ତାଲିବାନକୁ ବାଇଡେନଙ୍କ ଚେତାବନୀ

ୱାଶିଂଟନ,୩୧ ।୧: ଆଫଗାନିସ୍ତାନ ଉପରେ ପ୍ରାୟ ୨ଦଶକ ପରେ ଗତବର୍ଷ ତାଲିବାନ ଶାସନ କ୍ଷମତା ହାତେଇଥିବା ବେଳେ ଏବେ ଏହାର ଶାସନରେ ଅତିଷ୍ଠ ହୋଇପଡିଛନ୍ତି ଆଫଗାନବାସୀ । ତେବେ ତାଲିବାନ ଶାସନ କ୍ଷମତା ହାତକୁ ନେବା ପରେ ସେଠାରେ ଥିବା ଆମେରିକା ସେନା ସ୍ୱଦେଶ ଫେରି ଆସିଥିଲେ । ଏହି ଘଟଣା ପରେ ଏବେ ପ୍ରଥମଥର ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଲିବାନ ବିରୋଧରେ ଏକ କଡା ବୟାନ ଜାରି କରିଛନ୍ତି । ଆମେରିକା ନୌସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ ମାର୍କ ଫ୍ରେରିଚଙ୍କୁ ବନ୍ଦୀ କରି ରଖିବା ଘଟଣାରେ ଜୋ ବାଇଡେନ ତାଲିବାନକୁ ଚେତାବନୀ ଦେଇଛନ୍ତି । ଏହା ବ୍ୟତୀତ ୨ ବର୍ଷରୁ ଅଧିକ ସମୟ ଧରି ବନ୍ଦିଥିବା ଜଣେ ସିଭିଲ ଇଞ୍ଜିନିୟରଙ୍କୁ ମୁକ୍ତ କରିବାକୁ ବାଇଡେନ କହିଛନ୍ତି । ଜୋ ବାଇଡେନଙ୍କ ଏହି ଚେତାବନୀ ପରେ ଆମେରିକା ଓ ତାଲିବାନ ମଧ୍ୟରେ ଦୂରତା ଆହୁରି ବଢି ଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା, ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ

ରାଉରକେଲା,୧୭।୯: ସୁନ୍ଦରଗଡ଼ ଜିଲା ରାଉରକେଲା ସହରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା, ପବନରେ ଏକ ପୂଜା ପେଣ୍ଡାଲ ଭୁଶୁଡ଼ି ପଡିଛି। ସିଭିଲ ଟାଉନ୍‌ସିପ ଅଞ୍ଚଳରେ ଥିବା ଏକ…

ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏମିତି ଲେଖିଲେ ଜର୍ଜିଆ ମେଲୋନି, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ/ରୋମ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଜନ୍ମଦିନର ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଧାନ କ୍ଷେତରେ ବଜ୍ରପାତ; ଚାଲିଗଲା ନଣନ୍ଦ-ଭାଉଜଙ୍କ ଜୀବନ, ସୋହେଲାରେ ଶୋକର ଛାୟା

ସୋହେଲା,୧୭।୯(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କୁସୁର୍ଡା ଗ୍ରାମରେ ଗୁରୁବାର ଅଭାବନୀୟ ଘଟଣା ଘଟିଯାଇଛି । ବଜ୍ରପାତରେ ୨ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ…

ଜୟ ଶାହାଙ୍କ ଟିମ୍‌ରେ ମିଳିଲା ବଡ଼ ଦାୟିତ୍ୱ, ICCରେ ଇତିହାସ ରଚିଲେ…

ନୂଆଦିଲ୍ଲୀ,୧୭ା୯: ଜିମ୍ବାୱେ କ୍ରିକେଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନସିଲ୍‌ (ICC) ତୱେଙ୍ଗୱା ମୁକୁହଲାନିଙ୍କୁ ଡେପୁଟି ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ କରିଛି…

ପଦକ ଜିତିବାର ଉତ୍ସାହଜନକ ଖବରଠାରୁ ପ୍ରଧାନମନ୍ତ୍ରୀଙ୍କ ଫୋନ କଲ ପର୍ଯ୍ୟନ୍ତ… ମୋଦି ସାଜିଥିଲେ ଖେଳାଳିମାନଙ୍କର ସବୁଠାରୁ ବଡ଼ ‘Cheerleader’

ନୂଆଦିଲ୍ଲୀ,୧୭।୯: ୧୯୫୦ ମସିହା ସେପ୍ଟେମ୍ବର ୧୭ରେ ଜନ୍ମିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ବ୍ୟକ୍ତିଗତ ସମ୍ପର୍କ…

ଗୁଣିଗାରେଡି ସନ୍ଦେହରେ ବାପପୁଅଙ୍କୁ ହତ୍ୟା ମାମଲା, ୧୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ପାରଳାଖେମୁଣ୍ଡି,୧୭ା୯(ଗିରିଧାରୀ ପରିଛା): ଗୁଣିଗାରେଡି ସନ୍ଦେହରେ ବାପା-ପୁଅଙ୍କୁ ହତ୍ୟା ମାମଲାରେ ପାରଳାଖେମୁଣ୍ଡି ଏଡିଜେ କୋର୍ଟ ୧୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ୨୦୨୧ ମସିହାରେ ଅଡବା…

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର? ଜାଣନ୍ତୁ କାହିଁକି ହେଉଛି ଏମିତି ଚର୍ଚ୍ଚା

ପାଟନା,୧୭।୯: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜଡ଼ିତ ମେଣ୍ଟ ପରିବର୍ତ୍ତନର ସମ୍ଭାବନାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍‌ ଧରିଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)…

ହୃଦୟ ବିଦାରକ ଦୃଶ୍ୟ; ଶବ ପାଇଁ ନାହିଁ ଷ୍ଟ୍ରେଚର୍‌! ତଳେ ଘୋଷାଡ଼ି ନେଲେ ମୃତଦେହ

ପାଟନା,୧୭ା୯: ବିହାରର ବକ୍ସରରୁ ମାନବିକତା ଓ ମୃତଦେହର ସମ୍ମାନ ସହ ଜଡ଼ିତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?