ଜୟଦେବ ମିଛ କହୁଛନ୍ତି, ଦମ୍‌ ଅଛି ପ୍ରମାଣ ଦିଅନ୍ତୁ: ବିଡିଓ

ହାଟଡିହୀ,୧୮ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଅଧୀନ କେ. ବାଲିପାଳ ପଞ୍ଚାୟତର ତଅଁଳ ଗ୍ରାମରେ ବିଜେଡି ପକ୍ଷରୁ ଲୋକ ପ୍ରତିନିଧି ସରକାରୀ ଗାଡ଼ି ବ୍ୟବହାର କରି ସ୍ବୟଂ ସହାୟକ ଗୋଷ୍ଠୀର ମା’, ଭଉଣୀଙ୍କୁ ଡାକି ଜବରଦସ୍ତ ଟଙ୍କା ବାଣ୍ଟୁଛନ୍ତି। ସ୍ପଷ୍ଟ ଦିବାଲୋକରେ ଏପରି ଘଟଣା ଘଟିଥିବା ଦେଖାଯାଇଛି। ସରକାରୀ ସଭା ଗୃହ ଏପରି କାର୍ଯ୍ୟ ଚାଲିଥିବା ବେଳେ ହାଟଡିହୀ ବିଡିଓ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଛନ୍ତି। ନିର୍ବାଚନକୁ ଯଦି ପକ୍ଷପାତ କରାଯାଏ ପରିସ୍ଥିତି ଭୟାବହ ହେବ। ନିର୍ବାଚନ ପରେ କଂଗ୍ରେସ ମୁକାବିଲା କରିବ। ଏପରି ଟିପ୍ପଣୀ ଦେଇଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ଜୟଦେବ ଜେନା। ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହା ପରେ ହାଟଡିହୀ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଏହାକୁ ନିନ୍ଦା କରିବା ସହ ପ୍ରତିକ୍ରିୟା ରଖିଛନ୍ତି। ପାଣିଗ୍ରାହୀ କହିଛନ୍ତି, ଏପରି ଭିଡିଓ ଦେଖିବା ପରେ ଅତି ଆଶ୍ଚର୍ଯ୍ୟ ଏବଂ ଦୁଃଖ ଲାଗୁଛି। ଜୟଦେବ ପାଗଳ ପରି ପ୍ରଳାପ କରୁଥିବା ମନେ ହୋଇଛି। ମୁଁ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନ ଟ୍ରେନିଂରେ ଥିଲି। ତେଣୁ କିପରି ତଅଁଳ ଗ୍ରାମକୁ ଯାଇ ଭୋଟ୍‌ ପାଇଁ ବିଜେଡିକୁ ଟଙ୍କା ବଣ୍ଟନ ରେ ସହଯୋଗ କଲି। ଜୟଦେବ ମିଛ କହୁଛନ୍ତି। ଯଦି ତାଙ୍କର ଦମ୍‌ ଅଛି ପ୍ରମାଣ ଦିଅନ୍ତୁ। ନିର୍ବାଚନ କମିଶନଙ୍କଠାରେ ଅଭିଯୋଗ କରନ୍ତୁ। ନିର୍ବାଚନ ସମୟରେ ମିଛ କଥା କହି ଅଯଥା ସମସ୍ୟା ଏବଂ ଅଶାନ୍ତି କରିବାକୁ ସେ ଚାହୁଁଛନ୍ତି।
ସେହିପରି ବିଜେଡି ମଧ୍ୟ ଏହାର ଜବାବ ରଖିଛି। ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ କହିଛନ୍ତି, ହାରିଯିବା ଭୟରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଜୟଦେବଙ୍କର ଏହା ଏକ ମିଛ ଏବଂ ସୁନ୍ଦର ପ୍ଲାନ। ଭୋଟରଙ୍କୁ ଭୁଆଁ ବୁଲାଇ ଭୋଟ୍‌ ହାତେଇବା ପାଇଁ ସୁପରିକଳ୍ପିତ ଅଭିନବ ପ୍ରୟାସ କରୁଛନ୍ତି। ଯାହାକି ଭୀରୁ ଏବଂ କାପୁରୁଷର ଲକ୍ଷଣ କହିଲେ ଅତ୍ୟୁକ୍ତ ହେବନି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri