୪ଜି ସ୍ପିଡ୍‌ରେ ଜିଓ ୧ ନମ୍ବର

ନୂଆଦିଲ୍ଲୀ,୧୬।୧୦: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ସହ ଅପ୍‌ଲୋଡ୍‌ ସ୍ପିଡ୍‌ରେ ମଧ୍ୟ ୧ ନମ୍ବର ସ୍ଥାନ ହାସଲ କରିଛି। ବିଶେଷକରି ଭାରତୀୟ ଟେଲିକମ୍‌ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ଗତ ସେପ୍ଟେମ୍ବରର ତଥ୍ୟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୧୯.୧ଏମ୍‌ବିପିଏସ୍‌ ରହିଛି। ସେହିଭଳି ଚଳିତ ବର୍ଷ ଅଗଷ୍ଟରେ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୧୭.୪ଏମ୍‌ବିପିଏସ୍‌ ଥିଲା।

ଅନ୍ୟ ପକ୍ଷରେ ଟ୍ରାଇ ତଥ୍ୟ ଅନୁଯାୟୀ ଭୋଡାଫୋନ୍‌-ଆଇଡିଆର ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ସେପ୍ଟେମ୍ବର ସୁଦ୍ଧା ୧୨.୭ ଏମ୍‌ବିପିଏସ୍‌କୁ ହ୍ରାସ ପାଇଛି। ସେହିପରି ସେପ୍ଟେମ୍ବରରେ ଏୟାରଟେଲ୍‌ର ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୧୪ ଏମ୍‌ବିପିଏସ୍‌ ରହିଛି। ଜିଓଠାରୁ ଉଭୟ ଏୟାରଟେଲ୍‌ ଓ ଭୋଡାଫୋନ୍‌ ଆଇଡିଆ ବହୁ ପଛରେ ରହିଛନ୍ତି। ଟ୍ରାଇର ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ପରୀକ୍ଷାରେ ଜିଓ ଆରମ୍ଭରୁ ଏକ ନମ୍ବର ସ୍ଥାନରେ ରହିଆସିଛି।

ଜିଓର ହାରାହାରି ୪ଜି ଅପ୍‌ଲୋଡ୍‌ ସ୍ପିଡ୍‌ ୬.୪ଏମ୍‌ବିପିଏସ୍‌ ରହିଥିବା ବେଳେ ଭୋଡାଫୋନ୍‌-ଆଇଡିଆର ୫.୯ ଏମ୍‌ବିପିଏସ୍‌ ଏବଂ ଏୟାରଟେଲ୍‌ର ହାରାହାରି ୪ଜି ଅପ୍‌ଲୋଡ୍‌ ସ୍ପିଡ୍‌ ହ୍ରାସ ପାଇ ବିଏସ୍‌ଏନ୍‌ଏଲ୍‌ ସହ ସମାନ ୩.୪ ଏମ୍‌ବିପିଏସ୍‌ରେ ରହିଛି।

ଟ୍ରାଇ ଦ୍ୱାରା ବାସ୍ତବ ସମୟ ଭିତ୍ତିରେ ଏହାର ମାଇଁ ସ୍ପିଡ୍‌ ଆପ୍ଲିକେସନ ସହାୟତାରେ ସଂଗୃହୀତ ତଥ୍ୟ ଆଧାରରେ ହାରାହାରି ସ୍ପିଡ୍‌ ଆକଳନ କରାଯାଇଥାଏ। ଟ୍ରାଇର ମାଇଁ ସ୍ପିଡ୍‌ ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୫୪.୯ ଏମ୍‌ବିପିଏସ୍‌ ରହିଥିବା ବେଳେ ଏୟାରଟେଲ୍‌ ଓ ଭୋଡାଫୋନ୍‌-ଆଇଡିଆର ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ଯଥାକ୍ରମେ ୧୮.୮ ଏମ୍‌ବିପିଏସ୍‌ ଓ ୧୪ ଏମ୍‌ବିପିଏସ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri