ପଶୁ ବଳି ଦେଇ ଫ୍ୟାନ୍ସ ପାଳିଲେ ଜନ୍ମଦିନ

ମୁମ୍ବାଇ:ସାଉଥ୍‌ ସୁପରଷ୍ଟାର ଜୁନିଅର ଏନଟିଆର ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ବହୁତ କ୍ରେଜ୍‌ ଦେଖିବାକୁ ମିଳିଥାଏ। ନିକଟରେ ଅଭିନେତା ତାଙ୍କର ୪୦ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ସମୟରେ ତାଙ୍କ ଫ୍ୟାନ୍ସ ମଧ୍ୟ ଜନ୍ମଦିନକୁ ବିଭିନ୍ନ ଉପାୟରେ ଧୁମ୍‌ଧାମ୍‌ରେ ସେଲିବ୍ରେଟ୍‌ କରିଛନ୍ତି। କିନ୍ତୁ ଏନିଟିଆରଙ୍କ ଜନ୍ମଦିନ ପାଳନ କରିଥିବା ୯ ଜଣ ଫ୍ୟାନ୍ସଙ୍କୁ ପୋଲିସ ଗିରଫ କରିଛି। ଫ୍ୟାନମାନ୍ସେ ପଶୁ ବଳି ଦେଇଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି।

ଏନଟିଆରଙ୍କ ବାର୍ଥ ଡେ ସେଲିବ୍ରେଶନରେ ଏହି ୯ ଜଣ ଫ୍ୟାନ୍ସ ୨ ଛେଳି ମାରି ଅଭିନେତାଙ୍କ ଫ୍ଲେକ୍ସ୍‌ ବ୍ୟାନରରେ ରକ୍ତ ଲଗାଇଥିଲେ। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ସେମାନଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଏନଟିଆରଙ୍କ ଜନ୍ମଦିନ ପାଳନ କରିବାକୁ ୯ ଅଭିଯୁକ୍ତ ଫିଲ୍ମ ହଲ୍‌ରେ ପହଞ୍ଚିଥିଲେ। ସେଠାରେ ୨ ଛେଳିକୁ ମାରି ଏନଟିଆରଙ୍କ ବ୍ୟାନରରେ ସେହି ରକ୍ତ ଲଗାଇଥିଲେ। ବଳି ଦେବା ପାଇଁ ବ୍ୟବହୃତ ହୋଇଥିବା ରକ୍ତ ଜୁଡୁବୁଡୁ ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ର ସହିତ ଛେଳି ମୃତଦେହକୁ ନେଇ ସେଠାରୁ ପଳାଇଥିଲେ। ପରେ ଅଭିଯୁକ୍ତଙ୍କୁ ବିଜୟୱାଡାର ରୋବର୍ସନପେଟ ପୋଲିସ ଗିରଫ କରିଥିଲା।

ସେହିପରି ଏନଟିଆରଙ୍କ ଜନ୍ମଦିନରେ ଆଉ ଏକ ଘଟଣା ସାମ୍ନାକୁ ଆସିଥିଲା। ତାଙ୍କର ୨୦ ବର୍ଷ ପୁରୁଣା ବ୍ଲକବଷ୍ଟର ଫିଲ୍ମ ‘ସିମହ୍ରାଦି’ ପ୍ରେକ୍ଷାଳୟରେ ବାର୍ଥଡେରେ ମୁକ୍ତିଲାଭ କରିଥିଲା। ଅଭିନେତାଙ୍କ ଫ୍ୟାନ୍ସ ବହୁ ସଂଖ୍ୟାରେ ହଲ୍‌ରେ ଭିଡ଼ ଜମାଇଥିଲେ। ଫିଲ୍ମ ଦେଖିବାବେଳେ ଫ୍ୟାନ୍ସ ହଲ୍‌ରେ ଚିଲ୍ଲେଇବା ସହ ହଲ୍‌ ଭିତରେ ବାଣ ଫୁଟାଇଥିଲେ। ତେବେ ଏହା ଯୋଗୁ ହଲ୍‌ରେ ନିଆଁ ଲାଗି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା: ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ଜାରି

ମୁମ୍ବାଇ,୨୭।୪: ବାନ୍ଦ୍ରାସ୍ଥିତ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଆବାସ ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ଅନ୍‌ମୋଲ ବିଶ୍ନୋଇଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଅନମୋଲ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri