୫ଜି ନେଟ୍‌ୱର୍କ ପ୍ରଚଳନ ପାଇଁ ପ୍ରସ୍ତୁତ ହେଉଛି ଜିଓ

ମୁମ୍ବାଇ,୩ା୮: ଦେଶର ସର୍ବବୃହତ୍‌ ଟେଲିକମ୍‌ ସେବା ବା ଡିଜିଟାଲ ସେବା ଯୋଗାଣକାରୀ କମ୍ପାନୀ ଜିଓ, ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ଦ୍ୱାରା ପରିଚାଳିତ ୫ଜି ନିଲାମରେ ଭାଗନେଇ ୭୦୦ ମେଗାହର୍ଜ, ୮୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡରେ ସର୍ବାଧିକ ସ୍ପେକ୍ଟ୍ରମ ଅଧିଗ୍ରହଣ ହାସଲ କରିଛି। ଜିଓ ଉପରୋକ୍ତ ସ୍ପେକ୍ଟ୍ରମଗୁଡିକୁ ୨୦ ବର୍ଷ ନିମନ୍ତେ ବ୍ୟବହାର ଅଧିକାର ହାସଲ ଲାଗି ୮୮,୦୭୮ କୋଟି ଟଙ୍କା ପ୍ରଦାନ କରିବ। ସ୍ପେକ୍ଟ୍ରମ ନିଲାମ ସର୍ତ୍ତାବଳୀ ଅନୁଯାୟୀ ସ୍ପେକ୍ଟ୍ରମ ବାବଦ ଦେୟ ସୁଧ ସମେତ ୨୦ଟି ସମାନ ବାର୍ଷିକ କିସ୍ତିରେ ଦାଖଲ କରିବାକୁ ହେବ। ଏହି ସ୍ପେକ୍ଟ୍ରମ ବ୍ୟବହାର ଅଧିକାର ହାସଲ ଦ୍ୱାରା ଜିଓ ବିଶ୍ୱର ସର୍ବାଧୁନିକ ୫ଜି ନେଟ୍‌ୱର୍କ ନିର୍ମାଣ ଦିଗରେ ସମର୍ଥ ହେବ ଏବଂ ଓୟାରଲେସ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସଂଯୋଗୀକରଣ କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱ ସ୍ଥାନକୁ ଅଧିକ ମଜଭୁତ କରିବ। ଜିଓର ୫ଜି ନେଟ୍‌ୱର୍କ ପରବର୍ତ୍ତୀ ପିଢ଼ିର ଡିଜିଟାଲ ସଲ୍ୟୁସନ୍ସକୁ ସମର୍ଥ କରାଇବ ଯାହା ଏକ ୫ଟ୍ରିଲିଅନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଭାରତର ଏଆଇ-ପରିଚାଳିତ ଅଭିଯାନକୁ ତ୍ୱରାନ୍ବିତ କରିବ। ଜିଓ ଲୋ-ବ୍ୟାଣ୍ଡ, ମିଡ୍‌-ବ୍ୟାଣ୍ଡ ଏବଂ ଏମ୍‌ଏମ୍‌ୱେଭ ସ୍ପେକ୍ଟ୍ରମର ଏକ ଅନନ୍ୟ ସମ୍ମିଶ୍ରଣ ଅଧିଗ୍ରହଣ କରିଛି, ଯାହା ଏହାର ପରିବ୍ୟାପ୍ତ ଫାଇବର ନେଟ୍‌ୱର୍କ ଏବଂ ସ୍ବଦେଶୀ ପ୍ରଯୁକ୍ତି ପ୍ଲାଟ୍‌ଫର୍ମ ସହ ମିଶି ସର୍ବତ୍ର ୫ଜି ସେବା ସମସ୍ତଙ୍କ ପାଇଁ ଯୋଗାଇଦେବ। ଏହାର ଅତୁଳନୀୟ ୭୦୦ ମେଗାହର୍ଜ ସ୍ପେକ୍ଟ୍ରମ ଉପସ୍ଥିତି ସହ ଜିଓ ଦ୍ରୁତଗତି, କମ୍‌ ଲାଟେନ୍ସି ଏବଂ ବ୍ୟାପକ ସଂଯୋଗ ସହିତ ସର୍ବଭାରତୀୟ ସ୍ତରରେ ବାସ୍ତବ ୫ଜି ସେବା ଯୋଗାଇବାରେ ଏକମାତ୍ର ଅପରେଟର ହେବ। ଏହି ଅଧିଗ୍ରହଣ ଜରିଆରେ ଜିଓ ମାଲିକାନାରେ ଥିବା ମୋଟ ସ୍ପେକ୍ଟ୍ରମ ଉପସ୍ଥିତି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇ ୨୬,୭୭୨ ମେଗାହର୍ଜ ହୋଇଛି। ଏ ସମ୍ପର୍କରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଅଧ୍ୟକ୍ଷ ଆକାଶ ଏମ୍‌ ଅମ୍ବାନୀ କହିଛନ୍ତି, ଆମେ ସର୍ବଦା ବିଶ୍ୱାସ କରି ଆସିଛୁ ଯେ ଯୁଗାନ୍ତକାରୀ ପ୍ରଯୁକ୍ତିର ସାମର୍ଥ୍ୟକୁ ଲାଗୁ କରାଗଲେ ଭାରତ ବିଶ୍ୱରେ ଏକ ଅଗ୍ରଣୀ ଅର୍ଥନୈତିକ ଶକ୍ତି ହୋଇପାରିବ। ଏହି ସୁଦୂରପ୍ରସାରୀ ଲକ୍ଷ୍ୟ ଏବଂ ଏକନିଷ୍ଠତା ଜିଓକୁ ଜନ୍ମ ଦେଇଛି। ଜିଓର ୪ଜି ସେବାର ବେଗ, ପରିମାଣ ଏବଂ ସାମାଜିକ ପ୍ରଭାବ ବିଶ୍ୱର ଯେକାୈଣସି ସ୍ଥାନ ତୁଳନାରେ ଅତୁଳନୀୟ। ସମ୍ପ୍ରତି ଏକ ବୃହତର ଲକ୍ଷ୍ୟ ଏବଂ ମଜଭୁତ ନିର୍ଣ୍ଣୟ ସହିତ ଜିଓ ୫ଜି ଯୁଗକୁ ଭାରତ ଅଗ୍ରସର ହେବା ଦିଗରେ ନେତୃତ୍ୱ ନେବାକୁ ଯାଉଛି। ସେହିପରି ସର୍ବଭାରତୀୟ ସ୍ତରରେ ୫ଜି ସେବା ପ୍ରଚଳନ ସହ ଆମେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରିବୁ। ଜିଓ ବିଶ୍ୱ ଶ୍ରେଣୀର ସୁଲଭ ୫ଜି ଏବଂ ୫ଜି ସମର୍ଥିତ ସେବାଗୁଡିକ ପ୍ରଚଳନ କରିବାକୁ ପ୍ରତିବଦ୍ଧ ରହିଛି। ଆମେ ସେବା, ପ୍ଲାଟ୍‌ଫର୍ମ ଏବଂ ସମାଧାନ ଯୋଗାଇଦେବୁ ଯାହା ଭାରତର ଡିଜିଟାଲ ବିପ୍ଳବ, ବିଶେଷକରି ଶିକ୍ଷା, ସ୍ବାସ୍ଥ୍ୟସେବା, କୃଷି, ମାନୁଫାକ୍ଚରିଂ ଏବଂ ଇ-ପ୍ରଶାସନ ଆଦି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ତ୍ୱରାନ୍ବିତ କରିବ ଏବଂ ତାହା ସହିତ ସମ୍ମାନାସ୍ପଦ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଭାରତ ଅଭିଯାନ ପ୍ରତି ଆଉ ଏକ ଗର୍ବ କଲା ଭଳି ଅବଦାନ ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri