କରୋନାରେ ମୃତ ୫ ଲକ୍ଷ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବାଇଡେନ୍‌

ୱାଶିଂଟନ,୨୩ ।୨: କରୋନା ମହାମାରୀରେ ପ୍ରାୟ ଗୋଟିଏ ବର୍ଷ ମଧ୍ୟରେ ଆମେରିକାରେ ପାଖାପାଖି ୫ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଏହା ଆମେରିକାବାସୀଙ୍କ ପାଇଁ ସବୁଠାରୁ ବଡ ଦୁଃଖଦ ସମୟ ବୋଲି କହିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ । ସୋମବାର କରୋନା ସଂକ୍ରମଣରେ ମୃତ ପ୍ରାୟ ୫ ଲକ୍ଷ ଲୋକଙ୍କୁ ବାଇଡେନ୍ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଥମ ବିଶ୍ୱଯୁଦ୍ଧ, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯେତିକି ଲୋକଙ୍କ ମୃତ୍ୟୁ ହୋଇ ନ ଥିଲା ତା’ଠାରୁ ଅଧିକ କରୋନା ମହାମାରୀରେ ହୋଇଛି ବୋଲି ବାଇଡେନ୍ କହିଛନ୍ତି । ଏହା ଆମେରିକା ପାଇଁ ସବୁଠାରୁ ବଡ କ୍ଷତି । ପ୍ରିୟଜନଙ୍କୁ ହରାଇବାର ନିଜର ବ୍ୟକ୍ତିଗତ ଯେଉଁମାନଙ୍କ ନିକଟରେ ରହିଛି ତାହା ଅତ୍ୟନ୍ତ ଦୁଃଖଦାୟକ । ତେବେ ଯେଉଁମାନଙ୍କ ଜୀବନ ଯାଇଛି ସେମାନେ ପ୍ରକୃତରେ କୁଆଡେ ଯାଇନାହାନ୍ତି ବରଂ ଆମ ହୃଦୟରେ ଅଛନ୍ତି ବୋଲି ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି । ସୂଚନାଯୋଗ୍ୟ, ୧୯୭୨ରେ ଯେତେବେଳେ ବାଇଡେନ୍ ତାଙ୍କ ପତ୍ନୀ ଓ ଝିଅଙ୍କୁ ଏକ କାର୍ ଦୁର୍ଘଟଣାରେ ହରାଇଥିଲେ ଓ ୨୦୧୫ରେ କ୍ୟାନସରରେ ପୀଡ଼ିତ ପୁଅଙ୍କୁ ହରାଇଥିଲେ ସେତେବେଳେର ସେହି ଦୁଃଖ ଆଜିବି ତାଙ୍କ ପାଇଁ ଅଭୁଲା ହୋଇ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ତିମି ସହ ଧକ୍କା ଦେଇ ଓଲଟି ପଡ଼ିଲା ବୋଟ୍‌, ୫ ଜଣଙ୍କ ଜୀବନ ଗଲା

ଓ୍ବେଲିଂଟନ,୧୦ା୯: ନ୍ୟୁଜିଲାଣ୍ଡର ଏକ ଚାର୍ଟର ବୋଟ୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବୋଟ୍‌ଟି କାଇକୌରାର ସାଉଥ୍‌ ଆଇଲାଣ୍ଡ ସହର ନିକଟରେ ଏକ ତିମି ସହ ଧକ୍କା ଦେଇ...

ସୁପ୍ରିମକୋର୍ଟ ଗଲା ମୁସ୍‌ଲିମ ସଂଗଠନ

ନୂଆଦିଲ୍ଲୀ,୪ା୫(ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ ମହାମାରୀରେ ପ୍ରାଣ ହରାଉଥିବା ଲୋକଙ୍କୁ ସେମାନଙ୍କ ଘରପାଖ ଶ୍ମଶାନରେ କବର ଦିଆଯିବା ଘଟଣାକୁ ମୁମ୍ବାଇର ଜଣେ ବ୍ୟକ୍ତି ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ...

ରାପର କିଙ୍ଗ୍‌ ଭୋନ୍‌ଙ୍କ ସମେତ ୩ ମୃତ

ଆଟଲାଣ୍ଟା,୮।୧୧: ଚିକାଗୋ ରାପର କିଙ୍ଗ ଆକା କିଙ୍ଗ ଭୋନ୍‌ ଓ ଅନ୍ୟ ଦୁଇଜଣ ଶୁକ୍ରବାର ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ଏକ ନାଇଟ କ୍ଲବ ବାହାରେ ଥିବାବେଳେ...

ବାହାରୁ ଆସୁଥିବା ଲୋକଙ୍କ ପାଇଁ ୧୦୦ ମନିଟରିଂ ଟିମ୍‌ ମୁତୟନ: ସଂଗରୋଧ ସହ ସ୍ବାସ୍ଥାବସ୍ଥା ଉପରେ ନଜର ରଖିବାକୁ କରୁଛନ୍ତି ଯୋଗାଯୋଗ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): କରୋନା କବଳରେ ଏବେ ବିଶ୍ୱର ୧୮୯ ଦେଶ । ଗୁରୁବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୭୪ ହଜାର ୯୬୮ ଥିବା ବେଳେ...

କରୋନା ମୁକାବିଲା ପାଇଁ ନିରନ୍ତର ଦାୟିତ୍ୱସମ୍ପନ୍ନ ଭାବେ ସରକାରଙ୍କୁ ସାହାଯ୍ୟ କରୁଛନ୍ତି ଗଣମାଧ୍ୟମ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ମହାମାରୀ ରୂପ ନେବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲା ଦିଗରେ ଅତ୍ୟାବଶ୍ୟକ...

ଏହି ରାଜ୍ୟରେ ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ: ମାସ୍କ ନ ପିନ୍ଧିଲେ ହଜାରେ ଟଙ୍କା ଜରିମାନା

ଲକ୍ଷ୍ନୌ,୧୬।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହାର ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା...

କରୋନା ନେଲା ୩୬ ବର୍ଷ ବୟସ୍କ ଯୁବକଙ୍କ ଜୀବନ

ଭୋପାଳ, ୪ ।୪: ଭାରତରେ ପ୍ରତି ଦିନ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଶନିବାର ୬ ଜଣଙ୍କ ମୃତ୍ୟୁ ଘଟିଛି ।...

ପ୍ରିନ୍ସ ୱିଲିୟମଙ୍କୁ ହୋଇଥିଲା କରୋନା, ୭ ମାସ ପରେ କଲେ ଖୁଲାସା

ଲଣ୍ଡନ,୨।୧୧: ସାରା ବିଶ୍ୱରେ ଅନେକ ସେଲିବ୍ରିଟିମାନେ ମହାମାରୀ କରୋନା ଆକ୍ରାନ୍ତ ହେବା ନଜିର ରହିଛି। ଏହି କ୍ରମରେ ବ୍ରିଟେନର ରାଜ ପରିବାରର ସଦସ୍ୟ ପ୍ରିନ୍ସ ୱିଲିୟମ...

Advertisement
Archives

Model This Week