Posted inଖେଳ

ଓଡ଼ିଶାରୁ ଜୁଲି, ମନୀଷା ସାମିଲ

ନୂଆଦିଲ୍ଲୀ,୧୭ା୩(ପି.ଟି.):୨୩ ବର୍ଷରୁ କମ୍‌ ଭାରତୀୟ ମହିଳା ଫୁଟବଲ ଦଳର କୋଚ୍‌ ଥୋମାସ ଡେନର୍ବି ଗୁରୁବାର ଭାରତୀୟ ଦଳ ଘୋଷଣା କରିଛନ୍ତି। ଏହି ଦଳ ଚଳିତ ମାସରେ ଜୋର୍ଡାନ ଓ ଉଜବେକିସ୍ତାନ ଗସ୍ତ କରିବ। ଜୋର୍ଡାନରେ ମାର୍ଚ୍ଚ ୧୭ରୁ ୨୨ ମଧ୍ୟରେ ଏବଂ ଉଜବେକିସ୍ତାନରେ ମାର୍ଚ୍ଚ ୨୩ରୁ ୨୯ ମଧ୍ୟରେ ଭାରତୀୟ ଦଳ ମ୍ୟାଚ ଖେଳିବ। ଏଏଫ୍‌ସି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟର ପ୍ରସ୍ତୁତି ଭାବରେ ଭାରତ ଏହି ମ୍ୟାଚ୍‌ ଖେଳିବ। ଏପ୍ରିଲ ୪ରୁ ୧୦ ମଧ୍ୟରେ ଖେଳାଯିବାକୁ ଥିବା ଏଏଫ୍‌ସି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଗ୍ରୁପ୍‌ ସିରେ ସ୍ଥାନ ପାଇଛି। କିର୍ଗିଜସ୍ତାନ ଓ ତୁର୍କମେନିସ୍ତାନ ମଧ୍ୟ ସମାନ ଗ୍ରୁପରେ ସ୍ଥାନ ପାଇଛନ୍ତି। ଗ୍ରୁପ୍‌ ବିଜେତା ଏସିଆର ଶକ୍ତିଶାଳୀ ୫ ଦଳ ସହିତ ଯୋଗ ଦେବ। ଥୋମାସ ଡେନର୍ବି ଏହି ଦଳର କୋଚ୍‌ ରହିଥିବା ବେଳେ ୨୩ ଜଣିଆ ଦଳରେ ଦୁଇ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ଦୁଇ ପ୍ରତିଭାବାନ ଡିଫେଣ୍ଡର ଜୁଲି କିଶାନ ଓ ମନୀଷା ପାନ୍ନାଙ୍କୁ ଏହି ଦଳରେ ସାମିଲ କରାଯାଇଛି। ଜୋର୍ଡାନ ଓ ଉଜବେକିସ୍ତାନରେ ମ୍ୟାଚ୍‌ ଖେଳି ସାରିବା ପରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ।
ଭାରତୀୟ ଦଳ
ଗୋଲକିପର: ସୋମ୍ୟା ନାରାୟଣସ୍ବାମୀ, ଶ୍ରେୟା ହୁଦା, ଏଲାଙ୍ଗବାମ ପାନ୍ଥୋଇ ଚାନୁ।
ଡିଫେଣ୍ଡର୍ସ: ଆଶାଲତା ଦେବୀ ଲୋଇଟୋଙ୍ଗବାମ, ସ୍ବିଟି ଦେବୀ ନାନବାମ୍‌, ରିତୁ ରାଣୀ, ରଞ୍ଜନା ଚାନୁ ସୋରୋଖାଇବାମ୍‌, ମିଚେଲ କାଷ୍ଟନା, ଡାଲିମା ଛିବ୍ବର, ମନୀଷା ପାନ୍ନା ଓ ଜୁଲି କିଷାନ।
ମିଡଫିଲ୍ଡର୍ସ: ଶିଲ୍କି ଦେବୀ ହେମମ, ଅଞ୍ଜୁ ତମାଙ୍ଗ, ଇନ୍ଦୁମତୀ କାଥିରସେନ, ସଙ୍ଗୀତା ବାସ୍ଫୋରେ, ରୋଜା ଦେବୀ ଆସେମ, କାର୍ତ୍ତିକା ଅଙ୍ଗମୁଥୁ ଓ କଶ୍ମିନା।
ଫରଓ୍ବାଡର୍‌ସ: ଡାଙ୍ଗମେଇ ଗ୍ରେସ୍‌, ରେଣୁ, କରିଶ୍ମା ଶିର୍ଭୋଇକାର, ସାନ୍ଧିୟା ରଙ୍ଗନାଥନ୍‌ ଓ ଅପୂର୍ଣ୍ଣା ନାର୍ଜାରି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Cristiano Ronaldo Retirement Plans: ବିଶ୍ୱକପ ପରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଅବସର ନେବେ? ଭଉଣୀ କହିଲେ ବଡ଼ କଥା

ଲିସବନ,.୩।୭: କ୍ରିଷ୍ଟିଆନୋ ରୋନାଲ୍ଡୋ ଗୁରୁବାର ଫିଫା ବିଶ୍ୱକପ ନକଆଉଟ ମ୍ୟାଚରେ ସବୁଠାରୁ ବୟସ୍କ ଖେଳାଳି ହୋଇ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି। ଗୁରୁବାର ରାଉଣ୍ଡ ଅଫ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଡିତ ସମସ୍ତ ଟ୍ରେଡ ଡିଲ୍‌ କେବଳ ଗୁଜବ; ମୁମ୍ବାଇ ଇଣ୍ଡିଆନ୍ସରୁ ଆସୁଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ

ନୂଆଦିଲ୍ଲୀ,୨।୭: ୨୦୨୪ ପରି, ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି। ତିନି ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରେଡ ଡିଲ୍‌ ମାଧ୍ୟମରେ ହାର୍ଦ୍ଦିକଙ୍କୁ…

Video: ଶାହରୁଖ ଖାନଙ୍କ କ୍ରିକେଟ ଷ୍ଟାଡିୟମ! ଅଲିମ୍ପିକ୍ସ ସମୟରେ ଏହି ସ୍ଥାନରେ ଖେଳାଯିବ ମ୍ୟାଚ, ପୂଜାରୀଙ୍କୁ ଡାକି ହେଲା ପୂଜା

ନୂଆଦିଲ୍ଲୀ,୨।୭: ୧୨୮ ବର୍ଷର ଲମ୍ବା ଅପେକ୍ଷା ପରେ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପୁନରାଗମନ କରୁଛି, ଏବଂ ପ୍ରଶଂସକମାନେ ଏହାକୁ ନେଇ ଅତ୍ୟନ୍ତ ଉତ୍ସାହିତ। ଚଳିତ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଆଜି ଭାରତ-ଇଂଲଣ୍ଡ ମ୍ୟାଚ୍‌: ବୈଭବଙ୍କ ଉପରେ ଇଂଲଣ୍ଡ ଅଧିନାୟକ ବଡ଼ ବୟାନ, ଦେଲେ

ଚେଷ୍ଟର ଲେ ଷ୍ଟ୍ରିଟ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ T20 ସିରିଜର ପ୍ରଥମ ମ୍ୟାଚ୍‌ ଜୁଲାଇ ୧ ତାରିଖ ଅର୍ଥାତ୍‌ ଆଜି ଖେଳାଯିବ। ଖେଳ ପୂର୍ବରୁ, ଇଂଲଣ୍ଡ…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri