ଝରାଫୁଲଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା, ବିଳମ୍ବିତ ରାତିରେ ରାକେଶଙ୍କ ସହ ହୋଇଥିଲା ପ୍ରବଳ ପାଟିତୁଣ୍ଡ

ଯାଜପୁର ଅଫିସ/ ରସୁଲପୁର,୭ା୨(ଡି.ଏନ୍‌.ଏ.): ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାପୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦିନକୁ ଦିନ ରୋଚକ ତଥ୍ୟ ମିଳୁଛି। ଝରାଫୁଲଙ୍କ ମୃତ୍ୟୁ କୌଣସି ବିଷକ୍ରିୟା କିମ୍ବା ଗଣବଳାତ୍କାର ଯୋଗୁ ହୋଇ ନ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରେ ନିଶ୍ଚିତ ହୋଇଛି। ଏହାସହ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ଝରାଫୁଲଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବାରୁ ତକିଆ କିମ୍ବା ହାତରେ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଛି। ଝରାଫୁଲଙ୍କ ପୁରୁଷବନ୍ଧୁ ରାକେଶ କୁମାର ସ୍ବାଇଁ ଝରାଫୁଲଙ୍କୁ ହତ୍ୟା କରିଥିବା ପୋଲିସର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ରାକେଶ କାହିଁକି ଓ କେଉଁ ପରିସ୍ଥିତିରେ ଝରାଫୁଲଙ୍କୁ ହତ୍ୟା କଲେ ତାହା ପୋଲିସ ଏଯାଏ ଜାଣି ପାରିନାହିଁ। ଗେଷ୍ଟହାଉସ୍‌ରେ ରାତ୍ରିଯାପନ ସମୟରେ ଝରାଫୁଲ ଅସୁସ୍ଥ ଥିବାରୁ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିବା, ରାକେଶ ବିବାହ ପ୍ରତିଶ୍ରୁତି ଦେଇ ଦିନ ଗଡ଼ାଇ ଚାଲିଥିବା, ଝରାଫୁଲ ବାହାରକୁ ବୁଲି ଯିବାକୁ ଜିଦ୍‌ ଧରିଥିବା ଇତ୍ୟାଦି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାକେଶ ଉତ୍ତ୍ୟକ୍ତ ହୋଇ ଝରାଫୁଲଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ତେବେ ରାକେଶଙ୍କୁ ଦ୍ୱିତୀୟ ଥର ରିମାଣ୍ଡରେ ଆଣି ଜେରା କରିବାପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ଯୋଜନା କରାଯାଇଛି।

ଗତ ୨୬ ତାରିଖ ରାତିରେ ଭୁବନେଶ୍ୱର ଧର୍ମବିହାରସ୍ଥିତ ଶିବସାଇ ଗେଷ୍ଟହାଉସର ୨୦୧ ନମ୍ବର ରୁମରେ ଉଭୟ ରାକେଶ ଓ ଝରାଫୁଲ ରାତ୍ରିଯାପନ କରିଥିଲେ। ସେତେବେଳେ ଝରାଫୁଲ ଅସୁସ୍ଥ ଥିଲେ। ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିବା ଗେଷ୍ଟହାଉସ କର୍ମଚାରୀମାନେ ଶୁଣିବାକୁ ପାଇଥିଲେ। କିଛି ସମୟ ପରେ ସେହି ରୁମରୁ ପାଟିତୁଣ୍ଡ ଆଉ ଶୁଭି ନ ଥିଲା। ତେବେ ଉଭୟଙ୍କ ଝଗଡ଼ା ସମାଧାନ ହୋଇଗଲା ବୋଲି କର୍ମଚାରୀମାନେ ଭାବି ଆଉ କୌଣସି ହସ୍ତକ୍ଷେପ କରି ନ ଥିଲେ। ଏହି ସମୟରେ ଝରାଫୁଲଙ୍କ ମୁହଁରେ ତକିଆ ଚାପି କିମ୍ବା ହାତଦେଇ ରାକେଶ ମାରିଦେଇଥିବା ପୋଲିସ ସନ୍ଦେହ କରୁଛି। ତେବେ ରାକେଶଙ୍କ ସହଯୋଗୀ ଶିବପ୍ରସାଦ ସ୍ବାଇଁ ୨୭ ତାରିଖ ଭୋର ସମୟରେ ସେହି ଗେଷ୍ଟହାଉସକୁ ଯିବା ଏବଂ ଝରାଫୁଲଙ୍କ ମୃତଦେହ ଆଣିବା ସଂକ୍ରାନ୍ତରେ କର୍ମଚାରୀମାନେ କିପରି କିଛି ଜାଣିପାରିଲେ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। କିଛି ତଥ୍ୟ ଗେଷ୍ଟହାଉସ କର୍ମଚାରୀମାନେ ଲୁଚାଉଥିବା ସନ୍ଦେହ କରାଯାଉଛି।

ଅଭିଯୁକ୍ତ ରାକେଶଙ୍କ ମୋବାଇଲ ଫୋନ ଓ ସ୍କୁଟିକୁ ପୋଲିସ ଜବତ କରିଛି। ମୋବାଇଲ ଫୋନରେ ହୋଇଥିବା କଥାବାର୍ତ୍ତାର ରେକର୍ଡିଂ, ଚାଟିଂ ଆଦି ପ୍ରମାଣ ନଷ୍ଟ କରିବାକୁ ରାକେଶ ଉଦ୍ୟମ କରିଛନ୍ତି। ମୋବାଇଲରୁ ସମସ୍ତ ତଥ୍ୟ ରିକଭରି କରିବାକୁ ପୋଲିସ ଲ୍ୟାବକୁ ପଠାଇଛି। ଅନ୍ୟପକ୍ଷରେ ଝରାଫୁଲଙ୍କ ମୋବାଇଲ ଫୋନ ଏଯାଏ ପୋଲିସକୁ ମିଳି ପାରିନାହିଁ। ଝରାଫୁଲଙ୍କ ଶବ ମିଳିଥିବା ସ୍ଥାନକୁ ନେଇ ଡେମୋ ଦେଖାଇଲା ବେଳେ ଝରାଫୁଲଙ୍କ ମୋବାଇଲ ସେଠାରେ ଫିଙ୍ଗି ଦେଇଥିବା ନେଇ ରାକେଶ ପୋଲିସକୁ କହିଥିଲା। ପୋଲିସ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାହା ମିଳି ନ ଥିଲା। ଝରାଫୁଲଙ୍କ ମୋବାଇଲ ଫୋନ ମିଳିଲେ ପୋଲିସକୁ ତଦନ୍ତରେ ସଫଳତା ମିଳନ୍ତା ବୋଲି ଆଶା କରାଯାଉଛି। ଅପରପକ୍ଷରେ ଅଭିଯୁକ୍ତ ରାକେଶଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିବାରେ ଏଯାଏ ସଫଳ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri