୧୨୦ କୋଟି ବିନିଯୋଗ କରିବ ଜେଏସ୍‌ଏଲ୍‌

ଭୁବନେଶ୍ୱର,୭।୩: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ପ୍ରକଳ୍ପ ଅଞ୍ଚଳରେ ଅଙ୍ଗାରକାମ୍ଳ ପଦଚିହ୍ନକୁ ହ୍ରାସ କରିବା ପାଇଁ ପ୍ରାୟ କମ୍ପାନୀ ବ୍ୟାପକ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ୍‌ ଯାଜପୁରଠାରେ ୨୧ ମେଗାୱାଟ୍‌ ଏବଂ ହରିୟାଣା ୟୁନିଟ୍‌ ହିସାରଠାରେ ୬ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଛାତ ସୋଲାର ପ୍ଲାଟ୍‌ ସ୍ଥାପନ କରିବାକୁ ଯୋଜନା କରାଯାଇଛି। ବିଶେଷକରି ଉଭୟ ୟୁନିଟ୍‌ରେ କମ୍ପାନୀ ୧୨୦ କୋଟିରୁ ଅଧିକ ପୁଞ୍ଜିନିବେଶ ସହ ୨୭ ମେଗାଓ୍ବାଟର ସୋଲାର ପ୍ଲାଟ୍‌ ସ୍ଥାପନ ପାଇଁ ଆବଶ୍ୟକ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଉଭୟ ୟୁନିଟ୍‌ରେ ଥିବା ବିଭିନ୍ନ ଉତ୍ପାଦନ ୟୁନିଟ୍‌ର ଛାତଗୁଡି଼କ ଚିହ୍ନଟ କରାଯାଇଛି। ଏପରିକି ୨୦୨୪ ମାର୍ଚ୍ଚ ସୁଦ୍ଧା ଉଭୟ ପ୍ରକଳ୍ପ ଶେଷ ହେବାର ଆକଳନ କରାଯାଉଛି। ସେହିଭଳି ଉପରୋକ୍ତ ୨ ୟୁନିଟ୍‌ର ଛାତ ସୋଲାର ପ୍ଲାଟ୍‌ ପ୍ରାୟ ୭୯୫ ମିଲିୟନ ୟୁନିଟ୍‌ ବିଦ୍ୟୁତ୍‌ ଉତ୍ପାଦନ ସହ ଅଙ୍ଗାରକାମ୍ଳ ଅବରୋଧ ସମ୍ଭାବନା ୨୫ ବର୍ଷ ମଧ୍ୟରେ ୫,୬୪,୪୫୦ ଟନ୍‌ ହେବ। ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଆମର ନେଟ୍‌ ଜିରୋ ଲକ୍ଷ୍ୟ ହାସଲ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆମ ଭଳି ଏକ ଟ୍ରପିକାଲ୍‌ ଦେଶରେ ସୋଲାର ଛାତ ପ୍ଲାଟ୍‌ ବିଦ୍ୟୁତ୍‌ ଉତ୍ସର ଏକ ଉତ୍ତମ ବିକଳ୍ପ। ଗୁଣାତ୍ମକ ଉତ୍ପାଦନ ପାଇଁ ସମଗ୍ର ବିଶ୍ୱରେ ଜେଏସ୍‌ଏଲ୍‌ର ପରିଚିତି। ଆମର ଲକ୍ଷ୍ୟ ହେଉଛି ଏହା ସୁନିଶ୍ଚିତ କରିବା ଯେ ଆମର ଅଭିବୃଦ୍ଧି ସର୍ବୋତ୍ତମ ସ୍ଥାୟୀ ଅଭ୍ୟାସରୁ ଆସୁ, ଯାହାକି ସାମାଜିକ ଉନ୍ନତି, ଉତ୍ତମ ଶାସନ, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଡି଼ଜିଟାଲକରଣକୁ କେନ୍ଦ୍ର ରହିଥାଉ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କର୍ମଚାରୀଙ୍କୁ ଛଟେଇ କଲା ଟୁଇଟର

ନୂଆଦିଲ୍ଲୀ,୨୬।୨: ଲୋକପ୍ରିୟ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଟୁଇଟର ପୁଣି ଥରେ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ଏହି ଅଷ୍ଟମ ରାଉଣ୍ଡ ଛଟେଇର ପ୍ରଭାବ ଅନେକ ଇଞ୍ଜିନିୟରିଂ...

ଏମ୍‌ଏସ୍‌ଏମ୍‌ଇକୁ ୧.୮୭ ଲକ୍ଷ କୋଟିର ଋଣ ମଞ୍ଜୁର

ନୂଆଦିଲ୍ଲୀ: ଦେଶର ଅଣୁ, କ୍ଷୁଦ୍ର ମଧ୍ୟମ ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)କୁ ବ୍ୟାଙ୍କଗୁଡିକ ୧.୮୭ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି। ଏହା ମଧ୍ୟରୁ ୨୭...

ଦେଶରେ କମୁଛି ଇନ୍ଧନ ଚାହିଦା

ଭୁବନେଶ୍ୱର, ୧୪ା୩: ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଲଗାତର ବୃଦ୍ଧି ଯୋଗୁ ଏହାର ବ୍ୟବହର ବ୍ୟାପକ ମାତ୍ରାରେ କମିଛି। ଫଳରେ ପ୍ରତି ମାସ ଏହାର ଚାହିଦା...

ଜିଏସ୍‌ଟି କ୍ଷତିପୂରଣକୁ ନେଇ ୮ ଦଳର ପ୍ରତିବାଦ

ନୂଆଦିଲ୍ଲୀ: ପ୍ରତିଶ୍ରୁତି ମୁତାବକ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଜନିତ କ୍ଷତିପୂରଣ ପ୍ରଦାନକୁ ନେଇ ବର୍ତ୍ତମାନ ଟଣାଓଟରା ଲାଗି ରହିଛି।...

ପୁଣିଥରେ ଲାଗୁ ହୋଇପାରେ ନଗଦ ଉଠାଣ ଟିକସ

ନୂଆଦିଲ୍ଲୀ,୨୮-୫: କେନ୍ଦ୍ରରେ ଦ୍ୱିତୀୟଥର ନରେନ୍ଦ୍ର ମୋଦି ସରକାର ଗଠନ ହେବାକୁ ଯାଉଛି। ସରକାର ଏଥର ଦୃଢ଼ତାର ସହ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମକୁ ଆଗେଇନେବେ ବୋଲି ଜନତା...

୯ ପ୍ରମୁଖ ସହରରେ ବିକ୍ରି ହୋଇନି ୪ ଲକ୍ଷ ଶସ୍ତା ଫ୍ଲାଟ୍‌

ନୂଆଦିଲ୍ଲୀ,୧୯-୮: ଶସ୍ତା ଘର ଚାହିଦା ବୃଦ୍ଧି ପାଇବା ସତ୍ତ୍ୱେ ଦେଶର ୯ ସହରରେ ୪.୧୨ ଲକ୍ଷ ଏଭଳି ଆପାର୍ଟମେଣ୍ଟ ଅଥବା ଫ୍ଲାଟ୍‌ ବିକ୍ରି ହୋଇପାରିନାହିଁ। ଏହି...

ସଙ୍କଟରେ ରିଲାଏନ୍ସ ହୋମ୍‌ ଫାଇନାନ୍ସ

ନୂଆଦିଲ୍ଲୀ: ଅନୀଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ହୋମ୍‌ ଫାଇନାନ୍ସ ବର୍ତ୍ତମାନ ସମୟରେ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି। କମ୍ପାନୀ ଡିସେମ୍ବର ୨୦୨୦ରେ ୧୦୦କୋଟି ଟଙ୍କାର...

ନାତୁଣୀ-ନାତିଙ୍କୁ ଏମିତି ଉପହାର ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୧୩।୩: ଭାରତର ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଝିଅ ଇଶାଙ୍କ ଯମଜ ସନ୍ତାନ କ୍ରିଷ୍ଣା ଏବଂ ଆଡିଆଙ୍କୁ ‘ଗିଫ୍ଟସ ଟେଲ୍‌ ଅଲ୍‌’ର ଏକ କଷ୍ଟୋମାଇଜ ଉପହାର...

Advertisement
Archives

Model This Week