ଜୁଡିସିଆଲ ଆର୍କାଇଭ୍‌ ପ୍ରକଳ୍ପ ଭାରତରେ ଅଦ୍ୱିତୀୟ: ମୁଖ୍ୟମନ୍ତ୍ରୀ

କଟକ ଅଫିସ, ୨୯।୧: ହାଇକୋର୍ଟ କର୍ମଚାରୀଙ୍କ ପାଇଁ ଆବାସିକ କମ୍ପ୍ଲେକ୍ସ ଓ ସେଣ୍ଟର ଫର ଜୁଡିସିଆଲ ଆର୍କାଇଭ୍‌ ବିଲଡିଂର ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ବିନିତ୍‌ ସରନ୍‌ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୁଡିସିଆଲ ଆର୍କାଇଭ୍‌ ପ୍ରକଳ୍ପ ଭାରତରେ ଅଦ୍ୱିତୀୟ। ଏହା ଏକ ନିଆରା ପଦକ୍ଷେପ। ଏହା କେବଳ ଐତିହ୍ୟକୁ ସଂଗ୍ରହ କରିବ ତା ନୁହେଁ, ବରଂ ଅନୁଷ୍ଠାନର ସାମୂହିକ ସ୍ମୃତି ଏବଂ ଇତିହାସର ମୁକସାକ୍ଷୀ ପାଲଟିବ। ପ୍ରତିଷ୍ଠାନ ଗବେଷଣା ଓ ଇତିହାସକୁ ପରଖିବା ପାଇଁ ଏହା ସୁଯୋଗ ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହାଇକୋର୍ଟ ନ୍ୟାୟିକ ଇତିହାସକୁ ବଞ୍ଚାଇ ରଖିବା ଏବଂ ଏହାକୁ ପ୍ରୋତ୍ସାହିତ କରିବା ଦିଗରେ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧରଙ୍କ କାର୍ଯ୍ୟ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ନ୍ୟାୟିକ ଐତିହ୍ୟ ଉପରେ ସଚେତନତା ବୃଦ୍ଧି ପାଇଁ ଏକାଡେମିକ୍‌ ଜର୍ନାଲ୍‌ ପ୍ରକାଶନ ତଥା ରାଜ୍ୟ, ଦେଶର ଅନ୍ୟାନ୍ୟ ଆର୍କାଇଭ୍‌ ପ୍ରତିଷ୍ଠାନ ସହିତ ଅଭିଲେଖାଗାର ରେକର୍ଡ ବାଣ୍ଟିବାର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। ଏଥିସହ ସେ କର୍ମଚାରୀଙ୍କ ଆବାସିକ କମ୍ପ୍ଲେକ୍ସ ଉପରେ ଖୁସି ବ୍ୟକ୍ତ କରିବା ସହ ପ୍ରକଳ୍ପର ଡିଜାଇନ୍‌କୁ ପ୍ରଶଂସା କରିଥିଲେ। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର କହିଛନ୍ତି, ହାଇକୋର୍ଟ ପାଇଁ ଏହା ଏକ ଐତିହାସିକ ପଦକ୍ଷେପ। ଏହି ଅବସରରେ ସେ ପୁରୁଣା ରେକର୍ଡଗୁଡ଼ିକର ସଂରକ୍ଷଣ ଏବଂ ଡିଜିଟାଇଜେଶନ୍‌ ବିଷୟରେ ଚିନ୍ତା କରିବାକୁ ପ୍ରେରଣା ଯୋଗାଇଥିବା ଅନୁଭୁତିକୁ ବଖାଣିଥିଲେ। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନକୁ ମୁଖ୍ୟ ବିଚାରପତି ପ୍ରଶଂସା କରିଥିଲେ। ସେହିପରି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିନିତ୍‌ ସରନ୍‌ ଯୋଗଦେଇ ଉଭୟ ପ୍ରକଳ୍ପ ପାଇଁ ଖୁସି ବ୍ୟକ୍ତ କରି କହିଥିଲେ ଯେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିବା ସମୟରେ କର୍ମଚାରୀଙ୍କ ପାଇଁ ଆବାସିକ କମ୍ପ୍ଲେକ୍ସ ନିର୍ମାଣ କରିବା ତାଙ୍କର ସ୍ବପ୍ନ ଥିଲା। ଏବେ ଏଥିପାଇଁ ସେ ମୁରଲୀଧରଙ୍କୁ ପ୍ରଶଂସା କରିଥିଲେ। ନ୍ୟାୟିକ ଅଭିଲେଖାଗାର ଜଷ୍ଟିସ୍‌ ସରନ୍‌ କହିଛନ୍ତି, ଓଡ଼ିଶା ବର୍ତ୍ତମାନ ଡିଜିଟାଇଜେଶନ୍‌ ଏବଂ ଭର୍ଚ୍ଚୁଆଲ୍‌ କୋର୍ଟ ଶୁଣାଣି କ୍ଷେତ୍ରରେ ଆଗଧାଡ଼ିର ହୋଇପାରିଛି। ଏହି ଦୁଇଟି ପ୍ରକଳ୍ପ ମଧ୍ୟରୁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ସେଣ୍ଟର ଫର ଜୁଡିସିଆଲ ଆର୍କାଇଭ୍‌ ବିଲଡିଂ ପ୍ରକଳ୍ପ। ଏହି ଜୁଡିସିଆଲ ଆର୍କାଇଭ୍‌ ବିଲ୍‌ଡିଂ ବା ସଂଗ୍ରହାଳୟ ପାଇଁ ୩୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଠାରେ ୨୦୦ବର୍ଷର ପୁରୁଣା ବିଭିନ୍ନ ନ୍ୟାୟିକ ଦସ୍ତାବିଜ ସଂଗୃହୀତ ହୋଇ ରହିବ ଓ ଏହା ଉପରେ ଗବେଷଣା କରାଯିବ। ସିଡିଏ ସେକ୍ଟର ୧ରେ ୧.୮୮୪ ଏକର ଜମି ଉପରେ ଜୁଡିସିଆଲ୍‌ ଆର୍କାଇଭ୍‌ ପାଇଁ ଏକ ପୃଥକ କୋଠା ନିର୍ମାଣ କରାଯିବ। ଏହି ବିଲ୍‌ଡିଂରେ ରେକର୍ଡ, ସଂରକ୍ଷଣ ଲାବୋରେଟୋରି ଲାଇବ୍ରେରି, ଅନୁସନ୍ଧାନ କକ୍ଷ, ଅଭିଲେଖାଗାର, ସମ୍ମିଳନୀ କକ୍ଷ ଏବଂ ପ୍ରଦର୍ଶନୀ କ୍ଷେତ୍ର ପାଇଁ କ୍ୟାଣ୍ଟିନ ରୁମ୍‌ର ବ୍ୟବସ୍ଥା ରହିବ। ନିର୍ମାଣ କାର୍ଯ୍ୟ ୧୫ମାସ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ହାଇକୋର୍ଟଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ହାଇକୋର୍ଟର କର୍ମଚାରୀଙ୍କ ପାଇଁ ଏକ ଆବାସିକ କମ୍ପ୍ଲେକ୍ସ ନିର୍ମାଣ ପାଇଁ ସେକ୍ଟର ୧୩ ଠାରେ ୧୦ ଏକର ଜମିରେ ନିର୍ମାଣ କରାଯିବ। ପ୍ରସ୍ତାବିତ କମ୍ପ୍ଲେକ୍ସରେ ୧୨ଟି ଟାୱାରରେ ୨୦୦ଟି ଡି-ଫ୍ଲାଟ ଏବଂ ୩୫୦ଟି ଇ-ଫ୍ଲାଟ ରହିବ। ଯେଉଁଥିରେ କମ୍ୟୁନିଟି ସେଣ୍ଟର, କ୍ରୀଡ଼ା କେନ୍ଦ୍ର, ବଗିଚା, ଶିଶୁ ଉଦ୍ୟାନ, ଲନ୍‌ ଇତ୍ୟାଦି ସୁବିଧା ରହିଛି। ୨ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ଶେଷରେ ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆର୍‌ଆର୍‌ଡିସି କମିଟିର ସଭାପତି ଜଷ୍ଟିସ ଦେବବ୍ରତ ଦାଶ, ଡ. ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହି, ଜଷ୍ଟିସ ଏମ୍‌.ଏସ୍‌. ସାହୁ, ଜଷ୍ଟିସ୍‌ ଶଶିକାନ୍ତ ମିଶ୍ର, ଜଷ୍ଟିସ୍‌ ବିପି ଶତପଥି ଏବଂ ଜଷ୍ଟିସ୍‌ ଏସ୍‌କେ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଡ୍‌ଭୋକେଟ୍‌ ଜେନେରାଲ୍‌, ଭାରତର ଡେପୁଟି ସଲିସିଟର ଜେନେରାଲ୍‌ ଅଶୋକ କୁମାର ପରିଜା, ହାଇକୋର୍ଟ ବାର୍‌ ଆସୋସିଏଶନର ଅଫିସ୍‌ ଧାରକ, ପୋଲିସ ମହାନିର୍ଦ୍ଦେଶକ ତଥା ସରକାରୀ କର୍ମଚାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri