କାର ପରିବର୍ତ୍ତେ ଭଡ଼ା ଗାଡ଼ିରେ ଯିବାଆସିବା କରନ୍ତି ଏହି ପ୍ରସିଦ୍ଧ ଅଭିନେତାଙ୍କ ମା’ବାପା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ଜନ୍‌ ଅବ୍ରାହମ୍‌ ଇତିମଧ୍ୟରେ ୪୮ ବର୍ଷର ହୋଇଯାଇଛନ୍ତି। ଆଜି ହେଉଛି ତାଙ୍କ ଜନ୍ମଦିନ। ଡିସେମ୍ବର ୧୭, ୧୯୭୨ରେ କେରଳର କୋଚିରେ ସେ ଜନ୍ମଗ୍ରହଣ କରିଥିଲେ। ଜଣେ ମଡେଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଜନ୍‌। ପରେ ସେ ବିଜ୍ଞାପନରେ କାମ କରିବାର ସୁଯୋଗ ପାଇଲେ। ଅଭିନେତା ଭାବେ ସେ ୨୦୦୩ରୁ ଫିଲ୍ମ ‘ଜିସ୍ମ’ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଅନେକ ସଫଳ ଫିଲ୍ମରେ କାମ କଲେ। ଫିଲ୍ମ ନିର୍ମାଣ କ୍ଷେତ୍ରରେ ମଧ୍ୟ ଭାଗ୍ୟ ପରୀକ୍ଷା କରିସାରିଛନ୍ତି। ଜନ୍‌ଙ୍କ ବାପା ମାଲାୟାଲୀ ଖ୍ରୀଷ୍ଟିଆନ ହୋଇଥିବା ବେଳେ ମା’ ଇରାନୀ। ଏତେ ବଡ଼ କଳାକାରଙ୍କ ମା’ବାପା ହୋଇଥିଲେ ମଧ୍ୟ ସେମାନେ ବହୁତ ସରଳ ଜୀବନଯାପନ କରିବାକୁ ଭଲପାଆନ୍ତି। ଅନ୍ୟ ସ୍ଥାନକୁ ଯିବା ପାଇଁ ହେଲେ ସେମାନେ ସବୁବେଳେ ଭଡ଼ା ଗାଡି ବ୍ୟବହାର କରିଥାନ୍ତି। ଏକ ସାକ୍ଷାତକାରେ ନିଜେ ଜନ୍‌ ଏକଥା କହିଥିଲେ। ଏପରିକି ନିଜେ ଜନ୍‌ ମଧ୍ୟ ବହୁତ ସରଜ ଜୀବନଯାପନ କରିଥାନ୍ତି। ଅନେକ ସମାରୋହରେ ସେ ସୁଜ୍‌ ପରିବର୍ତ୍ତେ ସ୍ଲିପର ପିନ୍ଧିଥାନ୍ତି। କାରଣ ସ୍ଲିପର ପିନ୍ଧିବାକୁ ତାଙ୍କୁ ଭଲ ଲାଗେ ବୋଲି ଜନ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଣ୍ଡନ ରାସ୍ତାରେ ନୋରାଙ୍କ ଡ୍ୟାନ୍ସ

ମୁମ୍ବାଇ: ଫ୍ୟାନ୍‌ମାନଙ୍କୁ କିଭଳି ଏଣ୍ଟରଟେନ୍‌ କରିବାକୁ ହୁଏ ସେ କଳା ନୋରା ଫତେହିଙ୍କୁ ଭଲ ଭାବେ ଜଣା। ଆକର୍ଷଣୀୟ ବ୍ୟକ୍ତିତ୍ୱ ସାଙ୍ଗକୁ ଉଚ୍ଚକୋଟୀର ନୃତ୍ୟରେ ସେ...

ରାକେଶଙ୍କ ହାତରେ ହାତ ଛନ୍ଦି ଡିନର୍‌ ଡେଟ୍‌ରେ ଗଲେ ଶିଳ୍ପାଙ୍କ ଭଉଣୀ; ଭାଇରାଲ ହେଉଛି…

ବମ୍ବେ: ବିବାଦୀୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’ରେ ଅନେକ କଳାକାର ଲିଙ୍କଅପ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଠିକ୍‌ ସେଭଳି କିଛି ଘଟିଛି ଲୋକପ୍ରିୟ ଅଭିନେତା ରାକେଶ ବାପତଙ୍କ...

ରାମ ମନ୍ଦିର ଉପରେ ନିର୍ମାଣ ହେବ ଡକ୍ୟୁମେଣ୍ଟାରୀ

ମୁମ୍ବାଇ: ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ନାନା ସମସ୍ୟା ଉପୁଜିଛି । ଏ ସମ୍ପର୍କରେ ଦେଶବାସୀ ଅଳ୍ପ ବହୁତେ ଜାଣିଛନ୍ତି ।...

କପିଲଙ୍କ ଶୋ’ ଛାଡ଼ିଲେ ଭାରତୀ! ଚର୍ଚ୍ଚାକୁ ନେଇ କମେଡିକୁଇନ୍‌ କହିଲେ…

ବମ୍ବେ: ଅନେକ ଦିନ ବ୍ୟବଧାନ ପରେ ଟେଲି ପରଦାକୁ ଫେରୁଛି ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’। ସେପ୍ଟେମ୍ବର ୧୦ରୁ ପ୍ରତି ଶନିବାର...

ହାତଘଣ୍ଟାରେ ପ୍ରସ୍ତୁତ ସ୍କର୍ଟ ପିନ୍ଧି ଚର୍ଚ୍ଚାରେ ଉର୍ଫି: ଲୋକେ ଫଟୋ ଦେଖି ମୁଣ୍ଡରେ ଦେଉଛନ୍ତି ହାତ

ବମ୍ବେ: କିଏ ହାତରେ ଘଣ୍ଟା ପିନ୍ଧେ ନଚେତ କାନ୍ଥରେ ଟଙ୍ଗାଏ, ହେଲେ ସୋସିଆଲ ମିଡିଆ ସେନ୍‌ସେଶନ୍‌ ଉର୍ଫି ଜାଭେଦ ଏହାକୁ ପିନ୍ଧି ଏବେ ଚର୍ଚ୍ଚାରେ। ଆଶ୍ଚର୍ଯ୍ୟ...

ଆଲିଆଙ୍କ ଲେହେଙ୍ଗାକୁ ଗୋଡରେ ଆଡେଇଲେ ରଣବୀର, ରାଗିଗଲେ ପ୍ରଶଂସକ

ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କୁ ବଲିଉଡର ହିଟ୍‌ ଭାବେ ବିବେଚନା କରାଯାଏ। ଉଭୟଙ୍କ ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ର ଏପର୍ଯ୍ୟନ୍ତ ରିଲିଜ ହୋଇନାହିଁ କିନ୍ତୁ ଦୁଇ...

ଧର୍ମା ପ୍ରଡକ୍ସନର ଏକ୍‌ଜିକ୍ୟୁଟିଭ ପ୍ରଡ୍ୟୁସର କ୍ଷୀତିଜ ପ୍ରସାଦଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ,୨୬।୯-ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଧର୍ମା ପ୍ରଡକ୍ସନର ଏକ୍‌ଜିକ୍ୟୁଟିଭ ପ୍ରଡ୍ୟୁସର କ୍ଷୀତିଜ ରବି ପ୍ରସାଦଙ୍କୁ ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଶନିବାର ଗିରଫ କରିଛି। ଦିନକ ପୂର୍ବରୁ...

ସଲମାନ ଖାନ୍‌ଙ୍କ ସୁରକ୍ଷା ବଢିଲା

ମୁମ୍ବାଇ,୬।୬: ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ଦିଆଯିବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ସଲମାନଙ୍କୁ ରବିବାର ଏକ ଚିଠି ମାଧ୍ୟମରେ...

Advertisement
Archives

Model This Week