୍ରତି ବ୍ୟବହାରକାରୀଙ୍କ ସବୁ ତଥ୍ୟ ଚାଇନା ସରକାର ପାଖରେ ରଖାଯାଇଥାଏ। ସେଥିପାଇଁ ଚାଇନା ଆପ୍‌ ବ୍ୟବହାର କରୁଥିବା ଭାରତୀୟଙ୍କ କୌଣସି ଗୋପନୀୟତା ରହୁନାହିଁ। ଏହାବ୍ୟତୀତ ଏହିସବୁ କମ୍ପାନୀ ଭାରତରେ ନିଜର କାର୍ଯ୍ୟାଳୟ ଖୋଲିଥିବାରୁ ଅନେକ ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଏବେ ସେହି ଆପ୍‌କୁ ନିଷିଦ୍ଧ କରିବା ସହଜ ହୋଇପାରେ। ତେବେ ଏଥିରେ ନିଯୁକ୍ତି ପାଇଥିବା ଭାରତୀୟଙ୍କୁ ଚାକିରିରୁ ବିଦା ହେବାକୁ ପଡ଼ିବ। ଫଳରେ ଦେଶର ଅର୍ଥନୀତି ଉପରେ ବେକାରି ବୋଝ ବଢ଼ିବ।
ଦେଖିବାକୁ ଗଲେ ଭାରତର ଏଭଳି ତତ୍‌କ୍ଷଣାତ୍‌ ପଦକ୍ଷେପ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଲଦାଖ ମଧ୍ୟକୁ ପ୍ରବେଶ କରିଥିବାର ପ୍ରତିଫଳନ ବୋଲି କୁହାଯାଉଛି। ଭାରତ ସରକାର ଗଲଓ୍ବାନ ସ୍ଥିତିକୁ ଠିକ୍‌ ଭାବେ ପରିଚାଳନା କରି ନ ପାରିବାରୁ ଚାରିଆଡ଼ୁ ସମାଲୋଚିତ ହୋଇଛନ୍ତି। ୨୦ ଯବାନଙ୍କ ମୃତ୍ୟୁ ଓ ଦେଶବାସୀଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ସକାଶେ ସମ୍ଭବତଃ ଏଭଳି ଡିଜିଟାଲ ଆକ୍ରମଣ ଭାରତ ପକ୍ଷରୁ କରାଗଲା ବୋଲି କେତେକ ମହଲରୁ ମତ ପ୍ରକାଶ ପାଉଛି। ଇତିମଧ୍ୟରେ ଦଳେ ସ୍ବଦେଶୀ ନିଦ୍ରା ଭଙ୍ଗ କରି ହଠାତ୍‌ ଚାଇନା ସାମଗ୍ରୀ ବର୍ଜନ କରିବାକୁ ଦାବି ଆରମ୍ଭ କଲେ। ଏହି ଦାବିକୁ ଗତ ୫/୬ ବର୍ଷ ମଧ୍ୟରେ ଆରମ୍ଭ କରାଯାଇଥିଲେ ତାହାର ସୁଫଳ ଏବେ ଅତି ସହଜରେ ମିଳିପାରି ଥାଆନ୍ତା। ଏବେ କଲେ କେବେ ମିଳିବ କେହି ଜାଣି ନାହାନ୍ତି। ଏହି ନିଷେଧାଦେଶର ମୂଳ ଲକ୍ଷ୍ୟ ହେଲା ଅସନ୍ତୁଷ୍ଟ ଜନତାଙ୍କୁ ସନ୍ତୁଷ୍ଟ କରିବା। ଯେଉଁମାନେ ଚାଇନା ସାମଗ୍ରୀ ବନ୍ଦ କରିବାକୁ କହୁଛନ୍ତି ସେମାନେ ହୁଏତ ନିଜେ ଚାଇନା ନିର୍ମିତ ମୋବାଇଲ୍‌ ଧରି, ଚାଇନା ନିର୍ମିତ କମ୍ପ୍ୟୁଟରର ମନିଟର ସମ୍ମୁଖରେ ବସି, ଚାଇନା ନିର୍ମିତ କି-ବୋର୍ଡରେ ନିଜର ବିରକ୍ତିଭାବ ଲେଖି ଅନେକଙ୍କୁ ଜଣାଉଛନ୍ତି। ସେମାନେ ହୁଏତ ଭୁଲିଯାଉଛନ୍ତି ଯେ, ସେମାନଙ୍କ କମ୍ପ୍ୟୁଟର ବା ଫୋନ୍‌ର ଇଣ୍ଟରନେଟ୍‌ ସହ ସଂଯୋଗ ନିମନ୍ତେ ବ୍ୟବହୃତ ହେଉଥିବା ବ୍ରଡ୍‌ବ୍ୟାଣ୍ଡ୍‌ ସାମଗ୍ରୀ ସହୁ ପ୍ରାୟ ଚାଇନା ନିର୍ମିତ। ଭାରତର ଉଭୟ ଘରୋଇ ଓ ସରକାରୀ ଟେଲିକମ୍‌ କମ୍ପାନୀର ମୁଖ୍ୟ ସୁଇଚିଂ ଫାସିଲିଟି ବା ସୁବିଧା ୯୦ ପ୍ରତିଶତ ଚାଇନା ନିର୍ମିତ। ଏପରିକି ଆମର ଗ୍ରାମାଞ୍ଚଳରେ ଚାଇନା ନିର୍ମିତ ପ୍ଲାଷ୍ଟିକ୍‌ ଚାଉଳ ବିକ୍ରି ହୋଇଯାଉଛି। ଭାରତରେ ବ୍ୟବହୃତ ଇଲେକ୍‌ଟ୍ରିକ୍‌ ବଲ୍‌ବ, ଟର୍ଚ୍ଚ ଲାଇଟ୍‌ ଓ ବ୍ୟାଟେରି, ଚାରିଚକିଆ ଓ ଦୁଇଚକିଆ ଯାନର ଯନ୍ତ୍ରାଂଶଠାରୁ ଆରମ୍ଭ କରି ବିଦ୍ୟୁତ୍‌ଶକ୍ତି ଉତ୍ପାଦନକାରୀ ପ୍ରକଳ୍ପରେ ଚାଇନା ସାମଗ୍ରୀ ବିନା କାମ ଚଳିବ ନାହିଁ। ଏସବୁକୁ ସମ୍ପୂର୍ଣ୍ଣ ବନ୍ଦ କଲେ ଦେଶରେ ଜନସାଧାରଣ ବାଧ୍ୟ ହୋଇ ବିକଳ୍ପ ସାମଗ୍ରୀ ବ୍ୟବହାର କରନ୍ତେ।
ଏବେ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ସହଯୋଗ ଓ ସମର୍ଥନ ଦେବା ଦରକାର। ଚାଇନା ବିରୋଧୀ ଅଭିଯାନକୁ ଆରମ୍ଭ କରିବାର ଏକ ବିରାଟ ପ୍ରୟୋଜନ ଥିଲା। କେନ୍ଦ୍ର ସରକାର ପଦକ୍ଷେପ ନେଇ ଶିଥିଳ ପାଣିକୁ ଏକ ଛୋଟିଆ ଟେକା ମାତ୍ର ପକାଇଛନ୍ତି। ଏଇ ସମୟରେ ଭାରତରେ ଥିବା ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କମ୍ପାନୀ ଯଥା- ଇନ୍‌ଫୋସିସ୍‌, ଟିସିଏସ୍‌, ଓ୍ବିପ୍ରୋ ଏବଂ ଏଗୁଡ଼ିକ ସହିତ ଭାରତରେ ଥିବା ଆଇଟି ଗୁରୁମାନେ ନିଜ ଦକ୍ଷତା ପ୍ରମାଣ କରିବାର ଭଲ ସୁଯୋଗ ଆସିଗଲା। ଏହା ସତ୍ୟ ଯେ, ସେହି କମ୍ପାନୀଗୁଡ଼ିକ ଅନେକ ଲକ୍ଷ ଚାକିରି ଯୋଗାଇଥାନ୍ତି। ତେବେ ଚାକିରି ଯୋଗାଇବା ବ୍ୟତୀତ ସେମାନଙ୍କର ନିଜସ୍ବ କୌଣସି ଆପ୍‌ ବା କୌଶଳ ଉଦ୍ଭାବନ କରିବାର ଏପର୍ଯ୍ୟନ୍ତ ଭାରତବାସୀ ଜାଣି ନାହାନ୍ତି। ଆଜି ଟିକ୍‌ଟକ୍‌, ହେଲୋ, ୟୁସି ବ୍ରାଉଜର ଓ ଅନ୍ୟ ମଉଜ ମଜ୍‌ଲିସ୍‌ ଭଳି ଆପ୍‌ ଭାରତୀୟମାନେ ହୁଏତ କରିପାରନ୍ତେ। କିନ୍ତୁ ଆଜିପର୍ଯ୍ୟନ୍ତ ସେମାନେ କେବଳ ଜବ୍‌ ଠିକାଦାର ଭାବେ କାର୍ଯ୍ୟ କରିଆସୁଥିବା ହେତୁ ନିଜସ୍ବ ଜ୍ଞାନକୌଶଳକୁ କେବେହେଲେ ବିକଶିତ କରୁନାହାନ୍ତି। ତେବେ ଏକ ପ୍ରତିଜ୍ଞା ନେଇ ଭାରତୀୟ ଆଇଟି ବୃତ୍ତିଧାରୀମାନେ ଆଗେଇ ଆସିଲେ ନୂଆ କିଛି ସୃଷ୍ଟି କରାଯାଇପାରନ୍ତା। ଉଦାହରଣ ସ୍ବରୂପ ଟିକ୍‌ଟକ୍‌ ପରିବର୍ତ୍ତେ ଭାରତୀୟ ଆପ୍‌ ‘ଚିଙ୍ଗାରି’କୁ ବ୍ୟବହାର କରିବା ନିଶ୍ଚିତଭାବେ କଷ୍ଟକର ବୋଲି କୁହାଯାଉଛି। ସେହିଭଳି ଆପ୍‌ର ପ୍ରଯୁକ୍ତିବିଦ୍ୟା ପରିସରକୁ ବ୍ୟାପକ କରାଯାଇ ପାରିଲେ ହୁଏତ ତାହା ଆଦୃତିଲାଭ କରିପାରନ୍ତା। ପୂର୍ବରୁ ‘ମିତ୍ରୋଁ’ ନାମକ ଏକ ଆପ୍‌କୁ ଅନେକ ଭାରତୀୟ ଡାଉନ୍‌ଲୋଡ୍‌ କରିସାରିବା ପରେ କେତେଜଣ ଜାଣିବାକୁ ପାଇଲେ ଯେ ତାହା ଏକ ପାକିସ୍ତାନୀ କମ୍ପାନୀ ଦ୍ୱାରା ପରିଚାଳିତ। ସାଧାରଣ ଭାରତୀୟ ସେହି ତଥ୍ୟ ସମ୍ପର୍କରେ ଅଜ୍ଞ ଥିବା ହେତୁ ସେହି ‘ମିତ୍ରୋଁ’ର ଡାଉନ୍‌ଲୋଡ୍‌ ଏକ କୋଟିରୁ ଊର୍ଦ୍ଧ୍ୱକୁ ଗଲାଣି। ଯେହେତୁ ‘ମିତ୍ରୋଁ’ ଶବ୍ଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଯୋଡ଼ାଯାଉଛି, ସେହେତୁ ଏ ଆପ୍‌ର ବେଳକାଳ ପୂରି ନାହିଁ।
ମୋଟାମୋଟି ଦେଖିବାକୁ ଗଲେ ଏହିସବୁ ଆପ୍‌, ଯେଉଁଗୁଡ଼ିକୁ ବାରଣ କରାଯାଇଛି ସେହି କସରତର କୌଣସି ଫଳାଫଳ ମିଳିଲା ପରି କାହିଁ କେମିତି ମନେ ହେଉନାହିଁ। କିନ୍ତୁ ଏହା ଆରମ୍ଭ ମାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri