Posted inଖେଳ

ଭାରତ-ପାକିସ୍ତାନର ସ୍ମରଣୀୟ ମ୍ୟାଚ୍‌: ସିଡନୀ ପଡ଼ିଆରେ କଙ୍ଗାରୁ ଭଳି ଡେଇଁଥିଲେ ପାକ୍‌ ଖେଳାଳି, କାରଣ ଜାଣିଲେ…

ନୂଆଦିଲ୍ଲୀ,୪।୩: ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ହୋଇଥାଏ। ଏଥିରେ ଅନେକ ସ୍ମରଣୀୟ ଘଟଣା ଘଟିଥାଏ। ସେଭଳି ଗୋଟିଏ ଥିଲା ୧୯୯୨ ମାର୍ଚ୍ଚ ୪ରେ ଖେଳାଯାଇଥିବା କ୍ରିକେଟ ବିଶ୍ୱକପ୍‌ର ମୁକାବିଲା। ସିଡନୀ ମଇଦାନରେ ଖେଳାଯାଇଥିଲା ଏହି ମ୍ୟାଚ୍‌।

ଏକ ସମୟରେ ପାକିସ୍ତାନର ସ୍କୋର ୮୫/୨ ଥିଲା। ପଡ଼ିଆରେ ଜାଭେଦ ମିୟାଁଦାଦ ବ୍ୟାଟିଂ କରୁଥିବା ବେଳେ ଭାରତ ପକ୍ଷରୁ ସଚିନ ତେନ୍ଦୁଲକର ବୋଲିଂ କରୁଥିଲେ। ସଚିନଙ୍କ ଗୋଟିଏ ବଲ୍‌କୁ ମିୟାଁଦାଦ ଖେଳିବାକୁ ଚାହିଁଥିଲେ। ହେଲେ ବଲ୍‌ଟି ଉଇକେଟକିପର କିରଣ ମୋରେଙ୍କ ହାତରେ ପଡ଼ିଥିଲା। ସେ ଉଇକେଟ ନେଇ ଅପିଲ୍‌ କରିଥିଲେ। ହେଲେ ଅମ୍ପାୟାର ଏହାକୁ ଖାରଜ କରିଥିଲେ। ଏହା ମିୟାଁଦାଦଙ୍କୁ ଆଘାତ ଦେଇଥିଲା। ମୋରେଙ୍କ ସହ ତାଙ୍କର ବଚସା ହୋଇଥିଲା। ଏନେଇ ସେ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଉକ୍ତ ଓଭରରେ ମିୟାଁଦାଦଙ୍କୁ ରନ୍‌ ଆଉଟ୍‌ କରିବା ଲାଗି ଚେଷ୍ଟା କରିଥିଲେ ମୋରେ। ହେଲେ ସେ କ୍ରିଜ୍‌ ଭିତରକୁ ପହଞ୍ଚି ସାରିଥିଲେ।

କୌଣସି ମ୍ୟାଚ୍‌ରେ ବିରୋଧି ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥାନ୍ତି ସମସ୍ତେ। ଏହା ସାଧାରଣ ହୋଇଥିଲେ ହେଁ ମିୟାଁଦାଦ ରାଗି ଯାଇଥିଲେ। ଶେଷରେ ସେ ଦୁଇ ହାତରେ ବ୍ୟାଟ୍‌ ଧରି ଡେଇଁବାରେ ଲାଗିଥିଲେ। କଙ୍ଗାରୁ ଅଥବା ମାଙ୍କଡ଼ଙ୍କ ପରି ଡେଇଁ ସେ ମୋରେଙ୍କୁ ଚିଡ଼ାଇବାକୁ ଚାହୁଁଥିଲେ। ହେଲେ ଓଲଟା ତାଙ୍କୁ ନେଇ ସବୁ ମଜା କରିବାରେ ଲାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ଐତିହାସକ ବିଜୟ ପରେ ଅଜବ କଥା ଦାବି କରି ଚର୍ଚ୍ଚାରେ ବୀରେନ୍ଦ୍ର ସେହ୍ବାଗ

ବ୍ରିସବେନ୍‌,୨୦।୧: ଯୁବ ଭାରତୀୟ ଦଳ ଅଷ୍ଟ୍ରେଲିୟ ଦଳକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛନ୍ତି। ବ୍ରିସବେନ୍‌ର ଗାବା ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ତଥା ଅନ୍ତିମ...

ଆଡିଲେଡ୍‌ ଦିବାରାତ୍ର ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ଅଗ୍ରଣୀ

ଆଡିଲେଡ୍‌, ୧୮।୧୨- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ପ୍ରଥମ ତଥା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତୀୟ ଦଳ ୫୩ ରନ୍‌ର ଅଗ୍ରଣୀ ହାସଲ...

ଦିନ ଶେଷ ହେଲା ହେଲେ ମିଳିଲାନି ଉଇକେଟ

ଲିଡ୍ସ,୨୫।୮ : ପ୍ରଥମେ ତାରକା ଖଚ୍ଚିତ ବ୍ୟାଟିଂ ଲାଇନ୍‌ଅପ୍‌ ଫେଲ୍‌ ହେବାରୁ ଟିମ୍‌ ଇଣ୍ଡିଆ ମାତ୍ର ୭୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ତା’ ପରେ ଦିନ...

ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ : ୫୦ ପ୍ରତିଶତ ଦର୍ଶକଙ୍କୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ,୨୦।୧: କୋଭିଡ୍‌-୧୯ ମହାମାରୀ କାରଣରୁ ଦେଶରେ କୌଣସି ପ୍ରକାର କ୍ରିକେଟ ଇଭେଣ୍ଟ ଅନୁଷ୍ଠିତ ହୋଇନାହିଁ। ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ବାତିଲ ହେବା ପରେ...

ସୁନାରେ ବିଶ୍ୱକପ୍‌ ଟ୍ରଫି ନିର୍ମାଣ କଲେ ଜଣେ ଭାରତୀୟ ଫ୍ୟାନ: ୟୁଜର୍ସ କହିଲେ, ପାକିସ୍ତାନ ପଠେଇଦିଅ

ବେଙ୍ଗାଲୁରୁ, ୪।୭: ୨୦୧୯ ଆଇସିସି ବିଶ୍ୱକପ୍‌ ସେମିଫାଇନାଲ ଯେତିକି ପାଖେଇ ଆସୁଛି, ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ସେତିକି ବଢିବାରେ ଲାଗିଛି। ବିଶ୍ୱକପରେ ଭାରତୀୟ...

ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ

ସାଉଥାମ୍ପଟନ, ୯ା୭(ଏପି)-  କରୋନା ଭାଇରସ୍‌ ସଂକ୍ରମଣ ଜନିତ କାରଣରୁ ଦୀର୍ଘ ୪ ମାସର ବ୍ରେକ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟ ଫେରିଛି। ବୁଧବାରଠାରୁ ସ୍ଥାନୀୟ ଏଜାସ ବାଓଲ...

ସାଙ୍ଗାକରାଙ୍କୁ ପଛରେ ପକାଇବେ ଓ୍ବାର୍ନର

ଦୁବାଇ, ୨୧।୯: ଆଇପିଏଲ୍‌-୧୩ର ଏକ ମ୍ୟାଚ୍‌ରେ ସୋମବାର ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ...

ଏହି କ୍ରିକେଟର୍‌ଙ୍କ ଅଣ୍ଡରଓ୍ବେୟାର ପିନ୍ଧା ଫଟୋ ଭାଇରାଲ୍‌:ସ୍ତ୍ରୀ କହିଲେ…

ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମଙ୍କ ଏକ ପୁରୁଣା ଫଟୋ ଭାଇରାଲ ହୋଇଛି। କ୍ରୀଡ଼ା ଉପସ୍ଥାପକ ଗୌତମ ଭୀମାନି ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଏକ...

Advertisement
Archives

Model This Week