ବ୍ୟାଡ୍‌ ବ୍ୟାଙ୍କ ସ୍ଥାପନ ନେଇ ରାଜନଙ୍କ ପରାମର୍ଶ

ମୁମ୍ବାଇ: ଘରୋଇ ବଜାରରେ ଅନାଦାୟ ଋଣ (ଏନ୍‌ପିଏ) ବ୍ୟାଙ୍କଗୁଡିକ ଲାଗି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ସମସ୍ୟା ସହ ବ୍ୟାଙ୍କଗୁଡିକ ଜୁଝୁଥିବା ବେଳେ ଏହା ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। କାରଣ ଏନ୍‌ପିଏ ଯୋଗୁ ବ୍ୟାଙ୍କଗୁଡିକର ପରିଚାଳନାରେ ବ୍ୟାଘାତ ସୃଷ୍ଟି ହେଉଛି। ଏଭଳି ସ୍ଥିତିକୁ ସମ୍ଭାଳିବା ଲାଗି ଦେଶ ମଧ୍ୟରେ ବ୍ୟାଡ୍‌ ବ୍ୟାଙ୍କ ସ୍ଥାପନ କରିବା ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ସରକାରଙ୍କୁ ସୋମବାର ପରାମର୍ଶ ଦେଇଛନ୍ତି। ସେହିଭଳି କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଘରୋଇକରଣ କରିବା ଏବଂ ଆର୍ଥତ୍କ ସେବା ବିଭାଗର ଭୂମିକାକୁ ହ୍ରାସ କରିବା ଦିଗରେ ମଧ୍ୟ ମତ ରଖିଛନ୍ତି।
ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ଅଭିବୃଦ୍ଧି ଲାଗି ସଂସ୍କାର ଧାରା ଗ୍ରହଣ କରିବା ଆବଶ୍ୟକତା ରହିଛି ବୋଲି ‘ଇଣ୍ଡିଆନ ବ୍ୟାଙ୍କସ:ଏ ଟାଇମ୍‌ ଟୁ ରିଫର୍ମ?’ ନାମକ ଏକ ପେପରରେ ଏଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଗୁରୁତ୍ୱାରୋପ କରାଯାଇଛି। ଏହି ପେପରକୁ ରାଜନ ଏବଂ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ନର ବିରଳ ଆଚାର୍ଯ୍ୟ ପ୍ରସ୍ତୁତ କରିଛନ୍ତି। ପେପରରେ କୁହାଯାଇଛି ଯେ, ଆର୍ଥତ୍କ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ନିପୁଣ ରହିଥିବା ଘରୋଇ କ୍ଷେତ୍ର ନିବେଶକଙ୍କୁ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସୁଯୋଗ ଦିଆଯାଇ ପାରିବ।
କେବଳ ଋଣ ପ୍ରଦାନ କରିବା ଲାଗି ବ୍ୟାଙ୍କଗୁଡିକ ନିର୍ଦ୍ଦେଶ ନ ଦେଇ ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣ, ଫାଇନାନ୍ସ ଭିତ୍ତିଭୂମି ଗଠନ ଏବଂ ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହନ ଏବଂ କେତେକ କ୍ଷେତ୍ରରେ ବିଭିନ୍ନ ନିୟନ୍ତ୍ରଣ ପଦକ୍ଷେପ ଜାରି କରିବାକୁ ବ୍ୟାଙ୍କଗୁଡିକୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ସେହିଭଳି ଘରୋଇ ସମ୍ପତ୍ତି ପରିଚାଳନା ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା କରିବା ଲାଗି ‘ବ୍ୟାଡ୍‌ ବ୍ୟାଙ୍କ’କୁ ଉତ୍ସାହିତ କରିବା ଲାଗି ପେପରରେ ଗୁରୁତ୍ୱାରୋପ କରାଯାଇଛି। ସେହିଭଳି ଚାପଗ୍ରସ୍ତ ସମ୍ପତ୍ତି ବିକ୍ରି ଲାଗି ଅନ୍‌ଲାଇନ ବ୍ୟବସ୍ଥା କରିବା ଉପରେ ମଧ୍ୟ ପରାମର୍ଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକରେ ୧.୩୮ ଲକ୍ଷ କୋଟି ନିବେଶ ବୃଦ୍ଧି

ନୂଆଦିଲ୍ଲୀ,୨୫।୪: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ସ୍ଥାନୀୟ ବଜାରର ମାନ୍ଦାବସ୍ଥା ଯୋଗୁ ଗତ ସପ୍ତାହରେ ଶେୟାର ବଜାର କାରବାରରେ ବ୍ୟାପକ ହ୍ରାସ ଘଟିଥିଲା। ଫଳରେ ଲକ୍ଷାଧିକ ଟଙ୍କାର...

ବଦଳାଇପାରିବେ ଫଟା ନୋଟ୍‌: ଆର୍‌ବିଆଇ

ନୂଆଦିଲ୍ଲୀ,୨୦।୫:କେନ୍ଦ୍ର ସରକାର ୨ହଜାର ଟଙ୍କିଆ ନୋଟ୍‌ ସର୍କ୍ୟୁଲେଶନକୁ ନେଇ ଶୁକ୍ରବାର ବଡ ଘୋଷଣା କରିଛନ୍ତି। ଏହି ନୋଟ୍‌ ଆଉ ଛପା ଯିବ ନାହିଁ କିମ୍ବା ବଜାରରେ...

୩ ରାଷ୍ଟ୍ରାୟତ୍ତ କମ୍ପାନୀର ଅଂଶଧନ ବିକ୍ରି ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୧୨-୧୦: ୩ ରାଷ୍ଟ୍ରାୟତ୍ତ କମ୍ପାନୀର ଅଂଶଧନ ବିକ୍ରି ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କମ୍ପାନୀଗୁଡିକ ମଧ୍ୟରେ କଣ୍ଟେନର କର୍ପୋରେଶନ ଅଫ୍‌ ଇଣ୍ଡିଆ(କନ୍‌କର), ନେପ୍‌କୋ...

ହୋଣ୍ଡାର ନ୍ୟୁ ଆଡ୍‌ଭାନ୍ସ ଆକ୍ଟିଭା-୨୦୨୩ ଉନ୍ମୋଚିତ

ନୂଆଦିଲ୍ଲୀ,୨୪।୧: ଦେଶର ପ୍ରମୁଖ ୨ ଚିକିଆ ବ୍ରାଣ୍ଡ୍‌ ‘ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ’(ଏଚ୍‌ଏମ୍‌ଏସ୍‌ଆଇ)ର ନ୍ୟୁ ଆଡଭାନ୍ସ ଆକ୍ଟିଭା ୨୦୨୩ର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି...

ଭାରତ କିଣୁଛି ସେକେଣ୍ଡ ହ୍ୟାଣ୍ଡ୍‌ ମେଡିକାଲ ଉପକରଣ: ବର୍ଷକୁ ଖର୍ଚ୍ଚ ହେଉଛି ୧୨ ହଜାର କୋଟି

ନୂଆଦିଲ୍ଲୀ, ୬।୯: ପ୍ରତିବର୍ଷ ଭାରତ ୪୫ ହଜାର କୋଟିରୁ ଅଧିକ ଟଙ୍କାର ବିଭିନ୍ନ ମେଡ଼ିକାଲ ଊପକରଣ ବିଦେଶରୁ ଆମଦାନୀ କରିଥାଏ। ସେଥିମଧ୍ୟରେ ସର୍ଜିକାଲ ଉପକରଣ, ଇମ୍ପ୍ଲାଣ୍ଟ୍‌...

ନାଲ୍‌କୋ ପକ୍ଷରୁ ୧୦.୨ କୋଟି ପ୍ରଦାନ

ଭୁବନେଶ୍ୱର,୯ା୪: ରାଷ୍ଟ୍ରାୟତ୍ତ ଆଲୁମିନିୟମ କମ୍ପାନୀ ଲିମିଟେଡ ନାଲ୍‌କୋ ପକ୍ଷରୁ କୋଭିଡ-୧୯ ଲଢେଇ ଲାଗି ୧୦.୨ କୋଟି ଟଙ୍କା ସରକାରଙ୍କୁ ପ୍ରଦାନ କରାଯାଇଛି। କମ୍ପାନୀ ପକ୍ଷରୁ ପିଏମ୍‌...

ଏପ୍ରିଲରେ ପାଇକାରୀ ମୁଦ୍ରାସ୍ଫୀତି ୩.୦୭%: ପନିପରିବା ଦର ଆକାଶଛୁଆଁ

ନୂଆଦିଲ୍ଲୀ,୧୫-୫: ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇଥିବା ବେଳେ ପାଇକାରୀ ମୁଦ୍ରାସ୍ଫୀତି ହାର ହ୍ରାସ ପାଇଛି। ମଙ୍ଗଳବାର କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) ଦ୍ୱାରା ଜାରି...

ବିଦେଶରେ ଆଦର ପାଉଛି ଗ୍ରାମୋଦ୍ୟୋଗ ସାମଗ୍ରୀ

ପ୍ରଶ୍ନ- ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀର ଚାହିଦା କିଭଳି ରହିଛି? ଉତ୍ତର- ଓଡ଼ିଶାରେ ଭଲ ଚାହିଦା ରହିଛି। ଖଦି ଚାହିଦା ଶତ ପ୍ରତିଶତ ନ ଥିଲେ...

Advertisement
Archives

Model This Week