Posted inଖେଳ

ଜୁନିୟର ମହିଳା ହକି: ୪୧ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା

ନୂଆଦିଲ୍ଲୀ,୭ା୧: ହକି ଇଣ୍ଡିଆ ପକ୍ଷରୁ ରବିବାର ୪୧ ଜଣିଆ ଜୁନିୟର ମହିଳା ସମ୍ଭାବ୍ୟ ଦଳ ଘୋଷଣା କରାଯାଇଛି। ଏହି ୪୧ ଖେଳାଳି ବେଙ୍ଗାଲୁରୁସ୍ଥିତ ସାଇରେ ଅନୁଷ୍ଠିତ କ୍ୟାମ୍ପରେ ଏକ ମାସ ଧରି ଅଂଶଗ୍ରହଣ କରିବେ। ଜାତୀୟ ଚାମ୍ପିୟନଶିପ୍‌ ୨୦୨୩ ପ୍ରଦର୍ଶନ ଆଧାରରେ ଏହି ଖେଳାଳିମାନଙ୍କୁ ଦଳରେ ସାମିଲ କରାଯାଇଛି। ଫେବୃଆରୀ ୬ ତାରିଖ ଯାଏ ଜୁନିୟର ଦଳର ମୁଖ୍ୟ କୋଚ୍‌ ତୁଷାର ଖାଣ୍ଡକରଙ୍କ ତତ୍ତ୍ୱାବଧାନରେ ଏହି କ୍ୟାମ୍ପ ଅନୁଷ୍ଠିତ ହେବ।

ଗୋଲକିପର୍ସ ଭାବେ ବିଦ୍ୟାଶ୍ରୀ ଭି., ଅଦିତି ମହେଶ୍ୱରୀ, ନିଧି, ଏଙ୍ଗିଲ ହର୍ଷରାଣୀ ମିଞ୍ଜ ରହିଥିବା ବେଳେ ଡିଫେଣ୍ଡର୍ସ ଭାବେ ଲାଲଥାଣ୍ଟଲୁଆଙ୍ଗି, ନିରୁ କୁଲ୍ଲୁ, ମମିତା ଓରାମ, ଥୋନଜାଓଜାମ ନିରୁପମା ଦେବୀ, ଜ୍ୟୋତି ସିଂ, ଅଞ୍ଜଳି ବରଓ୍ବା, ପଓ୍ବନପ୍ରୀତ କୌର, ପୂଜା ସାହୁଙ୍କୁ ଚୟନ କରାଯାଇଛି।

ସେହିପରି ମିଡଫିଲ୍ଡର୍ସରେ ପ୍ରିୟଙ୍କା ଡୋଗ୍ରା, ରଜନୀ କାରକେଟ୍ଟା, ଏଫ୍‌. ଲାଲବି ଆକସିଆମି, ମନୀଷା, ନିରାଲି କୁଜୁର, ହିନା ବାନୋ, କେଷ୍ଟ୍ରିମାୟୁମ ସୋନିଆ ଦେବୀ, ଅନିସା ସାହୁ, ପ୍ରିୟଙ୍କା ଯାଦବ, ଖାଇଦେମ ଶିଲେଇମା, ସୁପ୍ରିୟା କୁଜୁର, ଜୈସିକଦୀପ୍‌ କୌର, ବିନିମା ଧାନ୍‌, ହୁଦା ଖାନ୍‌, ସାକ୍ଷୀ ରାଣାଙ୍କୁ ଚୟନ କରାଯାଇଛି।

ଫରଓ୍ବାଡର୍‌ସରେ ସୋନମ, ସଞ୍ଜନା ହୋରୋ, ଡେଚାମ୍ମା ପି.ଜି., ଇଶିକା, ହିମାଂଶୀ ଶରଦ ଗଓ୍ବାଣ୍ଡେ, କନିକା ସିଓ୍ବାଚ, ନିଶା ମିଞ୍ଜ, ଯମୁନା, ଗୀତା ଯାଦବ, ଗୁରମେଲ କୌର, ଲାଲରିନପୁଇ, ମୁନମୁନି ଦାସ, ଅଶ୍ୱିନୀ ପଞ୍ଜାବ କୋଲେକର, ସୁନେଲିତା ଟୋପ୍ଦୋ ପ୍ରମୁଖ ରହିଛନ୍ତି। ଷ୍ଟାଣ୍ଡବାଇ ଖେଳିଳି ଭାବେ ଲଖିମୋନି ମଜୁଓ୍ବାର(ଗୋଲକିପର), ମମତେଶ୍ୱରୀ ଲାହାରେ(ଡିଫେଣ୍ଡର), ସେଜଲ(ଫରଓ୍ବାର୍ଡ) ଭାବେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri