ବିଚାର ଆପଣଙ୍କର

ଶ୍ରୀଧର ପଟ୍ଟନାୟକ

ଭଗବାନ ପୃଥିବୀରେ ଅଛନ୍ତି ନା ପୃଥିବୀ ବାହାରେ? ଏହାର ଉତ୍ତର ବୟଃପ୍ରାପ୍ତ କୌଣସି ବ୍ୟକ୍ତିଙ୍କୁ ଦିଆଯାଇପାରେ, ହେଲେ ପାଞ୍ଚବର୍ଷର ପୁଅକୁ ଦେବା ମୋ ପକ୍ଷେ ନିହାତି କଷ୍ଟ ଥିଲା। ବୁଝେଇବା ଢଙ୍ଗରେ କହିଲି: ହଁ; ଭଗବାନ ପୃଥିବୀରେ ହିଁ ଅଛନ୍ତି।
ଆମର ଯେତେବେଳେ ଅସୁବିଧା ହୁଏ, ଆମେ ତାଙ୍କୁ ଡାକୁ ଏବଂ ସେ ଆମକୁ ସାହାଯ୍ୟ କରନ୍ତି। ଯିଏ ଡାକିଲେ ବି ସେ ଆସନ୍ତି କି? କହିଲି: ହଁ, ତାଙ୍କୁ ଡାକିଲେ ନିଶ୍ଚୟ ଆସନ୍ତି।
ହେଲେ ଡାକିବା ବି ଜାଣିବା ଦରକାର।
ମୋଟର ସାଇକେଲରେ ଘେରାଏ ମାରୁ ମାରୁ ଆମେ ବାପ ପୁଅ ପହଞ୍ଚି ଯାଇଥିଲୁ ରାସ୍ତା କଡ଼ ହନୁମାନ ମନ୍ଦିରରେ। ବିରାଟ ତାଲା ବି ଝୁଲୁଥିଲା ଫାଟକରେ। ଏଣେ ଉଭୟ ହନୁମାନଜୀଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରି ଫେରିଲୁ। ପୁଅ କହିଲା, କିଏ ହନୁମାନଙ୍କୁ ତାଲା ଦେଇ ବନ୍ଦ କରିଛନ୍ତି? କୌଣସିମତେ ସେ ପ୍ରଶ୍ନଟିକୁ ଆଡ଼େଇ ଦେଲି ସିନା, ମନରେ ଢେର୍‌ ପ୍ରଶ୍ନ ଆନ୍ଦୋଳିତ ହେଲା। ସତରେ ଆମେ ଯାହାକୁ ସର୍ବ ଶକ୍ତିମାନ ବୋଲି ଆରାଧନା କରୁ, ତାଙ୍କ ମୂର୍ତ୍ତି କିମ୍ବା କୌଣସି ପ୍ରତୀକକୁ ହିଁ ପୂଜା କରିଥାଉ। ତାଙ୍କୁ ନିର୍ଦ୍ଦିଷ୍ଟ ଭାବେ କୌଣସି ଉପାସନା ଗୃହ ମଧ୍ୟରେ ଆବଦ୍ଧ କରିବାର ଅପଚେଷ୍ଟାରେ ଆମେ ସେଇ ମୂର୍ତ୍ତି କିମ୍ବା ପ୍ରତୀକଟିକୁ ଆବଦ୍ଧ କୋଠରି ମଧ୍ୟରେ ଅବସ୍ଥାପିତ କରିଥାଉ। ବିଶାଳତା, ମହାନତାର ମହାନ୍‌ ପ୍ରତୀକ ସେ ଯେକୌଣସି ଧର୍ମର ହେଉ ନା କାହିଁକି, ଆମେ ତା’ ମାଧ୍ୟମରେ ପରମ ପୁରୁଷ ଆରାଧ୍ୟ ଭଗବାନଙ୍କୁ ହିଁ ଆରାଧନା କରୁ, ଦୁଃଖ ଜଣାଉ ଅବା ଧନ୍ୟବାଦ ଜଣାଉ। ତେବେ ଉପାସନା ଏକ ନିର୍ଦ୍ଦିଷ୍ଟ କୋଠରି କିମ୍ବା ସ୍ଥାନ କିମ୍ବା କ୍ଷେତ୍ରରେ କାହିଁକି? ଏହାର ଯଥାର୍ଥତା ବି ରହିଛି ସତ, ହେଲେ ବିଶାଳ ଫାଟକ, ସୁଉଚ୍ଚ କାନ୍ଥ, ସୁଦୃଶ୍ୟ ଭବନ ସହ ଏଇ ତାଲାର ଆବଶ୍ୟକତା କେତେ; ଏହା ହିଁ ଆଲୋଚନାର କେନ୍ଦ୍ରବିନ୍ଦୁ।
ମଧ୍ୟଯୁଗ ପୂର୍ବରୁ ଯେଉଁ ଉପାସନା ଗୃହଗୁଡ଼ିକ ଜନବସତି ସହ ଜଡିତ ଥିଲା, ସେଗୁଡିକ ମୁଖ୍ୟତଃ ଥିଲା ସେଇ ଅଞ୍ଚଳର ଶିକ୍ଷା ସଭ୍ୟତା ନ୍ୟାୟିକ ବ୍ୟବସ୍ଥାର ପ୍ରାଣ କେନ୍ଦ୍ର। ଊଣା ଅଧିକେ ନେତୃତ୍ୱ/ ରାଜନୀତି ସମ୍ବନ୍ଧୀୟ ଆଲୋଚନା ସେଇଠି ହିଁ ଉପସ୍ଥାପିତ ହେଉଥିଲା। ଧୀରେ ଧୀରେ ରାଜନ ବର୍ଗ ଏଗୁଡିକୁ ମଧ୍ୟ ରାଜ୍ୟର ବିଶାଳ ଧନ ସମ୍ପତ୍ତିର ସୁରକ୍ଷିତ କୋଷାଗାର ଭାବେ ବ୍ୟବହାର କଲେ। ଏସବୁ ପଛରେ ଥିଲା ସାଧାରଣ ଜନତାର ଉପାସନା ଗୃହ, ଆଧ୍ୟାତ୍ମିକତା ଉପରେ ଥିବା ସରଳ ଆସ୍ଥା ଭରସା ବିଶ୍ବାସ ମେଞ୍ଚାଏ। ହେଲେ ଆଜି ଏ ସବୁ ବିରଳ। ଧର୍ମର ତତ୍ତ୍ବଦର୍ଶୀ ବୋଲାଉଥିବା ଥୋକେ ତଥାକଥିତ ପଣ୍ଡିତ ଉପାସନା ଗୃହ ତଥା ତନ୍ମଧ୍ୟସ୍ଥ ଭଗବାନଙ୍କ ମୂର୍ତ୍ତି ଅବା ପ୍ରତୀକକୁ ନିଜର ସମ୍ପତ୍ତି ରୂପେ ଚିତ୍ରଣ କରି ନିଜ ସ୍ବାର୍ଥ ଅନୁକୂଳ ପରମ୍ପରା ସୃଷ୍ଟି କରିବା ସହ ସାଧାରଣ ଜନତାର ଆସ୍ଥା ବିଶ୍ବାସ ସହ ଖେଳିବା ଏଇ ଅଧଃପତନର କାରଣ ହୋଇପାରେ। ଫଳସ୍ବରୂପ ଧର୍ମକୁ ନେଇ ହାମ୍‌ବଡା ନୀତି, ଆତ୍ମ ଘୋଷିତ ସନ୍ଥ ଇତ୍ୟାଦି ଇତ୍ୟାଦିର ସୂତ୍ରପାତ ହେଲା। ଧର୍ମକୁ ନେଇ ଦଙ୍ଗା, ଧର୍ମ ପ୍ରଚାର ଆଳରେ ସାମ୍ରାଜ୍ୟବାଦ ଯେତିକି ନିନ୍ଦନୀୟ, ତା’ଠାରୁ ତୃତୀୟ ପୃଥିବୀରେ ଧର୍ମକୁ ନେଇ ଆଜି ଦେଖାଯାଉଥିବା ଅସହିଷ୍ଣୁତା ଆହୁରି ବିଷମୟ।
ଭାଗବତ ଟୁଙ୍ଗିରେ ତାଲା ପଡିବା କିଏ କେବେ ଦେଖିଛି କି ନାହିଁ ଜାଣେନା, ହେଲେ ପୃଥିବୀରେ କଦବା କ୍ବଚିତ କିଛି ଉପାସନା ଗୃହକୁ ବାଦ୍‌ ଦେଲେ କୌଣସି ମନ୍ଦିର, ମସ୍‌ଜିଦ, ଗିର୍ଜାରେ ତାଲା ନ ପଡିବାର ଦୃଷ୍ଟାନ୍ତ ପ୍ରାୟ ନାହିଁ। ଏହା ହିଁ ସୂଚାଇଦେବା ଲାଗି ଯଥେଷ୍ଟ ଯେ, ଆମେ କେତେଦୂର ଆସ୍ଥାବାନ। ଭଗବାନଙ୍କ ଉପରେ ଆମର ଭରସା କେତେ? ନିଜ ଗହଣରେ ବଞ୍ଚୁଥିବା ମଣିଷମାନଙ୍କ ପ୍ରତି ଆମର ବିଶ୍ବାସ କେତେ? ସବୁ ଧର୍ମର ସାର କଥା ଏକ, ଈଶ୍ବର ବି ଏକ କହୁଥିବା ପୃଥିବୀର ସବୁ ସମ୍ପ୍ରଦାୟ କାୟମନୋବାକ୍ୟରେ ଏହାକୁ ହୃଦୟରେ ଗ୍ରହଣ କରିଥିଲେ ଧର୍ମକୁ ନେଇ ଏତେ ବିଦ୍ବେଷ ରହନ୍ତା କି? ସବୁ ଧର୍ମରେ ଗୋଷ୍ଠୀବାଦର ଅଭ୍ୟୁଦୟ ଘଟି ଏକ ଅପରର ନିନ୍ଦା ରଟୁଥିବା ତଥା ସେଇ କାରଣରୁ ବିଶ୍ବର କୋଣେ ଅନୁକୋଣେ ଧର୍ମକୁ ନେଇ ଘଟୁଥିବା ସଂଘର୍ଷର ଅନ୍ତ କାହିଁ? କେବେ ସୁଧୁରିବା ଆମେ? ପ୍ରତି ମଣିଷ ମଣିଷପଣିଆ ଶିଖିବା ଦରକାର, ମାନବଜାତିର ମହାନତା ଉପଲବ୍ଧି କରିବା ଦରକାର। ନୋହିଲେ ଏ ସଂଘର୍ଷମୟ ବିଶ୍ବ ଧର୍ମମୟ ହୋଇଯିବ ସିନା, ଧର୍ମକୁ ଅନୁସରଣ କରୁଥିବା ମାନବ ଶୂନ୍ୟ ହୋଇଯିବାର ଢେର୍‌ ଆଶଙ୍କା। ବିଚାର କେବଳ ଆପଣଙ୍କର।
କଲ୍ୟାଣସିଂହପୁର, ରାୟଗଡ
ମୋ- ୮୨୪୯୧୨୧୦୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri