Posted inଫୁରସତ

୬୦ ବର୍ଷୀୟ ପୂର୍ବତନ ସିଇଓ ଚାକିରି ପାଇଁ କଲେ ଏମିତି କାମ: ମିଳିଲା ଅନେକ ଅଫର

ବୟସ କେବଳ ଏକ ସଂଖ୍ୟା ମାତ୍ର। ଯଦି କୌଣସି ବ୍ୟକ୍ତିର କିଛି କରିବାକୁ ଆଗ୍ରହ ଥାଏ, ତେବେ ସେ ଯେକୌଣସି ବୟସରେ କିଛି ବି ହାସଲ କରିପାରିବେ । ସ୍କଟଲ୍ୟାଣ୍ଡର ୬୦ ବର୍ଷିୟ ପଲ୍ ମାର୍କସ୍ ସେମିତି କିଛି କରି ଦେଖାଇଛନ୍ତି ।
ଲକଡାଉନ୍ ସମୟରେ ମାର୍କସ୍ ନିଜ ଚାକିରି ହରାଇଥିଲେ। ପରିଣତ ବୟସ ଯୋଗୁ ସେ ଅନ୍ୟ କୌଣସି ସ୍ଥାନରେ କାମ ପାଇଲେ ନାହିଁ । କିନ୍ତୁ ସେ ଏଥିରେ ହାର ମାନି ନ ଥିଲେ। ୬୦ ବର୍ଷ ବୟସରେ ସେ କେତେ ଫିଟ୍ ତାହା ପ୍ରମାଣ କରିବାକୁ ସେ ପୁସଅପ୍ କରିଥିଲେ। ଏହାର ଭିଡିଓକୁ ସେ ସୋସିଆଲ ମିଡିଆରେ ସେୟାର କଲେ। ଏହାପରେ ସେ ଚାକିରି ପାଇ ପାରିଲେ।

ପଲ୍ ମାର୍କସ୍ ପାଞ୍ଚ ମାସ ପୂର୍ବରୁ ଦୁବାଇର କ୍ରେଓଲ୍ ଗ୍ରୁପରେ ମୁଖ୍ୟ ଅପରେସନ୍ ମ୍ୟାନେଜର(ସିଇଓ) ଭାବରେ କାର୍ଯ୍ୟ କରୁଥିଲେ। କିନ୍ତୁ ଲକଡାଉନ୍ ଯୋଗୁ କମ୍ପାନୀ ତାଙ୍କୁ ଚାକିରୀରୁ ବାହାର କରି ଦେଇଥିଲା । ଏହା ପରେ ମାର୍କସ୍ ଭାରତ, ୟୁଏଇ, ବ୍ରିଟେନ ଏବଂ ସ୍ପେନ୍ ଭଳି ଦେଶରେ ଚାକିରି ପାଇଁ ଆବେଦନ କଲେ। କିନ୍ତୁ ଅଧିକ ବୟସ ଯୋଗୁ ତାଙ୍କୁ ଚାକିରି ମିଳିଲା ନାହିଁ। ତେଣୁ ୬୦ ବର୍ଷରେ ମଧ୍ୟ ସେ ସମ୍ପୂର୍ଣ୍ଣ ଫିଟ୍ ଥିବା ପ୍ରମାଣକରି ଦେଖାଇଲେ । ସେ ସୁଟ୍-ବୁଟ୍ ପିନ୍ଧି ପୁସଅପ କଲେ ଏବଂ ଏହାର ଭିଡିଓକୁ ସେ ସୋସିଆଲ ମିଡିଆ ଲିଙ୍କଡଇନରେ ପୋଷ୍ଟ କଲେ। ଏହି ଭିଡିଓ ଭାଇରାଲ ହେବପରେ ଅନେକ ଅଫର ତାଙ୍କ ପାଖକୁ ଆସିବାକୁ ଲାଗିଲା ।

ଏ ନେଇ ମାର୍କସ୍ କୁହନ୍ତି, ସେ ଦୈନିକ ୫୦ ଥର ପୁସ୍ଅପ୍ ଏବଂ ସପ୍ତାହରେ ୩୦ କିଲୋମିଟର ଚାଲନ୍ତି। ବୟସ କେବେ ହେଲେ ଦକ୍ଷତାର ମାପ ହୋଇପାରିବ ନାହିଁ ଏବଂ ୬୦ ବର୍ଷରୁ ଅଧିକ ପ୍ରତ୍ୟେକ ବ୍ୟକ୍ତି ଖବରକାଗଜ ପଢିବା ଏବଂ ଟିଭି ଦେଖିବାରେ ବିତାଇବେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri