ବିଶ୍ୱତାପନ ଚିନ୍ତା

ପାସ୍‌କାଲ ଲାମି

ଇଣ୍ଟର୍‌ଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ (ଆଇପିସିସି)ର ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନେକଙ୍କୁ ଭୟଭୀତ କରିଥିଲା । କିନ୍ତୁ ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବାରେ ଲଗାତର ବିଫଳ ହେବା ସହ ଶିଳ୍ପବିପ୍ଳବ ପୂର୍ବ ସ୍ତର ତୁଳନାରେ ବିଶ୍ୱତାପନ ୧.୫ ଡିଗ୍ରୀ ସେଲସିୟସକୁ ଟପିଯିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସ୍ବୀକାର କରିବାକୁ ଅନେକେ ଅନିଚ୍ଛା ପ୍ରକାଶ କରିଥିଲେ। ତେବେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ସତର୍କ କରିଦେଇଛନ୍ତି ଯେ,୨୦୧୫ ପ୍ୟାରିସ ଜଳବାୟୁ ବୁଝମଣାର ମୁଖ୍ୟ ଲକ୍ଷ୍ୟ ହାସଲ ପାଇଁ ଅଧିକ ସହାୟତା ଦରକାର। ଏପରିକି ଯଦି ୨୦୨୫ ପୂର୍ବରୁ ନିର୍ଗମନ ଶିଖରରେ ପହଞ୍ଚେ ଏବଂ ୨୦୩୦ ସୁଦ୍ଧା ଏହା ୪୩% ହ୍ରାସ (ଏକ ତୃତୀୟାଂଶ ମିଥେନ ଗ୍ୟାସ ସହ)ହୁଏ ତେବେ ଏହା ପ୍ରାୟ ନିଶ୍ଚିତ ଯେ, ଆମେ ସାମୟିକ ଭାବେ ଏହି ତାପମାତ୍ରା ସୀମା ଟପିଯିବୁ ,କିନ୍ତୁ ଶତାବ୍ଦୀର ଶେଷ ସୁଦ୍ଧା ଏହାକୁ ତଳକୁ ଆଣି ପାରିବୁ ନାହଁୁ। ଯଦି ଟେକ୍‌ନୋଲୋଜି ଦ୍ୱାରା ଆମେ ୧.୫ ଡିଗ୍ରୀ ସେଲସିୟସ ସୀମା ପାରହେବାରୁ ବଞ୍ଚିତ ହେବା ସମ୍ଭବ ତେବେ ଏହାକୁ ହାତଛଡ଼ା କରିବା ଉଚିତ ନୁହେଁ। କିନ୍ତୁ ଆମେ ଯାହା ଭାବିଛୁ ତା’ ତୁଳନାରେ ସୁଯୋଗର ଦ୍ୱାର ଶୀଘ୍ର ବନ୍ଦ ହୋଇଯାଉଛି ଓ ଭୂରାଜନୈତିକ ବିଭେଦ ଗମ୍ଭୀର ହେଉଛି। ମହାମାରୀ, ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଏବଂ ଦେଖାଯାଇଥିବା ଖାଦ୍ୟ, ଶକ୍ତିି ଓ ଋଣ ସଙ୍କଟ ଏହାକୁ ତୀବ୍ର କରିଦେଇଛି। ଆମେ ଆବଶ୍ୟକ କରୁଥିବା ସହଯୋଗର ପୂର୍ବ ସୂଚନା ଦେଖାଯାଉନାହିଁ। ଲକ୍ଷ୍ୟ ହାସଲ ପୂର୍ବରୁ ୧.୫ ଡିଗ୍ରୀ ସେଲସିୟସ୍‌ ସୀମା ଟପି ଯିବାପରେ ଶତାବ୍ଦୀର ଶେଷ ସୁଦ୍ଧା ନିର୍ଦ୍ଧାରିତ ସୀମା ତଳକୁ ପୁଣି ତାପମାତ୍ରା ଆଣିବାକୁ ଆମେ ପଦକ୍ଷେପଗୁଡ଼ିକ ନେଇପାରୁ ଯାହାକୁ ଆଇପିସିସି ଏକ ଓଭରଶୁଟ ସ୍ଥିତି ବୋଲି ଦର୍ଶାଇଛି ଓ ଏହା ଉପରେ ସତର୍କ କରିଦେଇଛି। ଯଦିଓ ବହୁ ପୂର୍ବରୁ ଜଳବାୟୁ ମଡେଲଗୁଡ଼ିକ ଏଭଳି ସମ୍ଭାବନାକୁ ଆକଳନ କରିସାରିଛି, ତଥାପି ତାପମାତ୍ରା ବୃଦ୍ଧି ଯୋଗୁ ସୃଷ୍ଟି ପରିବେଶଗତ ଏବଂ ରାଜନୈତିକ ବିପଦକୁ କିଭଳି ହ୍ରାସ କରିବାକୁ ହେବ ସେ ସମ୍ପର୍କରେ ଅଧିକ କିଛି ଜାଣିପାରିନାହିଁ।
ହାରାହାରି ବିଶ୍ୱ ତାପନ ଶିଳ୍ପ ବିପ୍ଳବ ପୂର୍ବ ସ୍ତରରୁ ୧.୧ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇସାରିଲାଣି। ଏହା ଦ୍ୱାରା ଭୀଷଣ ପରିବେଶଗତ ପ୍ରଭାବ ପ୍ରକାଶ ପାଇଲାଣି। ଏକ ଦଶମାଂଶ ତାପମାତ୍ରା ବୃଦ୍ଧି ଯୋଗୁ ଗମ୍ଭୀର ଓ ଚରମ ଜଳବାୟୁ ଘଟଣାଗୁଡ଼ିକ ବାରମ୍ବାର ପ୍ରକାଶ ପାଉଛି। ସ୍ବାସ୍ଥ୍ୟ, ଖାଦ୍ୟ, ପାଣି, ଜୀବିକା ଏବଂ ଜୈବବିବିଧତା ସଙ୍କଟ ବୃଦ୍ଧିପାଉଛି। ଯେତେବେଳେ ଆମେ ୨ ଡିଗ୍ରୀ ସେଲସିୟସରେ ପହଞ୍ଚିଯିବା ସେତେବେଳେ ଅନେକ ମାନବୀୟ ଓ ପ୍ରାକୃତିକ ବ୍ୟବସ୍ଥା ଅତ୍ୟଧିକ ଚାପ ମଧ୍ୟକୁ ଚାଲିଯିବ। କେତେକ ପରିବେଶ ପରିସଂସ୍ଥା ଅସ୍ତିତ୍ୱ ବଞ୍ଚାଇବା ଲାଗି ସଂଘର୍ଷ କରିବ ଏବଂ ଅନ୍ୟଗୁଡ଼ିକ ସେତେବେଳକୁ ଲୋପ ପାଇଯିବେ। ଓଭରଶୁଟ୍‌ ଦ୍ୱାରା ଯେଉଁ ଭୟଙ୍କର ସଙ୍କଟ ପ୍ରକାଶ ପାଇବ ତାହାକୁ ବ୍ୟାପକ ତଥା ଅପରିବର୍ତ୍ତନୀୟ ଜଳବାୟୁ ପ୍ରଭାବ ଭାବେ ଆଇପିସିସି ଦର୍ଶାଇଛି। ରାଜନୈତିକ ପରିଣାମଗୁଡ଼ିକ ମଧ୍ୟ ଭୟଙ୍କର ହେବ। ତାପମାତ୍ରା ହ୍ରାସ କରିବାର ସଂକଳ୍ପ ଉଲ୍ଲଂଘନ ହେଉଥିବାବେଳେ ଏହା ଜଳବାୟୁ ପରିବର୍ତ୍ତନ ପ୍ରତି ଏକ ଶକ୍ତିଶାଳୀ ପ୍ରତିକ୍ରିୟା ସୃଷ୍ଟି କରିବ। ଏଣୁ ଏବେ ଠାରୁ ଏହା ପାଇଁ କାହିଁକି ଯୋଜନା ଆରମ୍ଭ କରିବା ନାହିଁ? ଯୋଜନାର ଶେଷ ଯାଏ ମଁୁ ଗଭର୍ନିଂ ରିସ୍କ ଫ୍ରମ୍‌ କ୍ଲାଇମେଟ ଓଭରଶୁଟ୍‌ ଅର୍ଥାତ୍‌ ଜଳବାୟୁ ପରିବର୍ତ୍ତନ ସଙ୍କଟକୁ ରୋକିବା ଲାଗି ନିର୍ଦ୍ଧାରିତ ସମୟ ପୂର୍ବରୁ ବିଶ୍ୱତାପନ ସୀମା ଅତିକ୍ରମ କରିବା ଦ୍ୱାରା ଯେଉଁଁ ସଙ୍କଟ ସୃଷ୍ଟିି ହେବ ସେଗୁଡ଼ିକର ନିୟନ୍ତ୍ରଣ ପାଇଁ ଗଠିତ ନୂତନ ଗ୍ଲୋବାଲ କମିଶନରେ ମୁଁ ଅଧ୍ୟକ୍ଷ ଭାବେ ରହିବି। ବିଭିନ୍ନ ପୃଷ୍ଠଭୂମିରୁ ୧୬ ଜଣ ପ୍ରତିଷ୍ଠିତ ନେତାଙ୍କୁ ନେଇ ଗଠିତ ଏହିି କମିଶନରେ ଆମେ ୧.୫ ଡିଗ୍ରୀ ସେଲସିୟସ ଟପିବା ପରେ ବିଶ୍ୱର ପରିବେଶଗତ ଏବଂ ରାଜନୈତିକ ସଙ୍କଟକୁ କିିଭଳି ଭଲ ଭାବେ ନିୟନ୍ତ୍ରଣ କରାଯାଇପାରିବ ସେ ସମ୍ପର୍କରେ ଚିନ୍ତା କରିବୁ। ୨୦୨୩ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ପୂର୍ବରୁ ସମ୍ଭାବ୍ୟ କ୍ଲାଇମେଟ ଓଭର୍‌ଶୁଟକୁ ନିୟନ୍ତ୍ରଣ କରିବା ଲାଗି ଆମେ ଏକ ସମନ୍ବିତ ରଣନୀତି ଉପସ୍ଥାପନ କରିବୁ। ଏକ ସ୍ବାଧୀନ କମିଶନ ଭାବେ ଆମେ ବିନା ରାଜନୈତିକ ଏବଂ ସାଂଗଠନିକ ପ୍ରତିବନ୍ଧକରେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ପରିଚାଳନା କରିବୁ। ସବୁ ବିକଳ୍ପ ସମେତ ଅତ୍ୟଧିକ ବିବାଦୀୟ ସିଦ୍ଧାନ୍ତ ଉପରେ ଆମେ ମଧ୍ୟ ଆଲୋଚନା କରିବା ପାଇଁ ପ୍ରସ୍ତୁତ ରହିଛୁ। ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ କରିବାର ଆମର ମୁଖ୍ୟ ଲକ୍ଷ୍ୟ ହୋଇ ରହିଛି ଓ ଏହା ରହିବା ଉଚିତ । ତେବେ ଏବେ ଆମେ ଏହି ଲକ୍ଷ୍ୟ ହାସଲ କରିବା ଲାଗି ଅଧିକ ଦାୟିତ୍ୱବାନ ହେଉନାହଁୁ ବୋଲି ଆମକୁ ସ୍ବୀକାର କରିବାକୁ ହେବ। ଶୂନ ନିର୍ଗମନ ସ୍ତର ହାସଲ କରିବା ଏବଂ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସରେ ସୀମିତ ରଖିବା ପାଇଁ ଯଦି ଆମେ ଚାହଁୁ ତେବେ ବାୟୁମଣ୍ଡଳରୁ ଅତ୍ୟଧିକ ପରିମାଣର କାର୍ବନ ଡାଇଅକ୍ସାଇଡ଼ ହଟାଇବା ଅପରିହାର୍ଯ୍ୟ। ଏଥିଲାଗି ତୁରନ୍ତ ପ୍ରସ୍ତୁତିଆରମ୍ଭ କରିବାକୁ ହେବ। ପୃଥିବୀକୁ ପୁନର୍ଜୀବନ ଦେବାକୁ ଏହା ଆରମ୍ଭ କରିବା ଦରକାର। କାର୍ବନ ଡାଇଅକ୍ସାଇଡ ଦୂର କରିବା ସକାଶେ ଅନେକ ଟେକ୍‌ନୋଲୋଜି ସମ୍ବନ୍ଧୀୟ ଏବଂ ପ୍ରାକୃତିକ ଉପାୟ ଥିବାବେଳେ ସେଗୁଡ଼ିକୁ ଅଧିକ ପ୍ରୟୋଗ କରାଯାଉନାହିଁ ଏବଂ ଏହି ରଣନୀତିର ବହୁ ପ୍ରସଙ୍ଗ ଆହ୍ବାନର ସମ୍ମୁଖୀନ ହେଉଛି।
ବର୍ଦ୍ଧିତ ଜଳବାୟୁ ପ୍ରଭାବଗୁଡ଼ିକର ସମାଧାନ ଲାଗି ଆବଶ୍ୟକ ହେଉଥିବା ଉପାୟଗୁଡ଼ିକର ବିକାଶ ଏବଂ ପଦକ୍ଷେପଗୁଡ଼ିକର ଗ୍ରହଣୀୟତାର ଅଧିକ ସମ୍ପ୍ରସାରଣ କରିବା ସକାଶେ ଆମେ ଅନୁସନ୍ଧାନ କରିବୁ। ଶେଷରେ ଆମେ ସୂର୍ଯ୍ୟରଶ୍ମି ପ୍ରତିଫଳନ( ଯେଉଁଥିରେ ସୌର ବିକିରଣର କିଛି ଅଂଶ ମହାକାଶକୁ ଫେରାଇଦିଆଯିବ)ର ପଦ୍ଧତି ଉପରେ କରାଯାଇଥିବା ଗବେଷଣା ସମ୍ପର୍କରେ ସମୀକ୍ଷା କରାଯିବ। ଏହି ବିକଳ୍ପ ଉପଯୋଗୀ ଜଣାପଡ଼ୁଛି, କିନ୍ତୁ ଏହା ସରକାରଗୁଡ଼ିକ ପ୍ରତି ଅତ୍ୟଧିକ ଆହ୍ବାନ ସୃଷ୍ଟି କରିବ। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବିଶ୍ୱତାପନ ଦ୍ୱାରା ସୃଷ୍ଟି ସଙ୍କଟଗୁଡ଼ିକ ବିରୋଧରେ ପଦକ୍ଷେପ ନେବାରେ ଯେଉଁ ବିପଦ ରହିଛି ତାହାର ମୂଲ୍ୟାୟନ କରିବା ଲାଗି ପ୍ରଥମ ଥର ପାଇଁ ଏହି ସବୁ ଆହ୍ବାନକୁ ଗୋଟିଏ ଫାଇଲକୁ ଆଣିବାକୁ ହେବ। ଏହା ବ୍ୟତୀତ ସ୍ବାଧୀନ ବୈଜ୍ଞାନିକ ପରାମର୍ଶ ଏବଂ ଅଂଶୀଦାର ଆଲୋଚନାଗୁଡ଼ିକୁ ଅଧାର କରି ଏକ ସମନ୍ବିତ ରଣନୀତି ସୁପାରିସ କରିବାକୁ ପଡ଼ିବ। ତାପମାତ୍ରା ଟପିଗଲା ପରେ ଅନ୍ୟ ଓଭରଶୁଟ ରଣନୀତିକୁ ଉପଲବ୍ଧ ଉତ୍ତମ ପ୍ରମାଣ ଆଧାରରେ ଏବଂ ନ୍ୟାୟ, ସମାନତା ଓ ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଜଣାଇ ରଣନୀତିଗୁଡ଼ିକୁ ପ୍ରଭାବୀ, ମଜଭୁତ ଏବଂ ନୀତିକୈନ୍ଦ୍ରିକ କରିବାକୁ ହେବ। ଯେତେଯାଏ ଏହି ସବୁ ସିଦ୍ଧାନ୍ତ ପ୍ରୟୋଗ ହେଉଥିବ ସେତେଦିନ ଯାଏ ବିଚାରକୁ ଉନ୍ମୁକ୍ତ ରଖିବା ଦରକାର। ବିଳମ୍ବ ହେବା ପୂର୍ବରୁ ସମ୍ଭବତଃ ଏହା ଉପଯୁକ୍ତ ସମୟ, ଆମେ ବିକଳ୍ପଗୁଡ଼ିକୁ ଅନ୍ତତଃ ପକ୍ଷେ ଭଲ ଭାବେ ଅନୁଧ୍ୟାନ ନ କରିବା ପର୍ଯ୍ୟନ୍ତ ସେଗୁଡ଼ିକୁ ଲାଗୁ କରି ରିସ୍କ ନେଇ ପାରିବା ନାହିଁ। ଅପର୍ଯ୍ୟାପ୍ତ ପଦକ୍ଷେପ ଓ କଠିନ ପରିଶ୍ରମ ଅଭାବ ଜନିତ ପରିଣାମଗୁଡ଼ିକ ଉପରେ ବିଚାର କରାଯିବା ଉଚିତ। କିନ୍ତୁ ତାହା ହେଉନାହିଁ ,ଯାହା ଅତ୍ୟନ୍ତ ଦୁଃଖଦ ବିଷୟ। ଯଦି ଆମେ ପ୍ୟାରିସ ବୁଝମଣାର ଲକ୍ଷ୍ୟ ପୂରଣ କରିବାରେ ବିଫଳ ହେଉ ତେବେ ତାହା ହାସଲ କରିବା ଲାଗି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ଉଚିତ। ଏଥିପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିବାରେ ଆମର ଅତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ଅର୍ଥାତ୍‌ ସମସ୍ତ ଶକ୍ତିଶାଳୀ ପଦକ୍ଷେପ ଉପରେ ବିଚାର କରି ଲାଗୁ କଲେ ଲୋକଙ୍କର ଏବଂ ପୃଥିବୀର କ୍ଷତି ଓ ଦୁଦ୍ଦର୍ଶା କମିପାରିବ।
ଅଧ୍ୟକ୍ଷ, ପ୍ୟାରିସ୍‌ ପିସ୍‌ ଫୋରମ, ପୂର୍ବତନ ମହା ନିର୍ଦ୍ଦେଶକ, ବିଶ୍ୱ ବାଣିଜ୍ୟ ସଂଗଠନ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri