ଜୟାପ୍ରଦାଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୧।୭: ଭାଜପାର ପୂର୍ବତନ ଏମପି ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଜୟା ପ୍ରଦାଙ୍କୁ ଏକ ୫ବର୍ଷ ପୁରୁଣା ମାମଲାରେ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଘଟଣାହେଲା ୨୦୧୯ରେ ପୂର୍ବତନ ଏମପିଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ କରି ଏକ ମାମଲା ରୁଜୁ ହୋଇଥିଲା। ଯାହା ଉପରେ ଏମପି ବିଧାୟକ ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପୂର୍ବତନ ଏମପିଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣିତ ହୋଇ ନ ଥିବାରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଶୁଣାଣି ପରେ ଜୟାପ୍ରଦା ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ସେ କୋର୍ଟଙ୍କ ନିଷ୍ପତ୍ତିରେ ଖୁସି ଏବଂ ଅତ୍ୟନ୍ତ ଭାବପ୍ରବଣ। ଅଭିନେତ୍ରୀ ଗୁରୁବାର ଶୁଣାଣି ପାଇଁଏମପି/ ଏମଏଲଏ କୋର୍ଟରେ ପହଞ୍ଚିଥିଲେ। ଏହି ନିଷ୍ପତ୍ତି ତାଙ୍କ ସାମ୍ନାରେ ଦିଆଯାଇଥିଲା। କାମେରୀ ପୋଲିସ ଷ୍ଟେଶନରେ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଆସିଲା ବଡ଼ ଖବର: ସମ୍ପର୍କରେ…

ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ଗ୍ରାଣ୍ଡ ୱେଡିଂରେ ଦେଶ ବିଦେଶର ବହୁ କଳାକାର ଓ ସେଲିବ୍ରିଟି ଯୋଗ ଦେଇଥିଲେ। ମୁମ୍ବାଇର ଜିଓ ୱାଲର୍‌ଡ କନ୍‌ଭେନ୍‌ସନ୍‌...

କିଏ ହେବେ କଂଗ୍ରେସର ଉପନେତା: ଘୋଷଣା ହେଲା ନାଁ

ନୂଆଦିଲ୍ଲୀ,୧୪ା୭?:କଂଗ୍ରେସ ଏମ୍‌ପି ଗୌରବ ଗୋଗୋଇ ଲୋକ ସଭାରେ ଦଳର ଉପନେତା ହେବାକୁ ଯାଉଛନ୍ତି। ଦଳର ଏହି ନିଷ୍ପତ୍ତି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଜଣାଇ...

X ରେ ରେକର୍ଡ କଲେ ମୋଦି, ୧୦୦ ମିଳିୟନ ଫଲୋୟର୍ସ

ନୂଆଦିଲ୍ଲୀ,୧୪।୭: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବ ଟୁଇଟର) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଜୁଲାଇ ୧୪)ରେ ୧୦୦ ମିଳିୟନ ଅର୍ଥାତ୍‌ ୧୦ କୋଟି...

ହସ୍ପିଟାଲରେ ଗୁଳିକାଣ୍ଡ, ରୋଗୀଙ୍କୁ ଗୁଳି କଲେ ୧୮ ବର୍ଷର ଯୁବକ

ନୂଆଦିଲ୍ଲୀ,୧୪।୭: ଉତ୍ତର-ପୂର୍ବ ଦିଲ୍ଲୀର ଜିଟିବି ହସ୍ପିଟାଲରେ ଜଣେ ଯୁବକ ଗୁଳି ଚଳାଇଛନ୍ତି। ଖଜୁରୀ ଖାସ ଶ୍ରୀରାମ ନଗର ବାସିନ୍ଦା ରିଜାୟୁଦ୍ଦିନ (୩୨) ପେଟ ସଂକ୍ରମଣରେ ପୀଡିତ...

ପୁଅ ବାହାଘରରେ କାନ୍ଦିଲେ ମୁକେଶ ଅମ୍ବାନୀ

ବିଶିଷ୍ଟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବାହାଘର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟଙ୍କ ବିବାହ ଜୁଲାଇ ୧୨ରେ...

ରାଧିକା-ଅନନ୍ତଙ୍କ ବିବାହ ସମୟରେ କେଉଁଠି ଥିଲେ ରାହୁଲ? ଭାଇରାଲ ଭିଡିଓରେ ଖୋଲିଲା ବଡ ଗୁମର!

ନୂଆଦିଲ୍ଲୀ,୧୪।୭: କଂଗ୍ରେସ ଏମପି ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ଇଣ୍ଟରନେଟରେ ଖୁବ ଶୀଘ୍ର ଭାଇରାଲ ହେଉଛି। ଏହି ଭିଡିଓରେ ରାହୁଲ ଗାନ୍ଧୀ...

ମୋଦି ଦେଇଥିବା ପ୍ରତିଶ୍ରୁତିକୁ ମନେପକାଇ ଦେଲେ ଖାର୍ଗେ, କହିଲେ ଆପଣ ବୁଣୁଥିଲେ ମିଛର ମାୟାଜାଲ

ନୂଆଦିଲ୍ଲୀ,୧୪।୭: ବେରୋଜଗାରୀ ବୃଦ୍ଧି ଏବଂ ଚାକିରି ହ୍ରାସ ପ୍ରସଙ୍ଗରେ କଂଗ୍ରେସ ଏବଂ ଭାଜପା ମଧ୍ୟରେ ପୁଣିଥରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଛି। ଚାକିରି ପ୍ରସଙ୍ଗରେ କଂଗ୍ରେସ...

ମଣିପୁରରେ ଥମୁନି ହିଂସା! ଉଗ୍ରବାଦୀଙ୍କ ଆକ୍ରମଣରେ ଜଣେ ଯବାନ ଶହୀଦ

ଇମ୍ଫାଲ,୧୪।୭: ମଣିପୁରର ଜିରିବାମ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପୋଲିସ ସହିତ ମିଳିତ ପାଟ୍ରୋଲିଂ ଦଳ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri