ପଦବୀ ଖାଲି ପଡ଼ିଛି

Dillip Cherian

ପାଖାପାଖି ୨ ମାସ ହେଲା ଦୋହାରେ ଭାରତୀୟ ରାଷ୍ଟ୍ରଦୂତ ପଦବୀ ଖାଲି ରହିବା ଯୋଗୁ କାତାରରେ ଭାରତର କୂଟନୈତିକ ପ୍ରତିନିଧିତ୍ୱରେ ବଡ଼ ଶୂନ୍ୟସ୍ଥାନ ଦେଖାଯାଇଛି। ପୂର୍ବରୁ ଦୋହାରେ ଥିବା ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ସ୍ବଦେଶକୁ ଫେରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଯୋଗଦେଇଛନ୍ତି। ଯୁଗ୍ମ ସଚିବ (ଗଲ୍ଫ) ଭିପୁଲ ସେହି ପଦବୀରେ ଅବସ୍ଥାପିତ ହେବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଛି। କିନ୍ତୁ ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ) ଔପଚାରିକ ଭାବେ ଏ ସମ୍ପର୍କରେ ଘୋଷଣା କରିନାହିଁ। ଦୋହାରେ ଭାରତୀୟ ରାଷ୍ଟ୍ରଦୂତଙ୍କ ଅନୁପସ୍ଥିତି କେବଳ ଏକ ଅମଲାତାନ୍ତ୍ରିକ ବିଷୟ ନୁହେଁ, ବରଂ ସିଧାସଳଖ ପ୍ରଭାବିତ ହେଉଥିବା ବ୍ୟକ୍ତିମାନଙ୍କ ଉପରେ ଏହାର ଗମ୍ଭୀର ପରିଣାମ ରହିଛି। ବିଶେଷକରି ଗତ ବର୍ଷ ଅଗଷ୍ଟରୁ ଦୋହାରେ ଏକାନ୍ତ କାରାବାସରେ ଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀ ଅସହାୟ ଅନୁଭବ କରୁଛନ୍ତି। ଭାରତୀୟ ରାଷ୍ଟ୍ରଦୂତ ନ ଥିବାରୁ ସେମାନଙ୍କ ସମ୍ପର୍କୀୟଙ୍କ ଭଲମନ୍ଦ ଓ ମାମଲାର ନ୍ୟାୟିକ ସ୍ଥିତି ସମ୍ପର୍କରେ ସେମାନେ କିଛି ଜାଣିପାରୁନାହାନ୍ତି। ଏହି ନୌସେନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଫଦ୍ଦର୍ର୍ ପ୍ରସ୍ତୁତ ହୋଇ କାତାର ଆଇନ ଅନୁଯାୟୀ ବିଚାର ପ୍ରକ୍ରିୟା ଚାଲିଛି। ଏଣୁ ଅଧିକାରୀମାନଙ୍କ ପରିବାରବର୍ଗ ସେମାନଙ୍କ ସ୍ଥିତିକୁ ନେଇ ଅଧିକ ଚିନ୍ତିତ ରହିଛନ୍ତି। ରାଷ୍ଟ୍ରଦୂତ ନିଯୁକ୍ତ ହୋଇ ନ ଥିବାରୁ ଯୋଗାଯୋଗ କରିବା ପାଇଁ ସୁଯୋଗ ନାହିଁ କିମ୍ବା ଆଗକୁ କି ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ମାର୍ଗଦର୍ଶନ କରିବାକୁ କେହି ନାହାନ୍ତି। ଏଭଳି ଅନିଶ୍ଚିତତା ମଧ୍ୟରେ ଏମ୍‌ଇଏ ତୁରନ୍ତ ଜଣେ ଦକ୍ଷ ଓ ସକ୍ଷମ ରାଷ୍ଟ୍ରଦୂତଙ୍କୁ ଦୋହାରେ ନିଯୁକ୍ତ କରିବା ଆବଶ୍ୟକ।
ସିଭିଲ ସର୍ଭିସ୍‌ରେ ମହିଳାଙ୍କ ପ୍ରଭାବ
ଭାରତୀୟ ଅମଲାତାନ୍ତ୍ରିକ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ହେଉଛି। ନିକଟରେ ୟୁପିଏସ୍‌ସି ସିଭିଲ ସର୍ଭିସ୍‌ ପରୀକ୍ଷାଫଳ ପ୍ରକାଶ ପାଇଛି ଓ ଏଥିରେ ଏକ ଅଭୂତପୂର୍ବ ଉନ୍ନତି ସାମ୍ନାକୁ ଆସିଛି। ଯୋଗ୍ୟ ତାଲିକାର ଶୀର୍ଷ ୪ଟି ସ୍ଥାନ ମହିଳାମାନେ ଦଖଲ କରିଛନ୍ତି। ଇଶିତା କିଶୋର ପ୍ରଥମ, ଗରିମା ଲୋହିଆ ଦ୍ୱିତୀୟ, ଉମା ହରଥି ତୃତୀୟ ଏବଂ ସ୍ମୃତି ମିଶ୍ର ଚତୁର୍ଥ ସ୍ଥାନରେ ରହିଛନ୍ତି। ଶୀର୍ଷ ୨୫ ଜଣ ସଫଳ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ୧୪ ଜଣ ମହିଳା । ଲଗାତର ୨ ବର୍ଷ ହେଲା ସିଭିଲ ସର୍ଭିସ୍‌ର ଶୀର୍ଷତମ ର଼୍ୟାଙ୍କରେ ମହିଳାମାନଙ୍କ ପ୍ରାଧାନ୍ୟ ରହିଛି। ଏଭଳି ପରିବର୍ତ୍ତନର ଧାରା ସିଭିଲ ସର୍ଭିସ୍‌ରେ ମହିଳାମାନଙ୍କ ଉଲ୍ଲେଖନୀୟ ପ୍ରଗତିର ଗୁରୁତ୍ୱକୁ ପ୍ରକାଶ କରିଛି। ସିଭିଲ ସର୍ଭିସ୍‌ରେ ସେମାନଙ୍କ ପ୍ରତିନିଧିତ୍ୱ ବି ସମୟକ୍ରମେ ବଢିବାରେ ଲାଗିଛି ଓ ମହିଳାମାନଙ୍କ କ୍ରମୋନ୍ନତିର ଯାତ୍ରା ଅତ୍ୟନ୍ତ କଠିନ ରହିଆସିଛି। ୧୯୫୧ରେ ପ୍ରଥମ ମହିଳା ଆନ୍ନା ଜର୍ଜ ମାଲହୋତ୍ରା ଆଇଏଏସ୍‌ ଅଫିସର ଭାବେ ଯୋଗଦେବାଠାରୁ ଆରମ୍ଭ କରି ଏବକାର ପ୍ରାର୍ଥୀମାନଙ୍କର ଲହର ଯାଏ, ମହିଳାମାନେ ସଂଘର୍ଷପୂର୍ଣ୍ଣ ଆହ୍ବାନର ସାମ୍ନା କରିଆସିଛନ୍ତି। ପରିସଂଖ୍ୟାନରୁ ଜଣାପଡେ , ଚଳିତ ବର୍ଷ ସ୍ବୀକୃତ ତଥା ସଫଳ ୯୩୩ ପ୍ରାର୍ଥୀମାନଙ୍କର ଏକ ତୃତୀୟାଂଶରୁ ଅଧିକ ହେଉଛନ୍ତି ମହିଳା। ଦୁଇ ଦଶକ ପୂର୍ବରୁ ଏହା ଥିଲା ପ୍ରାୟ ୨୦ ପ୍ରତିଶତ ଏବଂ ତା’ତୁଳନାରେ ଏବକାର ସଫଳତାରେ ଆଖିଦୃଶିଆ ବୃଦ୍ଧି ଘଟିଛି। ସିିଭିଲ ସର୍ଭିସ୍‌ରେ ମହିଳାମାନଙ୍କ ସଂଖ୍ୟା ବୃଦ୍ଧି ସୂଚାଉଛି ଯେ, ପାରମ୍ପରିକ ପୁରୁଷପ୍ରାଧାନ୍ୟ ଅମଲାତାନ୍ତ୍ରିକ ଦୃଶ୍ୟପଟରେ ଏକ ବଡ଼ ପରିବର୍ତ୍ତନ ଘଟିଛି। ସେମାନଙ୍କ ଯୋଗଦାନ ଏକ ଅଧିକ ସମ୍ମିଳିତ ଓ ବ୍ୟାପକ ଶାସକୀୟ ଢାଞ୍ଚା ପାଇଁ ବାଟ ଦେଖାଇବାର ସମ୍ଭାବନା ସୃଷ୍ଟି ହୋଇଛି।
ମଦ ସମସ୍ୟା
ତାମିଲନାଡୁ ପୋଲିସର ପ୍ରୋହିବିଶନ ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ (ପିଇଡବ୍ଲ୍ୟୁ) କର୍ମଚାରୀମାନଙ୍କୁ ଡିଜିପିଙ୍କ ତରଫରୁ ନିଆଯାଇଥିବା ଏକ ପଦକ୍ଷେପ ରକ୍ଷା କରିଦେଇ ପାରେ। ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସି. ଶୈଳେନ୍ଦ୍ର ବାବୁ ପୋଲିସ ଅଧିକାରୀମାନଙ୍କୁ ଏକ ଲିଖିତ ବାର୍ତ୍ତା ପଠାଇ ଅନ୍ୟ କୌଣସି ଡ୍ୟୁଟିରେ ମୁତୟନ ହେବା ଲୋଭରୁ ବିରତ ହେବାକୁ କହିଛନ୍ତି। ଏହି ନିର୍ଦ୍ଦେଶନାମା ରାଜ୍ୟର ସବୁ କମିଶନର ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ନିକଟକୁ ପଠାଇ ଦିଆଯାଇଛି। ସ୍ପଷ୍ଟତଃ, ପିଇଡବ୍ଲ୍ୟୁ ଅଧିକାରୀମାନଙ୍କୁ ଅନ୍ୟସବୁ କ୍ଷେତ୍ରକୁ ନିଆଯିବା ସହ ଦାୟିତ୍ୱ ଦିଆଯାଇଛି, ଯେଉଁଥିରେ ସେମାନଙ୍କ ମୂଳ ଉଦ୍ଦେଶ୍ୟ ସହ କୌଣସି ସମ୍ପର୍କ ନାହିଁ। ସୂତ୍ରରୁ ଜଣାପଡ଼ିଛି , ପିଇଡବ୍ଲ୍ୟୁ ୟୁନିଟ୍‌ ଅଧିକାରୀମାନଙ୍କୁ ବ୍ୟକ୍ତି, ବିଲ୍ଡିଂ ଓ ସଂସ୍ଥା ସୁରକ୍ଷା ଦାୟିତ୍ୱରେ ଲଗାଯାଉଛି , ଯାହା ସେମାନଙ୍କ କାମ ନୁହେଁ। ତାମିଲନାଡୁରେ ବେଆଇନ ମଦ ବିକ୍ରି ବିରୋଧରେ ଲଢେଇ କରିବା ବଦଳରେ ଅନେକ ସମୟରେ ସେମାନଙ୍କୁ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି। ତେବେ ଡିଜିପି ଏବେ ସେମାନଙ୍କୁ ରକ୍ଷା କରିବାକୁ ଆଗେଇ ଆସିଛନ୍ତି ଓ ପିଇଡବ୍ଲ୍ୟୁ ବିଭାଗକୁ ତା’ର ପ୍ରକୃତ ଦାୟିତ୍ୱ ଓ ମଦ ଉପଦ୍ରବୀଙ୍କ ଉପରେ ନଜର ରଖିବା ପାଇଁ ନିିର୍ଦ୍ଦେଶ ଦେଇଛନ୍ତି। ବେଆଇନ ମଦ କାରବାରକୁ ନେଇ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଚାଲିଛି। ଭିଲ୍ଲପୁରମ୍‌ ଏବଂ ଛେଙ୍ଗଲାପାଟ୍ଟୁ ଜିଲାରେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଘଟି ମିଥାନଲ ମିଶ୍ରିତ ମଦ ପିଇ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ଖୁବ୍‌ ନିକଟରେ ଥାଞ୍ଜାଭୁର ଜିଲାରେ ବିଷାକ୍ତ ମଦ ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଫୋରେନ୍‌ସିକ ଅନୁଧ୍ୟାନରୁ ଜଣାପଡ଼ିଛି। ସାୟାନାଇଡଯୁକ୍ତ ମଦ ପିଇବା ଯୋଗୁ ଏଭଳି ଘଟିଛି। ଏଣୁ ସଂଯମ ଓ ସୁରକ୍ଷା ଭାବନା ଦୃଷ୍ଟିରୁ ଆଶା କରାଯାଏ ଯେ, ଡିଜିପିଙ୍କ ନିର୍ଦ୍ଦେଶ ପରେ ପିଇଡବ୍ଲ୍ୟୁର ମୁଖ୍ୟ ଦାୟିତ୍ୱ ପ୍ରତି ଏହାର ଅଧିକାରୀମାନେ ଅଧିକ ଧ୍ୟାନଦେବା ଦରକାର।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri