ଏଏସ୍‌ଆଇ ମୁଣ୍ଡରେ ଦୋଷ ଲଦିଲେ ଜୟନ୍ତ

ପୁରୀ ଅଫିସ,୨୯।୪: ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ପ୍ରସଙ୍ଗରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସମର୍ଥନ କରିଛନ୍ତି। ଜୟନ୍ତ ନିଜ ସ୍ବର ବଦଳାଇ ଅପରାଜିତାଙ୍କୁ ସମର୍ଥନ କରିବା ସହ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମୁଣ୍ଡରେ ସବୁ ଦୋଷ ଲଦିଛନ୍ତି। ଜୟନ୍ତ କହିଛନ୍ତି, ପ୍ରକଳ୍ପ କାର୍ଯ୍ୟରେ ବିବାଦ ନାହିଁ। କାମକୁ ବିରୋଧ ନ ଥିବାବେଳେ ଅନୁମୋଦନକୁ ନେଇ ସମସ୍ୟା ରହିଛି। ଏ ପ୍ରସଙ୍ଗରେ ଅପରାଜିତା ଠିକ୍‌ କହୁଛନ୍ତି। ଏଏସ୍‌ଆଇ ଅନୁମୋଦନ କ୍ରମେ କାର୍ଯ୍ୟ କରାଯିବା ଦରକାର। ଅନୁମତି ଆଣିବା ଦାୟିତ୍ୱ ରାଜ୍ୟ ସରକାରଙ୍କର। ପ୍ରକଳ୍ପ କାର୍ଯ୍ୟ ଆଇନଗତ ଭାବେ ହେବା ଦରକାର। ସେହିଭଳି କୌଣସି ବଡ଼ଧରଣର ନିର୍ମାଣ କାର୍ଯ୍ୟ ହେଉନାହିଁ। ଏଏସ୍‌ଆଇ ଜାଣତରେ ସବୁ କାମ ହେଉଛି। ସେହିଭଳି ଅପରାଜିତାଙ୍କ ପଦଯାତ୍ରା ସମ୍ପର୍କରେ ସେ କହିଛନ୍ତି, ଅପରାଜିତା ଦର୍ଶନ କରିବାକୁ ଯାଇଥିଲେ। ଅନୁମତି ମିଳି ନଥିବାରୁ ସେ ପଦଯାତ୍ରା କରିନାହାନ୍ତି। ଅନ୍ୟପକ୍ଷରେ ମତ ବଦଳାଇବା ସମ୍ପର୍କରେ ଜୟନ୍ତ କହିଛନ୍ତି, ବିକାଶ କାର୍ଯ୍ୟକୁ ବିରୋଧ କରାଯିବ ନାହିଁ। କାମ କରିବା ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛି। ତେଣୁ ରାଜନୀତି ନ କରି ବିଧାୟକ ଭାବେ କାର୍ଯ୍ୟ କରିବା ମୋ’ ପ୍ରାଥମିକତା। ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ, ଅବଢ଼ା ଯୋଜନାରେ ପୁରୀ ଅଗ୍ରଗତି କରୁଛି। ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷ ନେଇ ଜୟନ୍ତ କହିଥିଲେ, ବିକାଶ କାର୍ଯ୍ୟ କରିବାକୁ ଦିଆଯାଉ ଓ ଅପରାଜିତା ରାଜନୀତି କରନ୍ତୁ ନାହିଁ। ତେବେ ଏହି ପ୍ରତିକ୍ରିୟାକୁ ୨୪ ଘଣ୍ଟା ପୂରି ନ ଥିବା ବେଳେ ଜୟନ୍ତ ନିଜ ସ୍ବର ବଦଳାଇବା ଚର୍ଚ୍ଚାର ବିଷୟ ପାଲଟିଛି।

ରାଜନୀତି ସରିଲେ ଗୃହ କମିଟି ଯିବ: ବାଚସ୍ପତି
ଐତିହ୍ୟ କରିଡର ପ୍ରସଙ୍ଗରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, ଯେଉଁ ଯାଗାରେ ଖନନ ହେଉଛି, ଆଇନ ଅନୁସାରେ ଏଏସ୍‌ଆଇ ଅନୁମୋଦନ ବିନା ସେଠାରେ ଖନନ କାର୍ଯ୍ୟ ହୋଇପାରିବ ନାହିଁ। ବହୁ ବଡ଼ ବଡ଼ ଭିତ୍ତିଭୂମି ନିର୍ମାଣ ପାଇଁ ମୂଳଦୁଆ ପଡ଼ିଛି। ଏଣୁ ସରକାର ଅନୁମୋଦନ ସମ୍ପର୍କରେ ସ୍ପଷ୍ଟ କରନ୍ତୁ। ଅନ୍ୟପକ୍ଷରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ପ୍ରଶାସନ ବୁଝିଶୁଝି କାର୍ଯ୍ୟ କରୁଛନ୍ତି। ସେବାୟତ, ପରିଚାଳନା କମିଟି ଏବଂ ଗଜପତି ମହାରାଜା ପରିକ୍ରମା ପ୍ରକଳ୍ପ ସପକ୍ଷରେ ଯୁକ୍ତି ବାଢୁଥିବାବେଳେ ଜଣେ କେବଳ ବିରୋଧ କରୁଛନ୍ତି। ସେହିପରି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ଯିଏ ଯିବା କଥା ପୁରୀ ଯାଇ ବୁଲିଆସନ୍ତୁ, ରାଜନୀତି ସରୁ। ତା’ପରେ ବିଧାନସଭା ଗୃହ କମିଟି ଯାଇ ସ୍ଥିତି ଅନୁଧ୍ୟାନ କରିବ। ମୁଁ ନିଜେ ଏଠାକାର ଓ ସେଠାକାର ପରିସ୍ଥିତି ଉପରେ ନଜର ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri