ଓଡିଆ କରୋନା ଯୋଦ୍ଧାଙ୍କ ନାଁ ଜର୍ସିରେ ଲେଖିଲେ ଏହି କ୍ରିକେଟର୍‌

ଆଇପିଏଲର ୨୦୨୦ ତୃତୀୟ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ ଏକ କାସ୍‌ ମ୍ୟାଚ୍‌ ଥିଲା। କାରଣ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଖେଳାଳିମାନେ ନିଜ ଜର୍ସିରେ କୋଭିଡ ଯୋଦ୍ଧାଙ୍କ ନାଁ ଲେଖି ସେମାନଙ୍କୁ ବିଶେଷ ସମ୍ମାନ ଜଣାଇଛନ୍ତି। ଏହି କ୍ରମରେ ଦକ୍ଷିଣ ଆଫ୍ରିକା ଖେଳାଳି କ୍ରିସ ମୋରିସ ନିଜ ଜର୍ସିରେ ଓଡିଆ କୋଭିଡ ଯୋଦ୍ଧା ନୀଳାଚଳ ପରିଡାଙ୍କ ନାଁ ଲେଖିଛନ୍ତି। ଏହାସହ ମୋରିସ ନିଜ ଟୁଇଟର ଆକାଉଣ୍ଟ ନାଁ ମଧ୍ୟ ପରିବର୍ତ୍ତନ କରି ନୀଳାଚଳ ପରିଡା ଲେଖିଛନ୍ତି । ଏନେଇ ମୋରିସ ଟୁଇଟ୍‌ କରି କହିଛନ୍ତି ଲକଡାଉନ ସମୟରେ ନୀଳାଚଳ ପରିଡା ପନିପରିବା ଦୋକାନ କରି ବରିଷ୍ଠ ନାଗରିକଙ୍କୁ ମାଗଣାରେ ପରିବା ଦେଇଥିଲେ। ତାଙ୍କୁ ସଲାମ ଜଣାଉଛି। ମୁଁ ତାଙ୍କୁ ଉତ୍ସର୍ଗ କରି ଜର୍ସି ପିନ୍ଧିଛି ବୋଲି ସେ କହିଛନ୍ତି। କେବଳ ମୋରିସ ନୁହେଁ ବାଙ୍ଗାଲୋରର ସମସ୍ତ ଖେଳାଳି ନିଜ ଜର୍ସିରେ କୋଭିଡ ଯୋଦ୍ଧାଙ୍କ ନାଁ ଲେଖି ପଡିଆକୁ ଓହ୍ଲାଇଥିଲେ। ସୂଚନାଯୋଗ୍ୟ, ଭୁବନେଶ୍ୱରର ନୀଳାଚଳ ପରିଡା ଜଣେ ପର୍ବତାରୋହୀ। ଗତ କିଛି ବର୍ଷ ହେବ ସେ ଡ୍ରାଇଭର୍‌ ଭାବେ କାର୍ଯ୍ୟ କରି କିଛି ଟଙ୍କା ସଞ୍ଚୟ କରିଥିଲେ। ଏପ୍ରିଲ ମାସ ପ୍ରଥମ ସପ୍ତାହରେ ପର୍ବତାରୋହଣ ପାଇଁ ଋଷିଆ ଯାଇଥାନ୍ତେ ନିଳାଚଳ। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ତାଙ୍କ କାର୍ଯ୍ୟକ୍ରମ ବାତିଲ ହୋଇଯାଇଥିଲା। ଏପହାରେ କରୋନା ସମୟରେ ସେ ଲୋକଙ୍କ ସହାୟତା ପାର୍ଇ ଆଗେଇ ଆସିଥିଲେ। ବରିଷ୍ଠ ନାଗରିକଙ୍କ ପାଇଁ ମାଗଣାରେ ପରିବା ଦେବା ସହ ମାସ୍କ ଏବଂ ସାମାଜିକ ଦୂରତା ଅବଲମ୍ବନ ପାଇଁ ସେ ଲୋକଙ୍କ ସଚେତନ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭବିଷ୍ୟବାଣୀ କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌!

ସିଡନୀ,୪।୧: ଭାରତ ଏବଂ ଅଷ୍ଟ୍ରେଲିଆର ମଧ୍ୟ ଚାଲିଥିବା ବର୍ଡର-ଗାଭାସ୍କର ସିରିଜ ମଧ୍ୟରେ ଏକ ବିବାଦ ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର କିଛି ଖେଳାଳି ମେଲବୋର୍ନର ହୋଟେଲରେ...

ବାରବାଟୀ ଦିନିକିଆ: ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଗୃହ ରାଷ୍ଟ୍ର ମନ୍ତ୍ରୀ

କଟକ ଅଫିସ,୭।୧୨: ବାରବାଟୀରେ ଆସନ୍ତା ୨୨ ତାରିଖରେ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ଅନୁଷ୍ଠିତ ହେବ। ମ୍ୟାଚ୍‌ର ସଫଳ ଆୟୋଜନ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)...

ବ୍ରିଟିଶ ବିମାନ ସେବାକୁ ଡୁ’ପ୍ଲେସିଙ୍କ ସମାଲୋଚନା

ନୂଆଦିଲ୍ଲୀ,୨୧।୯(ପିଟି): ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଅଧିନାୟକ ଫାଫ ଡୁ’ପ୍ଲେସି ନିଜ କ୍ୟାରିୟରର ସବୁଠୁ ଖରାପ ବିମାନ ସେବା ଅନୁଭବ କରିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ...

ଟି୨୦ ବିଶ୍ୱକପ୍‌ ଦଳରେ ଗୋଟିଏ ଦ୍ରୁତ ବୋଲିଂ ସ୍ଥାନ ଖାଲି ପଡ଼ିଛି: ବିରାଟ

ହାଇଦ୍ରାବାଦ୍‌, ୫।୧୨ (ପି.ଟି.)- ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ର ୭ମ ସଂସ୍କରଣ ଖେଳାଯିବ। ଏହି ପ୍ରତିଯୋଗିତା ଲାଗି ଭାରତୀୟ ଦ୍ରୁତ ବୋଲିଂ...

୨୦୨୩ ମାର୍ଚ୍ଚରେ ରାଜ୍ୟର ୮ ସହରରେ ମିଳିବ ୫ଜି ସେବା

ଭୁବନେଶ୍ୱର,୧୭ା୧୦ (ବ୍ୟୁରୋ): ଆସନ୍ତା ବର୍ଷ ଓଡ଼ିଶାରେ ୫ଜି ସେବା ଆରମ୍ଭ କରାଯିବ। ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୨ଶହଟି ବଡ଼ ବଡ଼ ସହରରେ...

ପ୍ଲାଜ୍‌ମା ଦାନ ପାଇଁ ଉତ୍ସାହିତ କର

ଅନୁଗୋଳ ଅଫିସ୍‌, ୨୯।୭ କରୋନାରୁ ସୁସ୍ଥ ହୋଇଥିବା ଅନୁଗୋଳ ଜିଲାର ଲୋକମାନେ କିପରି ପ୍ଲାଜମା ଦାନ ପାଇଁ ଆଗେଇ ଆସିବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି...

୨ ମିନିଟ୍‌ରେ ୨୦ ହଜାର କୋଟିର ଅତିରିକ୍ତ ବଜେଟ

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ବୁଧବାର ଆଗତ ହୋଇଛି ୨୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍‌। ମମିତା ମେହେର...

ରାଜ୍ୟରେ ୩ କୋଟି ୮୮ ଲକ୍ଷ ୨୫ ହଜାର ୪୮୩ ଲୋକ ନେଲେଣି କରୋନା ଟିକା

ଭୁବନେଶ୍ୱର,୭ା୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଟିକାକରଣ ଅଭିଯାନରେ ଶନିବାର ୨୮ ଲକ୍ଷ ୩୧ ହଜାର ୪୩୭ ଜଣ ଟିକା ନେଇସାରିଲେଣି। ଏହାକୁ ମିଶାଇ ରାଜ୍ୟର...

Advertisement
Archives

Model This Week