Posted inଫୁରସତ

୬୦ ବର୍ଷୀୟ ପୂର୍ବତନ ସିଇଓ ଚାକିରି ପାଇଁ କଲେ ଏମିତି କାମ: ମିଳିଲା ଅନେକ ଅଫର

ବୟସ କେବଳ ଏକ ସଂଖ୍ୟା ମାତ୍ର। ଯଦି କୌଣସି ବ୍ୟକ୍ତିର କିଛି କରିବାକୁ ଆଗ୍ରହ ଥାଏ, ତେବେ ସେ ଯେକୌଣସି ବୟସରେ କିଛି ବି ହାସଲ କରିପାରିବେ । ସ୍କଟଲ୍ୟାଣ୍ଡର ୬୦ ବର୍ଷିୟ ପଲ୍ ମାର୍କସ୍ ସେମିତି କିଛି କରି ଦେଖାଇଛନ୍ତି ।
ଲକଡାଉନ୍ ସମୟରେ ମାର୍କସ୍ ନିଜ ଚାକିରି ହରାଇଥିଲେ। ପରିଣତ ବୟସ ଯୋଗୁ ସେ ଅନ୍ୟ କୌଣସି ସ୍ଥାନରେ କାମ ପାଇଲେ ନାହିଁ । କିନ୍ତୁ ସେ ଏଥିରେ ହାର ମାନି ନ ଥିଲେ। ୬୦ ବର୍ଷ ବୟସରେ ସେ କେତେ ଫିଟ୍ ତାହା ପ୍ରମାଣ କରିବାକୁ ସେ ପୁସଅପ୍ କରିଥିଲେ। ଏହାର ଭିଡିଓକୁ ସେ ସୋସିଆଲ ମିଡିଆରେ ସେୟାର କଲେ। ଏହାପରେ ସେ ଚାକିରି ପାଇ ପାରିଲେ।

ପଲ୍ ମାର୍କସ୍ ପାଞ୍ଚ ମାସ ପୂର୍ବରୁ ଦୁବାଇର କ୍ରେଓଲ୍ ଗ୍ରୁପରେ ମୁଖ୍ୟ ଅପରେସନ୍ ମ୍ୟାନେଜର(ସିଇଓ) ଭାବରେ କାର୍ଯ୍ୟ କରୁଥିଲେ। କିନ୍ତୁ ଲକଡାଉନ୍ ଯୋଗୁ କମ୍ପାନୀ ତାଙ୍କୁ ଚାକିରୀରୁ ବାହାର କରି ଦେଇଥିଲା । ଏହା ପରେ ମାର୍କସ୍ ଭାରତ, ୟୁଏଇ, ବ୍ରିଟେନ ଏବଂ ସ୍ପେନ୍ ଭଳି ଦେଶରେ ଚାକିରି ପାଇଁ ଆବେଦନ କଲେ। କିନ୍ତୁ ଅଧିକ ବୟସ ଯୋଗୁ ତାଙ୍କୁ ଚାକିରି ମିଳିଲା ନାହିଁ। ତେଣୁ ୬୦ ବର୍ଷରେ ମଧ୍ୟ ସେ ସମ୍ପୂର୍ଣ୍ଣ ଫିଟ୍ ଥିବା ପ୍ରମାଣକରି ଦେଖାଇଲେ । ସେ ସୁଟ୍-ବୁଟ୍ ପିନ୍ଧି ପୁସଅପ କଲେ ଏବଂ ଏହାର ଭିଡିଓକୁ ସେ ସୋସିଆଲ ମିଡିଆ ଲିଙ୍କଡଇନରେ ପୋଷ୍ଟ କଲେ। ଏହି ଭିଡିଓ ଭାଇରାଲ ହେବପରେ ଅନେକ ଅଫର ତାଙ୍କ ପାଖକୁ ଆସିବାକୁ ଲାଗିଲା ।

ଏ ନେଇ ମାର୍କସ୍ କୁହନ୍ତି, ସେ ଦୈନିକ ୫୦ ଥର ପୁସ୍ଅପ୍ ଏବଂ ସପ୍ତାହରେ ୩୦ କିଲୋମିଟର ଚାଲନ୍ତି। ବୟସ କେବେ ହେଲେ ଦକ୍ଷତାର ମାପ ହୋଇପାରିବ ନାହିଁ ଏବଂ ୬୦ ବର୍ଷରୁ ଅଧିକ ପ୍ରତ୍ୟେକ ବ୍ୟକ୍ତି ଖବରକାଗଜ ପଢିବା ଏବଂ ଟିଭି ଦେଖିବାରେ ବିତାଇବେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri