ତୈଳଭଣ୍ଡାର ବନାମ ପଥର ଖାଦାନ

ଯାଜପୁର ଅଫିସ,୭ା୨: ଦେଶର ୪ର୍ଥ ସର୍ବବୃହତ୍‌ ଚଣ୍ଡିଖୋଲ ତୈଳଭଣ୍ଡାର ପ୍ରତିଷ୍ଠା କରିବାକୁ ୨୦୧୮ ଜୁନ ୨୭ରେ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିଲା। ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ ପାଦଦେଶରେ ଉକ୍ତ ତୈଳଭଣ୍ଡାର ପ୍ରତିଷ୍ଠା କରିବାକୁ ଜମି ଚିହ୍ନଟ ଚୂଡାନ୍ତ ହୋଇସାରିଛି। ଏଥିପାଇଁ ଏହାର ୧୦ କିମି ପରିଧି ମଧ୍ୟରେ ଚାଲିଥିବା ପ୍ରାୟ ୨୦ରୁ ଊର୍ଦ୍ଧ୍ୱ କଳାପଥର ଖାଦାନଗୁଡ଼ିକୁ ବନ୍ଦ କରାଯାଇଥିଲା। କିନ୍ତୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିବାର ଅଢ଼େଇ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ହେଁ କେନ୍ଦ୍ର ସରକାରଙ୍କ ଏହି ମହତ୍‌ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ ନ କରି ଡଙ୍କାରୀରେ ପୁଣି ବେଆଇନ କଳାପଥର ଖାଦାନଗୁଡିକୁ ପ୍ରଶାସନିକ ପ୍ରୋତ୍ସାହନ ଦିଆଯାଉଛି। ଏପରି କି ଧର୍ମଶାଳା ତହସିଲ ପକ୍ଷରୁ ୩ ଜଣ ପଥର ବ୍ୟବସାୟୀଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଥିଲେ ହେଁ ତାହା ଏଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହିକ୍ରମରେ ଶନିବାର ପୂର୍ବାହ୍ନରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୨ ଜଣ ଅଧିକାରୀ ଡଙ୍କାରୀ ଗସ୍ତ କରି ଫେରିଯାଇଥିବା ସୂଚନା ମିଳିଛି।

ଆନ୍ଧ୍ରପ୍ରଦେଶ, କେରଳ, ରାଜସ୍ଥାନ ପରେ ଓଡ଼ିଶାରେ ଡଙ୍କାରୀ ପାଦଦେଶରେ ୩୮୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୪ ମିଲିୟନ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ପେଟ୍ରୋଲିୟମ ରିଜର୍ଭ ପ୍ରତିଷ୍ଠା ପ୍ରସ୍ତାବ ହୋଇଛି। ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୫୦୦ ଲୋକ ନିଯୁକ୍ତି ସୁଯୋଗ ପାଇବା ସମ୍ଭାବନା ରହିଛି ା କିନ୍ତୁ ଦେଶ ସହ ସ୍ଥାନୀୟ ବେକାର ଯୁବତୀଯୁବକଙ୍କ ସ୍ବାର୍ଥକୁ ଅଣଦେଖା କରି କେତେକ ପ୍ରଭାବଶାଳୀ ବ୍ୟକ୍ତି ପଥରଖାଦାନ ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ୨୦୧୮ ମେ ମାସରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ସମେତ ୪ଜଣ ଡଙ୍କାରୀ ପରିଦର୍ଶନରେ ଆସିଥିଲେ। କଳାପଥର ଖାଦାନକୁ ଦୃଷ୍ଟିରେ ରଖି ତୈଳଭଣ୍ଡାରକୁ ଆବଶ୍ୟକ ଜମି ଯୋଗାଇ ଦେବାରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ଉଠିଛି। ଏପରି କି ଧର୍ମଶାଳା ତହସିଲଦାର ଡଙ୍କାରୀ ଓ ଏହାର ଆଖପାଖରେ ଚାଲିଥିବା ଖାଦାନଗୁଡିକ ବନ୍ଦ ହେଲେ ସରକାର ପ୍ରାୟ ୧୪୧୩ କୋଟି ୮୬ ଲକ୍ଷ ୯୧ ହଜାର ୮୩୦ ଟଙ୍କା କ୍ଷତି ସହିବେ ବୋଲି ଜଣାଇଥିଲେ। ତଥାପି ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶମତେ ଲିଜ୍‌ଧାରୀମାନଙ୍କୁ ୧୨ା୪ା୨୦୧୮ରେ ଖାଦାନ ବନ୍ଦ କରିବାକୁ ନୋଟିସ ଜାରି ହୋଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ୪୦୦ ଏକର ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଚିଠି ହୋଇଥିଲା। ତଥାପି କଳାପଥର ଖାଦାନ ବନ୍ଦ ନ ହେବାରୁ ସ୍ଥାନୀୟ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ହାଇକୋର୍ଟ ଓ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଥିଲେ, ଯାହାକି ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଶନିବାର ଭାରତ ସରକାରଙ୍କ ୨ ଅଧିକାରୀ ଡଙ୍କାରୀ ପରିଦର୍ଶନରେ ଆସି ପ୍ରାୟ ୧ ଘଣ୍ଟା ଧରି ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ଫେରିଯିବା ପରେ ସ୍ଥାନୀୟ ଅଞ୍ଚଳରେ ନାନା ଆଲୋଚନା ହୋଇଛି। ତୈଳଭଣ୍ଡାରକୁ ଗୁରୁତ୍ୱ ନଦେଇ ପୁଣି କଳାପଥର ଖାଦାନ ଚାଲିଥିବାରୁ ତାହାର ରିପୋର୍ଟ ପ୍ରସ୍ତୁତ ହେଉଥିବା ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ପରିଦର୍ଶନ ସମ୍ପର୍କରେ ରାଜ୍ୟ ସରକାରଙ୍କ କୌଣସି ଅଧିକାରୀ ଜାଣିନାହାନ୍ତି। ଧର୍ମଶାଳା ତହସିଲଦାର ପ୍ରଶାନ୍ତ ସାମନ୍ତରାୟଙ୍କୁ ପଚାରିବାରେ ସେ କହିଛନ୍ତି, ଭାରତ ସରକାରଙ୍କ ଦୁଇ ଅଧିକାରୀ ଆସିଥିବା ସେ ଜାଣିଛନ୍ତି। ତେବେ କିଏ କିଏ ଆସିଥିଲେ ତାଙ୍କ ପରିଚୟ ଏଯାଏ ସେ ଜାଣି ପାରିନାହାନ୍ତି। ତୈଳ ଭଣ୍ଡାର ପ୍ରସଙ୍ଗରେ ଆସିଥିବା ସେ ଅନୁମାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri