ବିଚାର ଆପଣଙ୍କର

ଶ୍ରୀଧର ପଟ୍ଟନାୟକ

ଭଗବାନ ପୃଥିବୀରେ ଅଛନ୍ତି ନା ପୃଥିବୀ ବାହାରେ? ଏହାର ଉତ୍ତର ବୟଃପ୍ରାପ୍ତ କୌଣସି ବ୍ୟକ୍ତିଙ୍କୁ ଦିଆଯାଇପାରେ, ହେଲେ ପାଞ୍ଚବର୍ଷର ପୁଅକୁ ଦେବା ମୋ ପକ୍ଷେ ନିହାତି କଷ୍ଟ ଥିଲା। ବୁଝେଇବା ଢଙ୍ଗରେ କହିଲି: ହଁ; ଭଗବାନ ପୃଥିବୀରେ ହିଁ ଅଛନ୍ତି।
ଆମର ଯେତେବେଳେ ଅସୁବିଧା ହୁଏ, ଆମେ ତାଙ୍କୁ ଡାକୁ ଏବଂ ସେ ଆମକୁ ସାହାଯ୍ୟ କରନ୍ତି। ଯିଏ ଡାକିଲେ ବି ସେ ଆସନ୍ତି କି? କହିଲି: ହଁ, ତାଙ୍କୁ ଡାକିଲେ ନିଶ୍ଚୟ ଆସନ୍ତି।
ହେଲେ ଡାକିବା ବି ଜାଣିବା ଦରକାର।
ମୋଟର ସାଇକେଲରେ ଘେରାଏ ମାରୁ ମାରୁ ଆମେ ବାପ ପୁଅ ପହଞ୍ଚି ଯାଇଥିଲୁ ରାସ୍ତା କଡ଼ ହନୁମାନ ମନ୍ଦିରରେ। ବିରାଟ ତାଲା ବି ଝୁଲୁଥିଲା ଫାଟକରେ। ଏଣେ ଉଭୟ ହନୁମାନଜୀଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରି ଫେରିଲୁ। ପୁଅ କହିଲା, କିଏ ହନୁମାନଙ୍କୁ ତାଲା ଦେଇ ବନ୍ଦ କରିଛନ୍ତି? କୌଣସିମତେ ସେ ପ୍ରଶ୍ନଟିକୁ ଆଡ଼େଇ ଦେଲି ସିନା, ମନରେ ଢେର୍‌ ପ୍ରଶ୍ନ ଆନ୍ଦୋଳିତ ହେଲା। ସତରେ ଆମେ ଯାହାକୁ ସର୍ବ ଶକ୍ତିମାନ ବୋଲି ଆରାଧନା କରୁ, ତାଙ୍କ ମୂର୍ତ୍ତି କିମ୍ବା କୌଣସି ପ୍ରତୀକକୁ ହିଁ ପୂଜା କରିଥାଉ। ତାଙ୍କୁ ନିର୍ଦ୍ଦିଷ୍ଟ ଭାବେ କୌଣସି ଉପାସନା ଗୃହ ମଧ୍ୟରେ ଆବଦ୍ଧ କରିବାର ଅପଚେଷ୍ଟାରେ ଆମେ ସେଇ ମୂର୍ତ୍ତି କିମ୍ବା ପ୍ରତୀକଟିକୁ ଆବଦ୍ଧ କୋଠରି ମଧ୍ୟରେ ଅବସ୍ଥାପିତ କରିଥାଉ। ବିଶାଳତା, ମହାନତାର ମହାନ୍‌ ପ୍ରତୀକ ସେ ଯେକୌଣସି ଧର୍ମର ହେଉ ନା କାହିଁକି, ଆମେ ତା’ ମାଧ୍ୟମରେ ପରମ ପୁରୁଷ ଆରାଧ୍ୟ ଭଗବାନଙ୍କୁ ହିଁ ଆରାଧନା କରୁ, ଦୁଃଖ ଜଣାଉ ଅବା ଧନ୍ୟବାଦ ଜଣାଉ। ତେବେ ଉପାସନା ଏକ ନିର୍ଦ୍ଦିଷ୍ଟ କୋଠରି କିମ୍ବା ସ୍ଥାନ କିମ୍ବା କ୍ଷେତ୍ରରେ କାହିଁକି? ଏହାର ଯଥାର୍ଥତା ବି ରହିଛି ସତ, ହେଲେ ବିଶାଳ ଫାଟକ, ସୁଉଚ୍ଚ କାନ୍ଥ, ସୁଦୃଶ୍ୟ ଭବନ ସହ ଏଇ ତାଲାର ଆବଶ୍ୟକତା କେତେ; ଏହା ହିଁ ଆଲୋଚନାର କେନ୍ଦ୍ରବିନ୍ଦୁ।
ମଧ୍ୟଯୁଗ ପୂର୍ବରୁ ଯେଉଁ ଉପାସନା ଗୃହଗୁଡ଼ିକ ଜନବସତି ସହ ଜଡିତ ଥିଲା, ସେଗୁଡିକ ମୁଖ୍ୟତଃ ଥିଲା ସେଇ ଅଞ୍ଚଳର ଶିକ୍ଷା ସଭ୍ୟତା ନ୍ୟାୟିକ ବ୍ୟବସ୍ଥାର ପ୍ରାଣ କେନ୍ଦ୍ର। ଊଣା ଅଧିକେ ନେତୃତ୍ୱ/ ରାଜନୀତି ସମ୍ବନ୍ଧୀୟ ଆଲୋଚନା ସେଇଠି ହିଁ ଉପସ୍ଥାପିତ ହେଉଥିଲା। ଧୀରେ ଧୀରେ ରାଜନ ବର୍ଗ ଏଗୁଡିକୁ ମଧ୍ୟ ରାଜ୍ୟର ବିଶାଳ ଧନ ସମ୍ପତ୍ତିର ସୁରକ୍ଷିତ କୋଷାଗାର ଭାବେ ବ୍ୟବହାର କଲେ। ଏସବୁ ପଛରେ ଥିଲା ସାଧାରଣ ଜନତାର ଉପାସନା ଗୃହ, ଆଧ୍ୟାତ୍ମିକତା ଉପରେ ଥିବା ସରଳ ଆସ୍ଥା ଭରସା ବିଶ୍ବାସ ମେଞ୍ଚାଏ। ହେଲେ ଆଜି ଏ ସବୁ ବିରଳ। ଧର୍ମର ତତ୍ତ୍ବଦର୍ଶୀ ବୋଲାଉଥିବା ଥୋକେ ତଥାକଥିତ ପଣ୍ଡିତ ଉପାସନା ଗୃହ ତଥା ତନ୍ମଧ୍ୟସ୍ଥ ଭଗବାନଙ୍କ ମୂର୍ତ୍ତି ଅବା ପ୍ରତୀକକୁ ନିଜର ସମ୍ପତ୍ତି ରୂପେ ଚିତ୍ରଣ କରି ନିଜ ସ୍ବାର୍ଥ ଅନୁକୂଳ ପରମ୍ପରା ସୃଷ୍ଟି କରିବା ସହ ସାଧାରଣ ଜନତାର ଆସ୍ଥା ବିଶ୍ବାସ ସହ ଖେଳିବା ଏଇ ଅଧଃପତନର କାରଣ ହୋଇପାରେ। ଫଳସ୍ବରୂପ ଧର୍ମକୁ ନେଇ ହାମ୍‌ବଡା ନୀତି, ଆତ୍ମ ଘୋଷିତ ସନ୍ଥ ଇତ୍ୟାଦି ଇତ୍ୟାଦିର ସୂତ୍ରପାତ ହେଲା। ଧର୍ମକୁ ନେଇ ଦଙ୍ଗା, ଧର୍ମ ପ୍ରଚାର ଆଳରେ ସାମ୍ରାଜ୍ୟବାଦ ଯେତିକି ନିନ୍ଦନୀୟ, ତା’ଠାରୁ ତୃତୀୟ ପୃଥିବୀରେ ଧର୍ମକୁ ନେଇ ଆଜି ଦେଖାଯାଉଥିବା ଅସହିଷ୍ଣୁତା ଆହୁରି ବିଷମୟ।
ଭାଗବତ ଟୁଙ୍ଗିରେ ତାଲା ପଡିବା କିଏ କେବେ ଦେଖିଛି କି ନାହିଁ ଜାଣେନା, ହେଲେ ପୃଥିବୀରେ କଦବା କ୍ବଚିତ କିଛି ଉପାସନା ଗୃହକୁ ବାଦ୍‌ ଦେଲେ କୌଣସି ମନ୍ଦିର, ମସ୍‌ଜିଦ, ଗିର୍ଜାରେ ତାଲା ନ ପଡିବାର ଦୃଷ୍ଟାନ୍ତ ପ୍ରାୟ ନାହିଁ। ଏହା ହିଁ ସୂଚାଇଦେବା ଲାଗି ଯଥେଷ୍ଟ ଯେ, ଆମେ କେତେଦୂର ଆସ୍ଥାବାନ। ଭଗବାନଙ୍କ ଉପରେ ଆମର ଭରସା କେତେ? ନିଜ ଗହଣରେ ବଞ୍ଚୁଥିବା ମଣିଷମାନଙ୍କ ପ୍ରତି ଆମର ବିଶ୍ବାସ କେତେ? ସବୁ ଧର୍ମର ସାର କଥା ଏକ, ଈଶ୍ବର ବି ଏକ କହୁଥିବା ପୃଥିବୀର ସବୁ ସମ୍ପ୍ରଦାୟ କାୟମନୋବାକ୍ୟରେ ଏହାକୁ ହୃଦୟରେ ଗ୍ରହଣ କରିଥିଲେ ଧର୍ମକୁ ନେଇ ଏତେ ବିଦ୍ବେଷ ରହନ୍ତା କି? ସବୁ ଧର୍ମରେ ଗୋଷ୍ଠୀବାଦର ଅଭ୍ୟୁଦୟ ଘଟି ଏକ ଅପରର ନିନ୍ଦା ରଟୁଥିବା ତଥା ସେଇ କାରଣରୁ ବିଶ୍ବର କୋଣେ ଅନୁକୋଣେ ଧର୍ମକୁ ନେଇ ଘଟୁଥିବା ସଂଘର୍ଷର ଅନ୍ତ କାହିଁ? କେବେ ସୁଧୁରିବା ଆମେ? ପ୍ରତି ମଣିଷ ମଣିଷପଣିଆ ଶିଖିବା ଦରକାର, ମାନବଜାତିର ମହାନତା ଉପଲବ୍ଧି କରିବା ଦରକାର। ନୋହିଲେ ଏ ସଂଘର୍ଷମୟ ବିଶ୍ବ ଧର୍ମମୟ ହୋଇଯିବ ସିନା, ଧର୍ମକୁ ଅନୁସରଣ କରୁଥିବା ମାନବ ଶୂନ୍ୟ ହୋଇଯିବାର ଢେର୍‌ ଆଶଙ୍କା। ବିଚାର କେବଳ ଆପଣଙ୍କର।
କଲ୍ୟାଣସିଂହପୁର, ରାୟଗଡ
ମୋ- ୮୨୪୯୧୨୧୦୬୦


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପାଦକୀୟ/ଜନଅନୁକୂଳ ଆଭିମୁଖ୍ୟ

ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟରେ ଚାଲିଥିବା ସମସ୍ତ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିମଧ୍ୟରେ...

ବିଚାରରେ ଗାଈ

ନିକଟରେ ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଶେଖର କୁମାର ଯାଦବ ଖାଦ୍ୟ ପାଇଁ ଗୋହତ୍ୟା କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ଜାମିନ ଆବେଦନକୁ ଖାରଜ କରିଦେଇ...

କେତେ ଖୁସି

ପ୍ରକାଶ ତ୍ରିପାଠୀ ପ୍ରସିଦ୍ଧ ବିଟିଲ୍ସ ରକ୍‌ ବ୍ୟାଣ୍ଡ୍‌ ଗ୍ରୁପ୍‌ର ଅନ୍ୟତମ ପ୍ରତିଷ୍ଠାତା ଜନ୍‌ ଲେନନଙ୍କ ପିଲାଦିନର ଗୋଟିଏ ଶିକ୍ଷଣୀୟ ଘଟଣାରୁ ଏହି ଆଲେଖ୍ୟଟି ଆରମ୍ଭ। ଥରେ...

ଅଯୋଧ୍ୟା ରାୟ

ଆକାର ପଟେଲ ଅଯୋଧ୍ୟା ରାୟ ଏକ ନ୍ୟାୟିକ ଇତିହାସକୁ ସ୍ମରଣ କରାଇଦେଉଛି। ଭାରତୀୟ ଉପମହାଦେଶରେ ନ୍ୟାୟପାଳିକା ଆବଶ୍ୟକତାର ଡାକରାକୁ ଗ୍ରହଣ କରିଛି। ପାକିସ୍ତାନରେ ଏହା ୬୫...

ବିକୃତ ମାନସିକତାର ପ୍ରତିଫଳନ

ବୈକୁଣ୍ଠନାଥ ମିଶ୍ର ଯୁଗେ ଯୁଗେ ସମାଜରେ ଏପରି କିଛି ବ୍ୟକ୍ତିତ୍ୱ ଦୃଶ୍ୟ ହୁଅନ୍ତି, ଯେଉଁମାନଙ୍କର କାର୍ଯ୍ୟକଳାପ ସୂଚାଇଦିଏ ସେମାନେ କେତେ ବିକୃତ ମସ୍ତିଷ୍କଧାରୀ ଓ ନୀଚ...

ଚାଲ ଫେରିଯିବା ଗାଁକୁ

ମାତ୍ର କିଛିଦିନ ହୋଇଛି, କୋଭିଡ୍‌-୧୯ ଯୋଗୁ ଭାରତର ସବୁ ରାଜ୍ୟକୁ ଲକ୍‌ଡାଉନ୍‌ କରିଦେବାରୁ ହଇରାଣ ହୋଇ ପ୍ରବାସୀ ଶ୍ରମିକମାନେ ନିଜ ନିଜର ଗାଁକୁ ଯିବାପାଇଁ ଅସ୍ତବ୍ୟସ୍ତ।...

ପ୍ରକୃତି ହସୁଛି

ପ୍ରକୃତି ହସୁଛି। ହସିବାର ଗୂଢ଼ ତାତ୍ପର୍ଯ୍ୟ ମଧ୍ୟ ରହିଛି, କାରଣ ଯେତେବେଳେ ସେ କହୁଥିଲା ଓ କାନ୍ଦୁଥିଲା ଯେ ମୋ ଉପରେ ଆଉ ଦାଉ ସାଧ...

ମାତୃଭାଷାରେ ଶିକ୍ଷାଦାନ

ଡ. ମନୋରଞ୍ଜନ ପ୍ରଧାନ   ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ମତରେ, ମାତୃଭାଷା ଶିଶୁ ପାଇଁ ମାତୃ କ୍ଷୀର ସଦୃଶ। ଅର୍ଥାତ୍‌ ମାଆ କ୍ଷୀର ଯେପରି ଶିଶୁର...

Advertisement
Archives

Model This Week