ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ

ସଇଁତଲା,୨୬।୨: ବଲାଙ୍ଗୀର ଜିଲା ସଇଁତଲା ବ୍ଳକ ବଡ଼ମାଳ ଗୋଳାବାରୁଦ କାରଖାନାରେ ଜଣେ ସୁରକ୍ଷା କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କ ସର୍ଭିସ ବନ୍ଧୁକରୁ ୫ ରାଉଣ୍ଡ ଗୁଳି ଫୁଟିଥିବା ଓ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ମଧ୍ୟ ପୋଲିସ ପକ୍ଷରୁ ସବିଶେଷ ସୂଚନା ଦିଆଯାଇନାହିଁ। ମୃତ ସୁରକ୍ଷା କର୍ମୀଙ୍କ ନାମ ଲଳିତ ରାଏ। ତାଙ୍କ ଘର ଦାର୍ଜିଲିଂରେ। ଯବାନ ରାଏ ୪୭ନଂ ବେଷ୍ଟନରେ ଡ୍ୟୁଟି କରୁଥିଲେ। ହଠାତ ସେ ସର୍ଭିସ ବନ୍ଧୁକରୁ ନିଜ ଉପରକୁ ଗୁଳି ଚଳାଇଥିଲେ। ବଡ଼ମାଳ ପୋଲିସ ମୃତଦେହ ଜବତ କରିଛି। ପୋଲିସ ଘଟଣାର ତଦନ୍ତ ଜାରି ରହିଛି ବୋଲି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଟରେ ମାନୁନାହାନ୍ତି କୋଭିଡ୍‌ କଟକଣା

ଗୋପ,୩।୫(ଡି.ଏନ୍‌.ଏ): କରୋନା କଟକଣାକୁ ନେଇ ସରକାର ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଗୋପ ଥାନା ଅଧିନ ନୟାହାଟ ହାଟରେ ତା’ର ବ୍ୟତିକ୍ରମ ଦେଖାଦେଇଛି। ହାଟରେ ଲୋକେ...

ଯାତ୍ରୀବାହୀ ବସ୍‌ ଅକାମୀ ଘୋଷଣା ପ୍ରସଙ୍ଗ : କିଲୋମିଟର ଭିତ୍ତିରେ ହୋଇପାରିବନି ଅକାମୀ

ଭୁବନେଶ୍ୱର,୨୯ା୭(ବ୍ୟୁରୋ) : ରାଜ୍ୟରେ ଚାଲୁଥିବା ଯାତ୍ରୀବାହୀ ବସ୍‌ର କିଲୋମିଟର ଭିତ୍ତିରେ ଏହାକୁ ଅକାମୀ କରାଯିବାର ମୋଟରଯାନ ନିୟମ-୧୯୮୮ରେ କୌଣସି ଆଇନଗତ ବ୍ୟବସ୍ଥା ନାହିଁ। ଖୋଦ୍‌ ବାଣିଜ୍ୟ...

ଆଧାର ବାଧ୍ୟତାମୂଳକ ନ କରିବାକୁ ଦାବି

କଟକ ଅଫିସ୍‌,୨୭।୪: ଲକ୍‌ଡାଉନ୍‌ ପରେ ପ୍ରବାସୀ ଶ୍ରମିକମାନେ ବହୁ ଅସୁବିଧାରେ ରହିଛନ୍ତି। ରହୁଥିବା ସ୍ଥାନରେ ସମସ୍ୟା ଦେଖାଦେବାରୁ ସେମାନେ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି। ଓଡ଼ିଶା ସରକାର...

୪ ଦିନିଆ ରିମାଣ୍ଡରେ ଗଲେ ବିରଞ୍ଚି: ଖୋଲିବ ଗୁମର

ଭୁବନେଶ୍ୱର,୩।୮(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି) ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରି (ପିଏସ୍‌)...

ସୋମବାରଠାରୁ ଗଞ୍ଜାମରେ କୋଭାକ୍ସିନ ଟିକାକରଣ

ଛତ୍ରପୁର,୪ା୭(ଡି.ଏନ୍‌.ଏ.): ଭୁବନେଶ୍ୱର ପରେ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲାରେ କୋଭାକ୍ସିନ ପହଞ୍ଚିଛି। ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲା ପାଇଁ ୧ ଲକ୍ଷ ୪୦...

ଜାତୀୟ ରାଜପଥ ୫୯ ନଂ. ଉପରେ ପାଣି

ହିଞ୍ଜିଳିକାଟୁ/ଶେରଗଡ,୭ା୯(ଡ଼ି.ଏନ୍‌.ଏ)-ଲଗାଣ ବର୍ଷାରେ ବେହାଲ ହୋଇଛି ହିଞ୍ଜିଳିକାଟୁ ଓ ଶେରଗଡ। ବର୍ଷା ପ୍ରଭାବରେ ଜାତୀୟ ରାଜପଥ ନଂ-୫୯ର ହିଞ୍ଜିଳିକାଟୁ ବ୍ଲକ ମକରଝୋଳ, ପୋଚିଲିମା, ସୋମପୁର, ପୋଡ଼ିଙ୍ଗୀଠାରେ ରାସ୍ତା...

ଲାଞ୍ଚ ନେଇ ଧରାପଡ଼ିଲେ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ

ଭବାନୀପାଟଣା/ମଦନପୁର,୧୯।୨: ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ମଦନପୁର ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ କ୍ଷିତିଭୂଷଣ ବିଶ୍ବାଳ। ଶୁକ୍ରବାର ତାଙ୍କୁ ଭିଜିଲାନ୍ସ କୋର୍ଟରେ...

ରାସ୍ତାରେ ନିଆଁ ଲଗାଇ ସେକି ହେଉଥିବା ବେଳେ ଚଢ଼ିଗଲା କାର: ୩ ଗୁରୁତର

ଦେବଗଡ଼,୨୯ା୧୨(ଡ଼ି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ କାଇବେଙ୍କ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରବଳ ଶୀତ ଯୋଗୁ...

Advertisement
Archives

Model This Week