ଗାଁ ଦାଣ୍ଡରେ ନୂଆଁଖାଇଲେ ୧୬୩ ପରିବାର

ସୁନ୍ଦରଗଡ,୨୧ା୯(ଜୟ ନାରାୟଣ ମେଣ୍ଡୁଳି): ଖରା, ବର୍ଷା, ଶୀତ, କାକରରେ ହାଡ଼ଭଙ୍ଗା ପରିଶ୍ରମ କରି ମାଟି ମା’ରୁ ଉତ୍ପାଦିତ ପ୍ରଥମ ଶସ୍ୟକୁ ସମ୍ମାନ ଦେବାର ପର୍ବ ହେଉଛି ନୂଆଁଖାଇ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ହସ ଉଲ୍ଲାସରେ ଏହି ଗଣପର୍ବକୁ ପାଳନ କରଛନ୍ତି ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ଝୁରିମାଲ ଗ୍ରାମବାସୀ। ନୂଆଁଖାଇକୁ ନିଆରା ଢଙ୍ଗରେ ପାଳନ କରିବା ପାଇ ୨ ସପ୍ତାହ ପୂର୍ବରୁ ପ୍ରସ୍ତୁତିରେ ଲାଗିପଡିଥିଲେ ସଂପୂର୍ଣ୍ଣ ଗ୍ରାମବାସୀ। ବୁଧବାର ସକାଳେ ସର୍ବପ୍ରଥମେ ଗ୍ରାମର ଆରାଧ୍ୟ ଦେବତା ସଙ୍କଟମୋଚନ ବଜରଙ୍ଗବଲୀଙ୍କ ପାଖରେ ନୂଆଁ ଚାଉଳ ଲାଗି ପୂଜାର୍ଚ୍ଚନା କରିବା ପରେ ଗ୍ରାମର ପ୍ରତ୍ୟେକ ପରିବାର ନିଜ ନିଜ ଇଷ୍ଟଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରି ଅପରାହ୍ନ ୧ଟାରେ ଗାଁ ମଣ୍ଡପରେ ଏକାଠି ହୋଇଥିଲେ। ଏହାପରେ ପାରମ୍ପାରିକ ସଙ୍କୀର୍ତ୍ତନ, ସଂପ୍ରଦା ଓ ଢୋଲ ନିଶାନର ତାଳେ ତାଳେ ଝୁମୀ ଉଠିଥିଲା ଗାଁ ଦାଣ୍ଡ। ସାମୂହିକ ଏକତାର ଏହି ବିରଳ ପରମ୍ପରାରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ଜିଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ। ଜିଲା ପରିଷଦ ଅଧ୍ୟକ୍ଷା ପ୍ରଧାନ ଝୁରିମାଲର ଏହି ମହାନ ପରମ୍ପରା କେବଳ ରାଜ୍ୟ ନୁହେଁ ଦେଶରେ ଏକ ଯୁଗାନ୍ତକାରୀ ଅଭିନବ ଉଦାହରଣ ବୋଲି କହିଥିଲେ। ବନଖଣ୍ଡ ଅଧିକାରୀ ମିରାସେ ଝୁରିମାଲର ନୂଆଁଖାଇ ନିଜର ବ୍ୟକ୍ତିଗତ ଜୀବନରେ ଏକ ଅଭୂଲା ସ୍ମୃତି ରହିବା ତଥା ଯେଉଁଠି ଥିଲେ ବି ସେ ଝୁରିମାଲର ନୂଆଁଖାଇରେ ଯୋଗଦେବାକୁ ଚେଷ୍ଟା କରିବେ ବୋଲି କହିଥିଲେ। ସ୍ବତନ୍ତ୍ର ଅତିଥିଭାବେ ଉଦୀୟମାନ କଣ୍ଠଶିଳ୍ପୀ ମଧୁସ୍ମିତା ନାଏକ ଯୋଗଦେଇ ନୂଆଁଖାଇ ସଙ୍ଗୀତ, ଓଲିଉଡ ତାରକା ଶୁଭମ ନାଏକଙ୍କ ସଂଳାପ, ପ୍ରସିଦ୍ଧ ହାସ୍ୟ କଳାକାର କେଦାରନାଥ ପଟେଲ ଓ ମନୋରଞ୍ଜନ ପଟେଲଙ୍କ ଅଭିନୟ ବେଶ ମନଛୁଆଁ ହୋଇଥିଲା। ଏହାପରେ ଆରମ୍ଭ ହୋଇଥିଲା ସାମୂହିକ ନୂଆଁଖାଇର ଅଭିନବ ପରମ୍ପରା। ଗାଁ ଦାଣ୍ଡରେ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷର ଧାଡିକୁ ଧାଡି ବସିଥିଲେ ସମସ୍ତ ଗ୍ରାମବାସୀ। ଆରମ୍ଭ ହୋଇଥିଲା ନବାହ୍ନ ସାଙ୍ଗକୁ ବିବିଧ ମିଷ୍ଟାନ୍ନ ବଣ୍ଟନ। ଗ୍ରାମର ସମୁଦାୟ ୧୬୩ଟି ପରିବାର ସାଙ୍ଗକୁ ପଡୋଶୀ ଗାଁର ହଜାର ହଜାର ଲୋକ ସାମିଲ ହୋଇ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥିଲେ ସାମୂହିକ ନୂଆଁଖାଇ। ଗାଁରେ ଏକତା, ସହଭାଗିତା ଓ ଭାଇଚାରାର ଏକ ବିରଳ ଦୃଷ୍ଟାନ୍ତ ଏହି ଗ୍ରାମରେ ଦେଖିବାକୁ ମିଳିଛି। ଦୀର୍ଘ ୧୧ ବର୍ଷ ଧରି ସାମୂହିକ ନୂଆଁଖାଇ ପାଳନ କରୁଛନ୍ତି ଏହି ଗ୍ରାମବାସୀ। ଏହା ପରେ ନୂଆଁଖାଇ ଭେଟ ଘାଟ ସାଙ୍ଗକୁ ବିଭିନ୍ନ ବିଲୁପ୍ତ ପ୍ରାୟ ଖେଳ ଯଥା:- ପୁଚି ଖେଳ, ଶଙ୍ଖ ଫୁକା, ହୁଳହୁଳି, ଚାମୁଚ ରେଶ, ରଶି ଡିଆଁ ଇତ୍ୟାଦିରେ ମଜ୍ଜି ଯାଇଥିଲେ ଗ୍ରାମବାସୀ। ଏହି ସାମୂହିକ ନୂଆଁଖାଇକୁ ଦେଶ ବିଦେଶରୁ ଅନେକ ଶୁଭେଚ୍ଛୁ ଅଭିନନ୍ଦନ ଜଣାଇ ଏହି ପରମ୍ପରା ବଜାୟ ରଖିବାକୁ ଆହ୍ବାନ ହେଇଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ଝୁରିମାଲ ବନ ସୁରକ୍ଷା ସମିତି, ଜୟ ବଜରଙ୍ଗ କ୍ଲବ ଓ ସ୍ବ୍‌ଚ୍ଛୋସେବୀ ଅନୁଷ୍ଠାନ ସେବକର କର୍ମକର୍ତ୍ତା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri