Posted inUncategorized

ଜେଇଇ ମେନ୍ସ-୨୦୨୪ରେ ଓଡିଏମ୍‌ର ବାଜିମାତ୍‌

ଭୁବନେଶ୍ୱର,୧୪।୨:ରାଜ୍ୟର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ଏବଂ ଓଡିଏମ୍‌ ଗ୍ଲୋବାଲ୍‌ ସ୍କୁଲର ଛାତ୍ରୀଛାତ୍ରମାନେ ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିଶନ(ମେନ୍‌) ବା ଜେଇଇ ମେନ୍ସ-୨୦୨୪ ପରୀକ୍ଷା ଫଳାଫଳରେ ଉଲ୍ଲେଖନୀୟ ସଫଳତା ସହ ବାଜିମାତ କରିଛନ୍ତି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍‌ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ସର୍ବଭାରତୀୟ ଜେଇଇ ମେନ୍ସ୍‌ (ପେପର/ପର୍ଯ୍ୟାୟ-୧)-୨୦୨୪ ପରୀକ୍ଷା ଫଳାଫଳରେ ଉଭୟ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ ଓ ଓଡିଏମ୍‌ ଗ୍ଲୋବାଲ୍‌ ସ୍କୁଲ୍‌ର ଛାତ୍ରୀଛାତ୍ରମାନେ ଅଭୂତପୂର୍ବ କୃତିତ୍ୱ ହାସଲ କରି ବିଦ୍ୟାଳୟକୁ ଗୌରବମଣ୍ଡିତ କରିଛନ୍ତି। ଓଡିଏମ୍‌ ପବ୍ଲିକ ସ୍କୁଲ୍‌ର ଛାତ୍ର ସତ୍ୟେନ୍ଦୁ କର (୯୯.୯୮) ପରସେଣ୍ଟାଇଲ୍‌ ସହ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଥିଲାବେଳେ ୟଶ୍‌ ବର୍ଦ୍ଧନ ପ୍ରତିହସ୍ତ (୯୯.୯୧), ପୁଲକ ରଞ୍ଜନ ମଲ୍ଲିକ୍‌ (୯୯.୮୩), ସ୍ବାଭିମାନ୍‌ ନାୟକ (୯୯.୭୧), ଅନୁପ୍ରାସ୍‌ ପଟ୍ଟନାୟକ (୯୯.୫୧), ସ୍ବୟମ୍‌ ଶତପଥୀ (୯୯.୫୧), ରୋହନ୍‌ ରାଜ୍‌ (୯୯.୨୫), ଜନ୍ମେଜୟ ଭୂଇଁଆ (୯୯.୧୪) ଏବଂ ସ୍ବୟଂଶ୍ରୀ ଗାହଣ (୯୯.୦୪) ପରସେଣ୍ଟାଇଲ୍‌ ନମ୍ବର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡିଏମ୍‌ ଗ୍ଲୋବାଲ୍‌ ସ୍କୁଲର ଦେବାଶିଷ୍‌ ପଣ୍ଡା (୯୯.୯୫), ଆଶୁତୋଷ ନାୟକ (୯୯.୮୫), ପ୍ରତ୍ୟୁଷ କୁମାର ମାସାନ୍ତା (୯୯.୬୯), ମୀତଲ ରାଉତ(୯୯.୪୪) ଏବଂ ଅତୁଲିତ୍‌ ସରୱାଗୀ (୯୯.୨୬) ପରସେଣ୍ଟାଇଲ୍‌ ସହ କୃତିତ୍ୱ ହାସଲକରି ବିଦ୍ୟାଳୟର ସମ୍ମାନ ଓ ପ୍ରତିଷ୍ଠା ବଢାଇଛନ୍ତି। ଓଡିଏମ୍‌ ଶିକ୍ଷା-ସମୂହର ପ୍ରତିଷ୍ଠାତା ଡ. ସତ୍ୟବ୍ରତ ମୀନକେତନ, ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଓଓ) ସ୍ବୟନ ସତ୍ୟେନ୍ଦୁଙ୍କ ସମେତ ଉଭୟ ଶିକ୍ଷାନୁଷ୍ଠାନ ବହୁ ବରିଷ୍ଠ ଅଧିକାରୀ ତଥା ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉକ୍ତ ସଫଳତା ପାଇଁ ଛାତ୍ରୀଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶକୁ କୁଆଡ଼େ ନେଉଛ

ଜଣେ ସ୍ବାସ୍ଥ୍ୟ ଖରାପ ଯୋଗୁ ଡାକ୍ତର ପାଖକୁ ଗଲେ। ଡାକ୍ତର ରୋଗୀକୁ ଦେଖି କହିଲେ- ଆପଣଙ୍କର ସବୁ ଠିକ୍‌ ଅଛି କିନ୍ତୁ କିଛି ହୃଦ୍‌ରୋଗଜନିତ ସମସ୍ୟା...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଡିଭିଜନ ବେଞ୍ଚରେ ରାଜ୍ୟ ସରକାରଙ୍କ ଅପିଲ

କଟକ,୨୫ା୪(କାର୍ତ୍ତିକ ସାହୁ): ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ମାମଲାର ରାୟ ପ୍ରକାଶ କରି...

ନାବାଳିକାଙ୍କୁ ବାରମ୍ବାର ବଳାତ୍କାର : ଦୋଷୀଙ୍କୁ ୨୦ବର୍ଷ କାରାଦଣ୍ଡ

ବାଲେଶ୍ୱର,୨୫।୪(ମାନସ ବିଶ୍ୱାଳ): ବାଲେଶ୍ୱର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ରଞ୍ଜନ କୁମାର ସୂତାର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ...

ନିଜ ସ୍ତ୍ରୀ ଆଗରେ ମହିଳାଙ୍କୁ କଲେ ବଳାତ୍କାର, ନଗ୍ନ ଫଟୋ ଦେଖାଇ ଧର୍ମ ବଦଳାଇବାକୁ କଲେ ବ୍ଲାକମେଲ୍

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକରେ ୨୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ କିଛି ବ୍ୟକ୍ତି ତାଙ୍କ ନଗ୍ନ ଫଟୋ ଦେଖାଇ ବ୍ଲାକମେଲ ମାଧ୍ୟମରେ ଇସଲାମ ଧର୍ମ ଗ୍ରହଣ...

ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ...

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri