ଓଡିଆ କରୋନା ଯୋଦ୍ଧାଙ୍କ ନାଁ ଜର୍ସିରେ ଲେଖିଲେ ଏହି କ୍ରିକେଟର୍‌

ଆଇପିଏଲର ୨୦୨୦ ତୃତୀୟ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ ଏକ କାସ୍‌ ମ୍ୟାଚ୍‌ ଥିଲା। କାରଣ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଖେଳାଳିମାନେ ନିଜ ଜର୍ସିରେ କୋଭିଡ ଯୋଦ୍ଧାଙ୍କ ନାଁ ଲେଖି ସେମାନଙ୍କୁ ବିଶେଷ ସମ୍ମାନ ଜଣାଇଛନ୍ତି। ଏହି କ୍ରମରେ ଦକ୍ଷିଣ ଆଫ୍ରିକା ଖେଳାଳି କ୍ରିସ ମୋରିସ ନିଜ ଜର୍ସିରେ ଓଡିଆ କୋଭିଡ ଯୋଦ୍ଧା ନୀଳାଚଳ ପରିଡାଙ୍କ ନାଁ ଲେଖିଛନ୍ତି। ଏହାସହ ମୋରିସ ନିଜ ଟୁଇଟର ଆକାଉଣ୍ଟ ନାଁ ମଧ୍ୟ ପରିବର୍ତ୍ତନ କରି ନୀଳାଚଳ ପରିଡା ଲେଖିଛନ୍ତି । ଏନେଇ ମୋରିସ ଟୁଇଟ୍‌ କରି କହିଛନ୍ତି ଲକଡାଉନ ସମୟରେ ନୀଳାଚଳ ପରିଡା ପନିପରିବା ଦୋକାନ କରି ବରିଷ୍ଠ ନାଗରିକଙ୍କୁ ମାଗଣାରେ ପରିବା ଦେଇଥିଲେ। ତାଙ୍କୁ ସଲାମ ଜଣାଉଛି। ମୁଁ ତାଙ୍କୁ ଉତ୍ସର୍ଗ କରି ଜର୍ସି ପିନ୍ଧିଛି ବୋଲି ସେ କହିଛନ୍ତି। କେବଳ ମୋରିସ ନୁହେଁ ବାଙ୍ଗାଲୋରର ସମସ୍ତ ଖେଳାଳି ନିଜ ଜର୍ସିରେ କୋଭିଡ ଯୋଦ୍ଧାଙ୍କ ନାଁ ଲେଖି ପଡିଆକୁ ଓହ୍ଲାଇଥିଲେ। ସୂଚନାଯୋଗ୍ୟ, ଭୁବନେଶ୍ୱରର ନୀଳାଚଳ ପରିଡା ଜଣେ ପର୍ବତାରୋହୀ। ଗତ କିଛି ବର୍ଷ ହେବ ସେ ଡ୍ରାଇଭର୍‌ ଭାବେ କାର୍ଯ୍ୟ କରି କିଛି ଟଙ୍କା ସଞ୍ଚୟ କରିଥିଲେ। ଏପ୍ରିଲ ମାସ ପ୍ରଥମ ସପ୍ତାହରେ ପର୍ବତାରୋହଣ ପାଇଁ ଋଷିଆ ଯାଇଥାନ୍ତେ ନିଳାଚଳ। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ତାଙ୍କ କାର୍ଯ୍ୟକ୍ରମ ବାତିଲ ହୋଇଯାଇଥିଲା। ଏପହାରେ କରୋନା ସମୟରେ ସେ ଲୋକଙ୍କ ସହାୟତା ପାର୍ଇ ଆଗେଇ ଆସିଥିଲେ। ବରିଷ୍ଠ ନାଗରିକଙ୍କ ପାଇଁ ମାଗଣାରେ ପରିବା ଦେବା ସହ ମାସ୍କ ଏବଂ ସାମାଜିକ ଦୂରତା ଅବଲମ୍ବନ ପାଇଁ ସେ ଲୋକଙ୍କ ସଚେତନ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇ ପୋଖରୀରେ ବୁଡିଗଲେ ମହିଳା, ତାପରେ….

ନନ୍ଦପୁର/ଲମତାପୁଟ,୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି । ନିଜ ଘର ପାର୍ଶ୍ୱ ବିଭାଯୋଡି…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

ରୋଜଗାର ଦେଇଛି ମୂର୍ତ୍ତି କାରିଗରୀ: ୯ ଜଣଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି ତିରନ

କର୍ଲାମୁଣ୍ଡା,୧୪।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରୁ ୧ କିଲୋମିଟର ଦୂରରେ ରହିଛି କର୍ଲାମୁଣ୍ଡା (ବସ୍ତି)। ଏହି ଗାଁରେ ରୁହନ୍ତି ଶିଳ୍ପୀ ଟିରନ…

ଜଳକା ନଦୀରେ ବନ୍ୟା, ବସ୍ତା ଇଲେକ୍ଟ୍ରି ଅଫିସରେ ପଶିଲା ପାଣି

ବସ୍ତା,୧୪।୮(ହରିଶଙ୍କର ପାଢ଼ୀ): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବାଲେଶ୍ବର ବସ୍ତାରେ ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ଜନଜୀବନ…

ବର୍ଷ ପରେ ବୁଧ-ମଙ୍ଗଳ ଗଠନ କରିବେ ଦଶାଙ୍କ ଯୋଗ: ମେଷ-କନ୍ୟା ସମେତ ଏହି ୫ ରାଶିଙ୍କ ସହ ଘଟିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୪ ଅଗଷ୍ଟ ୨୦୨୬ ଦିନ ଦ୍ୱିପ୍ରହର ୧୨ଟା ୩୭ ମିନିଟରେ ବୁଧ ଓ ମଙ୍ଗଳ ଗ୍ରହ ବର୍ଷ ପରେ ଦଶାଙ୍କ ଯୋଗ ଗଠନ…

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।…

ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ଜଣଙ୍କୁ ମିଳିବ..

ଭୁବନେଶ୍ୱର,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବିଶିଷ୍ଟ ସେବା ପୁରସ୍କାର ୨୦୨୬ ଘୋଷଣା କରାଯାଇଛି। ଚଳିତ ବର୍ଷ ଓଡ଼ିଶାର ୧୭ ଜଣଙ୍କୁ ମିଳିବ ଏହି ପୁରସ୍କାର। ୫ ଜଣଙ୍କୁ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri