ପର୍ଯ୍ୟଟନ କ୍ଷେତ୍ରରେ ପ୍ରଶାସନର ମିଳିତ ଚଢ଼ାଉ

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପର୍ଯ୍ୟଟନ କ୍ଷେତ୍ରରେ ରବିବାର ସ୍ଥାନୀୟ ପ୍ରଶାସନର ମିଳିତ ଚଢ଼ାଉ କରାଯାଇଛି। ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କ ଉପସ୍ଥିତିରେ ତହସିଲଦାର ଶରତ ଶବର, ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ମିଳିତ ଚଢ଼ାଉ କରିଥିଲେ। ପ୍ରଥମେ ଦାରିଙ୍ଗବାଡ଼ିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫିବଗିଚା ସମ୍ମୁଖରେ ଉଠା ଦୋକାନୀମାନଙ୍କ ଉପରେ ଚଢ଼ାଉ କରାଯାଇଥିଲା। ସରକାରୀ ଜମିରେ ଜବରଦସ୍ତ ଉଠାଦୋକାନୀମାନେ ଦୋକାନ ଗୃହ ନିର୍ମାଣ କରିଥିବା ଅଭିଯୋଗରେ ଜରିମାନା କରାଯିବା ସହ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ସେହିପରି ସେଠାରେ କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସ୍ଥାନୀୟ ପାରମ୍ପାରିକ ଜଙ୍ଗଲଜାତୀୟ ଦ୍ରବ୍ୟ ବିକ୍ରି କରିବା ସହ ଜୈବିକ କନ୍ଧମାଳ ହଳଦୀ ଗୁଣ୍ଡ ଓ ଗୋଟା ହଳଦୀ, କଫି, ମାଣ୍ଡିଆ ଚୁନା ଆଦି ବିକ୍ରି କରୁଥିବା ବେଳେ କିଛି ବ୍ୟବସାୟ ଚଞ୍ଚକତା କରି ଅତି ନିମ୍ନମାନର ଅପମିଶ୍ରିତ ହଳଦୀ ଗୁଣ୍ଡ ଆଦି ବିକ୍ରିକୁ ମହିଳା ସ୍ବୟଂ ସହାୟକ ସଂଘ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲା। କନ୍ଧମାଳ ହଳଦୀକୁ ନେଇ ଅପମିଶ୍ରଣକାରୀଙ୍କ ପାଇଁ ଦାରିଙ୍ଗବାଡ଼ି ବଦନାମ ହେବା ସହ ପର୍ଯ୍ୟଟକ ଠକେଇର ଶିକାର ହେଉଥିବା ଅଭିଯୋଗ ହୋଇଥିଲା। ଏଥିରେ ପ୍ରଶାସନ ଆହୁରି ଦୃଢ଼ ପଦକ୍ଷେପ ନେବ ବୋଲି କହିବା ସହ କିଛି ବ୍ୟବସାୟୀଙ୍କୁ ଜରିମାନା କରିବା ସହ ଅପମିଶ୍ରଣ ବିକ୍ରିଠାରୁ ନିବୃତ ରହୁବାକୁ ତାଗିଦ କରିଛି। କଫି ବଗିଚା ସମେତ ଡୁଲୁରୀ ପାଇନବଣରେ ଚଢ଼ାଉ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ଭଞ୍ଜନଗର ଥାନା ଏସଆଇଙ୍କୁ ଡିଜିପି ଡିସ୍କ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୧୩।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠୀଙ୍କୁ ବୁଧବାର ଡିଜିପି ଡିସ୍କ ଆୱାର୍ଡ଼ ମିଳିଛି। କଟକ ଠାରେ ଆୟୋଜିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri