Posted inଜାତୀୟ

ଅରୁଣାଚଳରେ ଜେଡିୟୁକୁ ଝଟ୍‌କା

ଇଟାନଗର, ୨୬।୧୨ : ଅରୁଣାଚଳପ୍ରଦେଶରେ ସଂଯୁକ୍ତ ଜନତା ଦଳ (ଜେଡିୟୁ)କୁ ଶକ୍ତ ଝଟ୍‌କା ଲାଗିଛି। ସେଠାର ୬ ଜଣ ଜେଡିୟୁ ବିଧାୟକ ଭାଜପାରେ ଯୋଗଦେଇଛନ୍ତି। ଏହା ବ୍ୟତୀତ ପିପୁଲ୍ସ ପାର୍ଟି ଅଫ୍‌ ଅରୁଣାଚଳ(ପିପିଏ)ର ଏକମାତ୍ର ବିଧାୟକ କାର୍ଡୋ ନିଗ୍ୟୋର୍‌ ମଧ୍ୟ ଭାଜପାରେ ସାମିଲ ହୋଇଛନ୍ତି। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଏଭଳି ପରିବର୍ତ୍ତନ ଘଟିଛି।
ଭାଜପାରେ ସାମିଲ ହୋଇଥିବା ଜେଡିୟୁ ବିଧାୟକମାନେ ହେଲେ ତାଲେମ ଟାବୋହ, ହାୟେଙ୍ଗ୍‌ ମାଙ୍ଗ୍‌ଫି, ଜିକେ ଟାକୋ, ଦୋର୍ଜି ଓ୍ବାଙ୍ଗ୍‌ଡି ଖାର୍ମା, ଡୋଙ୍ଗ୍ରୁ ସିଓଙ୍ଗ୍‌ଜୁ ଏବଂ କାଙ୍ଗୋଙ୍ଗ୍‌ ଟାକୁ। ଦଳବିରୋଧୀ କାର୍ଯ୍ୟ ଲାଗି ସିଓଙ୍ଗ୍‌ଜୁ, ଖାର୍ମା ଓ ଟାକୁଙ୍କୁ ଜେଡିୟୁ ନଭେମ୍ବର ୨୬ରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା। ବରିଷ୍ଠ ନେତାଙ୍କୁ ନ ଜଣାଇ ଏମାନେ ତାଲେମ୍‌ ଟାବୋହଙ୍କୁ ନୂଆ ସଂସଦୀୟ ଦଳ ନେତା ନିର୍ବାଚନ କରିଥିଲେ। ପିପିଏ ବିଧାୟକ ମଧ୍ୟ ପୂର୍ବରୁ ତାଙ୍କ ଦଳରୁ ନିଲମ୍ବିତ ହୋଇଥିଲେ। ଭାଜପାରେ ଯୋଗଦେବା ଲାଗି ଉପରୋକ୍ତ ବିଧାୟକମାନେ ଦେଇଥିବା ପତ୍ରକୁ ଆମେ ଗ୍ରହଣ କରିଛୁ ବୋଲି ଦଳର ରାଜ୍ୟ ସଭାପତି ବି.ଆର୍‌. ଓ୍ବାଘେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ୨ ଗୁଣା ବୃଦ୍ଧି ପାଇଛି ଅସ୍ତ୍ରବିରତି ଉଲ୍ଲଂଘନ: ଚଳିତ ବର୍ଷ ୩୨ ଶହ ଥରରୁ ଅଧିକ

ଶ୍ରୀନଗର,୨୮।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ଉତ୍ତେଜନା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ୨୦୦୩ ଚୁକ୍ତିର ଅବମାନନା...

ଅହମଦ ପଟେଲଙ୍କୁ ଆୟକର ସମନ

ନୂଆଦିଲ୍ଲୀ,୭ା୩(ପି.ଟି.): ଟିକସ ଫାଙ୍କି ସହ ସମ୍ପୃକ୍ତି ଅଭିଯୋଗରେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲଙ୍କୁ ଆୟକର ବିଭାଗ ପକ୍ଷରୁ ସମନ ଜାରି କରାଯାଇଛି। ଦଳୀୟ ଅର୍ଥ...

୭ମାସ ପରେ ଖୋଲିଲା ସ୍କୁଲ

ଲକ୍ଷ୍ନୌ/ଚଣ୍ଡିଗଡ଼, ୧୯।୧୦: ଦୀର୍ଘ ୭ ମାସ ପରେ ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ସୋମବାର ସ୍କୁଲ ଖୋଲିଛି। ସରକାରୀ ମାର୍ଗଦର୍ଶିକାକୁ ପାଳନ କରାଯାଇ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ...

୪ ବର୍ଷରେ ଇଲେକ୍ଟ୍ରୋଲ ବଣ୍ଡ୍‌ରୁ ମିଳିଛି ୯ ହଜାର କୋଟିରୁ ଅଧିକ, ଚାନ୍ଦା କିଏ ଦେଇଛି-କେଉଁଠୁ ଆସିଛି କୌଣସି ତଥ୍ୟ ନାହିଁ…

ନୂଆଦିଲ୍ଲୀ, ୧୬।୨ : ଜାନୁଆରୀ ୨୦୨୨ ର ପ୍ରଥମ ୧୦ଦିନରେ, ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେବା ପାଇଁ ଏସବିଆଇରୁ ପ୍ରାୟ ୧,୨୧୩ କୋଟି ଟଙ୍କାର ଇଲେକ୍ଟ୍ରୋଲ...

ପ୍ଲାଷ୍ଟିକ୍‌ ବର୍ଜ୍ୟ ପଦାର୍ଥରୁ ହେବ ଟାଇଲ୍ସ୍‌ ନିର୍ମାଣ

ଡେରାଡୁନ୍‌,୪।୭: ଦେଶରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ପଦାର୍ଥ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହାଯୋଗୁ ପ୍ରଦୂଷଣ ବୃଦ୍ଧି ପାଇଛି। ତେବେ ଉତ୍ତରଖଣ୍ଡ ଚାମୋଲି ମ୍ୟୁନିସିପାଲିଟି ପକ୍ଷରୁ...

କଂଗ୍ରେସରେ ପୁଣି ‘ଲେଟର ବମ୍‌’ ବିସ୍ଫୋରଣ: ପରିବାର ମୋହରୁ ଦୂରେଇ ରହିବାକୁ ସୋନିଆଙ୍କୁ ପରାମର୍ଶ

ଲକ୍ଷ୍ନୌ, ୬।୯: କଂଗ୍ରେସରେ ଆଭ୍ୟନ୍ତରୀଣ ଅସନ୍ତୋଷ ଏବେ ଧୀରେଧୀରେ ପଦାରେ ପଡ଼ିବାକୁ ଆରମ୍ଭ କରିଛି। କିଛିଦିନ ତଳେ ୨୩ ଜଣ ସଦସ୍ୟ ଦଳରେ ନେତୃତ୍ୱ ସଙ୍କଟ...

‘ବିରୋଧୀଙ୍କୁ ବିସର୍ଜନ କରିଦିଅ’

ଲକ୍ଷ୍ନୌ,୨୨।୨: ଉତ୍ତର ପ୍ରଦେଶ ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟ ମତଦାନ ବୁଧବାର ହେବ। ଏବେ ୧୭୨ଟି ଆସନ ପାଇଁ...

ଦିଲ୍ଲୀରୁ ଖୁସି ଖବର: ନୂଆ ଔଷଧକୁ ମିଳିଲା ମଞ୍ଜୁରୀ, ଅକ୍ସିଜେନ୍‌ ଆବଶ୍ୟକତା ହେବ କମ୍‌…

ନୂଆଦିଲ୍ଲୀ,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ସରକାର...

Advertisement
Archives

Model This Week