ଜେଏସଡବ୍ଲ୍ୟୁ, ଆଦାନୀ ବିରୋଧରେ ରଣହୁଙ୍କାର:ଜେଏସଡବ୍ଲ୍ୟୁ ଖଣିରେ ଧସି ପସିଲେ ବିକ୍ଷୋଭକାରୀ

ଟେନସା,୧୦ା୨(ସମୀର କୁମାର ପାଢ଼ୀ):କୋଇଡା ଖଣି ମଣ୍ଡଳ ଓଡ଼ିଶା ଖଣି ନିଗମ ପରିଚାଳିତ କୁର୍ମିତର ଖଣ୍ଡାଧାର ଲୌହ ଖଣି କାର୍ଯ୍ୟାଳୟଠାରେ ଗତ ୮ତାରିଖରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ବ୍ୟାନର ପୋଷ୍ଟର, ପତାକା ଧରି ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୋମବାର ପୁଣି ନାରାୟଣପୋଷ ସ୍ଥିତ ଜେଏସଡବ୍ଲ୍ୟୁ ଖଣିରେ ବିଧାୟକଙ୍କ ନେତୃତ୍ୱରେ ୫ ହଜାରରୁ ଊର୍ଦ୍ଧ୍ୱ କର୍ମୀଙ୍କ ସହ ସିପିଆଇଏମ ଜିଲା ସାଧାରଣ ସମ୍ପାଦକ ପ୍ରମୋଦ ସାମଲ, ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା, ଜିଲା ପରିଷଦ ସଦସ୍ୟା ସୁଶୀଲା ମୁଣ୍ଡା, ବିମାନ ମାଇତି, ସୁରେନ୍ଦ୍ର ଦାସ, ଅସିତ ଚୌଧୁରୀ, ସହଦେବ ନାଏକ, କୃଷ୍ଣଚନ୍ଦ୍ର ବାରିକ, ଶୁରେଶ ମୁଦୁଲି, ଅଶୋକ କୁମାର ସାମଲ, ଆନନ୍ଦମାସୀ ହୋରୋ,ଜନ ଡୁଙ୍ଗଡୁଙ୍ଗ, ହଳଧର ଦେହୁରୀ, ଲାଲବାହାଦୁର ମହାନ୍ତ, ବାଟୁ ମୁଣ୍ଡା, ପ୍ରଭାତ ପାତ୍ର ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ସିପିଆଇଏମ କର୍ମୀ ସାମିଲ ହୋଇଥିଲେ। ଖଣି ରେଜିଂ ଠିକାସଂସ୍ଥା ଆଦାନୀ ଗ୍ରୁପ ଜେଏସଡବ୍ଲ୍ୟୁ କର୍ତ୍ତୃପକ୍ଷଙ୍କ ମିଶି ସମସ୍ତ ପରିବହନ ସହ ରେଳ ସାଇଡ଼ିଂକୁ କାର୍ଯ୍ୟ କରିବା ଚୁକ୍ତିନାମା ହୋଇଥିଲା। ଏହି ଚୁକ୍ତିନାମାକୁ ବିରୋଧ କରିବା ସହ ପାରିପାର୍ଶ୍ୱିକ ଉନ୍ନତି ଓ ସମସ୍ତ ଚୁକ୍ତିନାମାକୁ ବାତିଲ, ସ୍ଥାନୀୟ ନିଯୁକ୍ତି ଦାବି, ଲୋଡିଂ ଏବଂ ପରିବହନ କାର୍ଯ୍ୟରେ ଏକଚାଟିଆ କାରବାର ପାଇଁ ଆଦାନୀ ଗ୍ରୁପ ଏବଂ ଜେଏସଡବ୍ଲ୍ୟୁ ଗ୍ରୁପର ମିଳିତ ଷଡଯନ୍ତ୍ର ତୁରନ୍ତ ବନ୍ଦ କରିବା ସହ ଜିଲା ପ୍ରଶାସନ ସହ ଆଲୋଚନା କରି ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଲୋଡିଂ ଏବଂ ପରିବହନ ପାଇଁ ୬ଟି ରେଳ ସାଇଡିଂ ଯଥା ବିମଳାଗଡ, ପଟାସାହି, ରକ୍ସି, ରେଞ୍ଜଡା, ଚାନ୍ଦିପୋଷ ଏବଂ ବରସୁଁଆରେ ନିୟୋଜିତ ଥିବା ସ୍ଥାନୀୟ ଠିକାଦାରଙ୍କ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ବନ୍ଦ କରିବା ପ୍ରମୁଖ ୧୨ ଦଫା ଦାବି ନେଇ ପ୍ରଥମେ ୫୨୦ ନମ୍ବର ଜାତୀୟ ରାଜପଥ ଦେଇ ଖଣିକୁ ପ୍ରବେଶ କଲାେବେଳ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଘଟିଥିଲା ଓ ପୋଲିସ ବ୍ୟାରିକେଡ ଭାଙ୍ଗି ଖଣି ଭିତରକୁ ପ୍ରବେଶ କରିଥିଲେ ବିକ୍ଷୋଭକାରୀ । ପରେ ଖଣି ଭିତରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ ଘଟିଥିଲା। ବିଧାୟକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିଲେ। ସମସ୍ୟାର ସମାଧାନ ନ ହେଲା ପର୍ଯ୍ୟନ୍ତ ଗଣଧାରଣା ଜାରି ରହିବ ଓ ସମସ୍ତ ରେଳ ସାଇଡ଼ିଂକୁ ସମ୍ପୁର୍ଣ୍ଣ ଠପ କରାଯିବା ନେଇ ବିଧାୟକ ଚେତାବନୀ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ବ୍ରହ୍ମପୁର ଦୁର୍ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପ୍ରତି ମୃତକଙ୍କ ପରିବାରକୁ ମିଳିବ…

ଭୁବନେଶ୍ୱର,୩୧ା୧: ବ୍ରହ୍ମପୁର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା…

ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ଜୋରଦାର ହେବ…

ଭୁବନେଶ୍ୱର,୩୧।୧: ଡ଼ିଶାରେ ପାନ ମସଲାକୁ ବ୍ୟାନ କରିଥିଲେ ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ…

ଭେଙ୍କଟପଲମ ମେଗା ପାନୀୟ ଜଳ ପ୍ରକଳ୍ପ: ପରିଦର୍ଶନ କଲେ ବିଧାନ ସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ

କାଲିମେଳା,୩୧।୧(ଜୀବନକୃଷ୍ଣ ଦାସ ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଭେଙ୍କଟପଲମ ପଞ୍ଚାୟତରେ ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ।…

ଗର୍ଜିଲେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଲୋକେ, ସ୍ଥାୟୀ ଠିକଣା ଦାବି କରି…

ଦାରିଙ୍ଗବାଡ଼ି,୩୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶନିବାର ସର୍ବଭାରତୀୟ ମୂଳ ନିବାସୀ ସଂଘର ବିଭିନ୍ନ ଦାବିରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଛି। ସଂଘର ବ୍ଲକସ୍ତରୀୟ…

ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ବାହାନଗା, ୩୧। ୧(ଅରୂପ କୁମାର ଦାସ ): ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା। ଏହି…

୧୨ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ, ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଲେ ଏହି ବିଭାଗର…

ଭୁବନେଶ୍ୱର,୩୧ା୧: ସରିଲା କ୍ୟାବିନେଟ୍‌ ବୈଠକ। ଏହା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି, ୧୦ଟି ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri