‘ କେବଳ ମିଳିତ ଉଦ୍ୟମ ଦ୍ୱାରା ମହାମାରୀର ଅନ୍ତ ସମ୍ଭବ’

ଡାଭୋସ,୧୮।୧: କରୋନା ମହାମାରୀରୁ ମୁକ୍ତି ପାଇବାକୁ ହେଲେ ମିଳିତ ଉଦ୍ୟମ ଜରୁରୀ ବୋଲି ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ କହିଛନ୍ତି। ସାରା ବିଶ୍ୱରେ ଟିକାର ସୁଷମ ବଣ୍ଟନ ଏବଂ ଟିକାକରଣ ବଢ଼ାଇବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ତେବେ ପରସ୍ପରକୁ ଦୋଷାରୋପ କରିବା ଦ୍ୱାରା ମହାମାରୀ ଦୂର କରିବା ଦିଗରେ ଆମର ଦାୟିତ୍ୱ ବିଳମ୍ବ ହେବ ବୋଲି ସୁଇଜରଲାଣ୍ଡର ଡାଭୋସରେ ଅନୁଷ୍ଠିତ ଅନ୍‌ଲାଇନ ବିଶ୍ୱ ଅର୍ଥନୀତି ଫୋରମ୍‌ ସମିଟ୍‌କୁ ଉଦ୍‌ବୋଧନ ଦେଇ ଜିନ୍‌ପିଙ୍ଗ କହିଛନ୍ତି। ଅନ୍ୟକୁ ଦୋଷାରୋପ ଏବଂ ଶୀତଳ ଯୁଦ୍ଧ ମାନସିକତା ଛାଡ଼ିବା ଲାଗି ସେ ଆମେରିକାକୁ ଇଙ୍ଗିତ କରି କହିଛନ୍ତି। ସମ୍ମିଳନୀର ପ୍ରଥମ ଦିନରେ ‘ବିଶ୍ୱର ସ୍ଥିତି’ ଶୀର୍ଷକ ଉପରେ ସ୍ବତନ୍ତ୍ର ଉଦ୍‌ବୋଧନ ଦେଇ ଚାଇନା ରାଷ୍ଟ୍ରପତି କହିଥିଲେ, ମହାମାରୀକୁ ପରାଜିତ କରିବା ଲାଗି ବିଶ୍ୱ ମିଳିତ ଉଦ୍ୟମ ଚାହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଣୁଅସ୍ତ୍ର ବ୍ୟବହାର କରିବନି ରୁଷିଆ

ମସ୍କୋ,୬।୫: ୟୁକ୍ରେନ୍‌ ବିରୋଧରେ ରୁଷିଆ ଅଣୁଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି। ରୁଷିଆର ଆଣବିକ ଅସ୍ତ୍ର ବ୍ୟବହାର...

ବାଇଡେନଙ୍କ ଉପରେ ବିପଦ ଘନେଇଲା, ଏଫବିଆଇର ତନାଘନା…

ଓ୍ବାଶିଂଟନ,୧୬।୨ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କର ସମସ୍ୟା ବଢ଼ିବାରେ ଲାଗିଛି। ଗୁପ୍ତ ଡକ୍ୟୁମେଣ୍ଟ ସନ୍ଧାନରେ ଆମେରିକାର ଗୁପ୍ତଚର ଏଜେନ୍ସି ଏଫବିଆଇ ବିଭିନ୍ନ ସ୍ଥାନରେ କ୍ରମାଗତ...

ପାକିସ୍ତାନରେ ଭୟାବହ ସ୍ଥିତି ଆଶଙ୍କା

ଡାର୍‌ ମାନ୍‌ଗି (ପାକିସ୍ତାନ), ୨୯।୧୨: ଆତଙ୍କବାଦୀ ଏବଂ ମୌଳବାଦୀ ସଙ୍ଗଠନ ଲାଗି କରୋନା ଟିକାକରଣ ପ୍ରଭାବିତ ହୋଇପାରେ। ବିଶେଷକରି ମୁସ୍‌ଲିମ୍‌ ବହୁଳ ଦେଶର ଏହି ଆଶଙ୍କା...

ଟ୍ରମ୍ପ ପାଳିବେ ଦୀପାବଳି

ଓ୍ବାଶିଂଟନ,୨୨।୧୦: ଆସନ୍ତା ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ଦୀପାବଳି ପାଳନ କରିବେ ବୋଲି ଜଣାପଡିଛି। ଭାରତରେ ପାଳନ କରାଯାଉଥିବା ଦୀପାବଳି ଉତ୍ସବର...

ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କୁ ୨୩ ମାର୍ଚ୍ଚ ସୁଦ୍ଧା ହାସଲ କରିବାକୁ ହେବ ବିଶ୍ୱାସ ମତ

କାଠମାଣ୍ଡୁ,୨୭ ।୨: ନେପାଳରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ମାର୍ଚ୍ଚ ୨୮ ସୁଦ୍ଧା ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲଙ୍କୁ ସଂସଦର ନିମ୍ନ ଗୃହ-ପ୍ରତିନିଧି ସଭାରେ...

ଅର୍ଥମନ୍ତ୍ରୀରୁ ହେବେ ପ୍ରଧାନମନ୍ତ୍ରୀ

ସିଙ୍ଗାପୁର,୧୪।୪: ସିଙ୍ଗାପୁରର ଅର୍ଥମନ୍ତ୍ରୀ ଥିବା ଲରେନ୍ସ ଓଙ୍ଗ୍‌ଙ୍କୁ ଗୁରୁବାର ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୁଙ୍ଗ୍‌ଙ୍କ ଉତ୍ତରାଧିକାରୀ ଚୟନ କରାଯାଇଛି। ସେ ଶାସକ ପିପୁଲ୍ସ ଆକ୍ସନ ପାର୍ଟି...

ରାଷ୍ଟ୍ରପତି ଥିଲେ ଦିନକରେ ଶେଷ ହୋଇଥାନ୍ତା ରୁଷିଆ-ୟୁକ୍ରେନ ଯୁଦ୍ଧ: ଟ୍ରମ୍ପ…

ଓ୍ବାଶିଂଟନ,୧୩।୩ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ...

ବୁଲାକୁକୁରଙ୍କୁ ସାହାରା ଦେବା ପାଇଁ ୧୪ ଶହ କିମି ପାଦରେ ଚାଲିଲେ ଏହି ବ୍ୟକ୍ତି

ମେକ୍ସିକୋ,୧୨।୧୧:ସାଧାରଣତଃ ରାସ୍ତାରେ ବୁଲୁଥିବା କୁକୁରଙ୍କୁ କେହି ଧ୍ୟାନ ଦେଇ ନ ଥାନ୍ତି। କେହି ବୁଲାକୁକୁରଙ୍କୁ ଢେଲା ଫୋପାଡିଲାଣି ତ ଆଉ କିଏ ପାଣି। ଏମିତି ଅସହାୟ...

Advertisement
Archives

Model This Week