ଝରାଫୁଲଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା, ବିଳମ୍ବିତ ରାତିରେ ରାକେଶଙ୍କ ସହ ହୋଇଥିଲା ପ୍ରବଳ ପାଟିତୁଣ୍ଡ

ଯାଜପୁର ଅଫିସ/ ରସୁଲପୁର,୭ା୨(ଡି.ଏନ୍‌.ଏ.): ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାପୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦିନକୁ ଦିନ ରୋଚକ ତଥ୍ୟ ମିଳୁଛି। ଝରାଫୁଲଙ୍କ ମୃତ୍ୟୁ କୌଣସି ବିଷକ୍ରିୟା କିମ୍ବା ଗଣବଳାତ୍କାର ଯୋଗୁ ହୋଇ ନ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରେ ନିଶ୍ଚିତ ହୋଇଛି। ଏହାସହ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ଝରାଫୁଲଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବାରୁ ତକିଆ କିମ୍ବା ହାତରେ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଛି। ଝରାଫୁଲଙ୍କ ପୁରୁଷବନ୍ଧୁ ରାକେଶ କୁମାର ସ୍ବାଇଁ ଝରାଫୁଲଙ୍କୁ ହତ୍ୟା କରିଥିବା ପୋଲିସର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ରାକେଶ କାହିଁକି ଓ କେଉଁ ପରିସ୍ଥିତିରେ ଝରାଫୁଲଙ୍କୁ ହତ୍ୟା କଲେ ତାହା ପୋଲିସ ଏଯାଏ ଜାଣି ପାରିନାହିଁ। ଗେଷ୍ଟହାଉସ୍‌ରେ ରାତ୍ରିଯାପନ ସମୟରେ ଝରାଫୁଲ ଅସୁସ୍ଥ ଥିବାରୁ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିବା, ରାକେଶ ବିବାହ ପ୍ରତିଶ୍ରୁତି ଦେଇ ଦିନ ଗଡ଼ାଇ ଚାଲିଥିବା, ଝରାଫୁଲ ବାହାରକୁ ବୁଲି ଯିବାକୁ ଜିଦ୍‌ ଧରିଥିବା ଇତ୍ୟାଦି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାକେଶ ଉତ୍ତ୍ୟକ୍ତ ହୋଇ ଝରାଫୁଲଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ତେବେ ରାକେଶଙ୍କୁ ଦ୍ୱିତୀୟ ଥର ରିମାଣ୍ଡରେ ଆଣି ଜେରା କରିବାପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ଯୋଜନା କରାଯାଇଛି।

ଗତ ୨୬ ତାରିଖ ରାତିରେ ଭୁବନେଶ୍ୱର ଧର୍ମବିହାରସ୍ଥିତ ଶିବସାଇ ଗେଷ୍ଟହାଉସର ୨୦୧ ନମ୍ବର ରୁମରେ ଉଭୟ ରାକେଶ ଓ ଝରାଫୁଲ ରାତ୍ରିଯାପନ କରିଥିଲେ। ସେତେବେଳେ ଝରାଫୁଲ ଅସୁସ୍ଥ ଥିଲେ। ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିବା ଗେଷ୍ଟହାଉସ କର୍ମଚାରୀମାନେ ଶୁଣିବାକୁ ପାଇଥିଲେ। କିଛି ସମୟ ପରେ ସେହି ରୁମରୁ ପାଟିତୁଣ୍ଡ ଆଉ ଶୁଭି ନ ଥିଲା। ତେବେ ଉଭୟଙ୍କ ଝଗଡ଼ା ସମାଧାନ ହୋଇଗଲା ବୋଲି କର୍ମଚାରୀମାନେ ଭାବି ଆଉ କୌଣସି ହସ୍ତକ୍ଷେପ କରି ନ ଥିଲେ। ଏହି ସମୟରେ ଝରାଫୁଲଙ୍କ ମୁହଁରେ ତକିଆ ଚାପି କିମ୍ବା ହାତଦେଇ ରାକେଶ ମାରିଦେଇଥିବା ପୋଲିସ ସନ୍ଦେହ କରୁଛି। ତେବେ ରାକେଶଙ୍କ ସହଯୋଗୀ ଶିବପ୍ରସାଦ ସ୍ବାଇଁ ୨୭ ତାରିଖ ଭୋର ସମୟରେ ସେହି ଗେଷ୍ଟହାଉସକୁ ଯିବା ଏବଂ ଝରାଫୁଲଙ୍କ ମୃତଦେହ ଆଣିବା ସଂକ୍ରାନ୍ତରେ କର୍ମଚାରୀମାନେ କିପରି କିଛି ଜାଣିପାରିଲେ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। କିଛି ତଥ୍ୟ ଗେଷ୍ଟହାଉସ କର୍ମଚାରୀମାନେ ଲୁଚାଉଥିବା ସନ୍ଦେହ କରାଯାଉଛି।

