କେବଳ ଛଳନା

ଯଦି ତୁମ ସହିତ ମୋର କିଛି ବିବାଦ ଅଛି, ତେବେ ମୁଁ ଏହାକୁ ତିନୋଟି ଉପାୟ ମଧ୍ୟରୁ ଯେକୌଣସି ଗୋଟିଏରେ ସମାଧାନ କରିପାରିବି। ପ୍ରଥମଟି ହେଉଛି ଆଲୋଚନା(ବୁଝାମଣା) ଦ୍ୱାରା। ଯଦି ଉଭୟ ପକ୍ଷର ବିଚାର ସ୍ପଷ୍ଟ ଏବଂ ଉଭୟେ ସେମାନଙ୍କ ସ୍ବାର୍ଥ ଉପରେ ସଚେତନ, ତେବେ ଏକ ଆପୋସ ବୁଝାମଣା ସମ୍ଭବ ହୋଇପାରିବ। ଦ୍ୱିତୀୟ ଉପାୟ ହେଉଛି ଆମ ମଧ୍ୟରେ ଜଣେ ତୃତୀୟ ପକ୍ଷ ମଧ୍ୟସ୍ଥଙ୍କୁ ଯଦି ଉଭୟେ ବିଶ୍ୱାସ କରନ୍ତି ତେବେ ସମାଧାନ ହୋଇଯିବ। ତୃତୀୟ ଉପାୟଟି ହେଉଛି ବଳ(ଯୁଦ୍ଧ), ଯେଉଁଥିରେ ଆମ ମଧ୍ୟରୁ ଜଣେ ଅନ୍ୟକୁ ଜୋର୍‌ଜବରଦସ୍ତ ସମାଧାନ ଗ୍ରହଣ କରିବାକୁ ବାଧ୍ୟକରେ। ଏହି ତିନୋଟିକୁ ଛାଡ଼ିଦେଲେ ଚତୁର୍ଥ ଉପାୟ ନାହିଁ।

ଆସନ୍ତା ବର୍ଷ ହେବାକୁଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟରେ ଖେଳିବା ପାଇଁ ପାକିସ୍ତାନ ଗସ୍ତରେ ଭାରତ ଯିବାକୁ ଚାହୁଁନାହିଁ। ଏକ ରିପୋର୍ଟରେ ପ୍ରକାଶ ପାଇଛି, ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସିରୁ ଏକ ଇ-ମେଲ୍‌ ପାଇଛି, ଯେଉଁଥିରେ ବିସିସିଆଇ ଦର୍ଶାଇଛି ଯେ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବନାହିଁ। ଅନେକ ବର୍ଷ ଧରି ଆମର ଏଭଳି ମନୋଭାବ ରହିଆସିଛି। ସବୁବେଳେ ନ ହେଲେ ବି ବେଳେବେଳେ ଏହାର କାରଣ ଭାବେ ଦର୍ଶାଯାଉଛି, ସୀମାପାର ଆତଙ୍କ ବନ୍ଦ ନ ହେବା ପର୍ଯ୍ୟନ୍ତ ଆମେ କୂଟନୈତିକ ଦୃଷ୍ଟିରୁ ପାକିସ୍ତାନ ସହ ‘କଥାବାର୍ତ୍ତା’ କରିବୁ ନାହିଁ କି ସାଂସ୍କୃତିକ ଭାବରେ ଜଡ଼ିତ ହେବୁନାହିଁ।

ପ୍ରକୃତରେ କ୍ରିକେଟ୍‌ ପ୍ରତି ମୋର ଆଗ୍ରହ ନାହିଁ। ମୁଁ ଜାଣିନି ଆମ ଅଧିନାୟକ କିଏ ଏବଂ ଦଳର ଅଧା ଖେଳାଳିଙ୍କୁ ବି ଚିହ୍ନିପାରିବି ନାହିଁ। ଆମ ଦଳର ଖେଳ ବିଷୟରେ ମୁଁ ବିଶେଷ ଧ୍ୟାନ ଦିଏନାହିଁ। ତେବେ ଆମେ ଶତ୍ରୁ ସହିତ ଆଲୋଚନା କରିବୁନାହିଁ ବୋଲି ସରକାର ଯାହା କହୁଛନ୍ତି, ତାହା ଉପରେ ଯୁକ୍ତିଯୁକ୍ତ ଅନୁଧ୍ୟାନ କରିବାକୁ ମୁଁ ଏହା ଲେଖୁଛି। ଯେହେତୁ ମୋର ଜଣେ ଟୁଇଟର ବନ୍ଧୁ ଡ. ଅଜୟ କାମାଥ ସୂଚିତ କରିଛନ୍ତି ଯେ, ଚଳିତବର୍ଷ ଆରମ୍ଭରେ ଡେଭିସ୍‌ କପ୍‌ରେ ପାକିସ୍ତାନ ବିପକ୍ଷରେ ଖେଳିବା ପାଇଁ ଇସ୍‌ଲାମାବାଦ ଯାଇଥିବା ଭାରତର ଟେନିସ୍‌ ଖେଳାଳିଙ୍କ ପାଇଁ ଏହି ସ୍ଥିତି ପ୍ରଯୁଜ୍ୟ ନ ଥିଲା। ଗତମାସରେ ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ)ରେ ଭାଗନେବାକୁ ଇସ୍‌ଲାମାବାଦ ଯାଇଥିବା ଆମ ବୈଦେଶିକ ମନ୍ତ୍ରୀଙ୍କ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ ନ ଥିଲା। ଆମ ବହିର୍ବ୍ୟାପାର ମନ୍ତ୍ରଣାଳୟର ୱେବ୍‌ସାଇଟ ଅନୁଯାୟୀ, ଜୟଶଙ୍କର ଉଦ୍‌ଘାଟନୀ ଅଭିଭାଷଣରେ ଏସ୍‌ସିଓ କାଉନ୍‌ସିଲ ଅଫ୍‌ ହେଡ୍‌ସ ଅଫ୍‌ ଗଭର୍ନମେଣ୍ଟର ଅଧ୍ୟକ୍ଷତା ପାଇଁ ପାକିସ୍ତାନକୁ ଅଭିନନ୍ଦନ ଜଣାଇବା ସହ ଏହାର ସଫଳତା ଲାଗି ଭାରତର ସହଯୋଗ ରହିଛି ବୋଲି କହିଥିଲେ। ଡେଭିସ୍‌ କପ୍‌ ଏବଂ ଏସ୍‌ସିଓ କାର୍ଯ୍ୟକ୍ରମରେ ଦୁଇରୁ ଅଧିକ ଦେଶ ଜଡ଼ିତ। ଆଇସିସି ଚାମ୍ପିୟନ୍ସ ଟ୍ରଫି ଠିକ୍‌ ସେହିଭଳି। ଯେତେବେଳେ ଆମେ ଟେନିସ୍‌ ଖେଳିବାକୁ ଇଚ୍ଛୁକ, ସେତେବେଳେ କାହିଁକି କ୍ରିକେଟ୍‌ ଖେଳିବାକୁ ଯିବୁନାହିଁ? ଯଦି ଆମେ ଏସ୍‌ସିଓ କ୍ଷେତ୍ରରେ ପାକିସ୍ତାନକୁ ସମର୍ଥନ ଦେଉଛୁ ଓ ଗମ୍ଭୀରତା ପ୍ରକାଶ କରୁଛୁ, ତେବେ କାହିଁକି ଅନ୍ୟକ୍ଷେତ୍ରରେ ଏପରି କରୁନାହୁଁ? ଏହାର ଉତ୍ତର ମିଳିବ ନାହିଁ। ପ୍ରକୃତ କଥା ହେଉଛି, ଭାରତ ସରକାର କ୍ରିକେଟ୍‌କୁ ଅଧିକ ଆଗକୁ ନେଇଛନ୍ତି, ଗୁରୁତ୍ୱ ମଧ୍ୟ ଦେଉଛନ୍ତି। କିନ୍ତୁ କ୍ରିକେଟ୍‌ ଜାତୀୟ ସମ୍ମାନର ସ୍ପନ୍ଦନ ନୁହେଁ। ତୁମେ ଖେଳ କିମ୍ବା ନ ଖେଳ, ଜିତ କିମ୍ବା ହାର; ଏହା ବାହ୍ୟଜଗତକୁ ପ୍ରଭାବିତ କରେନାହିଁ। ଶତ୍ରୁ ସହ କ୍ରିକେଟ୍‌ ନ ଖେଳିଲେ ଆମ ସମସ୍ୟାର ସମାଧାନ ହେବନାହିଁ, ଏହା ନିଶ୍ଚିତ। ଯଦି ହେବ, କେବଳ ଉପରବର୍ଣ୍ଣିତ ତିନୋଟି ଉପାୟ ମଧ୍ୟରୁ ଗୋଟିଏ ଦ୍ୱାରା ସମସ୍ୟା ସମାଧାନ ହୋଇପାରିବ। ଏହା ପାଇଁ ଆଉ କୌଣସି ଚତୁର୍ଥ ଉପାୟ ନାହିଁ। ସ୍କୁଲରେ ପିଲାମାନେ ସେମାନଙ୍କ ସହିତ ଭଲ ପଡ଼ୁ ନ ଥିବା ପିଲାଙ୍କ ସହ ଯେଭଳି ‘କଟି’ କରୁଛନ୍ତି ସେଭଳି ଶତ୍ରୁ ସହ କରିବା ଏକ ପ୍ରଭାବଶାଳୀ ପ୍ରତିକ୍ରିୟା କିମ୍ବା ପରିପକ୍ୱ ନିଷ୍ପତ୍ତି ନୁହେଁ। ଚାମ୍ପିୟନ୍ସ ଟ୍ରଫିରେ ଭାଗ ନ ନେଲେ ପାକିସ୍ତାନ ସହିତ ଥିବା ସମସ୍ୟାର ସମାଧାନ ହୋଇଯିବ ନାହିଁ। ପାକିସ୍ତାନ ସହ ଭାରତର ସମ୍ପର୍କ ଏମିତି ଏକ ଅଡୁଆ ସ୍ଥିତିରେ ପହଞ୍ଚତ୍ଛି, ଯେଉଁଠାରେ ଆମେ ପ୍ରଥମ ଦୁଇଟି ବିକଳ୍ପ ଯଥା ଆଲୋଚନା ଏବଂ ମଧ୍ୟସ୍ଥତାକୁ ଚାହଁୁନାହଁୁ। ଉଭୟ ଦେଶ ପରମାଣୁ ଅସ୍ତ୍ରର ଅଧିକାରୀ ହୋଇସାରିଥିବାରୁ ତୃତୀୟ ବିକଳ୍ପ ବ୍ୟବହାର କରିପାରିବୁନାହିଁ। ତେବେ ଇତିମଧ୍ୟରେ ସମସ୍ୟାର ସ୍ବରୂପ କିଭଳି ବଦଳିଛି ତାହା ତଥ୍ୟରୁ ଜାଣିପାରିବା। କଶ୍ମୀର ଇତିହାସର ସବୁଠାରୁ ହିଂସାତ୍ମକ ବର୍ଷ ୨୦୦୧ରେ ୬୦୦ରୁ ଅଧିକ ଯବାନ ଏବଂ ୨୦୦୦ରୁ ଊର୍ଦ୍ଧ୍ୱ ସନ୍ତ୍ରାସବାଦୀଙ୍କ ସମେତ ୪୦୦୦ରୁ ଅଧିକଙ୍କ ମୃତ୍ୟୁ ଘଟିଥିଲା। ଏହାର ପରବର୍ତ୍ତୀ ବର୍ଷଗୁଡ଼ିକରେ ହିଂସା ହ୍ରାସପାଇ ୨୦୦୨ରେ ୩୦୦୦, ୨୦୦୩ରେ ୨୦୦୦, ୨୦୦୭ରେ ୧୦୦୦ରୁ କମ୍‌ ରହିଥିଲା। ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବାର ପୂର୍ବ ଚାରିବର୍ଷ ମଧ୍ୟରେ ପ୍ରତ୍ୟେକ ବର୍ଷ ମୃତ୍ୟୁସଂଖ୍ୟା ୨୦୦ରୁ କମ୍‌ ଥିଲା। ୨୦୧୯ର ବିଭିନ୍ନ ଘଟଣା ଏବଂ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ଦୁଇ ଦଶନ୍ଧି ପୂର୍ବର ସ୍ତରକୁ ଆସିନାହିଁ। ଲାଇନ୍‌ ଅଫ୍‌ କଣ୍ଟ୍ରୋଲ(ଏଲ୍‌ଓସି)ରେ ତାରବାଡ଼ ଦିଆଯାଇଛି ଏବଂ ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ ସ୍ଥାନୀୟ ଲୋକେ ପାକିସ୍ତାନ ଯାଇ ପ୍ରଶିକ୍ଷଣ ନେବା କଷ୍ଟକର। ଦେଖିବାକୁ ଗଲେ ଯେଉଁମାନେ ଲଢୁଛନ୍ତି ଏବଂ ମରୁଛନ୍ତି ସେମାନେ ସ୍ଥାନୀୟ ଲୋକ।

କଶ୍ମୀରକୁ ବାଦ୍‌ ଦେଲେ ଏହା ବାହାରେ ପାକିସ୍ତାନ ପ୍ରୋତ୍ସାହିତ ହିଂସା ନାହିଁ। ସମ୍ଭବତଃ ସେଠାରେ କିଛି ସମସ୍ୟା ଅଛି। ଆମ ସରକାର ମଧ୍ୟ କହୁଛନ୍ତି, ନିଶ୍ଚିତ ଭାବେ ସମସ୍ୟା ଅଛି। ଯଦି ଅଛି, ତେବେ ଏହାର ସମାଧାନ ପାଇଁ ଆମ ନିକଟରେ ଉପଲବ୍ଧ ତିନୋଟି ଉପାୟ ମଧ୍ୟରୁ ଗୋଟିଏ ପ୍ରୟୋଗ କରାଯିବା ଆବଶ୍ୟକ। ସମସ୍ୟା ଯଦି ଗମ୍ଭୀର ବୋଲି ସରକାର ସଙ୍କେତ ଦେଉଛନ୍ତି, ତେବେ ଏହା କରିବା ଜରୁରୀ। କିନ୍ତୁ ଚାମ୍ପିୟନ୍ସ ଟ୍ରଫି ଘଟଣାରୁ ଜଣାପଡ଼ୁଛି ଯେ, ସରକାର କେବଳ ଛଳନା କରୁଛନ୍ତି, ସମାଧାନ ପ୍ରତି ଗମ୍ଭୀରତା ପ୍ରକାଶ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?