କେବଳ ପ୍ରହେଳିକା

ଭଏସ୍‌ ଅଫ୍‌ ଗ୍ଲୋବାଲ ସାଉଥ୍‌ (ଭିଓଜିଏସ୍‌)କୁ ବିଶ୍ୱ ସ୍ତରରେ ପହଞ୍ଚାଇବା ଦାୟିତ୍ୱ ନେଇଛନ୍ତି ବୋଲି ଚଳିତ ମାସରେ ଭାରତ ସରକାର ଘୋଷଣା କରିଛନ୍ତି। ଗ୍ଲୋବାଲ ସାଉଥ୍‌ କହିଲେ ନିମ୍ନ, ମଧ୍ୟମ ଆୟବର୍ଗ ତଥା ବିକାଶଶୀଳ ଦେଶଗୁଡ଼ିକୁ ବୁଝାଏ। ଗ୍ଲୋବାଲ ସାଉଥ୍‌ ଦେଶଗୁଡ଼ିକୁ ଏକାଠି କରିବା ଲାଗି ବିଗତ ତିନିବର୍ଷ ହେଲା ଭାରତ ଭିଓଜିଏସ୍‌ ସମିଟ୍‌ ଆୟୋଜନ କରିଆସୁଛି, ଯାହାକୁ ସରକାର ସଂକ୍ଷେପରେ ଭିଓଜିଏସ୍‌ଏସ୍‌ ଭାବେ ନାମିତ କରିଛନ୍ତି। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ଏବେ ଆମେ ଭିଓଜିଏସ୍‌ର ଉତ୍ତରଦାୟିତ୍ୱକୁ ନେଇ ପ୍ରକାଶ କରିଥିବା ତତ୍ପରତାର ସମ୍ପର୍କ ଜି୭ ସହ ଥିଲା। ଭାରତ ଜି୭ରେ ଭାଗ ନେଇଥିଲା, ଯଦିଓ ଏହାର ସଦସ୍ୟ ନୁହେଁ। ଜି୭ର ପ୍ରକୃତ ସଦସ୍ୟମାନେ ହେଉଛନ୍ତି ଆମେରିକା, ବ୍ରିଟେନ, କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ଜାପାନ। ଏମାନେ ଇସ୍ରାଏଲ ଉପରେ ଇରାନ୍‌ର ଆକ୍ରମଣକୁ ନିନ୍ଦା କରି ଏକ ବିବୃତି ଜାରି କରିଛନ୍ତି। ଏହାସହ ଆତ୍ମରକ୍ଷା ପାଇଁ ଇସ୍ରାଏଲର ଅଧିକାର ରହିଛି ବୋଲି ଜି୭ ଦୃଢ଼ ଭାବେ କହିଛି। ହେଲେ ଇସ୍ରାଏଲର ସୁରକ୍ଷା ପାଇଁ ଆମର ସମର୍ଥନ ଦୋହରାଇଛୁ ଏବଂ ଆଞ୍ଚଳିକ ଅସ୍ଥିରତା ଓ ଉଗ୍ରବାଦର ଇରାନ ହେଉଛି ଏକ ପ୍ରମୁଖ ଉତ୍ସ ବୋଲି ସ୍ପଷ୍ଟ କରିଛୁ। ଏହା ଉପରେ ଭିଓଜିଏସ୍‌ର କୌଣସି ମତ ନ ଥିଲା, ଯଦିଓ ଆମ ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଭାଗ ନେଇଥିଲେ ଏବଂ ଉପସ୍ଥିତି ଜାହିର କରିବାର ଏହା ଏକ ସମୟ ଥିଲା ବୋଲି ମନେକରାଯାଉଥିଲା। ଭିଓଜିଏସ୍‌ର ସ୍ବର ନୀରବିଯାଇଥିଲା; ଯେଉଁଠି ଆମର କିଛି କହିବାର ନ ଥିଲା, କେବଳ ଶକ୍ତିଶାଳୀ ଦେଶଗୁଡ଼ିକର କହିବାର ଅଧିକାର ଥିଲା। ସେହି ସମ୍ମିଳନୀରେ ଆମେ କାହିଁକି ଭାଗ ନେଲୁ ତାହା ଜଣାପଡ଼ୁନାହିଁ। ବରଂ ଅନ୍ୟ କେଉଁଠି ଆମର ପ୍ରଭାବକୁ ସ୍ବୀକୃତି ମିଳୁଥିବା ସ୍ଥାନରେ ସମୟ ଦେବାର ଥିଲା।
ସାଙ୍ଘାଇ କୋଅପରେଶନ ଅର୍ଗାନାଇଜେଶନରେ(ଏସ୍‌ସିଓ)ରେ ଭିଓଜିଏସ୍‌ ଏକ ସଦସ୍ୟ ଓ ତା’ର କହିବାର ଅଧିକାର ରହିଛି। ତେବେ ଏସ୍‌ସିଓ ସମାନ ବିଷୟ ଉପରେ ଏକ ବିବୃତି ଦେଇଛି। ଏସ୍‌ସିଓରେ ଅଛନ୍ତି ୯ଟି ଦେଶ- ଚାଇନା, ଭାରତ, ଇରାନ, କାଜାକସ୍ତାନ, କିରଗିଜସ୍ତାନ, ପାକିସ୍ତାନ, ରୁଷିଆ, ତାଜିକସ୍ତାନ ଓ ଉଜବେକିସ୍ତାନ। ବିଶ୍ୱର ମୋଟ ଜନସଂଖ୍ୟାର ୪୨ ପ୍ରତିଶତ ଲୋକ ଏହିସବୁ ଦେଶରେ ଅଛନ୍ତି। ଏସ୍‌ସିଓରେ ସଂଖ୍ୟାଧିକ ହେଉଛନ୍ତି ଗ୍ଲୋବାଲ୍‌ ସାଉଥ୍‌ ବର୍ଗର। ଏକ ନୂଆ ଗଣତାନ୍ତ୍ରିକ, ସ୍ବଚ୍ଛ ଏବଂ ଯୁକ୍ତିଯୁକ୍ତ ଅନ୍ତର୍ଜାତୀୟ ରାଜନୈତିକ ଓ ଅର୍ଥନୈତିକ ବ୍ୟବସ୍ଥାକୁ ଉତ୍ସାହିତ କରିବା ଏହାର ଦାୟିତ୍ୱ ବୋଲି ଏସ୍‌ସିଓର ଅଧିକାରପତ୍ର ଦର୍ଶାଏ। ଅର୍ଥାତ୍‌ ଏହା ଦୁର୍ବଳ ଓ ଦରିଦ୍ର ଦେଶଗୁଡ଼ିକର ଅଧିକାର ପାଇଁ ଲଢ଼େଇ କରିବ। ଏସ୍‌ଓସି ତାହାର ବିବୃତିରେ ସ୍ପଷ୍ଟ କରିଥିଲା ଯେ, ସେମାନେ ଇସ୍ରାଏଲର ସାମରିକ ଆକ୍ରମଣକୁ ନିନ୍ଦା କରନ୍ତି। ଜନବସତି, ଶକ୍ତି ଓ ପରିବହନ ଭିତ୍ତିଭୂମି ଉପରେ ଏଭଳି ଆକ୍ରମଣ କରି ନାଗରିକଙ୍କ ଜୀବନ ନେବା ଅନ୍ତର୍ଜାତୀୟ ଆଇନ ତଥା ଜାତିସଂଘ ଅଧିକାରପତ୍ରର ସମ୍ପୂର୍ଣ୍ଣ ଉଲ୍ଲଂଘନ। ଏହା ହିଁ ବାସ୍ତବତା। କିନ୍ତୁ ଏସ୍‌ସିଓ ବିବୃତି ଦେଇଥିବା ସମାନ ଦିନରେ ଭାରତ ଏହା ବିରୋଧରେ ଏକ ବିବୃତି ଜାରି କରିଥିଲା। ଏଥିରେ ଦର୍ଶାଇଥିଲା ଯେ, ଏସ୍‌ସିଓ ଦେଇଥିବା ବିବୃତି ଉପରେ ହୋଇଥିବା ଆଲୋଚନାରେ ଭାରତ ଭାଗନେଇ ନ ଥିଲା। ଆମେ କାହିଁକି ଆଲୋଚନାରୁ ଦୂରେଇ ରହିଲୁ, ଯେଉଁଠି ଏକ ସଦସ୍ୟ ଭାବେ ଆମେ ଆମର ପ୍ରଭାବ ପ୍ରଦର୍ଶନ କରିପାରିଥାଆନ୍ତୁ। କିନ୍ତୁ ଏହା ନ କରି ଆମେ ଯେଉଁଠି କେବଳ ଦର୍ଶକ, ସେଭଳି ସମ୍ମିଳନୀରେ ଭାଗନେଲୁ। ୧୪ ଜୁନ୍‌ରେ ଅନ୍ୟ ଏକ ଖବରକାଗଜର ଶୀର୍ଷକ, ”ଗାଜା ଯୁଦ୍ଧବିରତି ପାଇଁ ଜାତିସଂଘ ପ୍ରସ୍ତାବକୁ ୧୪୯ ଦେଶର ସମର୍ଥନ, ଭାରତ ଏଥିରୁ ବିରତ ରହିଛି“ ପ୍ରକାଶ ପାଇଥିଲା। ସହାୟତା ବନ୍ଦ କରିବା ଏବଂ କ୍ଷୁଧାକୁ ଯୁଦ୍ଧ କୌଶଳ ଭାବେ ବ୍ୟବହାର କରାଯାଉଛି ବୋଲି ଏହି ପ୍ରସ୍ତାବରେ ନିନ୍ଦା କରାଯାଇଥିଲା। ଏହାସହ ଇସ୍ରାଏଲ ଲଗାଇଥିବା ଅବରୋଧକୁ ହଟାଇବା ଲାଗି ଏଥିରେ ଦାବି କରାଯାଇଥିଲା। ଭିଓଜିଏସ୍‌କୁ ଛାଡ଼ି ସବୁ ଦକ୍ଷିଣ ଏସୀୟ ଦେଶ ଏହା ସପକ୍ଷରେ ଭୋଟ ଦେଇଥିଲେ।
ବୈଦେଶିକ ମନ୍ତ୍ରଣାଳୟ ଓ୍ବେବ୍‌ସାଇଟ୍‌ରେ କୁହାଯାଇଛି,୧୪ ଅଗଷ୍ଟ ୨୦୨୪ରେ ଭାରତ ଏହାର ତୃତୀୟ ଭଏସ୍‌ ଅଫ୍‌ ଗ୍ଲୋବାଲ ସାଉଥ୍‌ ସମ୍ମିଳନୀ ଆୟୋଜନ କରିଥିଲା। ଏଥିରେ ଆଉ ମଧ୍ୟ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଔର୍‌ ସବ୍‌ର ପ୍ରୟାସ’ ଦୃଷ୍ଟିକୋଣକୁ ବ୍ୟାପକ କରିବା ଲାଗି ଏହି ନିଆରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଏବଂ ଏହା ଭାରତୀୟ ସିଦ୍ଧାନ୍ତ ‘ବସୁଧୈବ କୁଟୁମ୍ବକମ୍‌’କୁ ସମର୍ଥନ କରେ। ଭବିଷ୍ୟତରେ ଗ୍ଲୋବାଲ ସାଉଥ୍‌ ଦେଶଗୁଡ଼ିକୁ ଏକାଠି କରି ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ଦୃଷ୍ଟିକୋଣ ଓ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଏକ ମିଳିତ ମଞ୍ଚରେ ଶେୟାର କରିବା ଲାଗି ଆଶା ରଖିଛି। ହେଲେ ୮ ମେ’ରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ରହିବା ଓ ଦେଶାନ୍ତର ସମ୍ପର୍କିତ ଏକ ଘଟଣାରେ ଭାରତ ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ, ଭାରତ ୧୯୫୧ ଜାତିସଂଘ ଶରଣାର୍ଥୀ ଚୁକ୍ତିରେ ସ୍ବାକ୍ଷର କରି ନ ଥିବାରୁ ୟୁଏନ୍‌ଏଚ୍‌ସିଆର୍‌ ଜାରି କରିଥିବା ଶରଣାର୍ଥୀ କାର୍ଡ କିମ୍ବା ରୋହିଙ୍ଗ୍ୟାଙ୍କୁ ଶରଣାର୍ଥୀ ଭାବେ ସ୍ବୀକାର କରିବ ନାହିଁ କିମ୍ବା ଶରଣାର୍ଥୀଙ୍କୁ କୌଣସି ସୁରକ୍ଷା ଦେବ ନାହିଁ। ଏହା ସ୍ପଷ୍ଟ ଯେ, ଭିଓଜିଏସ୍‌ ଏବଂ ବୈଶ୍ୱିକ ପରିବାର ସମ୍ପର୍କରେ କୁହାଯାଉଥିବା ବଡ଼ ବଡ଼ କଥା ପଛରେ ଅନେକ ଲୁକ୍କାୟିତ ସର୍ତ୍ତ ଓ ନିୟମ ରହିଛି। ଭାରତ ଜାତିସଂଘ ଶରଣାର୍ଥୀ ଚୁକ୍ତିରେ ସ୍ବାକ୍ଷର କରିନି ସତ, ହେଲେ ଲୋକଙ୍କୁ ବିପଦ ଓ ନିର୍ଯାତନାରେ ରହିବାକୁ ବାଧ୍ୟ କରିବା ଏବଂ ସ୍ଥାୟୀ ଭାବେ ରହିବାର ସ୍ବୀକୃତି ନ ଦେବାକୁ ଯୁକ୍ତିଯୁକ୍ତ ଦର୍ଶାଇପାରିବ ନାହିଁ। ଅନ୍ତଃରାଷ୍ଟ୍ରୀୟ ଆଇନରେ ‘ନନ୍‌-ରିଫଲମେଣ୍ଟ’ ନୀତି ଅନୁଯାୟୀ ଅର୍ଥାତ୍‌ ଯେଉଁ ସ୍ଥାନରେ ନିର୍ଯାତନା ଓ ଗମ୍ଭୀର ମାନବ ଅଧିକାର ଉଲ୍ଲଂଘନର ଆଶଙ୍କା ଥିବ ସେଠାକୁ ଳୋକଙ୍କୁ ଫେରିଯିବା ଲାଗି ବାଧ୍ୟ କରାଯାଉଥିବା ପଦକ୍ଷେପରୁ ଭାରତକୁ ରୋକାଯିବା ଦରକାର। ଏହା ଏକ ବଡ଼ ଆଇନଗତ ଦାୟିତ୍ୱ ଏବଂ ଇଣ୍ଟରନ୍ୟାଶନାଲ କୋଭେନାଣ୍ଟ ଅନ୍‌ ସିଭିଲ ଆଣ୍ଡ୍‌ ପଲିଟିକାଲ୍‌ ରାଇଟ୍‌ସ(ଆଇସିସିପିଆର୍‌) ଚୁକ୍ତିରେ ଭାରତ ସ୍ବାକ୍ଷର କରିଥିବାରୁ ଏହା କରାଯାଇପାରିବ। ଆମେ ସାଉଥ୍‌ ଗ୍ଲୋବାଲ ସମ୍ପର୍କରେ ବଡ଼ ଭାଷଣ ଦେଉଛୁ। ବିପରୀତ ଦିଗରେ କାମ କରି ଭାଗୀଦାରି ମାନବିକତା ଦେଖାଉନାହଁୁ। ଏଣୁ ନାଟକବାଜି ବା ପ୍ରହେଳିକା ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri