ଜୟଦେବ ମିଛ କହୁଛନ୍ତି, ଦମ୍‌ ଅଛି ପ୍ରମାଣ ଦିଅନ୍ତୁ: ବିଡିଓ

ହାଟଡିହୀ,୧୮ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଅଧୀନ କେ. ବାଲିପାଳ ପଞ୍ଚାୟତର ତଅଁଳ ଗ୍ରାମରେ ବିଜେଡି ପକ୍ଷରୁ ଲୋକ ପ୍ରତିନିଧି ସରକାରୀ ଗାଡ଼ି ବ୍ୟବହାର କରି ସ୍ବୟଂ ସହାୟକ ଗୋଷ୍ଠୀର ମା’, ଭଉଣୀଙ୍କୁ ଡାକି ଜବରଦସ୍ତ ଟଙ୍କା ବାଣ୍ଟୁଛନ୍ତି। ସ୍ପଷ୍ଟ ଦିବାଲୋକରେ ଏପରି ଘଟଣା ଘଟିଥିବା ଦେଖାଯାଇଛି। ସରକାରୀ ସଭା ଗୃହ ଏପରି କାର୍ଯ୍ୟ ଚାଲିଥିବା ବେଳେ ହାଟଡିହୀ ବିଡିଓ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଛନ୍ତି। ନିର୍ବାଚନକୁ ଯଦି ପକ୍ଷପାତ କରାଯାଏ ପରିସ୍ଥିତି ଭୟାବହ ହେବ। ନିର୍ବାଚନ ପରେ କଂଗ୍ରେସ ମୁକାବିଲା କରିବ। ଏପରି ଟିପ୍ପଣୀ ଦେଇଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ଜୟଦେବ ଜେନା। ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହା ପରେ ହାଟଡିହୀ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଏହାକୁ ନିନ୍ଦା କରିବା ସହ ପ୍ରତିକ୍ରିୟା ରଖିଛନ୍ତି। ପାଣିଗ୍ରାହୀ କହିଛନ୍ତି, ଏପରି ଭିଡିଓ ଦେଖିବା ପରେ ଅତି ଆଶ୍ଚର୍ଯ୍ୟ ଏବଂ ଦୁଃଖ ଲାଗୁଛି। ଜୟଦେବ ପାଗଳ ପରି ପ୍ରଳାପ କରୁଥିବା ମନେ ହୋଇଛି। ମୁଁ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନ ଟ୍ରେନିଂରେ ଥିଲି। ତେଣୁ କିପରି ତଅଁଳ ଗ୍ରାମକୁ ଯାଇ ଭୋଟ୍‌ ପାଇଁ ବିଜେଡିକୁ ଟଙ୍କା ବଣ୍ଟନ ରେ ସହଯୋଗ କଲି। ଜୟଦେବ ମିଛ କହୁଛନ୍ତି। ଯଦି ତାଙ୍କର ଦମ୍‌ ଅଛି ପ୍ରମାଣ ଦିଅନ୍ତୁ। ନିର୍ବାଚନ କମିଶନଙ୍କଠାରେ ଅଭିଯୋଗ କରନ୍ତୁ। ନିର୍ବାଚନ ସମୟରେ ମିଛ କଥା କହି ଅଯଥା ସମସ୍ୟା ଏବଂ ଅଶାନ୍ତି କରିବାକୁ ସେ ଚାହୁଁଛନ୍ତି।
ସେହିପରି ବିଜେଡି ମଧ୍ୟ ଏହାର ଜବାବ ରଖିଛି। ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ କହିଛନ୍ତି, ହାରିଯିବା ଭୟରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଜୟଦେବଙ୍କର ଏହା ଏକ ମିଛ ଏବଂ ସୁନ୍ଦର ପ୍ଲାନ। ଭୋଟରଙ୍କୁ ଭୁଆଁ ବୁଲାଇ ଭୋଟ୍‌ ହାତେଇବା ପାଇଁ ସୁପରିକଳ୍ପିତ ଅଭିନବ ପ୍ରୟାସ କରୁଛନ୍ତି। ଯାହାକି ଭୀରୁ ଏବଂ କାପୁରୁଷର ଲକ୍ଷଣ କହିଲେ ଅତ୍ୟୁକ୍ତ ହେବନି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ: ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ଗୁଳି କରି ହତ୍ୟା, ବାଜିଛି ୩ ରାଉଣ୍ଡ ଗୁଳି

କୋଲକାତା,୬।୫: ପଶ୍ଚିମବଙ୍ଗରୁ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପାର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହକାରୀ (PA) ଚନ୍ଦ୍ରନାଥ ରଥଙ୍କୁ…

କାଗଜ କଲମରେ ସୀମିତ ‘ଜଙ୍ଗଲ ଅଧିକାର’: ସେମେଳପଦର ଗ୍ରାମବାସୀଙ୍କୁ ମିଳୁନି ହକ୍, ପ୍ରଶାସନିକ ଅବହେଳାରୁ ବଢୁଛି ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ପଞ୍ଚାୟତର ସେମେଳପଦର ଗ୍ରାମରେ ଜଙ୍ଗଲ ଅଧିକାର ଆଇନ କେବଳ ପ୍ରହସନ…

କୁଟ୍ରୁମାଳି ଜନଶୁଣାଣି ସ୍ଥଗିତ: “ମା’-ମାଟି-ମାଳି” ରକ୍ଷା ପାଇଁ କଳାହାଣ୍ଡି ଓ ରାୟଗଡ଼ାରେ ଗର୍ଜୁଛି ଆନ୍ଦୋଳନ

ଥୁଆମୂଳ ରାମପୁର, ୬।୫ (ଦୁର୍ଗା କୀର୍ତ୍ତି): କୁଟ୍ରୁମାଳି ବକ୍ସାଇଟ୍ ଖଣି ପ୍ରକଳ୍ପକୁ ନେଇ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି।…

ବ୍ରହ୍ମପୁରରୁ ଚୋରି ହୋଇଯାଇଥିଲା ବାଇକ, ଦେଢବର୍ଷ ପରେ ମାଲିକଙ୍କୁ ଫେରାଇଲା କେ. ନୂଆଗାଁ ପୋଲିସ

ଦିଗପହଣ୍ଡି,୬।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ପୋଲିସକୁ ରାସ୍ତାକଡ ରୁ ମିଳିଥିବା ହୋଣ୍ଡା ୟୁନିକର୍ଣ୍ଣ ବାଇକ (ନଂ. ଓଡ଼ି୦୭ ଏଜି – ୪୨୫୦) କୁ…

ବିଶ୍ବରେ ଚହଳ! ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ, ହର୍ମୁଜ୍‌ ନ ଖୋଲିଲେ ବୋମାମାଡ଼…

ଓ୍ବାଶିଂଟନ,୬ା୫: ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଇରନକୁ ଧମକ ଦେଇଛନ୍ତି। ତୁରନ୍ତ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ନ ଖୋଲିରେ ଅଧିକ ବୋମାମାଡ଼ ହେବ ବୋଲି…

କାଲି ତାମିଲନାଡୁରେ ହେବନି ଶପଥ ସମାରୋହ! ଟିଭିକେକୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ମାଗିଲେ ରାଜ୍ୟପାଳ

ଚେନ୍ନାଇ,୬ା୫: ତାମିଲନାଡୁରେ ଗୁରୁବାର ହେବାକୁ ଥିବା ବିଜୟଙ୍କ ଶପଥ ଗ୍ରହଣ ସମାରୋହକୁ ସ୍ଥଗିତ ରଖାଯାଇପାରେ । ଥଲାପତି ବିଜୟଙ୍କ ନେତୃତ୍ୱାଧୀନ ତାମିଲାଗା ଭେଟ୍ଟ୍ରି କାଝଗମ୍‌ (ଟିଭିକେ) ତାମିଲନାଡୁରେ…

ଜାତୀୟ ରାଜପଥ ଉପରେ ହାଇଓ୍ବା ଚଢ଼ାଇ କରିଥିଲେ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା…

ଦେବଗଡ଼,୬।୫(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେବଗଡ଼ ଥାନା ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ହାଇୱାରେ ଧକ୍କା ଦେଇ ସ୍କୁଟି…

ସବ୍‌ସିଡି ପାଇଁ ୩୦ହଜାର ଲାଞ୍ଚ ନେଉଥିଲେ ଡିଆର୍‌ପି, ମାଡିବସିଲା ଭିଜିଲାନ୍ସ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନା(ପିଏମ୍‌ଏଫ୍‌ଏମ୍‌ଇ)ରେ ଦିଆଯାଉଥିବା ଋଣର ରିହାତି (ସବ୍‌ସିଡି) ରିଲିଜ୍‌ ପାଇଁ ଲାଞ୍ଚ ନେବା ବରଗଡ଼ ଜିଲା ଶିଳ୍ପକେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri