୧୨୦ କୋଟି ବିନିଯୋଗ କରିବ ଜେଏସ୍‌ଏଲ୍‌

ଭୁବନେଶ୍ୱର,୭।୩: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ପ୍ରକଳ୍ପ ଅଞ୍ଚଳରେ ଅଙ୍ଗାରକାମ୍ଳ ପଦଚିହ୍ନକୁ ହ୍ରାସ କରିବା ପାଇଁ ପ୍ରାୟ କମ୍ପାନୀ ବ୍ୟାପକ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ୍‌ ଯାଜପୁରଠାରେ ୨୧ ମେଗାୱାଟ୍‌ ଏବଂ ହରିୟାଣା ୟୁନିଟ୍‌ ହିସାରଠାରେ ୬ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଛାତ ସୋଲାର ପ୍ଲାଟ୍‌ ସ୍ଥାପନ କରିବାକୁ ଯୋଜନା କରାଯାଇଛି। ବିଶେଷକରି ଉଭୟ ୟୁନିଟ୍‌ରେ କମ୍ପାନୀ ୧୨୦ କୋଟିରୁ ଅଧିକ ପୁଞ୍ଜିନିବେଶ ସହ ୨୭ ମେଗାଓ୍ବାଟର ସୋଲାର ପ୍ଲାଟ୍‌ ସ୍ଥାପନ ପାଇଁ ଆବଶ୍ୟକ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଉଭୟ ୟୁନିଟ୍‌ରେ ଥିବା ବିଭିନ୍ନ ଉତ୍ପାଦନ ୟୁନିଟ୍‌ର ଛାତଗୁଡି଼କ ଚିହ୍ନଟ କରାଯାଇଛି। ଏପରିକି ୨୦୨୪ ମାର୍ଚ୍ଚ ସୁଦ୍ଧା ଉଭୟ ପ୍ରକଳ୍ପ ଶେଷ ହେବାର ଆକଳନ କରାଯାଉଛି। ସେହିଭଳି ଉପରୋକ୍ତ ୨ ୟୁନିଟ୍‌ର ଛାତ ସୋଲାର ପ୍ଲାଟ୍‌ ପ୍ରାୟ ୭୯୫ ମିଲିୟନ ୟୁନିଟ୍‌ ବିଦ୍ୟୁତ୍‌ ଉତ୍ପାଦନ ସହ ଅଙ୍ଗାରକାମ୍ଳ ଅବରୋଧ ସମ୍ଭାବନା ୨୫ ବର୍ଷ ମଧ୍ୟରେ ୫,୬୪,୪୫୦ ଟନ୍‌ ହେବ। ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଆମର ନେଟ୍‌ ଜିରୋ ଲକ୍ଷ୍ୟ ହାସଲ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆମ ଭଳି ଏକ ଟ୍ରପିକାଲ୍‌ ଦେଶରେ ସୋଲାର ଛାତ ପ୍ଲାଟ୍‌ ବିଦ୍ୟୁତ୍‌ ଉତ୍ସର ଏକ ଉତ୍ତମ ବିକଳ୍ପ। ଗୁଣାତ୍ମକ ଉତ୍ପାଦନ ପାଇଁ ସମଗ୍ର ବିଶ୍ୱରେ ଜେଏସ୍‌ଏଲ୍‌ର ପରିଚିତି। ଆମର ଲକ୍ଷ୍ୟ ହେଉଛି ଏହା ସୁନିଶ୍ଚିତ କରିବା ଯେ ଆମର ଅଭିବୃଦ୍ଧି ସର୍ବୋତ୍ତମ ସ୍ଥାୟୀ ଅଭ୍ୟାସରୁ ଆସୁ, ଯାହାକି ସାମାଜିକ ଉନ୍ନତି, ଉତ୍ତମ ଶାସନ, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଡି଼ଜିଟାଲକରଣକୁ କେନ୍ଦ୍ର ରହିଥାଉ।


Enter your email to get our daily news in your inbox.

All Right Reserved By Dharitri.Com

ଧାନବିକ୍ରି ନ ହେବା ଘଟଣାରେ ଉଚ୍ଚ ନ୍ୟାୟାଳୟର ବଡ଼ ରାୟ: ଯାଞ୍ଚ କରି ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ବରଗଡ,୩୦।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୫-୨୬ ବର୍ଷର ଖରିଫ…

୨୦୩୦ ସୁଦ୍ଧା ଚନ୍ଦ୍ରରେ ବସତି ସ୍ଥାପନ ପ୍ରସ୍ତୁତି: ଫୁଲି ପାରୁଥିବା ଘରେ ରହିବେ ମହାକାଶଚାରୀ

ୱାଶିଂଟନ/ସିଙ୍ଗାପୁର, ୩୦ା୪:ଚନ୍ଦ୍ର ପୃଷ୍ଠରେ ମଣିଷ ରହିବା ଏବେ ଆଉ କେବଳ କଳ୍ପନା ହୋଇ ରହିନାହିଁ। ଆସନ୍ତା ୨୦୩୦ ସୁଦ୍ଧା ଚନ୍ଦ୍ରରେ ଏକ ସ୍ଥାୟୀ ମାନବ ବସତି ସ୍ଥାପନ…

ଆମେରିକା ପାସ୍‌ପୋର୍ଟରେ ଟ୍ରମ୍ପ୍‌ଙ୍କ ଫଟୋ: ବଢୁଛି ଚର୍ଚ୍ଚା

ୱାଶିଂଟନ୍‌, ୩୦ା୪:ଆମେରିକା ପାସ୍‌ପାର୍ଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଫଟୋ ଦେଖିବାକୁ ମିଳିବ ବୋଲି ମଙ୍ଗଳବାର ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି। ସରକାରୀ ଅନୁଷ୍ଠାନଗୁଡ଼ିକ ଉପରେ ନିଜର ବ୍ୟକ୍ତିଗତ…

ମହିଳା ସିଆରସିସିଙ୍କ ଏତଲା ପରେ ବଢ଼ିଲା ଅଡୁଆ: ଥାନାରେ ଶିକ୍ଷା ବିଭାଗର ୨ ଅଧିକାରୀ

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନାରେ ଜିଲା ଶିକ୍ଷା ବିଭାଗରେ କାର୍ଯ୍ୟରତ ୩ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତି ବୁଧବାର ଚର୍ଚ୍ଚାର ବିଷୟ ହୋଇଛି। ସେମାନଙ୍କ ମଧ୍ୟରେ…

କାଳବୈଶାଖୀର ତାଣ୍ଡବ: କେଉଁଠି ଘର ଭାଙ୍ଗିଲା ତ ଆଉ କେଉଁଠି…

ମୋହନା,୨୯ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ବିଭିନ୍ନ ଅଞ୍ଚଳରେ ପବନ ଘଡ଼ଘଡ଼ି ସହ କୁଆପଥର ଏବଂ ପ୍ରବଳ ବର୍ଷା ହୋଇଛି। ଫଳରେ ଲୋକେ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଓପିଟିସିଏଲ୍‌ କର୍ମଚାରୀ ଗୁରୁତର

ଦେବଗଡ଼,୨୯ା୪(ଶଶାଙ୍କ ଶେଖର ଝାଙ୍କର): ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଜଣ ଓପିଟିସିଏଲ ଆଉଟସୋର୍ସିଂ କର୍ମଚାରୀ ଗୁରୁତର ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ ଥାନା…

କିପରି ହେଲା ମୁନା ମୁଣ୍ଡାଙ୍କ ମୃତ୍ୟୁ, ହଠାତ୍ ଅସୁସ୍ଥ ହେବା ପରେ….

ଦେବଗଡ,୨୯ା୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଅନ୍ତର୍ଗତ କଳାମାଟି ଗ୍ରାମର ଜଣେ ଯୁବକଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ କଳାମାଟି ଗ୍ରାମର…

କୋକସରାରେ ମୃଦୁ ଭୂମିକମ୍ପ, ଛାନିଆ ଲୋକେ

କୋକସରା,୨୯ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବୁଧବାର ସନ୍ଧ୍ୟା ୭ଟା ୪୨ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । କିଛି ସେକେଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri