Posted inଜାତୀୟ

ଦ୍ରୌପଦୀ ନା ଯଶଓ୍ବନ୍ତ କାହାକୁ ସମର୍ଥନ କରିବେ ସୋରେନ

ନୂଆଦିଲ୍ଲୀ,୨୭।୬: ରାଷ୍ଟ୍ରପତି ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପ୍ରାର୍ଥୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପ୍ରସଙ୍ଗରେ ରାଜ୍ୟର ଶାସକ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ଏବେ ଦ୍ୱନ୍ଦରେ ପଡ଼ିଯାଇଛି। ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଜେଏମ୍‌ଏମ୍‌ ନିଷ୍ପତ୍ତି ନେଇଛି ଯେ, ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ। ଇତିମଧ୍ୟରେ ସୋମବାର ହେମନ୍ତ ସୋରେନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଅନ୍ୟପଟେ ସୋମବାର ହେମନ୍ତ ସୋରେନ ଶାହାଙ୍କ ବ୍ୟତୀତ ଦିଲ୍ଲୀରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ମଧ୍ୟ ଭେଟିଛନ୍ତି। ତେବେ ଉଭୟ ନେତାଙ୍କ ସହ ସାକ୍ଷାତକାର ପରେ ବି ରାଷ୍ଟ୍ରପତି ନିର୍ବାଚନରେ ସେ କାହାକୁ ସମର୍ଥନ କରିବେ ସେନେଇ ହେମନ୍ତ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ତେବେ ଉଭୟ ନେତାଙ୍କ ସହ ଏହି ସାକ୍ଷାତକାରକୁ ନେଇ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନର୍ସଙ୍କୁ ଏମିତି ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ (ଆରଏମଏଲ) ପରିଦର୍ଶନ କରିଛନ୍ତି। ଦେଶରେ ୧ ବିଲିୟନରୁ ଅଧିକ ଡୋଜ ଆଣ୍ଟି-କରୋନା...

୮୦-୯୦ ପୂରା ଶହେ ?, ନିଦରୁ ଜାଗନ୍ତୁ ପ୍ରଧାନମନ୍ତ୍ରୀ, ରାହୁଲଙ୍କ କଟାକ୍ଷ …

ନୂଆଦିଲ୍ଲୀ, ୧୬।୭ : ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।...

ନିର୍ଭୟା ମାମଲା: ଫାଶୀଦଣ୍ଡର ସିଧାପ୍ରସାରଣ ପାଇଁ ଚିଠି ଲେଖିଲା ପରି

ନୂଆଦିଲ୍ଲୀ,୧୦।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅପରାଧୀଙ୍କୁ ଆସନ୍ତା ୨୨ ତାରିଖରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।...

ପଦ୍ମଶ୍ରୀ ପୁରସ୍କାରକୁ ସାଧାରଣ ଜନତାଙ୍କୁ ଉତ୍ସର୍ଗ କଲେ ଏକ ଟଙ୍କିଆ ଡାକ୍ତର

କୋଲକାତା,୨୭।୧: ପଶ୍ଚିମବଙ୍ଗର ବୋଲପୁରରେ ‘ଏକ ଟଙ୍କିଆ ଡାକ୍ତର’ଭାବେ ପରିଚିତ ଡାକ୍ତର ସୁଶୋଭନ ବାନାର୍ଜୀ ସେଠାକାର ଗରିବଙ୍କ ପାଇଁ ଦ୍ୱିତୀୟ ଈଶ୍ୱର। ମାତ୍ର ଏକ ଟଙ୍କା ଫି...

ଆର୍ଯ୍ୟନଙ୍କ ଅପହରଣ ଯୋଜନାକୁ ଫେଲ୍‌ କରିଦେଇଥିଲା ସେଲ୍‌ଫି

ମୁମ୍ବାଇ,୭।୧୧: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଟଙ୍କା ପାଇଁ ଅପହରଣ କରାଯାଇଥିଲା। କିନ୍ତୁ ଏହି ଯୋଜନାରେ ସବୁ କିଛି ଭଣ୍ଡୁର କରି ଦେଇଥିଲା...

ଆସିବ ଗତି ଶକ୍ତି ମାଷ୍ଟର ପ୍ଲାନ୍‌

ନୂଆଦିଲ୍ଲୀ,୩୧।୮: ଭିତ୍ତିଭୂମି ଦୃଢ଼ୀକରଣ ଦ୍ୱାରା ସଂଯୋଗୀକରଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଏଥିଲାଗି ଗତି ଶକ୍ତି ମାଷ୍ଟର ପ୍ଲାନ ସେପ୍ଟେମ୍ବରରେ ଶୁଭାରମ୍ଭ...

ମେହେବୁବା ମୁଫତି ନଜର ବନ୍ଦୀ

ଶ୍ରୀନଗର,୧୨ ।୪: କଶ୍ମୀର ସଂଭାଗର ଶ୍ରୀନଗରରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ ତାଙ୍କ ଘରେ ନଜର ବନ୍ଦୀ ରଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ,...

ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟ: ଲୋକ ସଭା ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କୁ ଦିଆଯିବ ପ୍ରସ୍ତାବ

ନୂଆଦିଲ୍ଲୀ, ୨୪।୫: ଶେଷ ହୋଇଛି ଲୋକ ସଭା ନିର୍ବାଚନ। ଫଳାଫଳ ବି ସ୍ପଷ୍ଟ ହୋଇଛି। ଏବେ ୧୬ଶ ଲୋକସଭା ଭଙ୍ଗ ପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ...

Advertisement
Archives

Model This Week