Posted inଖେଳ

ଦଳରେ କରାଯାଇଥିଲା ଅଣଦେଖା: ଗୋଟିଏ ଓଭରରେ ୨ ଆଇପିଏଲ୍‌ ଅଧିନାୟକଙ୍କ ଉଇକେଟ ନେଇ ଚର୍ଚ୍ଚାରେ ହେଜଲଉଡ୍‌

ସିଡନୀ,୨୭।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ଏକଦିବସୀୟ ସିିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯାଇଛି। ଏଥିରେ କଙ୍ଗାରୁ ଟିମ୍‌ ଜବରଦସ୍ତ ପ୍ରଦର୍ଶନ କରି ଭାରତ ସମ୍ମୁଖରେ ୩୭୫ ରନ୍‌ର ବିଶାଳ ସ୍କୋର ରଖିଛି। ଏହାର ଜବାବ ଦେବାକୁ ଯାଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ନୈରାଶଜନକ ପ୍ରଦର୍ଶନ କରିଛି। ବିଶେଷକରି ଦଳରେ ୩ ଆଇପିଏଲ୍‌ ଟିମ୍‌ର ଅଧିନାୟକ ଥିବା ସତ୍ତ୍ୱେ ସେମାନେ ଗୋଟିଏ ପରେ ଗୋଟିଏ ଆଉଟ୍‌ ହୋଇ ଫେରିଛନ୍ତି।

ଅଷ୍ଟ୍ରେଲିଆ ଟିମ୍‌ରେ ଦୁଇ ଆଇପିଏଲ୍‌ ଟିମ୍‌ର ଅଧିନାୟକ ଥିଲେ। ପ୍ରଥମେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଥିବା ଡେଭିଡ ଓ୍ବାରନର ୬୯ ରନ୍‌ କରିଥିବା ବେଳେ ରାଜସ୍ଥାନ ରୟାଲ୍ସର ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ୧୦୫ ରନ୍‌ କରିଥିଲେ। ସେହିଭଳି ଅଧିନାୟକ ଆରୋନ୍‌ ଫିଞ୍ଚ ୧୧୪ ରନ୍‌ କରିବା ପରେ ୫୦ ଓଭରରେ ଦଳ ୩୭୪ ରନ୍‌ କରିଥିଲା। ଏହାପରେ ଭାରତୀୟ ଦଳ ଖେଳିବାକୁ ଓହ୍ଲାଇଥିଲା। ହେଲେ ଜୋଶ ହେଜଲଉଡ ପ୍ରଥମେ ମୟଙ୍କ ଅଗ୍ରଓ୍ବାଲଙ୍କୁ ୬ ଓଭରରେ ଆଉଟ୍‌ କରିଥିଲେ। ୧୦ମ ଓଭରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି(୨୧ ରନ୍‌) ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଅୟର(୨ ରନ୍‌)ଙ୍କୁ ଆଉଟ୍‌ କରିବାରେ ସଫଳ ହୋଇଛନ୍ତି। ଏହାପରେ ପଡ଼ିଆକୁ ଓହ୍ଲାଇଥିବା କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଅଧିନାୟକ କେ.ଏଲ୍‌. ରାହୁଲଙ୍କ ଓ୍ବିକେଟ୍‌ ନେଇଥିଲେ ଆଡମ୍‌ ଜମ୍ପା। ଏହିଭଳି ଭାବେ ଭାରତୀୟ ଟିମ୍‌ରେ ଖେଳୁଥିବା ତିନି ଆଇପିଏଲ୍‌ ଅଧିନାୟକ ଉଇକେଟ୍‌ ହରାଇଥିଲେ। ତେବେ ଚେନ୍ନାଇ ସୁପରକିଙ୍ଗ୍ସରେ ସାମିଲ ଥିବା ହେଜଲଉଡ୍‌ ଆଇପିଏଲ୍‌ରେ ମାତ୍ର ୩ଟି ମ୍ୟାଚ୍‌ ଖେଳିଥିଲେ। ତାଙ୍କୁ ଦଳରେ ଅଣଦେଖା କରାଯାଇଥିଲା। ହେଲେ ଏବେ ସେ ଭାରତୀୟ ଟିମ୍‌ ବିପକ୍ଷରେ ଦୃଢ଼ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?