Posted inଜାତୀୟ

ମମତାଙ୍କୁ ସାହା ହେବେ ଜୟା

କୋଲକତା,୫।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ର ତୃତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ ୬ରେ ଭୋଟଗ୍ରହଣ ହେବ। ଏପର୍ଯ୍ୟନ୍ତ ଅନୁଷ୍ଠିତ ଦୁଇ ପର୍ଯ୍ୟାୟ ମତଦାନରେ ଉଭୟ ତୃଣମୂଳ କଂଗ୍ରେସ ଏବଂ ଭାଜପା ବିଜୟ ଦାବି କରୁଛନ୍ତି। ଏହି ସମୟରେ, ଟିଏମସି ବାକି ପାଞ୍ଚଟି ପର୍ଯ୍ୟାୟ ଭୋଟ ପାଇଁ ତାରକା ପ୍ରଚାରକ ତଥା ସମାଜବାଦୀ ପାର୍ଟି ଏମ୍‌ପି ଜୟା ବଚ୍ଚନଙ୍କୁ ମୈଦାନକୁ ଆଣିଛି। ପ୍ରଚାର ପାଇଁ ଜୟା ବଚ୍ଚନ କୋଲକାତାରେ ପହଞ୍ଚିଛନ୍ତି ଏବଂ ସେ ଆଜି ବାବୁଲ ସୁପ୍ରିୟୋଙ୍କ ବିରୋଧରେ ପ୍ରଚାର କରିବେ। ଏଥର ପଶ୍ଚିମବଙ୍ଗର ଟଲିଗଞ୍ଜ ଆସନ ଚର୍ଚ୍ଚାରେ ଅଛି। ଟିଏମସିର ତିନିଥର ବିଧାୟକ ଅରୁପ ବିଶ୍ୱାସଙ୍କ ବିରୋଧରେ ଭାଜପା କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ପ୍ରାର୍ଥୀ କରିଛି। ଏହି ଦୁଇଜଣଙ୍କ ମଧ୍ୟରେ ଏକ ଜବରଦସ୍ତ ପ୍ରତିଯୋଗିତା ହେବାକୁ ଯାଉଛି ବୋଲି ବିଶ୍ୱାସ କରାଯାଏ। ଟଲିଗଞ୍ଜ ବଙ୍ଗଳା ସିନେମା ପାଇଁ ଜଣାଶୁଣା। ସୁପ୍ରିୟୋ ଜଣେ ବଡ ଗାୟକ ଏବଂ ତାଙ୍କ ଗୀତ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଲୋକପ୍ରିୟ । ଏପରି ପରିସ୍ଥିତିରେ ଏଠାରେ ଏକ କଡା ପ୍ରତିଯୋଗିତା ହୋଇପାରେ। ବିଶେଷ କଥା ହେଉଛି ବାବୁଲ ସୁପ୍ରିୟୋ ପଶ୍ଚିମବଙ୍ଗର ଭାଜପା ଏମ୍‌ପି। ଏହା ସତ୍ତ୍ୱେ ସେ ବିଧାନସଭା ନିର୍ବାଚନ ଲଢୁଛନ୍ତି।
ସୂଚନାଯୋଗ୍ୟ,ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିକଟରେ ସମସ୍ତ ବିରୋଧୀ ଦଳଙ୍କୁ ପଶ୍ଚିମବଙ୍ଗରେ ଭାଜପା ବିରୋଧରେ ଏକଜୁଟ ହେବାକୁ ନିବେଦନ କରିଥିଲେ। ଏଣୁ ଜୟା ବଚ୍ଚନ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ନିକଟରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ ପଶ୍ଚିମବଙ୍ଗରେ ଟିଏମସି ପାଇଁ ପ୍ରଚାର କରିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା: ମମତାଙ୍କୁ ମିଳିଲା ନୂଆ ପାର୍ଟି ନାଁ-ଚିହ୍ନ, ଜାଣନ୍ତୁ ଋତବ୍ରତଙ୍କୁ କ’ଣ ଦିଆଗଲା…

କୋଲକାତା,୧୮।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ଦୁଇ ଭିନ୍ନ ଗୋଷ୍ଠୀ ପାଇଁ ନିର୍ବାଚନ ଆୟୋଗ ନୂଆ ଦଳୀୟ ନାମ…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

ଦ୍ରୁତ ଶତକ ହାସଲ କରିଥିବା ଅଭିଷେକ ଶର୍ମାଙ୍କ ଭାଇରାଲ ସେଲିବ୍ରଶନର ଅସଲ କାରଣ ଆସିଲା ସାମ୍ନାକୁ, ବ୍ୟାଟର ନିଜେ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତୀୟ T20 ଦଳର ଓପନିଂ ବ୍ୟାଟର ଅଭିଷେକ ଶର୍ମା ଗୁରୁବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ T20 ମ୍ୟାଚରେ ଦମଦାର…

୩ ସନ୍ତାନର ମା’ଙ୍କୁ ୨୫ ବର୍ଷୀୟା ଯୁବତୀଙ୍କ ସହ ହେଲା ପ୍ରେମ! ସ୍ବାମୀ-ବାପଘର ଛାଡ଼ି କହିଲେ- ଏବେ ତାଙ୍କ ସହ…

କାନପୁର,୧୮।୯: କାନପୁରର ମହାରାଜପୁର ଅଞ୍ଚଳରୁ ଏକ ଘଟଣା ଏବେ ଚର୍ଚ୍ଚାରେ। ତିନି ସନ୍ତାନର ଜଣେ ମା’ ସୱାମୀ ଓ ବାପଘରକୁ ଫେରିବା ପରିବର୍ତ୍ତେ ପ୍ରାୟ ଏକ ବର୍ଷ…

Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….

ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ…

ଏସୀୟ କ୍ରୀଡ଼ା: ଜାପାନକୁ ହରାଇ ସେମିରେ ପହଞ୍ଚିଲା ଭାରତ

କୋରୋଗି,୧୮।୯: ଜାପାନର ନିଶିନ ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଶେଫାଲି ଏବଂ ରିଚାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଜାପାନକୁ…

ବହୁ ଚର୍ଚ୍ଚିତ ନିଠାରି ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ହରିଦ୍ୱାର,୧୮।୯: ନିଠାରି ମାମଲାର ଅଭିଯୁକ୍ତ ସୁରେନ୍ଦ୍ର କୋଲି (ମୂଳତଃ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର/ନୋଏଡା ନିବାସୀ) ହରିଦ୍ୱାରରେ ଝୁଲନ୍ତା ଅବସ୍ଥାରେ ମିଳିଛନ୍ତି। ଖବର ଅନୁଯାୟୀ, ଏହି…

ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, ବର୍ତ୍ତମାନ ରଖିଲାଣି ବଡ଼ ସର୍ତ୍ତ

ଢାକା,୧୮।୯: ବାଂଲାଦେଶରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ପ୍ରଶାସନ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବିକୁ ନେଇ ଧମକପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛି। ଭାରତ ପ୍ରତି ଏକ ଆକ୍ରମଣାତ୍ମକ ମନୋଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?