Posted inଜାତୀୟ

ଭାଜପା ନେତାଙ୍କ ଝିଅଙ୍କୁ ନିସ୍ତୁକ ମାଡ଼ ପରେ ହତ୍ୟା

ରାଞ୍ଚି, ୯।୬: ଝାଡ଼ଖଣ୍ଡର ପାଲାମୁ ଜିଲାର ଲାଲିମାଟି ଜଙ୍ଗଲରୁ ବୁଧବାର ୧୬ ବର୍ଷୀୟା ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସ୍ଥାନୀୟ ଭାଜପା ନେତାଙ୍କ ଝିଅ ବୋଲି ଜଣାପଡ଼ିଛି। ନାବାଳିକାଙ୍କୁ ହତ୍ୟା ପୂର୍ବରୁ ତାଙ୍କ ଡାହାଣ ଆଖି ତାଡ଼ି ଦିଆଯାଇଥିବା ପୋଲିସ ଅଧିକାରୀ କହିଛନ୍ତି।

ଘଟଣା ସ୍ଥଳରୁ ମିଳିଥିବା ମୋଇବାଲ ଫୋନର ସିଡିଆରକୁ ବିଶ୍ଲେଷଣ କରାଯିବା ପରେ ପ୍ରଦୀପ କୁମାର ସିଂ ଧାନୁକ (୨୩) ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ନାବାଳିକା ଗତ ୭ ତାରିଖ ସକାଳ ୧୦ରେ ନିଖୋଜ ହୋଇଯାଇଥିଲେ। ଏ ନେଇ ମଙ୍ଗଳବାର ପାଙ୍କି ଥାନାରେ ପରିବାର ପକ୍ଷରୁ ନିଖୋଜ ଅଭିଯୋଗ ଦାୟର କରାଯାଇଥିଲା। ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ତାଙ୍କୁ ହତ୍ୟା କରାଯିବା ପୂର୍ବରୁ ନିସ୍ତୁକ ମାଡ଼ ମରାଯିବା ସହ ଆଖି ତାଡ଼ି ଦିଆଯାଇଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବଳାତ୍କାର ହୋଇଛି କି ନାହିଁ, ତାହା ଜଣାପଡ଼ିବ ବୋଲି ଥାନା ଅଧିକାରୀ ଅଶୋକ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ସର୍ବାଧିକ ସଂକ୍ରମିତ

ନୂଆଦିଲ୍ଲୀ,୩୦।୭: ବେଳକୁ ବେଳ ଭୟଙ୍କର ହେବାକୁ ଯାଉଛି କରୋନା ସଂକ୍ରମଣ। ପୂର୍ବ ଆକଳନ ଅନୁଯାୟୀ ଦେଶରେ ଏବେ କରୋନା ମହାମାରୀ ରେକର୍ଡ ପରେ ରେକର୍ଡ କରି...

କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଛାଟ…

ନୂଆଦିଲ୍ଲୀ,୬।୯: ଟ୍ରିବ୍ୟୁନାଲ ସଂସ୍କାର ଆଇନ ପ୍ରଣୟନ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ସଂସ୍କାର ଅଧିନିୟମ ସଂସ୍କାର ଆଇନ ଦ୍ୱାରା ଟ୍ରିବ୍ୟୁନାଲର ସଦସ୍ୟ...

ଦୀପାବଳି-ଛଟ୍‌ରେ ଚାଲିବ ସ୍ବତନ୍ତ୍ର ୩୨ ଟ୍ରେନ୍‌

ନୂଆଦିଲ୍ଲୀ, ୧୮।୧୦: ପାର୍ବଣ ଋତୁରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ଯାତ୍ରୀମାନେ ଯାତାୟାତରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା...

ନ୍ୟାୟପାଳିକା ଉପରେ ଲୋକଙ୍କ ଆସ୍ଥା ବଢ଼ିଲା: ରାମ-ରହିମ୍‌ ଭକ୍ତି ପାଲଟିଲା ରାଷ୍ଟ୍ରୀୟ ଭକ୍ତି

ନୂଆଦିଲ୍ଲୀ,୯।୧୧: ରାମ ଜନ୍ମଭୂମି ବାବରୀ ମସଜିଦ୍‌ର ଐତିହାସିକ ରାୟ ଯୋଗୁ ଦେଶର ନ୍ୟାୟପାଳିକା ଉପରେ ଲୋକଙ୍କ ଆସ୍ଥା ବଢ଼ିଛି। ଏହି ରାୟ ଯୋଗୁ ରାମ-ରହିମ୍‌ ଭକ୍ତି...

ଆର୍‌ସିପି ସିଂଙ୍କ ଟିକେଟ କାଟିଲେ ନୀତୀଶ

ପାଟନା, ୩୦ା୫ : ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ତଥା କେନ୍ଦ୍ରମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂଙ୍କୁ ମୋଦିପ୍ରେମ ମହଙ୍ଗା ପଡ଼ିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

ଏଚ-୩ ଏନ-୨ ଭୂତାଣୁ ଆତଙ୍କ ଘନେଇଲା: ମାର୍ଗଦର୍ଶିକା ଜାରି କଲେ ସରକାର…

ନୂଆଦିଲ୍ଲୀ,୧୧।୩ : ସମଗ୍ର ଭାରତରେ କୋଭିଡ ଭଳି ଲକ୍ଷଣ ଥିବା ଏକ ସ୍ବାଇନ ଫ୍ଲୁ ଏଚ-୩ ଏନ-୨ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ...

୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ତାତି

ନୂଆଦିଲ୍ଲୀ,୧।୫: ଚଳିତ ବର୍ଷ ଦେଶରେ ଭୀଷଣ ଗରମ ଅନୁଭୂତ ହେଉଛି। ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ଏପ୍ରିଲ ମାସର ଗରମ ୧୨୨ ବର୍ଷର ରେକର୍ଡ ଭାଙ୍ଗିଥିବା...

ଅସଲ ଦୁର୍ନୀତି ସାମ୍ନାକୁ ଆସିଲେ କେଜ୍‌ରିୱାଲ-ସିସୋଡିଆ ଆଖି ମିଶାଇ ପାରିବେ ନାହିଁ: କପିଲ ମିଶ୍ର

ନୂଆଦିଲ୍ଳୀ,୨୮।୨: ଦିଲ୍ଲୀ ଅବକାରୀ ଦୁର୍ନୀତି ପ୍ରସଙ୍ଗରେ ଗତ କିଛି ଦିନ ହେବ ଦେଶର ରାଜଧାନୀରେ ଚାଲିଥିବା ଉତ୍ତେଜନା ଥମିବାର ନାମ ନେଉନାହିଁ। ଏହି ପ୍ରସଙ୍ଗରେ ଭାଜପା...

Advertisement
Archives

Model This Week