ବ୍ୟବସାୟୀଙ୍କୁ ଗୁଳିମାଡ଼: ଲୁଟିନେଲେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର

ଖୋର୍ଦ୍ଧା,୯।୫: ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ଅଧୀନ ନିମିକ୍ଷେତା ଗାଁ ରାସ୍ତାରେ ଶୁକ୍ରବାର ଏକ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ସୁନା ବ୍ୟବସାୟୀ ଉମାକାନ୍ତପୁର ଗ୍ରାମର ବ୍ୟବସାୟୀ ପ୍ରହଲ୍ଲାଦ ନାୟକ(୪୨) ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଦେହରେ ୨ ରାଉଣ୍ଡ ଗୁଳି ବାଜିଛି। ଛାତି ଏବଂ କାନ୍ଧରେ ଗୁଳି ବାଜିଥିବା ସୂଚନା ମିଳିଛି। ଦୁର୍ବୃତ୍ତମାନେ ତାଙ୍କଠାରୁ ପ୍ରାୟ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ରୁପା ଏବଂ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଦୁଇଟି ପଲସର ବାଇକରେ ୫ ଜଣ ଦୁର୍ବୃତ୍ତ ଆସିଥିଲେ। ଲୁଟ ପରେ ସେମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଖବର ପାଇ ବାଲୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପ୍ରବେଶ ପଥକୁ ସିଲ କରି ତନାଘନା ଜାରି ରଖିଛି।

ମିଳିଥିବା ସୂଚନା ମୁତାବକ, ବାଲୁଗାଁ ବଜାରରେ ପ୍ରହଲ୍ଲାଦଙ୍କ ଓଁକାର ଜୁଏଲର୍ସ ଦୋକାନ ରହିଛି । ଦୈନନ୍ଦିନ ସକାଳୁ ସେ ସ୍ଥାନୀୟ ଗ୍ରାମାଞ୍ଚଳ ବୁଲି କ୍ଷୁଦ୍ର ବ୍ୟବସାୟୀଙ୍କୁ ରୁପା ଓ ସୁନା ଅଳଙ୍କାର ବିକ୍ରି କରି ପୂର୍ବାହ୍ନରେ ଦୋକାନ ଖୋଲନ୍ତି l ପ୍ରତିଦିନ ପରି ଶୁକ୍ରବାର ସକାଳ ପ୍ରାୟ ସାଢେ ୮ରେ ସେ ୧୫ କିଲୋ ରୁପା ଏବଂ ୨୦ଗ୍ରାମ ସୁନା ଅଳଙ୍କାର ଥିବା ବ୍ୟାଗକୁ ବାଇକ ଡ଼ିକିରେ ରଖି ବ୍ୟବସାୟ ନିମନ୍ତେ ଘରୁ ବାହାରିଥିଲେ ।

ନିମିକ୍ଷେତା ଗାଁ ପଛ ରାସ୍ତାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ୫ଜଣ ଦୁର୍ବୃତ୍ତ ପ୍ରହଲ୍ଲାଦଙ୍କୁ ଘେରିଯାଇ ବନ୍ଧୁକ ମୁନରେ ଭୟଭୀତ କରି ଡିକିରୁ ଅଳଙ୍କାର ବ୍ୟାଗ ଲୁଟିନେବାକୁ ଉଦ୍ୟମ କରିଥିଲେ l ତେବେ ପ୍ରହଲ୍ଲାଦ ଏବଂ ଦୁର୍ବୃତ୍ତଙ୍କ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ହୋଇଥିଲା।

ପରେ ଜଣେ ଦୁର୍ବୃତ୍ତ ପ୍ରହଲ୍ଲାଦଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା । ଫଳରେ ଗୁଳି ତାଙ୍କର ଡାହାଣ ଛାତି ଏବଂ କାନ୍ଧରେ ବାଜିଥିଲା । ରକ୍ତାକ୍ତ ଅବସ୍ଥାରେ ସେ ତଳେ ପଡିଯିବା ପରେ ଦୁର୍ବୃତ୍ତମାନେ ଡିକିରୁ ଅଳଙ୍କାର ବ୍ୟାଗ ଧରି ବାଲୁଗାଁ ବାଇପାସ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଗଞ୍ଜାମ ଅଭିମୁଖେ ଫେରାର ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ପ୍ରହଲ୍ଲାଦଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଶରୀରରେ ୨ଟି ଯାକ ଗୁଳି ରହିଥିବା ବେଳେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷେ ବାଲୁଗାଁ ଏସ୍‌ଡ଼ିପିଓ ସଞ୍ଜୟ ପଟ୍ଟନାୟକ ଏବଂ ଆଇଆଇସି ଜୟ ପ୍ରକାଶ ପରିଡା ପହଞ୍ଚି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଉକ୍ତ ରାସ୍ତାରେ ଥିବା ସିସି କ୍ୟାମେରା ଫୁଟେଜ ଯାଞ୍ଚକାର୍ଯ୍ୟ ଚଳାଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ବ୍ୟବସାୟୀ ଜଣକ ରୁପା ଅଳଙ୍କାର ଧରି ନିମିଖେତା ରାସ୍ତାରେ ଯାଉଥିଲେ। ସେତିକିବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅଠକାଇ ଅଳଙ୍କାର ଦେବାକୁ କହିଥିଲେ। ଏଥିରେ ସେ ରାଜି ନ ହେବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଲାଇଥିଲେ। ଫଳରେ ଗୁଳି ତାଙ୍କ ଦେହରେ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri