ବିପଦରେ ଜେନାପୁର ବ୍ରାହ୍ମଣୀ ପୋଲ

ଯାଜପୁର ଅଫିସ/ଜେନାପୁର(ଡ଼ି.ଏନ.ଏ),୩୦।୬: ବ୍ରାହ୍ମଣୀ ନଦୀ ଉପରେ ଜେନାପୁର ନିକଟରେ ପ୍ରାୟ ୪୫ କୋଟି ଟଙ୍କାରେ ନିର୍ମିତ ହାଇଲେବୁଲ ବ୍ରିଜ ଏବେ ବିପଦରେ ପଡିଛି। ଆର ଏଣ୍ଡ ବି ବିଭାଗ ପକ୍ଷରୁ ଏହି ବ୍ରିଜକୁ ସୁରକ୍ଷା ଦେବାକୁ ଯାଇ ଜେନାପୁର ପାର୍ଶ୍ୱରେ ଏକ ବ୍ୟାରିକେଡ ନିର୍ମାଣ ହୋଇଛି। ହେଲେ ବାଲି ବ୍ୟବସାୟୀମାନେ ଭାରିଯାନ ବାଲି ବୋଝେଇ ଗାଡି ଚଳାଚଳ କରି ବ୍ୟାରିକେଡକୁ ମାନୁ ନ ଥିବା କାରଣରୁ ଏଭଳି ଆଶଙ୍କା ପ୍ରକାଶ ପାଇଛି।

ଯାଜପୁର ଜିଲାରେ ବେଆଇନ ବାଲି ମାଫିଆଙ୍କୁ ଲଗାମ ଦେବାରେ ପ୍ରଶାସନ ବିଫଳ ହେଉଛି । କେତେକ ପ୍ରଶାସନିକ ଅଧିକାରୀଙ୍କୁ ହାତ କରି ବାଲି ମାଫିଆମାନେ ଧାର୍ଯ୍ୟ ପରିମାଣଠାରୁ ବହୁ ଗୁଣରେ ଅଧିକ ବାଲି ଉତ୍ତୋଳନ କରି ସରକାରଙ୍କ ଗାଇଡଲାଇନକୁ ମଧ୍ୟ ମାନୁନାହାନ୍ତି। ନଦୀ ଭିତରୁ ବାଲି ଛାଣି ଚାଲାଣ କରୁଛନ୍ତି। ଯାହାର ଜ୍ୱଳନ୍ତା ଉଦାହରଣ ରସୁଲପୁର ତହସିଲ ଓ ଧର୍ମଶାଳା ତହସିଲ ଅନ୍ତର୍ଗତ ଜେନାପୁର-ଜାବରା ବ୍ରାହ୍ମଣୀ ପୋଲ ତଳୁ ଚାଲିଛି। ରସୁଲପୁର ତହସିଲ ଜାବର ଘାଟକୁ ଲିଜ ଦେଇଥିବାବେଳେ ବାଲି ମାଫିଆ ଜେନାପୁର ଓ ଜାବରା ମଧ୍ୟ ସ୍ଥଳରୁ ବାଲି ଉତ୍ତୋଲନ କରୁଛନ୍ତି। ସେମାନଙ୍କ ଠାରୁ ସରକାରୀ ହିସାବରେ ରାଜସ୍ବ ନିଆ ଯାଉଥିବାବେଳେ ବାଲି ଉତ୍ତୋଲନରେ ସୀମା ମଧ୍ୟ ରଖା ଯାଇଅଛି। ଏପରିକି ବାଲି ଘାଟରେ ବିଭିନ୍ନ ମେଶିନ ନିୟମ ନ ଥିଲେ ବି ଦିନ ଦ୍ୱିପ୍ରହରରେ ମେଶିନ ଲଗାଇ ବାଲି ଚାଲାଣ ହେଉଛି। ୨୨ା୬ା୨୦୨୨ ରେ ବିଳମ୍ବିତ ରାତିରେ ବିନା ଆର ଫର୍ମରେ ଯାବରା ଘାଟରୁ ବାଲି ଚାଳନ ହେଉଥିବାବେଳେ ସ୍ଥାନୀୟ ଲୋକମାନେ ଗାଡିକୁ ଅଟକାଇ ପୋଲିସ ଜିମା ଦେଇଥିଲେ ।

ଚିନ୍ତାର ବିଷୟ ବ୍ରାହ୍ମଣୀ ହାଇଲେବୁଲ ପୋଲ ଉପରେ ଓଭର ଲୋଡ଼ିଂ କରି ବଡ ବଡ ହାଇୱା ଯୋଗେ ବାଲି ଚାଲାଣ ହେଉଛି। ଏଥିରେ ପୋଲର ଭିତ୍ତିଭୂମି ଦୁର୍ବଳ ହେବା ସହ କେତେକ ସ୍ଥାନରେ ଦବି ଯାଉଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଆର ଆଣ୍ଡ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାରୁ ବଡ ଗାଡି ପୋଲ ଅତିକ୍ରମ ଯେପରି କରି ନ ପାରିବ ସେ ନେଇ ଏକ ଲୁଡା ବ୍ୟାରିକେଡ ନିର୍ମାଣ ହୋଇଛି। ହେଲେ ଏହି ବ୍ୟାରିକେଡକୁ ମଧ୍ୟ ନ ମାନି ପ୍ରତିଦିନ ଶତାଧିକ ଓଭରଲୋଡିଂ ବାଲି ବୋଝେଇ ଗାଡି କବାଟବନ୍ଧ, ଜରକା ରାସ୍ତା ଓ ଲକ ବଜାରଠାରୁ ଜେନାପୁର ମେଡ଼ିକାଲ ଦେଇ ଯାଇଥିବା ରାସ୍ତାରେ ଚଳାଚଳ କରୁଛି। ଏଠାକାର ଗ୍ରାମାଞ୍ଚଳ ରାସ୍ତାଗୁଡିକରେ ସର୍ବାଧିକ ୧୦ ଟନ ମାଲ ପରିବହନର ନିୟମ ଥିବାବେଳେ ହାଇୱା ଗାଡିଗୁଡିକରେ ୪୦/୫୦ ଟନ ବାଲି ଚାଲାଣ ହେଉଛି ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ

ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…

ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର: ବାଇକ-ସ୍କୁଟି ଉପରେ…

ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଛି ମାଲବୋଝେଇ ଟ୍ରଲର। ଦୁର୍ଘଟଣାରେ…

ସମସ୍ୟା ନେଇ ଏନଏସି କାର୍ଯ୍ୟାଳୟ ଯାଇଥିଲେ ଯୁବଗୋଷ୍ଠୀ: କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ଗଞ୍ଜାମ, ୨୪।୯ (ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମାନସ ଜେନା ସ୍ଥାନୀୟ ଲୋକଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ବାତ୍ୟା ପ୍ରଭାବରେ…

ଗାଁରେ ପଶିଲା ସମୁଦ୍ର ଜୁଆର: ଅପହଞ୍ଚ ସାନ୍ତାଳୀ ଗାଁ ପାଣିଖିଆରେ ଦୁଇଟି ଘାଇ

ମହାକାଳପଡ଼ା, ୨୪।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?