Posted inଜାତୀୟ

ଜୋଷୀମଠ ଭୂସ୍ଖଳନପ୍ରବଣ

ଡେରାଡୁନ୍‌/ନୂଆଦିଲ୍ଲୀ,୯ା୧: ଦେବଭୂମି ରୂପେ ପରିଚିତ ଉତ୍ତରାଖଣ୍ଡର ଛୋଟ ସହର ଜୋଷୀମଠ ଉପରେ ବଡ଼ ବିପଦ ଦେଖାଦେଇଛି। ଚମୋଲି ଜିଲାର ଏହି ଅଞ୍ଚଳରେ ଲଗାତର ଭାବେ ଘର କାନ୍ଥ ଭାଙ୍ଗିବା ସହ ରାସ୍ତା ଧସିବାରେ ଲାଗିଥିବାରୁ ରବିବାର ଏହାକୁ ‘ଭୂସ୍ଖଳନ ପ୍ରବଣ ଜୋନ୍‌’ ଘୋଷଣା କରାଯାଇଛି। ହିମାଳୟ ପାଦରେ ତଥା ସମୁଦ୍ର ପତ୍ତନଠାରୁ ୬,୧୫୦ ଫୁଟ୍‌ ଉଚ୍ଚତାରେ ଅବସ୍ଥିତ ଜୋଷୀମଠ ପ୍ରତି ବିପତ୍ତି ମାଡ଼ିଆସିଥିବାରୁ ଲୋକେ ଆତଙ୍କିତ ହୋଇ ଘରଦ୍ୱାର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି।

୬୦ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ଆହୁରି ଅନୂ୍ୟନ ୯୦ ପରିବାରକୁ ଅସ୍ଥାୟୀ ରିଲିଫ୍‌ କ୍ୟାମ୍ପକୁ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ହାଡ଼ଭଙ୍ଗା ଶୀତରେ ଲୋକଙ୍କ ପାଇଁ ବଞ୍ଚତ୍ବା ଦୁର୍ବିଷହ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଫୋନ୍‌ କରି ସବୁ ପ୍ରକାର ସହାୟତା ପ୍ରଦାନର ପ୍ରତିଶ୍ରୁତି ଦେଇଛନ୍ତି।

ବିଶେଷଜ୍ଞ ଦଳ ବାରମ୍ବାର ଭୂସ୍ଖଳନ ଓ ଫାଟ ସୃଷ୍ଟିର କାରଣ ଖୋଜିବା ଅଭିଯାନକୁ ଜୋରଦାର କରିଛନ୍ତି। ଇତିମଧ୍ୟରେ ସ୍ଥାନୀୟ ଲୋକଙ୍କ ଧନଜୀବନ ରକ୍ଷା ଲାଗି ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ଜୋଷୀମଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରିଥିବାବେଳେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ ଲାଗି ନିର୍ଦ୍ଦେଶ ଦେବା ସକାଶେ ଆଇନଜୀବୀ ରୋହିତ ଦନ୍ଦ୍ରିୟାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଜୋଷୀମଠର କାନ୍ଥବାଡ଼, ରାସ୍ତା ଆଦିରେ ବଢ଼ୁଥିବା ଫାଟ କେବଳ ଉତ୍ତରାଖଣ୍ଡ ପାଇଁ ନୁହେଁ, ବରଂ କେନ୍ଦ୍ର ସରକାରଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି। ବିଶେଷକରି ଗତ ସପ୍ତାହରୁ ସ୍ଥିତି ଅଧିକ ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସବୁ ସ୍ତରରେ ଉଦ୍ୟମ ଚାଲିଛି। ୪-୫ଟି ସ୍ଥାନରେ ଅସ୍ଥାୟୀ ରିଲିଫ୍‌ କ୍ୟାମ୍ପ୍‌ ନିର୍ମାଣ କରି ସେଠାକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ବୋଲି ଗଢ଼ଓ୍ବାଲ କମିଶନର ସୁଶୀଲ କୁମାର ସୂଚନା ଦେଇଛନ୍ତି। ଗୁରୁବାରଠାରୁ ଜୋଷୀମଠରେ ଥିବା ଚମୋଲି ଜିଲାପାଳ ହିମାଂଶୁ ଖୁରାନା ପ୍ରଭାବିତ ଅଞ୍ଚଳରେ ଘର ଘର ବୁଲି କ୍ଷୟକ୍ଷତିର ଆକଳନ କରିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ବୁଝାଶୁଝା କରିଛନ୍ତି।

ଜୋଷୀମଠକୁ ଭୂସ୍ଖଳନ ପ୍ରବଣ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଯଥାଶୀଘ୍ର ସମ୍ଭବ ଅନ୍ୟ ୯୦ ପରିବାରକୁ ସ୍ଥାନାନ୍ତର କରାଯିବ। ସେ କହିଛନ୍ତି, ଜୋଷୀମଠରେ ୪,୫୦୦ କୋଠା ଥିବାବେଳେ ସେଥିରୁ ୬୧୦ ବିଲ୍ଡିଂରେ ବଡ଼ କ୍ରାକ୍‌ ସୃଷ୍ଟି ହୋଇଛି। ଫଳରେ ସେଗୁଡ଼ିକ ଆଉ ବାସୋପଯୋଗୀ ହୋଇ ରହିନାହିଁ। ଆଉ ଏକ ବୃହତ୍‌ ଅର୍ଦ୍ଧଗୋଲାକାର ଫାଟ ଦେଖାଦେଇଛି, ଯାହାକି ୧.୫ କି.ମି. ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିପାରେ ବୋଲି ସେ ସତର୍କ କରାଇଛନ୍ତି। କେତୋଟି ହୋଟେଲ, କଲେଜ ଓ ଗୁରୁଦ୍ୱାରାରେ ମଧ୍ୟ ଲୋକଙ୍କ ଆଶ୍ରୟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି।

ଭଡ଼ାଘରେ ରହିବା ପାଇଁ ଚାହୁଁଥିବା ଲୋକଙ୍କୁ ମାସିକ ୪,୦୦୦ ଟଙ୍କା ଲେଖାଏ ୬ ମାସ ପର୍ଯ୍ୟନ୍ତ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଜୋଷୀମଠ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଧାମିଙ୍କୁ ଫୋନ୍‌ କରି ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ଏଥିସହ ସଙ୍କଟ ସମୟରେ ସବୁ ପ୍ରକାର ସହାୟତା ପ୍ରଦାନର ପ୍ରତିଶ୍ରୁତି ଦେଇଛନ୍ତି।

ବଦ୍ରୀନାଥ ଓ ହେମକୁଣ୍ଡ ସାହିବର ପ୍ରବେଶପଥ ଭାବେ ଖ୍ୟାତ ଜୋଷୀମଠ ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ନଜର ରଖିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ହାଇଦ୍ରାବାଦସ୍ଥିତ ନ୍ୟାଶନାଲ ରିମୋଟ ସେନ୍ସିଂ ସେଣ୍ଟର ଏବଂ ଡେରାଡୁନ୍‌ର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରିମୋଟ ସେନ୍ସିଂକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ପରାମର୍ଶ ଦିଆଯାଇଛି। ଏଥିସହ ଉପଗ୍ରହରୁ ସଂଗୃହୀତ ଚିତ୍ର ଓ ଅନ୍ୟ ଅଧ୍ୟୟନ ଆଧାରରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ଭୂବିଜ୍ଞାନ ସର୍ବେକ୍ଷଣ ବା ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆକୁ ଜୋଷୀମଠରେ ଥିବା କୋଟି ଫାର୍ମ, ହର୍ବ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଉଦ୍ୟାନ ବିଭାଗର ମୃତ୍ତିକା ପରୀକ୍ଷଣ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ…

ବିଶ୍ବରେ ହଲଚଲ! H-1B ଭିସାଧାରୀଙ୍କୁ ଏଭଳି କହିଦେଲା ଆମେରିକା; କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୯ା୧୦: H-1B ଭିସାଧାରୀଙ୍କୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ‘ଇଣ୍ଡେଞ୍ଚର୍ଡ ଲେବର’ ଅର୍ଥାତ୍‌ ‘ଚୁକ୍ତିବଦ୍ଧ ଶ୍ରମିକ’ ବୋଲି କହିବାକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ

ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?