ଏଏସ୍‌ଆଇ ମୁଣ୍ଡରେ ଦୋଷ ଲଦିଲେ ଜୟନ୍ତ

ପୁରୀ ଅଫିସ,୨୯।୪: ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ପ୍ରସଙ୍ଗରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସମର୍ଥନ କରିଛନ୍ତି। ଜୟନ୍ତ ନିଜ ସ୍ବର ବଦଳାଇ ଅପରାଜିତାଙ୍କୁ ସମର୍ଥନ କରିବା ସହ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମୁଣ୍ଡରେ ସବୁ ଦୋଷ ଲଦିଛନ୍ତି। ଜୟନ୍ତ କହିଛନ୍ତି, ପ୍ରକଳ୍ପ କାର୍ଯ୍ୟରେ ବିବାଦ ନାହିଁ। କାମକୁ ବିରୋଧ ନ ଥିବାବେଳେ ଅନୁମୋଦନକୁ ନେଇ ସମସ୍ୟା ରହିଛି। ଏ ପ୍ରସଙ୍ଗରେ ଅପରାଜିତା ଠିକ୍‌ କହୁଛନ୍ତି। ଏଏସ୍‌ଆଇ ଅନୁମୋଦନ କ୍ରମେ କାର୍ଯ୍ୟ କରାଯିବା ଦରକାର। ଅନୁମତି ଆଣିବା ଦାୟିତ୍ୱ ରାଜ୍ୟ ସରକାରଙ୍କର। ପ୍ରକଳ୍ପ କାର୍ଯ୍ୟ ଆଇନଗତ ଭାବେ ହେବା ଦରକାର। ସେହିଭଳି କୌଣସି ବଡ଼ଧରଣର ନିର୍ମାଣ କାର୍ଯ୍ୟ ହେଉନାହିଁ। ଏଏସ୍‌ଆଇ ଜାଣତରେ ସବୁ କାମ ହେଉଛି। ସେହିଭଳି ଅପରାଜିତାଙ୍କ ପଦଯାତ୍ରା ସମ୍ପର୍କରେ ସେ କହିଛନ୍ତି, ଅପରାଜିତା ଦର୍ଶନ କରିବାକୁ ଯାଇଥିଲେ। ଅନୁମତି ମିଳି ନଥିବାରୁ ସେ ପଦଯାତ୍ରା କରିନାହାନ୍ତି। ଅନ୍ୟପକ୍ଷରେ ମତ ବଦଳାଇବା ସମ୍ପର୍କରେ ଜୟନ୍ତ କହିଛନ୍ତି, ବିକାଶ କାର୍ଯ୍ୟକୁ ବିରୋଧ କରାଯିବ ନାହିଁ। କାମ କରିବା ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛି। ତେଣୁ ରାଜନୀତି ନ କରି ବିଧାୟକ ଭାବେ କାର୍ଯ୍ୟ କରିବା ମୋ’ ପ୍ରାଥମିକତା। ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ, ଅବଢ଼ା ଯୋଜନାରେ ପୁରୀ ଅଗ୍ରଗତି କରୁଛି। ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷ ନେଇ ଜୟନ୍ତ କହିଥିଲେ, ବିକାଶ କାର୍ଯ୍ୟ କରିବାକୁ ଦିଆଯାଉ ଓ ଅପରାଜିତା ରାଜନୀତି କରନ୍ତୁ ନାହିଁ। ତେବେ ଏହି ପ୍ରତିକ୍ରିୟାକୁ ୨୪ ଘଣ୍ଟା ପୂରି ନ ଥିବା ବେଳେ ଜୟନ୍ତ ନିଜ ସ୍ବର ବଦଳାଇବା ଚର୍ଚ୍ଚାର ବିଷୟ ପାଲଟିଛି।

ରାଜନୀତି ସରିଲେ ଗୃହ କମିଟି ଯିବ: ବାଚସ୍ପତି
ଐତିହ୍ୟ କରିଡର ପ୍ରସଙ୍ଗରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, ଯେଉଁ ଯାଗାରେ ଖନନ ହେଉଛି, ଆଇନ ଅନୁସାରେ ଏଏସ୍‌ଆଇ ଅନୁମୋଦନ ବିନା ସେଠାରେ ଖନନ କାର୍ଯ୍ୟ ହୋଇପାରିବ ନାହିଁ। ବହୁ ବଡ଼ ବଡ଼ ଭିତ୍ତିଭୂମି ନିର୍ମାଣ ପାଇଁ ମୂଳଦୁଆ ପଡ଼ିଛି। ଏଣୁ ସରକାର ଅନୁମୋଦନ ସମ୍ପର୍କରେ ସ୍ପଷ୍ଟ କରନ୍ତୁ। ଅନ୍ୟପକ୍ଷରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ପ୍ରଶାସନ ବୁଝିଶୁଝି କାର୍ଯ୍ୟ କରୁଛନ୍ତି। ସେବାୟତ, ପରିଚାଳନା କମିଟି ଏବଂ ଗଜପତି ମହାରାଜା ପରିକ୍ରମା ପ୍ରକଳ୍ପ ସପକ୍ଷରେ ଯୁକ୍ତି ବାଢୁଥିବାବେଳେ ଜଣେ କେବଳ ବିରୋଧ କରୁଛନ୍ତି। ସେହିପରି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ଯିଏ ଯିବା କଥା ପୁରୀ ଯାଇ ବୁଲିଆସନ୍ତୁ, ରାଜନୀତି ସରୁ। ତା’ପରେ ବିଧାନସଭା ଗୃହ କମିଟି ଯାଇ ସ୍ଥିତି ଅନୁଧ୍ୟାନ କରିବ। ମୁଁ ନିଜେ ଏଠାକାର ଓ ସେଠାକାର ପରିସ୍ଥିତି ଉପରେ ନଜର ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ନିଷ୍ପତ୍ତି : ଏଣିକି ହେବ…

ଭୁବନେଶ୍ୱର,୨୯।୮: ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା। ଥରେ…

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

କଟକ, ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri