Posted inଜାତୀୟ

ୟୁପିର ପୂର୍ବତନ ମୁଖ୍ୟ ଶାସନ ସଚିବ ଅନୁପ ହେଲେ ନୂଆ ଇସି

ନୂଆଦିଲ୍ଲୀ,୯।୬: ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ଅନ୍ୟତମ ନିର୍ବାଚନ କମିଶନର (ଇସି) ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ୧୯୮୪ ବ୍ୟାଚ୍‌ର ଏହି ଉତ୍ତରପ୍ରଦେଶ କ୍ୟାଡର ଅଫିସରଙ୍କୁ ନିଯୁକ୍ତି ଦେଇଥିବା ଆଇନ ମନ୍ତ୍ରଣାଳୟର ବ୍ୟବସ୍ଥାପିକା ବିଭାଗ ପକ୍ଷରୁ କୁହାଯାଇଛି। ୬୨ ବର୍ଷୀୟ ପାଣ୍ଡେ ନିର୍ବାଚନ କମିଶନ ପଦବୀରେ ୨୦୨୪ ଫେବୃୟାରୀ ପର୍ଯ୍ୟନ୍ତ ରହିବେ। ସୁନୀଲ ଆରୋରୋ ଗତ ଏପ୍ରିଲ ୧୨ରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ପଦରୁ ଅବସର ନେବା ପରେ ୩ ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗରେ ଗୋଟିଏ ପଦବୀ ଖାଲି ପଡ଼ିଥିଲା। ଏବେ ସୁଶୀଲ ଚନ୍ଦ୍ରା ସିଇସି ରହିଥିବାବେଳେ ରାଜୀବ କୁମାର ନିର୍ବାଚନ କମିଶନର ଅଛନ୍ତି। ୧୯୫୯ ଫେବୃୟାରୀ ୧୫ରେ ଜନ୍ମିତ ପାଣ୍ଡେ ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

ଘୁଞ୍ଚିଲା ଏସିଆନ ଗେମ୍ସ ରିଭ୍ୟୁ ବୈଠକ, କେବେ ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ନିକଟରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଦେଶର ପ୍ରଦର୍ଶନକୁ ରିଭ୍ୟୁ କରିବା ପାଇଁ ଜାତୀୟ କ୍ରୀଡ଼ା ଫେଡେରେଶନମାନଙ୍କ ସହ କ୍ରୀଡ଼ା ମନ୍ତ୍ରଣାଳୟର ଦିନିକିଆ ବୈଠକକୁ ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?