ଜେଲରେ ଜୁମା, ପ୍ରତିବାଦରେ ଅରାଜକତା

ଜୋହାନ୍ସବର୍ଗ/ଡର୍ବାନ,୧୪ା୭: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜାକୋବ ଜୁମା ଦୁର୍ନୀତି ମାମଲାରେ ଜେଲ୍‌ ଯିବା ପରେ ଦେଶର ବିଭିନ୍ନ ଭାଗରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ତାଙ୍କ ଗିରଫଦାରି ପ୍ରତିବାଦରେ ଗତ ସପ୍ତାହରେ ଆରମ୍ଭ ହୋଇଥିବା ବିକ୍ଷୋଭ କ୍ରମଶଃ ହିଂସ୍ର ହେବାରେ ଲାଗିଛି। ଲୋକେ ପୋଡ଼ାଜଳା, ଭଙ୍ଗାରୁଜା ଓ ଲୁଟ୍‌ରେ ମାତିଥିବାବେଳେ ସେମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଓ ସେନା ପକ୍ଷରୁ ବଳ ପ୍ରୟୋଗ କରାଯାଇଛି। ବିକ୍ଷୋଭକାରୀ ଓ ସୁରକ୍ଷା ବଳ ମଧ୍ୟରେ ସଂଘର୍ଷ ଘଟି ୪୫ ଜଣଙ୍କ ମୃତ୍ୟୁ ଘଟିଲାଣି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଗଉଟେଙ୍ଗ୍‌ ଓ କ୍ୱାଜୁଲୁ-ନାଟାଲ ପ୍ରଦେଶର। ଏହି ଦୁଇ ପ୍ରଦେଶରେ ଲୋକେ ଦୋକାନଗୁଡ଼ିକରୁ ଖାଦ୍ୟ, ବୈଦ୍ୟୁତିକ ଉପକରଣ, ମଦ ଓ ବସ୍ତ୍ର ଚୋରି କରୁଥିବାବେଳେ ଦଳାଚକଟା ଏବଂ ଦଙ୍ଗା ସୃଷ୍ଟି ହୋଇଛି। ପ୍ରକାଶ ଯେ, ଜାକୋବ ଜୁମା ୨୦୦୯ରୁ ୨୦୧୮ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଥିବାବେଳେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା। ଉକ୍ତ ମାମଲାର ଶୁଣାଣି ବେଳେ ସେ କୋର୍ଟରେ ହାଜର ହେବାକୁ ମନା କରିଦେଇଥିଲେ। ଫଳରେ ତାଙ୍କୁ ଅଦାଲତ ଅବମାନନା ମାମଲାରେ ୧୫ ମାସ ଜେଲ ଦଣ୍ଡାଦେଶ ଦିଆଯାଇଛି। ଗତ ଗୁରୁବାର ଜୁମା ଏହି ଦଣ୍ଡାଦେଶ ଭୋଗିବା ପାଇଁ ଜେଲ ଯାଇଛନ୍ତି। ଏହାର ପ୍ରତିବାଦରେ ଚାଲିଥିବା ହିଂସାମତ୍କ ଆନ୍ଦୋଳନରେ ସମ୍ପୃକ୍ତ ଶତାଧିକ ଲୋକ ଗିରଫ ହେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ସଙ୍କଟରେ ଭୂକମ୍ପ ବିପନ୍ନ

ଆଙ୍କାରା/ଡାମାସକସ୍‌,୧୦।୨:ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ଗୁରୁବାର ୧୯,୩୦୦ ଟପିଛି। ଭୂକମ୍ପକୁ ୪ ଦିନ ବିତିଥିଲେ ହେଁ ପ୍ରବଳ ଥଣ୍ଡା ଯୋଗୁ ହଜାର ହଜାର...

ଭାରତ-ଚାଇନା ମଧ୍ୟରେ ମଧ୍ୟସ୍ଥତା କରିବାକୁ ମନା କଲା ରୁଷ

ମସ୍କୋ,୯।୯:ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷର ରାଜଧାନୀ ମସ୍କୋରେ ପହଞ୍ଚିଛନ୍ତି। ବୈଦେଶିକ ମନ୍ତ୍ରୀ ଏଠାରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବେ।...

ଇମ୍ରାନ୍‌ଙ୍କୁ ଝଟ୍‌କା: ଏପ୍ରିଲରେ ପଞ୍ଜାବ-ଖାଇବର ପସ୍ତୁନଖ୍ବାରେ ନିର୍ବାଚନ…

ଇସଲାମାବାଦ,୨୫।୧ : ପାକିସ୍ତାନର ନିର୍ବାଚନ ଆୟୋଗ ଏପ୍ରିଲରେ ପଞ୍ଜାବ ଏବଂ ଖାଇବର ପସ୍ତୁନଖ୍ବା ପ୍ରଦେଶରେ ବିଧାନସଭା ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରଦେଶଗୁଡିକ ପୂର୍ବତନ...

ନଟୋର ପ୍ରଥମ ଦେଶ, ଯେ କି ୟୁକ୍ରେନକୁ ଦେବ ଫାଇଟର ଜେଟ, ଯୁଦ୍ଧ ମଇଦାନକୁ ପଠାଇବ ଏମଆଇଜି ୨୯

ୱାରସ,୧୭ ।୩: ୟୁକ୍ରେନ୍ ରୁଷିଆ ମଧ୍ୟରେ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଯୁଦ୍ଧ ଲାଗି ରହିଛି । ଏବେ ଉଭୟ ଦେଶର ହଜାର ହଜାର...

ସ୍ପେସ୍‌ ଷ୍ଟେଶନରେ ସୋଲାର ପ୍ୟାନେଲ

ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ(ଆଇଏସ୍‌ଏସ୍‌) ବାହାରେ ପ୍ରଥମ ସୋଲାର ପ୍ୟାନେଲ ଲଗାଇବାରେ ମହାକାଶଚାରୀ ସଫଳ ହୋଇଛନ୍ତି। ଏହା ସୌର ଶକ୍ତି ଅବଶୋଷଣ କରି ପ୍ରତିଦିନର ବୈଜ୍ଞାନିକ ଅନୁସନ୍ଧାନ...

୨୦୨୨ ଶେଷ ସୁଦ୍ଧା ଇସ୍ରାଏଲ୍‌ ନିର୍ମାଣ କରିବ ଲେଜର କାନ୍ଥ, ସୁରକ୍ଷା ବ୍ୟବସ୍ଥା ହେବ ସୁଦୃଢ଼…

ଜେରୁଜେଲମ୍‌, ୨।୨ : ଏକ ବର୍ଷ ମଧ୍ୟରେ ୨୦୨୨ ଶେଷ ସୁଦ୍ଧା ଇସ୍ରାଏଲ ଲେଜର ଆଧାରିତ ମିସାଇଲ ଇଣ୍ଟରସେପ୍ଟ ସିଷ୍ଟମ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି।...

ମାସ୍କ ପିନ୍ଧିବାକୁ ଯାତ୍ରୀ ମନା କରିବାରୁ ଅଧ ବାଟରୁ ଫେରିଲା ଫ୍ଲାଇଟ୍‌

ଓ୍ବାଶିଂଟନ,୨୧।୧: ଜଣେ ଯାତ୍ରୀ କୋଭିଡ୍‌ ମାସ୍କ ପିନ୍ଧିବାକୁ ମନା କରି ଦେବାରୁ ମିଆମିରୁ ଲଣ୍ଡନ ଯାଉଥିବା ଆମେରିକାନ ଏୟାରଲାଇନ ଜେଟଲାଇନର ଏକ ବିମାନ ଅଧ ବାଟରୁ...

ନୋବେଲ ଶାନ୍ତି ପୁରସ୍କାର ପାଇଁ ଆଫଗାନିସ୍ତାନ ମହିଳା ମନୋନୀତ

କାବୁଲ,୧୧ା୨: ଆଫଗାନିସ୍ତାନରେ ମହିଳା ଅଧିକାର ପାଇଁ କାର୍ଯ୍ୟ କରୁଥିବା ମେହବୁବା ସିରାଜ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତାଙ୍କୁ ଜେଲରେ ଥିବା ଇରାନର...

Advertisement
Archives

Model This Week