Posted inଖେଳ

ଆହତ ଖେଳାଳିଙ୍କ ସ୍ଥାନରେ ଇଂଲଣ୍ଡ ଯାଇପାରନ୍ତି ଏହି ୩ କ୍ରିକେଟର; ଦୁଇଜଣ ଶ୍ରୀଲଙ୍କାରେ…

ନୂଆଦିଲ୍ଲୀ,୨୪।୭: ଅଗଷ୍ଟ ୪ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ। ହେଲେ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳର କିଛି ଖେଳାଳି ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ତିନି ଭାରତୀୟ ଖେଳାଳି ଶୁଭମନ ଗିଲ, ଓ୍ବାଶିଂଟନ ସୁନ୍ଦର ଏବଂ ଆଭେଶ ଆହତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଦଳରେ ଖେଳାଳିଙ୍କ ସଂଖ୍ୟା କମ୍‌ ଥିବାରୁ ଭାରତୀୟ ଚୟନକର୍ତ୍ତାମାନେ ଅନ୍ୟ ଖେଳାଳିଙ୍କୁ ଇଂଲଣ୍ଡ ପଠାଇପାରନ୍ତି ବୋଲି କୁହାଯାଉଛି।

ଓପନର୍‌ ଶୁଭମନଙ୍କ ଆଘାତ ଭାରତୀୟ ଦଳ ପାଇଁ ପ୍ରଥମ ଝଟକା ଥିଲା। ଏହାପରେ ଆଉ ଦୁଇଜଣ ଆହତ ହୋଇଥିଲେ। ଏଣୁ ଚୟନକର୍ତ୍ତାଙ୍କ ପାଖରେ ଅନ୍ୟ ଖେଳାଳି ପଠାଇବା ବ୍ୟତିତ ଅନ୍ୟ କୌଣସି ବିକଳ୍ପ ନାହିଁ। ନିକଟରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ପୃଥ୍ବୀ ଶ, ସୂର୍ଯ୍ୟକୁମାର ଯାଦବଙ୍କୁ ଇଂଲଣ୍ଡକୁ ପଠାଯିବ। ଏଥିସହ ଜୟନ୍ତ ଯାଦବ ମଧ୍ୟ ଇଂଲଣ୍ଡ ଯାଇପାରନ୍ତି ବୋଲି କୁହାଯାଉଛି। ଏହି ତିନି ଖେଳାଳି ଶୀଘ୍ର ଇଂଲଣ୍ଡ ଯାଇପାରନ୍ତି। ଅପରପକ୍ଷେ ଆବେଶ ନେଟ୍‌ ବୋଲର ଭାବେ ଇଂଲଣ୍ଡ ଗସ୍ତରେ ଯାଇଥିଲେ। ଏଣୁ ତାଙ୍କର ସ୍ଥାନରେ ଅନ୍ୟ ଖେଳାଳି ଖେଳାଇବାର ଆବଶ୍ୟକତା ପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାନାଡା ମହିଳା ଫୁଟ୍‌ବଲରଙ୍କ କୀର୍ତ୍ତିମାନ

ଲସ୍‌ ଏଞ୍ଜେଲ୍ସ, ୩୧।୧ (ଏଏଫ୍‌ପି)- କାନାଡାର କ୍ରିଷ୍ଟିନେ ସିନ୍‌କ୍ଲେୟାର ଅନ୍ତର୍ଜାତୀୟ ଫୁଟ୍‌ବଲ (ଉଭୟ ମହିଳା ଓ ପୁରୁଷ)ରେ ସର୍ବାଧିକ ଗୋଲସ୍କୋର କରି ବିରଳ କୀର୍ତ୍ତିମାନର ଅଧିକାରୀ...

ଶୃଙ୍ଖଳିତ ସୈନିକ ସୁନୀତା

ଭୁବନେଶ୍ୱର, ୩।୧(କ୍ରୀଡ଼ା ପ୍ରତିନିଧି)- ଆଘାତ ଜନିତ ସମସ୍ୟା ଯୋଗୁ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଭାରତୀୟ ମହିଳା ହକି ଦଳର ତାରକା ଡିଫେଣ୍ଡର ଓଡ଼ିଶାର...

ଭାରତ ବିପକ୍ଷ ସିରିଜ୍‌ରେ ନେବେ ଅବସର

କଲମ୍ବୋ,୨।୨: ଶ୍ରୀଲଙ୍କା ପେସର ସୁରଙ୍ଗା ଲକମଲ ଆଗାମୀ ଭାରତ ବିପକ୍ଷ ସିରିଜ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବେ। ଏ ନେଇ ବୁଧବାର...

ବିରାଟ କୋହଲିଙ୍କ ବଢିଲା ଟେନସନ୍‌

ସିଡନୀ,୧୧।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ଦ୍ୱିତୀୟ ୱାର୍ମ ଅପ ମ୍ୟାଚ ଖେଳୁଛି। ତିନି ଦିନିଆ ଏହି ଦିନିଆ ମ୍ୟାଚରେ ଅଷ୍ଟ୍ରେଲିଆ...

୫ ବିଦେଶୀଙ୍କ ସମେତ ୧୦ ଖେଳାଳିଙ୍କୁ ବିଦା କଲା ଆରସିବି

ନୂଆଦିଲ୍ଲୀ,୨୦।୧: ଆଗାମୀ ଆଇପିଏଲ ଲାଗି ଫେବୃୟାରୀରେ ହେବାକୁ ଥିବା ଖେଳାଳିଙ୍କ ନିଲାମ ପ୍ରକ୍ରିୟା ପୂର୍ବରୁ ସର୍ବାଧିକ ୧୦ ଜଣ ଖେଳାଳିଙ୍କୁ ଦଳରୁ ରିଲିଜ କରିଛି ରୟାଲ...

କରୋନା ଭାଇରସ ଭୟ: ପିଏସ୍‌ଏଲରୁ ଓହରିଲେ ୯ ବିଦେଶୀ ଖେଳାଳି

କରାଚୀ,୧୩।୩(ପି.ଟି.)- ତିନି ଇଂଲଣ୍ଡ ଖେଳାଳି ଜାସନ ରୟ, ଆଲେକ୍ସ ହେଲ୍ସ ଓ ଜେମ୍ସ ଭିନ୍ସଙ୍କ ସମେତ ୯ ଜଣ ବିଦେଶୀ ଖେଳାଳି ଚଳିତ ପାକିସ୍ତାନ ସୁପର...

ଆଇପିଏଲ୍‌: ଟଓ୍ବୋଟିଆ, ପରାଗ ରାଜସ୍ଥାନକୁ ଜିତାଇଲେ

ଦୁବାଇ,୧୨।୧୦(ପି.ଟି.): ରାହୁଲ ଟଓ୍ବୋଟିଆ ଓ ଯୁବ ବ୍ୟାଟ୍ସମ୍ୟାନ ରିଆନ ପରାଗ ଉପଯୋଗୀ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷରେ ରାଜସ୍ଥାନ ରୟାଲ୍ସକୁ ୫ ଉଇକେଟରେ ବିଜୟୀ...

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ସୁପର ଓଭରରେ ଜିତିଲା ପାନ୍ଥର୍ସ

ଭୁବନେଶ୍ୱର, ୪।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ରବିବାର ଅନୁଷ୍ଠିତ ମ୍ୟାଚରେ...

Advertisement
Archives

Model This Week