ଆରମ୍ଭ ମାତ୍ର

ଭାରତ-ଚାଇନା ମଧ୍ୟରେ ଲଦାଖର ଗଲଓ୍ବାନ ଉପତ୍ୟକାକୁ ନେଇ ସୀମା ବିବାଦ ଚାଲିଥିବା ବେଳେ ଭାରତ ସରକାର ଟିକ୍‌ଟକ୍‌ ସମେତ ଚାଇନାର ୫୯ଟି ଆପ୍‌କୁ ନିଷିଦ୍ଧ କରିଛନ୍ତିି। ମନ୍ଦ ଉଦ୍ଦେଶ୍ୟ ରଖି ଚାଇନା ବହୁ ଆପ୍‌କୁ ଏଠାରେ ପ୍ରବେଶ କରାଇ ଭାରତର ସାର୍ବଭୌମତ୍ୱ ଓ ଜାତୀୟ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଅଭିଯୋଗ କରି କେନ୍ଦ୍ର ସରକାର ଏହି ନିଷେଧାଦେଶ ଜାରି କରିଛନ୍ତି। ବିଗ୍‌ ବାସ୍କେଟ, ବାଇଜୁ, ଓଲା, ଓୟୋ, ପଲିସି ବଜାର, କ୍ୱିକର, ସ୍ନାପ୍‌ଡିଲ୍‌, ସ୍ବିଗି, ଜମାଟୋ, ଉଡାନ ଏବଂ ଏହିଭଳି ଅନେକ ଆପ୍‌ ମାଧ୍ୟମରେ ବିରାଟ ବ୍ୟବସାୟ ଭାରତରେ କରୁଛନ୍ତି। ଏହିସବୁ କେବଳ ଯେ ଚାଇନାରେ ଡିଜାଇନ୍‌ ତାହା ନୁହେଁ, ଏହି କମ୍ପାନୀଗୁଡ଼ିକରେ ଚାଇନା ବ୍ୟବସାୟିକ ସଂସ୍ଥାର ବିପୁଳ ଅର୍ଥ ବିନିଯୋଗ ହୋଇଛି। ଏହାର ଅର୍ଥ ହେଲା ସେହି କମ୍ପାନୀର ପରିଚାଳନାରେ ବିନିଯୋଗକାରୀଙ୍କର ବିଭିନ୍ନ ସ୍ତରରେ ପ୍ରଭାବ ରହିଛି। ଚାଇନାରେ ବିକଶିତ ହୋଇଥିବା ପ୍ରତ୍ୟେକ ଆପ୍‌ର ଏକ ସର୍ବନିମ୍ନ ସର୍ତ୍ତ ହେଉଛି ତାହାର ପ୍ରତି ବ୍ୟବହାରକାରୀଙ୍କ ସବୁ ତଥ୍ୟ ଚାଇନା ସରକାର ପାଖରେ ରଖାଯାଇଥାଏ। ସେଥିପାଇଁ ଚାଇନା ଆପ୍‌ ବ୍ୟବହାର କରୁଥିବା ଭାରତୀୟଙ୍କ କୌଣସି ଗୋପନୀୟତା ରହୁନାହିଁ। ଏହାବ୍ୟତୀତ ଏହିସବୁ କମ୍ପାନୀ ଭାରତରେ ନିଜର କାର୍ଯ୍ୟାଳୟ ଖୋଲିଥିବାରୁ ଅନେକ ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଏବେ ସେହି ଆପ୍‌କୁ ନିଷିଦ୍ଧ କରିବା ସହଜ ହୋଇପାରେ। ତେବେ ଏଥିରେ ନିଯୁକ୍ତି ପାଇଥିବା ଭାରତୀୟଙ୍କୁ ଚାକିରିରୁ ବିଦା ହେବାକୁ ପଡ଼ିବ। ଫଳରେ ଦେଶର ଅର୍ଥନୀତି ଉପରେ ବେକାରି ବୋଝ ବଢ଼ିବ।
ଦେଖିବାକୁ ଗଲେ ଭାରତର ଏଭଳି ତତ୍‌କ୍ଷଣାତ୍‌ ପଦକ୍ଷେପ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଲଦାଖ ମଧ୍ୟକୁ ପ୍ରବେଶ କରିଥିବାର ପ୍ରତିଫଳନ ବୋଲି କୁହାଯାଉଛି। ଭାରତ ସରକାର ଗଲଓ୍ବାନ ସ୍ଥିତିକୁ ଠିକ୍‌ ଭାବେ ପରିଚାଳନା କରି ନ ପାରିବାରୁ ଚାରିଆଡ଼ୁ ସମାଲୋଚିତ ହୋଇଛନ୍ତି। ୨୦ ଯବାନଙ୍କ ମୃତ୍ୟୁ ଓ ଦେଶବାସୀଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ସକାଶେ ସମ୍ଭବତଃ ଏଭଳି ଡିଜିଟାଲ ଆକ୍ରମଣ ଭାରତ ପକ୍ଷରୁ କରାଗଲା ବୋଲି କେତେକ ମହଲରୁ ମତ ପ୍ରକାଶ ପାଉଛି। ଇତିମଧ୍ୟରେ ଦଳେ ସ୍ବଦେଶୀ ନିଦ୍ରା ଭଙ୍ଗ କରି ହଠାତ୍‌ ଚାଇନା ସାମଗ୍ରୀ ବର୍ଜନ କରିବାକୁ ଦାବି ଆରମ୍ଭ କଲେ। ଏହି ଦାବିକୁ ଗତ ୫/୬ ବର୍ଷ ମଧ୍ୟରେ ଆରମ୍ଭ କରାଯାଇଥିଲେ ତାହାର ସୁଫଳ ଏବେ ଅତି ସହଜରେ ମିଳିପାରି ଥାଆନ୍ତା। ଏବେ କଲେ କେବେ ମିଳିବ କେହି ଜାଣି ନାହାନ୍ତି। ଏହି ନିଷେଧାଦେଶର ମୂଳ ଲକ୍ଷ୍ୟ ହେଲା ଅସନ୍ତୁଷ୍ଟ ଜନତାଙ୍କୁ ସନ୍ତୁଷ୍ଟ କରିବା। ଯେଉଁମାନେ ଚାଇନା ସାମଗ୍ରୀ ବନ୍ଦ କରିବାକୁ କହୁଛନ୍ତି ସେମାନେ ହୁଏତ ନିଜେ ଚାଇନା ନିର୍ମିତ ମୋବାଇଲ୍‌ ଧରି, ଚାଇନା ନିର୍ମିତ କମ୍ପ୍ୟୁଟରର ମନିଟର ସମ୍ମୁଖରେ ବସି, ଚାଇନା ନିର୍ମିତ କି-ବୋର୍ଡରେ ନିଜର ବିରକ୍ତିଭାବ ଲେଖି ଅନେକଙ୍କୁ ଜଣାଉଛନ୍ତି। ସେମାନେ ହୁଏତ ଭୁଲିଯାଉଛନ୍ତି ଯେ, ସେମାନଙ୍କ କମ୍ପ୍ୟୁଟର ବା ଫୋନ୍‌ର ଇଣ୍ଟରନେଟ୍‌ ସହ ସଂଯୋଗ ନିମନ୍ତେ ବ୍ୟବହୃତ ହେଉଥିବା ବ୍ରଡ୍‌ବ୍ୟାଣ୍ଡ୍‌ ସାମଗ୍ରୀ ସହୁ ପ୍ରାୟ ଚାଇନା ନିର୍ମିତ। ଭାରତର ଉଭୟ ଘରୋଇ ଓ ସରକାରୀ ଟେଲିକମ୍‌ କମ୍ପାନୀର ମୁଖ୍ୟ ସୁଇଚିଂ ଫାସିଲିଟି ବା ସୁବିଧା ୯୦ ପ୍ରତିଶତ ଚାଇନା ନିର୍ମିତ। ଏପରିକି ଆମର ଗ୍ରାମାଞ୍ଚଳରେ ଚାଇନା ନିର୍ମିତ ପ୍ଲାଷ୍ଟିକ୍‌ ଚାଉଳ ବିକ୍ରି ହୋଇଯାଉଛି। ଭାରତରେ ବ୍ୟବହୃତ ଇଲେକ୍‌ଟ୍ରିକ୍‌ ବଲ୍‌ବ, ଟର୍ଚ୍ଚ ଲାଇଟ୍‌ ଓ ବ୍ୟାଟେରି, ଚାରିଚକିଆ ଓ ଦୁଇଚକିଆ ଯାନର ଯନ୍ତ୍ରାଂଶଠାରୁ ଆରମ୍ଭ କରି ବିଦ୍ୟୁତ୍‌ଶକ୍ତି ଉତ୍ପାଦନକାରୀ ପ୍ରକଳ୍ପରେ ଚାଇନା ସାମଗ୍ରୀ ବିନା କାମ ଚଳିବ ନାହିଁ। ଏସବୁକୁ ସମ୍ପୂର୍ଣ୍ଣ ବନ୍ଦ କଲେ ଦେଶରେ ଜନସାଧାରଣ ବାଧ୍ୟ ହୋଇ ବିକଳ୍ପ ସାମଗ୍ରୀ ବ୍ୟବହାର କରନ୍ତେ।
ଏବେ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ସହଯୋଗ ଓ ସମର୍ଥନ ଦେବା ଦରକାର। ଚାଇନା ବିରୋଧୀ ଅଭିଯାନକୁ ଆରମ୍ଭ କରିବାର ଏକ ବିରାଟ ପ୍ରୟୋଜନ ଥିଲା। କେନ୍ଦ୍ର ସରକାର ପଦକ୍ଷେପ ନେଇ ଶିଥିଳ ପାଣିକୁ ଏକ ଛୋଟିଆ ଟେକା ମାତ୍ର ପକାଇଛନ୍ତି। ଏଇ ସମୟରେ ଭାରତରେ ଥିବା ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କମ୍ପାନୀ ଯଥା- ଇନ୍‌ଫୋସିସ୍‌, ଟିସିଏସ୍‌, ଓ୍ବିପ୍ରୋ ଏବଂ ଏଗୁଡ଼ିକ ସହିତ ଭାରତରେ ଥିବା ଆଇଟି ଗୁରୁମାନେ ନିଜ ଦକ୍ଷତା ପ୍ରମାଣ କରିବାର ଭଲ ସୁଯୋଗ ଆସିଗଲା। ଏହା ସତ୍ୟ ଯେ, ସେହି କମ୍ପାନୀଗୁଡ଼ିକ ଅନେକ ଲକ୍ଷ ଚାକିରି ଯୋଗାଇଥାନ୍ତି। ତେବେ ଚାକିରି ଯୋଗାଇବା ବ୍ୟତୀତ ସେମାନଙ୍କର ନିଜସ୍ବ କୌଣସି ଆପ୍‌ ବା କୌଶଳ ଉଦ୍ଭାବନ କରିବାର ଏପର୍ଯ୍ୟନ୍ତ ଭାରତବାସୀ ଜାଣି ନାହାନ୍ତି। ଆଜି ଟିକ୍‌ଟକ୍‌, ହେଲୋ, ୟୁସି ବ୍ରାଉଜର ଓ ଅନ୍ୟ ମଉଜ ମଜ୍‌ଲିସ୍‌ ଭଳି ଆପ୍‌ ଭାରତୀୟମାନେ ହୁଏତ କରିପାରନ୍ତେ। କିନ୍ତୁ ଆଜିପର୍ଯ୍ୟନ୍ତ ସେମାନେ କେବଳ ଜବ୍‌ ଠିକାଦାର ଭାବେ କାର୍ଯ୍ୟ କରିଆସୁଥିବା ହେତୁ ନିଜସ୍ବ ଜ୍ଞାନକୌଶଳକୁ କେବେହେଲେ ବିକଶିତ କରୁନାହାନ୍ତି। ତେବେ ଏକ ପ୍ରତିଜ୍ଞା ନେଇ ଭାରତୀୟ ଆଇଟି ବୃତ୍ତିଧାରୀମାନେ ଆଗେଇ ଆସିଲେ ନୂଆ କିଛି ସୃଷ୍ଟି କରାଯାଇପାରନ୍ତା। ଉଦାହରଣ ସ୍ବରୂପ ଟିକ୍‌ଟକ୍‌ ପରିବର୍ତ୍ତେ ଭାରତୀୟ ଆପ୍‌ ‘ଚିଙ୍ଗାରି’କୁ ବ୍ୟବହାର କରିବା ନିଶ୍ଚିତଭାବେ କଷ୍ଟକର ବୋଲି କୁହାଯାଉଛି। ସେହିଭଳି ଆପ୍‌ର ପ୍ରଯୁକ୍ତିବିଦ୍ୟା ପରିସରକୁ ବ୍ୟାପକ କରାଯାଇ ପାରିଲେ ହୁଏତ ତାହା ଆଦୃତିଲାଭ କରିପାରନ୍ତା। ପୂର୍ବରୁ ‘ମିତ୍ରୋଁ’ ନାମକ ଏକ ଆପ୍‌କୁ ଅନେକ ଭାରତୀୟ ଡାଉନ୍‌ଲୋଡ୍‌ କରିସାରିବା ପରେ କେତେଜଣ ଜାଣିବାକୁ ପାଇଲେ ଯେ ତାହା ଏକ ପାକିସ୍ତାନୀ କମ୍ପାନୀ ଦ୍ୱାରା ପରିଚାଳିତ। ସାଧାରଣ ଭାରତୀୟ ସେହି ତଥ୍ୟ ସମ୍ପର୍କରେ ଅଜ୍ଞ ଥିବା ହେତୁ ସେହି ‘ମିତ୍ରୋଁ’ର ଡାଉନ୍‌ଲୋଡ୍‌ ଏକ କୋଟିରୁ ଊର୍ଦ୍ଧ୍ୱକୁ ଗଲାଣି। ଯେହେତୁ ‘ମିତ୍ରୋଁ’ ଶବ୍ଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଯୋଡ଼ାଯାଉଛି, ସେହେତୁ ଏ ଆପ୍‌ର ବେଳକାଳ ପୂରି ନାହିଁ।
ମୋଟାମୋଟି ଦେଖିବାକୁ ଗଲେ ଏହିସବୁ ଆପ୍‌, ଯେଉଁଗୁଡ଼ିକୁ ବାରଣ କରାଯାଇଛି ସେହି କସରତର କୌଣସି ଫଳାଫଳ ମିଳିଲା ପରି କାହିଁ କେମିତି ମନେ ହେଉନାହିଁ। କିନ୍ତୁ ଏହା ଆରମ୍ଭ ମାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?