ଅଭିଯୁକ୍ତ ରାକେଶଙ୍କ ମୋବାଇଲ ଫୋନ ଓ ସ୍କୁଟିକୁ ପୋଲିସ ଜବତ କରିଛି। ମୋବାଇଲ ଫୋନରେ ହୋଇଥିବା କଥାବାର୍ତ୍ତାର ରେକର୍ଡିଂ, ଚାଟିଂ ଆଦି ପ୍ରମାଣ ନଷ୍ଟ କରିବାକୁ ରାକେଶ ଉଦ୍ୟମ କରିଛନ୍ତି। ମୋବାଇଲରୁ ସମସ୍ତ ତଥ୍ୟ ରିକଭରି କରିବାକୁ ପୋଲିସ ଲ୍ୟାବକୁ ପଠାଇଛି। ଅନ୍ୟପକ୍ଷରେ ଝରାଫୁଲଙ୍କ ମୋବାଇଲ ଫୋନ ଏଯାଏ ପୋଲିସକୁ ମିଳି ପାରିନାହିଁ। ଝରାଫୁଲଙ୍କ ଶବ ମିଳିଥିବା ସ୍ଥାନକୁ ନେଇ ଡେମୋ ଦେଖାଇଲା ବେଳେ ଝରାଫୁଲଙ୍କ ମୋବାଇଲ ସେଠାରେ ଫିଙ୍ଗି ଦେଇଥିବା ନେଇ ରାକେଶ ପୋଲିସକୁ କହିଥିଲା। ପୋଲିସ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାହା ମିଳି ନ ଥିଲା। ଝରାଫୁଲଙ୍କ ମୋବାଇଲ ଫୋନ ମିଳିଲେ ପୋଲିସକୁ ତଦନ୍ତରେ ସଫଳତା ମିଳନ୍ତା ବୋଲି ଆଶା କରାଯାଉଛି। ଅପରପକ୍ଷରେ ଅଭିଯୁକ୍ତ ରାକେଶଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିବାରେ ଏଯାଏ ସଫଳ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାତିଅଧରେ ଘରେ ପଶି ଚଳାଇଲେ ୩ ରାଉଣ୍ଡ ଗୁଳି: ମହିଳା ଗୁରୁତର

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଘରେ ପଶି ମହିଳାଙ୍କୁ ଗୁଳି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ରାଇପାଳ...

ଅଦିନିଆ ବର୍ଷାରେ ବେହାଲ ସାନ ଆର୍ଜିପଲ୍ଲୀ ଗାଁ

ଛତ୍ରପୁର, ୬।୧୨(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗାଁ ଅଦିନିଆ ବର୍ଷାରେ ବେହାଲ ହୋଇଛି । ଲଗାଣ ବର୍ଷା...

ଯଶିପୁର ବିଇଓ ନିଲମ୍ବିତ

ବାରିପଦା,୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ଶିକ୍ଷାଧିକାରୀ ମଙ୍ଗଲ ଚରଣ ସିଂଙ୍କୁ...

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବ: ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର,୬।୧୨: ବାତ୍ୟା ମିଗ୍‌ଜୋମ୍‌ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି।  ଆଗାମୀ କିଛି ଘଣ୍ଟା...

ଦୁର୍ଗନ୍ଧକୁ ନେଇ ତେଜୁଛି ଜନଅସନ୍ତୋଷ

ଭୁବନେଶ୍ୱର, ୬।୧୨ (ବନ୍ଦନା ସେଠୀ): ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ) ପାଇଁ ଦିନକୁ ଦିନ ସ୍ଥିତି ବିଗିଡି ଚାଲିଛି। ଦୁର୍ଗନ୍ଧରେ ଅଧା...

ବାଲିଯାତ୍ରାରେ ସିଏମ୍‌ସି ଖର୍ଚ୍ଚକୁ ନେଇ ବିବାଦ

କଟକ,୬।୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଐତିହାସିକ କଟକ ବାଲିଯାତ୍ରା ମଙ୍ଗଳବାର ଶେଷ ହୋଇଛି। ହେଲେ ଏଥିପାଇଁ ହୋଇଥିବା ଖର୍ଚ୍ଚକୁ ନେଇ ବିବାଦ ମୁଣ୍ଡ ଟେକିଛି। ଚଳିତବର୍ଷ କଟକ ମହାନଗର...

ତଦନ୍ତରେ ବାଧା ଭିଏଟ୍‌ନାମା ଭାଷା

ପାରାଦୀପ,୬।୧୨(ଶରତ ରାଉତ): ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) ବର୍ଥରୁ ନଭେମ୍ବର ୩୦ ତାରିଖ ରାତିରେ ‘ଏମ୍‌ଭି ଦେବୀ’ ନାମକ ପଣ୍ୟବାହୀ ଜାହାଜରୁ...

ଲଘୁଚାପ ବର୍ଷାକୁ ନେଇ ଭୟଭୀତ ଚାଷୀ

ଯାଜପୁର ସଦର,୬।୧୨(ସମର ବିଜୟ ଶରଣ): ଲଘୁଚାପ ବର୍ଷାକୁ ନେଇ ଯାଜପୁର ବ୍ଲକ୍‌ ଅଞ୍ଚଳର ଚାଷୀ ଭୟଭୀତ ହୋଇ ପଡ଼ିଛନ୍ତି। ଯଦି ବର୍ଷା ହୁଏ ତେବେ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri