ଅସମ୍ଭାଳ ସ୍ଥିତିରେ ଝାରପଡ଼ା ଜେଲ: ଡ୍ରାଇଭର ଗିରଫ ପରେ…

ଭୁବନେଶ୍ୱର,୨୧।୮(ତ୍ରିନାଥ ମହାନ୍ତି):ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଜଣ ଅନ୍‌ଲାଇନ୍‌ ଅଟୋ ଡ୍ରାଇଭର ଗିରଫ ହୋଇ ଜେଲ ଯାଇଛନ୍ତି। ଜେଲ ଯିବା ପରେ ଏବେ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଛି। କାରଣ ଝାରପଡ଼ା ଜେଲରେ ଥିବା ଆବଶ୍ୟକୀ କ୍ଷମତାଠାରୁ ଅଧିକ ବିଚାରାଧୀନ କଏଦୀ ହୋଇଗଲେଣି। ମିଳିଥିବା ତଥ୍ୟ ଅନୁସାରେ, ଝାରପଡ଼ା ଜେଲରେ ୮୯୧ଜଣ କଏଦୀ ରହିବାର କ୍ଷମତା ରହିଛି। ପୂର୍ବରୁ ୧୨୫୬ ଜଣ କଏଦୀ ଥିବାବେଳେ ଗିରଫ ଅଟୋ ଡ୍ରାଇଭର ଜେଲ ଯିବା ପରେ ଏହି ସଂଖ୍ୟା ୧୩୬୯ରେ ପହଞ୍ଚତ୍ଛି। ଫଳରେ ଜେଲରେ ଏକ ଅସମ୍ଭାଳ ସ୍ଥିତି ଉପୁଜିଛି। ଆବଶକୀ କୋଠରି ବା ସେଲ୍‌ ନ ଥିବାରୁ ଗୋଟିଏ ସେଲ୍‌ରେ ୨୫ରୁ ଅଧିକ ଲୋକ ରହୁଛନ୍ତି। ଯେଉଁଥିପାଇଁ ଶୌଚାଳୟଠାରୁ ଆରମ୍ଭ କରି ଖାଦ୍ୟ ଖାଇବା ଏବଂ ଶୋଇବାରେ ସମସ୍ୟା ହେଉଛି। ଏତେ କଏଦୀଙ୍କୁ ସମ୍ଭାଳିବା ମଧ୍ୟ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପୋଲିସ ରାତି ଅଧରେ ଗିରଫ କରି କୋର୍ଟ ଚାଲାଣ କରିବା ସହ ୩ଟି ଭ୍ୟାନ୍‌ରେ ଝାରପଡ଼ା ଜେଲକୁ ପଠାଇଥିଲା। ଝାରପଡ଼ା ଜେଲରେ ଏବେ ରହିବାକୁ କଏଦୀଙ୍କ ସମସ୍ୟା ହେଉଥିବାରୁ କେତେଜଣ କଏଦୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବାକୁ ଜେଲ କର୍ତ୍ତୃପକ୍ଷ ଯୋଜନା କରୁଥିବା ଜଣାପଡ଼ିଛି। ଆଗକୁ ମଧ୍ୟ ଏହି ଘଟଣାରେ ପୋଲିସ ଅନେକଙ୍କୁ ଗିରଫ କରିବାର ସମ୍ଭାବନା ରହିଛି। ତେଣୁ ଏବେଠୁ ଅନ୍ୟ ଜେଲକୁ କଏଦୀଙ୍କୁ ସ୍ଥାନାନ୍ତର ନ କଲେ ପରିସ୍ଥିତି ଜଟିଳ ହୋଇପାରେ ବୋଲି କୁହାଯାଉଛି।
ଆହୁରି ମଧ୍ୟ ଗିରଫ ହୋଇଥିବା ଅଟୋ ଡ୍ରାଇଭର ଜେଲ ଭିତରେ ନିଜର ମନମାନି ଦେଖାଉଛନ୍ତି। ମନଇଚ୍ଛା ଜେଲ ଭିତରେ ଏକାଠି ହୋଇ ଗପିବା ସହ ଅନ୍ୟ କଏଦୀଙ୍କ ଉପରେ ଦାଦାଗିରି ଦେଖାଉଥିବା ଜାଣିବାକୁ ମିଳିଛି। ଜେଲ ରୋଷେଇ ଖାଇବାକୁ ମନା କରିବା ସହ ନିଜ ପସନ୍ଦର ରୋଷେଇ କରି ଖାଇବାକୁ ଦେବାକୁ ଦାବି କରୁଛନ୍ତି। ଏପରି କି ସେମାନଙ୍କୁ ତୁରନ୍ତ ଜାମିନ ନ ମିଳିଲେ ପୋଲିସ ବିରୋଧରେ ଜେଲ ଭିତରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିବା ଜଣେ ଅଟୋ ଡ୍ରାଇଭର କହିଛନ୍ତି।
ଅନ୍ୟପଟରେ ମାଷ୍ଟରକ୍ୟାଣ୍ଟିନରେ ଡ୍ରାଇଭର ଯେଉଁ ଭାବେ ହିଂସା ଘଟାଇଲେ ଗୋଇନ୍ଦା ଫେଲ୍‌ ହୋଇଛି। ମାଷ୍ଟରକ୍ୟାଣ୍ଟିନ ଏବଂ ଲୋୟର ପିଏମ୍‌ଜି, କଂଗ୍ରେସ ଭବନ ଚାରିପଟେ ସାଦା ପୋଷାକଧାରୀ ମାଳମାଳ ଗୋଇନ୍ଦା କର୍ମଚାରୀ ବୁଲୁଛନ୍ତି। ଟିକେ କ’ଣ ହେଲେ ସେମାନେ ପୂର୍ବରୁ ସୂଚନା ପାଇପାରୁଛନ୍ତି। କିନ୍ତୁ ଗୁରୁବାର ଘଟିଥିବା ହିଂସା ସମ୍ପର୍କରେ ସେମାନେ କିପରି ଜାଣି ପାରିଲେ ନାହିଁ, ତାକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ପୋଲିସ ଡିଜି ବିନୟତୋଷ ମିଶ୍ର ଗୋଇନ୍ଦା ବିଭାଗ ଏବଂ ପୋଲିସ କମିଶନରଙ୍କୁ ରିପୋର୍ଟ ମାଗିଛନ୍ତି। କାରଣ ଅଟୋ ଡ୍ରାଇଭରମାନେ ଯୋଜନାବଦ୍ଧ ଭାବେ ଗାଡ଼ିରେ ପଥର ଏବଂ ଟେକା ବୋହି ସାଥିରେ ଆଣିଥିଲେ। ଡିଜିପିଙ୍କୁ ରିପୋର୍ଟ ମିିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି। ୨ଦିନ ତଳେ ଏହି ଡ୍ରାଇଭରମାନେ ବିମାନବନ୍ଦରରେ ଆତଙ୍କରାଜ କରିଥିଲେ। ହେଲେ ସେଠାରେ ସବୁ କିଛି ନିୟନ୍ତ୍ରଣାଧୀନ ରହିଥିଲା। ୨ଦିନ ଧରି ସେମାନେ ଆନ୍ଦୋଳନ କରୁଥିବାବେଳେ କେହି ତାଙ୍କ ସହ ଆଲୋଚନା କରିବାକୁ ଆସି ନ ଥିଲେ। ଆହୁରି ମଧ୍ୟ ପୋଲିସ ସେମାନଙ୍କୁ ଆନ୍ଦୋଳନରୁ ହଟିଯିବା ପାଇଁ ଧମକ ଦେଇଥିଲା। ଯେଉଁଥିପାଇଁ ତୃତୀୟ ଦିନରେ ଆତଙ୍କ ରଚାଇବା ପାଇଁ ଡ୍ରାଇଭରଙ୍କ ହ୍ବାଟ୍ସଆପ୍‌ ଗ୍ରୁପରେ ଯୋଜନା ହୋଇଥିଲା। କେଉଁମାନେ ପଥର ଅଟୋରେ ନେବେ, କିଏ ପୋଲିସକୁ ପଥର ମାଡ଼ କରିବ, କିଏ କାଚ ବୋତଲ ନେବ ଏବଂ କିଏ ଭଙ୍ଗାରୁଜା କରିବ, ସବୁ କିଛି ଦାୟିତ୍ୱ ବଣ୍ଟାଯାଇ ଗ୍ରୁପ୍‌ରେ ଏକ ଲିଷ୍ଟ ଛଡ଼ାଯାଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?