ଜିଏସ୍‌ଟିକୁ ପୂରିଲା ୩ ବର୍ଷ; ପୂରଣ ହୋଇନି ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧।୭ : ଦେଶ ମଧ୍ୟରେ ୨୦୧୭ ଜୁଲାଇ ପହିଲାରୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କାର୍ଯ୍ୟକାରୀ କରାଯିବା ଫଳରେ ଏହା ମଧ୍ୟରେ ଅନେକ ପରୋକ୍ଷ ଟିକସ ବିଲୀନ ହୋଇଛି। ଦେଶର ଟିକସ ଇତିହାସରେ ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଏ। ସାରା ଦେଶରେ ‘ଏକ ଦେଶ ଏକ ଟିକସ’ ଲାଗୁ କରାଇବା ଦ୍ୱାରା ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି, ଟିକସ ସଂଗ୍ରହରେ ଉନ୍ନତି, ଦକ୍ଷତା ବୃଦ୍ଧି ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାର ବ୍ୟବସ୍ଥା ଆସିବ ବୋଲି ସରକାର କହିଥିଲେ। ଜିଏସ୍‌ଟିକୁ ଚୂଡ଼ାନ୍ତ ରୂପ ଦେବାକୁ ପ୍ରାୟ ୧୨ ବର୍ଷ ଲାଗିଥିବା କୁହାଯାଏ। ସବୁ ରାଜ୍ୟଗୁଡିକୁ ମନାଇ ଏହି ଟିକସ ବ୍ୟବସ୍ଥାକୁ ଲାଗୁ କରିବା ନିଷ୍ପତ୍ତି କଷ୍ଟକର ବ୍ୟାପାର। ପହିଲାରେ ଜିଏସ୍‌ଟିର ତୃତୀୟ ପୂର୍ତ୍ତି ପାଳନ କରାଯାଉଛି। ହେଲେ ଯେଉଁ ଲକ୍ଷ୍ୟ ନେଇ ଏହି ଟିକସ ବ୍ୟବସ୍ଥା ଲାଗୁ କରାଗଲା ତା’ର ପ୍ରତିଶ୍ରୁତି ବର୍ତ୍ତମାନ ଯାଏ ପୂରଣ ହୋଇପାରିନାହିଁ ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।
ବର୍ତ୍ତମାନ ଅର୍ଥ ବ୍ୟବସ୍ଥାର ଏକ ବଡ ଅଂଶ ଜିଏସ୍‌ଟି ପରିସରରୁ ବାହାରେ ରହିଛି। ଏହାଦ୍ୱାରା ଏକ ଦେଶ ଏବଂ ଏକ ଟିକସର ଉଦ୍ଦେଶ୍ୟ ଏହା ପୂରଣ କରିପାରିନାହିଁ। ଏହି ବ୍ୟବସ୍ଥାରେ ଟିକସ ହାର ଉଚ୍ଚରେ ରହିବା ଯୋଗୁ ଶିଳ୍ପ ଏବଂ ସେବା କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ଆଣିବାରେ ଅନେକ ବାଧା ଉପୁଜୁଛି। ଏହି କ୍ଷେତ୍ରରେ ଭାରତ ବିଶ୍ୱର ଅନ୍ୟ ବଜାର ସାଙ୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ହେଉ ନ ଥିବା ଦେଖାଯାଉଛି। ଜିଏସ୍‌ଟି ରିଫଣ୍ଡରେ ବିଳମ୍ବ ହେଉଥିବା ଯୋଗୁ ଏହା ରପ୍ତାନିକୁ ମଧ୍ୟ ପ୍ରଭାବିତ କରୁଛି। ଏହାବାଦ ଅନେକ ଟିକସ ସ୍ଲାବ୍‌ ରହିବାରୁ ଏହା ଅଡୁଆ ସୃଷ୍ଟି କରୁଛି। ନିମ୍ନ ମଧ୍ୟମ ଟିକସ ହାର ଆଣିବା ଦିଗରେ ସରକାର ଏ ଯାଏ ସକ୍ଷମ ହୋଇପାରି ନାହାନ୍ତି। ସାମଗ୍ରୀର ପର୍ଯ୍ୟାୟକରଣ ଏବଂ ଟିକସ ଲାଗୁ କରିବା କ୍ଷେତ୍ରରେ ଅମଲାତନ୍ତ୍ରର ମନମୁଖି କାର୍ଯ୍ୟ ମଧ୍ୟ ଦେଖାଯାଉଛି। ପ୍ୟାକେଜ୍‌ଡ ପରଟା ଉପରେ ୧୮% ଜିଏସ୍‌ଟି ଲାଗୁ କରିବା ଏହାର ଏକ ଜ୍ୱଳନ୍ତ ଉଦାହରଣ। ଅପରପକ୍ଷରେ ଉତ୍ତର ଭାରତରେ ପରଟା ଉପରେ ୫% ଟିକସ ଲାଗୁ ହେଉଛି। ଟିକସ ହାରର ବିଭିନ୍ନତା କ୍ଷେତ୍ରରେ ଏଭଳି ବିଭିନ୍ନ ଉଦାହରଣ ନିଆଯାଇପାରେ। ଉଦାହରଣ ସ୍ବରୂପ, କେଶ ତେଲ ଏବଂ ନଡ଼ିଆ ତେଲ, ବିସ୍କୁଟ କିମ୍ବା ଚକୋଲେଟ। ନିଷ୍ପତ୍ତିରେ ଏଭଳି ମନମୁଖି କାର୍ଯ୍ୟ ଯୋଗୁ ଲୋକଙ୍କ ମନରେ ଦ୍ୱନ୍ଦ୍ୱ, ଅନିଶ୍ଚିତତା ଏବଂ ଟିକସ ଅନୁପାଳନରେ ଅସୁବିଧା ସୃଷ୍ଟି ହେଉଛି। ଅଡୁଆ ସମାଧାନ କରିବା ଲାଗି ଟିକସ ଅଧିକାରୀଙ୍କୁ ବ୍ୟସ୍ତ ରହିବାକୁ ପଡୁଛି। ମାତ୍ର ଜିଏସ୍‌ଟିକୁ ଯେଉଁଭଳି ଭାବେ ଏକ ସଂସ୍କାର ଭାବେ ଅଭିହିତ କରାଯାଉଥିଲା ଗତ ୩ ବର୍ଷ ମଧ୍ୟରେ ଜିଏସ୍‌ଟି କାର୍ଯ୍ୟକାରୀକୁ ଦେଖିଲେ ତା’ର ପ୍ରକୃତ ଉଦ୍ଦେଶ୍ୟ ପୂରଣଠାରୁ ବହୁ ଦୂରରେ ରହିଛି। ଏହା ମଧ୍ୟରେ ଅନେକ ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ସମସ୍ୟା ବର୍ତ୍ତମାନ ଯାଏ ସମାଧାନ ହୋଇ ପାରିନାହିଁ।
ଜିଏସ୍‌ଟି ଲାଗୁହେବା ପରେ ଆଣ୍ଟି ପ୍ରଫିଟିୟରଂ ଅଥରିଟି ନାମରେ ଏକ ବ୍ୟବସ୍ଥା ଆସିଥିଲା। ଲୋକଙ୍କୁ ଜିଏସ୍‌ଟି ହ୍ରାସର ସୁବିଧା ପ୍ରଦାନ କରୁ ନ ଥିବା ବ୍ୟକ୍ତି ବିଶେଷ ଏବଂ ସଂସ୍ଥାଙ୍କୁ ଏହା ଜରିମାନା ଲାଗୁ କରୁଥିଲା। ଅନେକ କମ୍ପାନୀ ଏହାଦ୍ୱାରା ଜରିମାନା ପ୍ରଦାନ କରିଛନ୍ତି। ଦୁଇ ବର୍ଷ ମଧ୍ୟରେ ଏହି ବ୍ୟବସ୍ଥାକୁ ବାଦ୍‌ ଦେବାକୁ ପ୍ରସ୍ତାବ ରହିଥିଲେ ମଧ୍ୟ ଏହା ବର୍ତ୍ତମାନ ସୁଦ୍ଧା ଜାରି ରହିଛି। କେବେ ଏହାକୁ ବାଦ୍‌ ଦିଆଯିବ ସେ ନେଇ ମଧ୍ୟ କିଛି ସ୍ପଷ୍ଟ ହୋଇ ପାରିନାହିଁ। ମାତ୍ର କିଛି ଶିଳ୍ପ ଲାଗି ଇନ୍‌ଭର୍ଟେଡ ଡ୍ୟୁଟି ଲାଗୁ ହେଉଛି। କୌଣସି ଭାଲ୍ୟୁ ଚେନ୍‌ରେ ଜିଏସ୍‌ଟି ହାରରେ ଅସମାନତା ରହିବା ଯୋଗୁ କେତେଜଣ ଲୋକ ଇନ୍‌ପୁଟ ଟାସ୍କ କ୍ରେଡିଟର ଠିକ୍‌ ବ୍ୟବହାର କରିପାରୁନାହାନ୍ତି। ଫଳରେ ସମଗ୍ର ସିଷ୍ଟମ ଲାଗି ଏହା ଅସୁବିଧା ସୃଷ୍ଟି କରୁଛି। ଏହାର କୁପ୍ରଭାବ ମୂଲ୍ୟ ଏବଂ ପ୍ରତିଦ୍ୱନ୍ଦ୍ୱିତା ଉପରେ ପଡୁଛି। ସେବା କ୍ଷେତ୍ର ଏହାଦ୍ୱାରା ମଧ୍ୟ ପ୍ରଭାବିତ ହେଉଛି। ବିଦ୍ୟୁତ୍‌ ବିଲ୍‌ ଏବଂ ଇନ୍ଧନ ଖର୍ଚ୍ଚ ମଧ୍ୟ ଜିଏସ୍‌ଟି ପରିସରଭୁକ୍ତ ହୋଇନାହିଁ। ଫଳରେ ଏହା ଟାସ୍କ କ୍ରେଡିଟ ଲାଗି ଯୋଗ୍ୟ ବିବେଚିତ ହୋଇ ପାରୁନାହିଁ। ସେହିଭଳି ସାରା ଦେଶରେ ଅସମ୍ପୂର୍ଣ୍ଣ ଜିଏସ୍‌ଟି କଭରେଜ୍‌ ମଧ୍ୟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି।
ଦେଶର ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ଜିଏସ୍‌ଟି ଦ୍ୱାରା ବଢ଼ିବ ବୋଲି ପୂର୍ବରୁ ଯେଉଁ ଆକଳନ କରାଯାଇଥିଲା ତାହା ହୋଇପାରିଥିଲା। ଏହା ବାଦ୍‌ ଟିକସ କମିବା, ସାମଗ୍ରୀ ଓ ସେବା ଦରରେ ହ୍ରାସ ହେବା ନେଇ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଏବେ ଯାଏ ପୂରଣ ହୋଇ ପାରିନାହିଁ। ପରୋକ୍ଷ ଟିକସ ବ୍ୟବସ୍ଥା ବର୍ତ୍ତମାନ ଯାଏ ଠିକ୍‌ ହୋଇପାରି ନ ଥିବା ଅନେକ ବିଶେଷଜ୍ଞ ମତ ରଖନ୍ତି। ଏଭଳି ସ୍ଥିତିରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଅସୁବିଧା, ପ୍ରଭାବିତ ନିବେଶ ଧାରା ଏବଂ ବାଣିଜ୍ୟ କ୍ଷେତ୍ରର ଆତ୍ମବିଶ୍ୱାସକୁ ଏହା ଊଣା ଅଧିକେ ପ୍ରଭାବିତ କରୁଛି। ଫଳରେ ବଜାରର ଅଭିବୃଦ୍ଧି ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଛି। ଜିଏସ୍‌ଟି ଲାଗୁ ହେବାର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ନେଟ୍‌ଓ୍ବର୍କରେ ବିଭିନ୍ନ ସମସ୍ୟା ରହିବା ଯୋଗୁ ଅଡୁଆ ସ୍ଥିତି ସୃଷ୍ଟି କରିଥିଲା। ପ୍ରତି ଇନ୍‌ଭଏସ୍‌କୁ ପ୍ରତି ଟ୍ରାଞ୍ଜାକଶନ ସହ ରିୟଲ ଟାଇମ ଭିତ୍ତିରେ ମେଳ କରାଇବା ଲାଗି ଲକ୍ଷ୍ୟ ରଖାଯାଇଥିଲା। ପୂର୍ବରୁ ଡିଜାଇନ ହୋଇଥିବା ଏହି ସିଷ୍ଟମ କିନ୍ତୁ କାମ କରିପାରିଲା ନାହିଁ। କାରଣ ସାରା ଦେଶରେ ଦୁର୍ବଳ ନେଟ୍‌ଓ୍ବର୍କ ଯୋଗୁ ଏହା ହୋଇପାରିଲା ନାହିଁ। ବର୍ତ୍ତମାନ ଜିଏସ୍‌ଟି ଆର୍‌ ୩ବି ଫର୍ମ ଦ୍ୱାରା ଟିକସ ଫାଇଲ କରୁଛନ୍ତି। ମାତ୍ର ଏହି କ୍ଷେତ୍ରରେ ଦୀର୍ଘମିଆଦୀ ଏବଂ ସ୍ଥାୟୀ ସମାଧାନର ଆବଶ୍ୟକତା ଲୋଡା ପଡୁଛି। ଆନ୍ତଃରାଜ୍ୟ ବାଣିଜ୍ୟ ପାଇଁ ମ୍ୟାଜିକ ବୁଲେଟ ଭାବେ ଇ-ଓ୍ବେ ବିଲ୍‌ କାର୍ଯ୍ୟକାରୀ କରାଯିବାକୁ କୁହାଯାଇଥିଲା ବେଳେ ଏହା ବର୍ତ୍ତମାନ ସୁଦ୍ଧା ଟ୍ରାକ୍‌ରେ ପଡିପାରିନାହିଁ। ଜିଏସ୍‌ଟି ଫାଇଲିଂ ଏବଂ ଫାଇନାଲ ରିଟର୍ନ କ୍ଷେତ୍ରରେ ବୃହତ୍‌ ଅସଙ୍ଗତି ଦେଖାଯାଉଛି। ସିଷ୍ଟମରେ ରହୁଥିବା ଅସୁବିଧା ଯୋଗୁ ଏହାକୁ ସମାଧାନ କରାଯାଇପାରିନାହିଁ। ଟିକସ ପ୍ରଦାନ ସୀମାଠାରୁ ଅନେକ ବାଣିଜ୍ୟ ସଂସ୍ଥା ନିମ୍ନରେ ରହିଛନ୍ତି।
ରେଭେନ୍ୟୁ ନ୍ୟୁଟ୍ରାଲ ରେଟ୍‌ (ଏନ୍‌ଏନ୍‌ଆର୍‌) ଏବଂ ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ସିଷ୍ଟମକୁ ଅନେକ ବିଶେଷଜ୍ଞ ଡିଜାଇନ ଭୁଲ୍‌ ବୋଲି କହୁନ୍ତି। ଏ ନେଇ ଶୀଘ୍ର ବିଚାର କରିବାକୁ ପୁଣେ ଇଣ୍ଟରନ୍ୟାଶନାଲ ସେଣ୍ଟର ପକ୍ଷରୁ ବିଜୟ କେଲକର ଏବଂ ଭି.ଭାସ୍କର ଏକ ପ୍ରସ୍ତାବ ରଖିଥିଲେ। ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ କରିବା କ୍ଷମତା କେବଳ କେନ୍ଦ୍ର ନିକଟରେ ରହିଛି। ରାଜ୍ୟଗୁଡିକୁ ଏହି କ୍ଷତିପୂରଣ ପ୍ରଦାନରେ ଅପର୍ଯ୍ୟାପ୍ତତା ଏବଂ ବିଳମ୍ବ ଭଳି ସମସ୍ୟା ଦେଖାଯାଉଛି। ମହାମାରୀ ବିରୋଧରେ ଲଢିବା ଲାଗି ବର୍ତ୍ତମାନ ରାଜ୍ୟଗୁଡିକ ଅର୍ଥ ଆବଶ୍ୟକ କରୁଛନ୍ତି। ମାତ୍ର କ୍ଷତିପୂରଣ ଅର୍ଥ ଲାଗି ସେମାନଙ୍କୁ କେନ୍ଦ୍ରର ହାତଟେକା ଉପରେ ନିର୍ଭର କରିବାକୁ ପଡୁଛି। ଜିଏସ୍‌ଟି ପରିଷଦ ଗଣତାନ୍ତ୍ରିକ ଉପାୟରେ କାମ କରୁଛି। ହେଲେ ଜିଏସ୍‌ଟିରେ ରହିଥିବା ମୂଳ ଭୁଲ୍‌ତ୍ରୁଟିକୁ ତ୍ୱରିତ ସମାଧାନ କରିବା ଏବଂ ଢାଞ୍ଚାଗତ ସଂସ୍କାର ଆଣିବାରେ ଜିଏସ୍‌ଟି ପରିଷଦ ବର୍ତ୍ତମାନ ଯାଏ ସକ୍ଷମ ହୋଇପାରି ନ ଥିବା ଅନେକେ କୁହନ୍ତି। ବର୍ତ୍ତମାନ ଅର୍ଥ ବ୍ୟବସ୍ଥାର ସ୍ଥିତି ଦୋହଲିଯାଇ ଥିବାରୁ ବୃହତ୍‌ ପରିମାଣର ଆର୍ଥତ୍କ ସହାୟତା ଲୋଡା ପଡୁଛି। ଏଭଳି ସ୍ଥିତିରେ ମଧ୍ୟମ ଜିଏସ୍‌ଟି ହାରକୁ ୧୨%କୁ ଖସାଇବା, ଟିକସ ପରିସରକୁ ବଢାଇବା, ପେଟ୍ରୋଲ, ଡିଜେଲ ଏବଂ ଇଲେକ୍ଟ୍ରିସିଟିକୁ ଜିଏସ୍‌ଟି ପରିସରକୁ ଆଣିବା, ବିଭିନ୍ନ ସ୍ଲାବ୍‌କୁ ବାଦ୍‌ ଦେବା, ରାଜସ୍ବ ହ୍ରାସ ସମସ୍ୟା ସମାଧାନ, ରାଜ୍ୟଗୁଡିକୁ କ୍ଷତିପୂରଣ ଭଳି ଦିଗ ଉପରେ କାମ କରିବା ନେଇ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଏଥିରେ ରହିଥିବା ତ୍ରୁଟିକୁ ସୁଧାରି ଅର୍ଥ ବ୍ୟବସ୍ଥା ଲାଗି ଏହାକୁ ଏକ ବଡ଼ ଅସ୍ତ୍ର ଭାବେ ଗଢି ତୋଳିବାପାଇଁ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?