Posted inଜାତୀୟ

ଇଣ୍ଡୋନେସିଆ ମନ୍ତ୍ରୀ ମହଫୁଦଙ୍କୁ ଭେଟିଲେ ଜୟଶଙ୍କର…

ନୂଆଦିଲ୍ଲୀ,୨୯।୧୧ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନିମନ୍ତ୍ରଣ କ୍ରମେ ଭାରତକୁ ଆସିଥିବା ଇଣ୍ଡୋନେସିଆର ରାଜନୈତିକ, ଆଇନ ଏବଂ ସୁରକ୍ଷା ବ୍ୟାପାର ମନ୍ତ୍ରୀ ଡକ୍ଟର ମହମ୍ମଦ ମହଫୁଦ ଏମଡିଙ୍କୁ ଭାରତୀୟ ବହିର୍ବ୍ୟାପାରମନ୍ତ୍ରୀ ଏସ ଜୟଶଙ୍କର ଭେଟିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଜି -୨୦, ଦ୍ୱିପାକ୍ଷିକ ସହଯୋଗ ଏବଂ ମ୍ୟାନମାର ପରିସ୍ଥିତି ସହିତ ବହୁ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବୈଠକ ସମ୍ପର୍କରେ ଜୟଶଙ୍କର ସୂଚନା ଦେଇଛନ୍ତି।

ଜୟଶଙ୍କର ତାଙ୍କ ଟୁଇଟରେ ଲେଖିଛନ୍ତି, ଇଣ୍ଡୋନେସିଆର ରାଜନୈତିକ, ଆଇନ ଏବଂ ସୁରକ୍ଷା ବ୍ୟାପାର ସଂଯୋଜକ ମନ୍ତ୍ରୀଙ୍କୁ ଭେଟିଥିବାରୁ ସେ ବେଶ୍‌ ଆନନ୍ଦିତ ।

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନିମନ୍ତ୍ରଣରେ ଇଣ୍ଡୋନେସିଆର ବରିଷ୍ଠ ମନ୍ତ୍ରୀ ମହମ୍ମଦ ମହଫୁଦ ଏମଡି ଦିଲ୍ଲୀ ଆସିଛନ୍ତି। ତାଙ୍କ ସହିତ ଦିଲ୍ଲୀ ଗସ୍ତରେ ଇଣ୍ଡୋନେସିଆ ଉଲେମାଙ୍କର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ଅଛନ୍ତି। ଏହି ଗସ୍ତ ସମୟରେ ଇଣ୍ଡୋନେସିଆ ଉଲେମା ସେମାନଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ।

ଏହାପୂର୍ବରୁ ଇଣ୍ଡୋନେସିଆ ମନ୍ତ୍ରୀ ମହମ୍ମଦ ମହଫୁଦ ଏମଡି ରାଜଧାନୀ ଦିଲ୍ଲୀରେ ଭାରତ ଇସଲାମିକ ସାଂସ୍କୃତିକ କେନ୍ଦ୍ରର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ମୁଁ ଭାବୁଛି ଧର୍ମ ଶାନ୍ତିର ଉତ୍ସ ହେବା ଉଚିତ ଏବଂ ମତଭେଦ ତଥା ବିବାଦ କିମ୍ବା ହିଂସାର କାରଣ ନୁହେଁ। ଭାରତ ଏବଂ ଇଣ୍ଡୋନେସିଆରେ ଧର୍ମନିରପେକ୍ଷ ଶାନ୍ତି ଏବଂ ସାମାଜିକ ସୌହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରିବାରେ ଉଲେମାଙ୍କ ଭୂମିକା ବିଷୟରେ ସେ କହିଛନ୍ତି ଯେ ଅନେକ ଥର ଆମେ ଏପରି ଲୋକଙ୍କୁ ଦେଖିଛୁ ଯେଉଁମାନେ ନିଜ ଧର୍ମକୁ ସମ୍ପୂର୍ଣ୍ଣ ସତ୍ୟର ନୀତି ଭାବରେ ବ୍ୟବହାର କରନ୍ତି ଏବଂ ଅନ୍ୟମାନଙ୍କୁ ସହଜରେଦୋଷ ଦେଇଥାନ୍ତି। ଆମକୁ ଏଥିରୁ ବାହାରକୁ ଯାଇ ସଂସ୍କାର କରିବାକୁ ପଡିବ। ଯାହାଦ୍ୱାରା ଶାନ୍ତି ସ୍ଥାପନ ହୋର ପଥ ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri