ତୈଳଭଣ୍ଡାର ବନାମ ପଥର ଖାଦାନ

ଯାଜପୁର ଅଫିସ,୭ା୨: ଦେଶର ୪ର୍ଥ ସର୍ବବୃହତ୍‌ ଚଣ୍ଡିଖୋଲ ତୈଳଭଣ୍ଡାର ପ୍ରତିଷ୍ଠା କରିବାକୁ ୨୦୧୮ ଜୁନ ୨୭ରେ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିଲା। ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ ପାଦଦେଶରେ ଉକ୍ତ ତୈଳଭଣ୍ଡାର ପ୍ରତିଷ୍ଠା କରିବାକୁ ଜମି ଚିହ୍ନଟ ଚୂଡାନ୍ତ ହୋଇସାରିଛି। ଏଥିପାଇଁ ଏହାର ୧୦ କିମି ପରିଧି ମଧ୍ୟରେ ଚାଲିଥିବା ପ୍ରାୟ ୨୦ରୁ ଊର୍ଦ୍ଧ୍ୱ କଳାପଥର ଖାଦାନଗୁଡ଼ିକୁ ବନ୍ଦ କରାଯାଇଥିଲା। କିନ୍ତୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିବାର ଅଢ଼େଇ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ହେଁ କେନ୍ଦ୍ର ସରକାରଙ୍କ ଏହି ମହତ୍‌ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ ନ କରି ଡଙ୍କାରୀରେ ପୁଣି ବେଆଇନ କଳାପଥର ଖାଦାନଗୁଡିକୁ ପ୍ରଶାସନିକ ପ୍ରୋତ୍ସାହନ ଦିଆଯାଉଛି। ଏପରି କି ଧର୍ମଶାଳା ତହସିଲ ପକ୍ଷରୁ ୩ ଜଣ ପଥର ବ୍ୟବସାୟୀଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଥିଲେ ହେଁ ତାହା ଏଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହିକ୍ରମରେ ଶନିବାର ପୂର୍ବାହ୍ନରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୨ ଜଣ ଅଧିକାରୀ ଡଙ୍କାରୀ ଗସ୍ତ କରି ଫେରିଯାଇଥିବା ସୂଚନା ମିଳିଛି।

ଆନ୍ଧ୍ରପ୍ରଦେଶ, କେରଳ, ରାଜସ୍ଥାନ ପରେ ଓଡ଼ିଶାରେ ଡଙ୍କାରୀ ପାଦଦେଶରେ ୩୮୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୪ ମିଲିୟନ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ପେଟ୍ରୋଲିୟମ ରିଜର୍ଭ ପ୍ରତିଷ୍ଠା ପ୍ରସ୍ତାବ ହୋଇଛି। ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୫୦୦ ଲୋକ ନିଯୁକ୍ତି ସୁଯୋଗ ପାଇବା ସମ୍ଭାବନା ରହିଛି ା କିନ୍ତୁ ଦେଶ ସହ ସ୍ଥାନୀୟ ବେକାର ଯୁବତୀଯୁବକଙ୍କ ସ୍ବାର୍ଥକୁ ଅଣଦେଖା କରି କେତେକ ପ୍ରଭାବଶାଳୀ ବ୍ୟକ୍ତି ପଥରଖାଦାନ ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ୨୦୧୮ ମେ ମାସରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ସମେତ ୪ଜଣ ଡଙ୍କାରୀ ପରିଦର୍ଶନରେ ଆସିଥିଲେ। କଳାପଥର ଖାଦାନକୁ ଦୃଷ୍ଟିରେ ରଖି ତୈଳଭଣ୍ଡାରକୁ ଆବଶ୍ୟକ ଜମି ଯୋଗାଇ ଦେବାରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ଉଠିଛି। ଏପରି କି ଧର୍ମଶାଳା ତହସିଲଦାର ଡଙ୍କାରୀ ଓ ଏହାର ଆଖପାଖରେ ଚାଲିଥିବା ଖାଦାନଗୁଡିକ ବନ୍ଦ ହେଲେ ସରକାର ପ୍ରାୟ ୧୪୧୩ କୋଟି ୮୬ ଲକ୍ଷ ୯୧ ହଜାର ୮୩୦ ଟଙ୍କା କ୍ଷତି ସହିବେ ବୋଲି ଜଣାଇଥିଲେ। ତଥାପି ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶମତେ ଲିଜ୍‌ଧାରୀମାନଙ୍କୁ ୧୨ା୪ା୨୦୧୮ରେ ଖାଦାନ ବନ୍ଦ କରିବାକୁ ନୋଟିସ ଜାରି ହୋଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ୪୦୦ ଏକର ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଚିଠି ହୋଇଥିଲା। ତଥାପି କଳାପଥର ଖାଦାନ ବନ୍ଦ ନ ହେବାରୁ ସ୍ଥାନୀୟ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ହାଇକୋର୍ଟ ଓ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଥିଲେ, ଯାହାକି ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଶନିବାର ଭାରତ ସରକାରଙ୍କ ୨ ଅଧିକାରୀ ଡଙ୍କାରୀ ପରିଦର୍ଶନରେ ଆସି ପ୍ରାୟ ୧ ଘଣ୍ଟା ଧରି ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ଫେରିଯିବା ପରେ ସ୍ଥାନୀୟ ଅଞ୍ଚଳରେ ନାନା ଆଲୋଚନା ହୋଇଛି। ତୈଳଭଣ୍ଡାରକୁ ଗୁରୁତ୍ୱ ନଦେଇ ପୁଣି କଳାପଥର ଖାଦାନ ଚାଲିଥିବାରୁ ତାହାର ରିପୋର୍ଟ ପ୍ରସ୍ତୁତ ହେଉଥିବା ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ପରିଦର୍ଶନ ସମ୍ପର୍କରେ ରାଜ୍ୟ ସରକାରଙ୍କ କୌଣସି ଅଧିକାରୀ ଜାଣିନାହାନ୍ତି। ଧର୍ମଶାଳା ତହସିଲଦାର ପ୍ରଶାନ୍ତ ସାମନ୍ତରାୟଙ୍କୁ ପଚାରିବାରେ ସେ କହିଛନ୍ତି, ଭାରତ ସରକାରଙ୍କ ଦୁଇ ଅଧିକାରୀ ଆସିଥିବା ସେ ଜାଣିଛନ୍ତି। ତେବେ କିଏ କିଏ ଆସିଥିଲେ ତାଙ୍କ ପରିଚୟ ଏଯାଏ ସେ ଜାଣି ପାରିନାହାନ୍ତି। ତୈଳ ଭଣ୍ଡାର ପ୍ରସଙ୍ଗରେ ଆସିଥିବା ସେ ଅନୁମାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?